ବିମାନ ଯାତ୍ରାରେ ଜଳବାୟୁ ପରିବର୍ତ୍ତନ ବାଧକ

ଲଣ୍ଡନ, ୧୩ା୬: ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରାଣୀ ଜଗତ ପ୍ରଭାବିତ ହେବା ସହ ପ୍ରାକୃତିକ ସମ୍ପଦ ନଷ୍ଟ ହେଉଛି। କେବଳ ଏତିକି ନୁହେଁ, କ୍ଳାଇମେଟ୍‌ ଚେଞ୍ଜ ବିମାନଯାତ୍ରାରେ ମଧ୍ୟ ବାଧକ ସାଜିଲାଣି। ବ୍ରିଟେନ୍‌ସ୍ଥିତ ୟୁନିଭର୍ସିଟି ଅଫ୍‌ ରିଡିଂର ଗବେଷକଙ୍କ ଦ୍ୱାରା କରାଯାଇଥିବା ଅଧ୍ୟୟନ ଅନୁସାରେ, ଜଳବାୟୁ ପରିବର୍ତ୍ତନ ଯୋଗୁ ଆକାଶ ପଥରେ କ୍ଲିନ୍‌-ଏୟାର ଟର୍ବୁଲାନ୍ସ ତିଆରି ହୋଇଥାଏ, ଯାହାକି ବିମାନ ଉଡ଼ାଣରେ ବାଧା ସୃଷ୍ଟି କରିଥାଏ।
ଜଳବାୟୁ ପରିବର୍ତ୍ତନ ହେତୁ ସୃଷ୍ଟ କ୍ଲିନ୍‌-ଏୟାର ଟର୍ବୁଲାନ୍ସର ମାତ୍ରା ପ୍ରତ୍ୟେକ ରିଜିୟନ୍‌ରେ ବଢ଼ିଥିବା ଗବେଷକମାନେ ଲକ୍ଷ୍ୟ କରିଛନ୍ତି। ଅଧ୍ୟୟନ ସମ୍ପର୍କିତ ବିସ୍ତୃତ ବିବରଣୀ ଜିଓଫିଜିକାଲ ରିସର୍ଚ୍ଚ ଲେଟର୍ସ ଜର୍ନାଲରେ ପ୍ରଦାନ କରାଯାଇଛି। ଉତ୍ତର ଆଟଲାଣ୍ଟିକ୍‌ ବିଶ୍ୱର ସବୁଠୁ ବ୍ୟସ୍ତବହୁଳ ଆକାଶମାର୍ଗ। ୧୯୭୯ରେ ୧୭.୭ ଘଣ୍ଟା ଏବଂ ୨୦୨୦ରେ ୨୭.୪ ଘଣ୍ଟା ମଧ୍ୟରେ ବଡ଼ଧରଣର ଟର୍ବୁଲାନ୍ସ ମାତ୍ରା ୫୫% ବୃଦ୍ଧି ପାଇଛି। ସେହିପରି ୭୦.୦ରୁ ୯୬.୧ ଘଣ୍ଟା ମଧ୍ୟରେ ମଧ୍ୟମଧରଣର ଟର୍ବୁଲାନ୍ସ ମାତ୍ରା ୩୭% ବଢ଼ିଥିବାବେଳେ ସାଧାରଣ ବା କମ୍‌ ପ୍ରଭାବୀ ଟର୍ବୁଲାନ୍ସ ମାତ୍ରା ୪୬୬.୫ରୁ ୫୪୬.୮ ଘଣ୍ଟାରେ ୧୭% ବଢ଼ିଥିବା ଅଧ୍ୟୟନ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହିପରି ଭାବେ କ୍ରମାଗତ ଟର୍ବୁଲାନ୍ସ ବଢ଼ିବାର ମୁଖ୍ୟ କାରଣ ଜଳବାୟୁ ପରିବର୍ତ୍ତନ ବୋଲି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ଗ୍ରୀଷ୍ମ ପ୍ରବାହ ଯୋଗୁ ନିଷ୍କ୍ରିୟ ଅଙ୍ଗାରକାମ୍ଳରୁ କ୍ଲିନ୍‌-ଏୟାର ଟର୍ବୁଲାନ୍ସ ସୃଷ୍ଟି ହୋଇଥାଏ। ଫଳରେ ବିମାନ ଉଡ଼ାଣ ବାଧାପ୍ରାପ୍ତ ହୁଏ। ଏଥିଲାଗି ବିମାନ ଦୁର୍ଘଟଣା ଆଶଙ୍କା ମଧ୍ୟ ବଢ଼ିଯାଏ। ଗତ ୪୦ ବର୍ଷ ତୁଳନାରେ ବର୍ତ୍ତମାନ ଟର୍ବୁଲାନ୍ସ ମାତ୍ରା ବଢ଼ିଛି। ଆଗକୁ ସମାନ ସ୍ଥିତି ରହିଲେ ଲୋକଙ୍କ ପକ୍ଷେ ବିମାନଯାତ୍ରା କରିବା ଜଟିଳ ହୋଇପଡ଼ିବ। ଏପ୍ରକାର ସମସ୍ୟାକୁ ଏଡ଼ାଇବା ଲାଗି ଟର୍ବୁଲାନ୍ସ ଫୋରକାଷ୍ଟିଂ ପାଇଁ ଯୋଜନା ପ୍ରସ୍ତୁତ କରିବା ଜରୁରୀ ବୋଲି ୟୁନିଭର୍ସିଟି ଅଫ୍‌ ରିଡିଂର ଆଟମୋସ୍ଫିଅରିକ୍‌ ସାଇଣ୍ଟିଷ୍ଟ ପ୍ରଫେସର ପଲ ଓ୍ବିଲିୟମ୍ସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରିରୁ ରିଜାଇନ ଦେଲେ ଭୁବନେଶ୍ୱର ଡିସିପି, କହିଲେ ଏହି କାରଣରୁ…

ଭୁବନେଶ୍ୱର,୬ା୭: ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଚାକିରିରୁ ରିଜାଇନ ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଚାକିରି ଛାଡ଼ିଦେଇଥିବା କହିଛନ୍ତି। ଡିସିପି ଜଗମୋହନ ୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଅଫିସର…

ସକାଳୁ ସକାଳୁ ଚମ୍ପୁଆରେ ଏନ୍‌କାଉଣ୍ଟର, ଅପରାଧୀଙ୍କ ନାମରେ ରହିଛି…

କେନ୍ଦୁଝର,୬ା୭(ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ପୋଲିସ ସୋମବାର ଚମ୍ପୁଆ ଥାନା ଅନ୍ତର୍ଗତ ପତଳା ଜଙ୍ଗଲରେ ଜଣେ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିଥିବା ଜଣା ପଡ଼ିଛି। ସେ ଆହତ ହୋଇ…

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri