କ୍ଷତିପୂରଣ ନା ତୁଷ୍ଟୀକରଣ

ବିଧାନସଭାରେ ଗୃହୀତ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍‌ରେ ଶ୍ରୀଗୁଣ୍ଡିଚା ଯାତ୍ରାରେ ରଥ ଉପରକୁ ଭକ୍ତଙ୍କୁ ବାରଣ ଯୋଗୁ ଦଇତା ସେବକମାନଙ୍କୁ କ୍ଷତିପୂରଣ ଦେବାର ବ୍ୟବସ୍ଥା ରହିଥିବା ଖବର ପ୍ରକାଶ ପାଇଛି। ପୂର୍ବ ସରକାର ସମୟରେ ଭକ୍ତବିହୀନ ରଥଯାତ୍ରାରେ ମଧ୍ୟ ଏପରି ଅର୍ଥ ଦିଆଯାଇଥିବାରୁ ଏହା କ୍ଷତିପୂରଣ ନାମରେ ତୁଷ୍ଟୀକରଣ ପାଇଁ ଅନୈତିକ ଦେୟ ମନେହୁଏ। ନୂଆ ସରକାର ଏହି ଅର୍ଥ ବରାଦ ପୂର୍ବରୁ ସରକାର ୨୦୧୪ ମସିହାରେ ମୁକ୍ତିମଣ୍ଡପ ପଣ୍ଡିତ ସଭା ଦ୍ବାରା ଅନୁଦାନ ଲବ୍ଧଅର୍ଥରେ ପ୍ରକାଶିତ ‘ରଥାରୂଢ଼ ମହାପ୍ରଭୁ ଶ୍ରୀଜଗନ୍ନାଥାଦିଙ୍କର ଦର୍ଶନ ଓ ସ୍ପର୍ଶ ନିର୍ଣ୍ଣୟ’ ପୁସ୍ତକଟିକୁ ପୁଙ୍ଖାନୁପୁଙ୍ଖ ତର୍ଜମା କରିବା ଆବଶ୍ୟକ ଥିଲା। ଏହା ସତ୍ୟ ଯେ ଶ୍ରୀମନ୍ଦିରରେ ସେବକକୃତ କିଛି ଅଘଟଣ ଯୋଗୁ ଶ୍ରୀଜୀଉମାନଙ୍କ ନୀତି ବିଳମ୍ବିତ ହେଲେ ସେମାନେ କୁହନ୍ତି ଯେ ସବୁ କାଳିଆର ଇଚ୍ଛା। ରଥାରୂଢ଼ ଶ୍ରୀଜୀଉମାନଙ୍କ ଦର୍ଶନ ଓ ସ୍ପର୍ଶ ନିଷେଧ ଯେ କାଳିଆର ସାଙ୍କେତିକ ନିର୍ଦ୍ଦେଶ ଥିଲା ଏହାକୁ କିନ୍ତୁ ସମ୍ପୃକ୍ତ ସେବକ ଗୋଷ୍ଠୀ ସ୍ବୀକାର ନ କରିବା ଦୁର୍ଭାଗ୍ୟଜନକ।
କିଛି ଦଶନ୍ଧି ପୂର୍ବରୁ କୌଣସିି ଭକ୍ତ ରଥାରୂଢ଼ ଶ୍ରୀଜୀଉମାନଙ୍କ ଦର୍ଶନ ପାଇଁ ରଥ ଉପରକୁ ଯାଉ ନ ଥିଲେ। ସମୟକ୍ରମେ ରଥାରୂଢ଼ ଶ୍ରୀଜୀଉମାନଙ୍କ ଦର୍ଶନ ସହ ସ୍ପର୍ଶ ମାନସିକତା ଯୋଗୁ ରଥ ଉପର ଲୋକାରଣ୍ୟ ହେଲା। ରଥରେ ନାନା ଅଭାବନୀୟ ପରିସ୍ଥିତି ସହ ଶ୍ରୀଜୀଉମାନଙ୍କ ଶ୍ରୀଅଙ୍ଗ ବିବର୍ଣ୍ଣ ଓ ବିଦୀର୍ଣ୍ଣ ହେଉଥିଲା। ଅପରପକ୍ଷରେ ରଥ ଉପରକୁ ଯାଇ ପାରୁ ନ ଥିବା ବା ଯିବାକୁ ଉଚିତ ମନେକରୁ ନ ଥିବା ଆବାଳ ବୃଦ୍ଧବନିତା ନିର୍ମିଶେଷ ନୟନରେ ଚାହିଁ ରହୁଥିଲେ ମଧ୍ୟ ଶ୍ରୀଜୀଉମାନଙ୍କ ଶ୍ରୀମୁଖ ଦର୍ଶନରୁ ବଞ୍ଚିତ ହେଉଥିଲେ। ରଥ ଉପରକୁ ଯିବା ପାଇଁ ଅଦମ୍ୟ ଇଚ୍ଛାରେ ଅନେକେ ରଥ ପାର୍ଶ୍ୱରେ ଥିବା ଦେବଦେବୀଙ୍କ ଉପରେ ଗୋଡ଼ ଦେବାକୁ ମଧ୍ୟ ପଛାଉ ନ ଥିଲେ।
ଜଣେ ପୂର୍ବତନ ପ୍ରଶାସନିକ ଅଧିକାରୀ ଭକ୍ତଙ୍କ ସୁବିଧା ଆଳରେ ସେବକଙ୍କ ଆର୍ଥିକ ଲାଭ ପାଇଁ ଧାର୍ମିକ ଦିଗକୁ ଅଣଦେଖା କରି ୨୦୦୬ରୁ ରଥ ଉପରକୁ ଯିବା ପାଇଁ ଲୁହା ଶିଡିର ବ୍ୟବସ୍ଥା କରିଦେଲେ। ୨୦୧୧ ମସିହା ରଥଯାତ୍ରା ବେଳେ କୌଣସି କାରଣରୁ ପୋଲିସ ଓ ସେବକଙ୍କ ମଧ୍ୟରେ ଗଣ୍ଡଗୋଳ ହେଲା। ରାଜ୍ୟ ଆଇନ ବିଭାଗ ତଦନ୍ତ ବିବରଣୀ ତର୍ଜମା କରି ତା୨୩ା୩ା୨୦୧୨ରିଖ ଚିଠି ଦ୍ବାରା ରଥରେ ଲୁହା ଶିଡି ନ ଲଗାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେବାସହ ସମସ୍ତେ ରଥ ତଳେ ରହି ଶ୍ରୀଜୀଉମାନଙ୍କ ଦର୍ଶନ କରିବା ପାଇଁ ଜଣାଇଲେ। କିନ୍ତୁ ୧୩ା୬ା୨୦୧୨ରେ ଶ୍ରୀମନ୍ଦିର ପରିଚାଳନା କମିଟି ଆଇନ ବିଭାଗର ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ନିଷ୍ପତ୍ତିକୁ ସମ୍ପୃକ୍ତ ସେବକମାନେ ଅସହଯୋଗର ଧମକ ଦେଇ ରାତାରାତି ପ୍ରତ୍ୟାହାର କରାଇବାରେ ସକ୍ଷମ ହେଲେ। ସେମାନେ ବୋଧହୁଏ ଶ୍ରୀଜୀଉମାନଙ୍କ ସାଙ୍କେତିକ ନିର୍ଦ୍ଦେଶ ବୁଝିବାରେ ଅକ୍ଷମ ଥିଲେ। ଫଳତଃ ସେ ବର୍ଷ ରଥ ଉପରେ ଚଢିଥିବା ଜଣେ ବିଦେଶିନୀଙ୍କୁ ସେବକଙ୍କ ଅଶାଳୀନ ଆଚରଣ ଅନ୍ତର୍ଜାତୀୟ ଖବର ହୋଇଗଲା। ଏହା ଏକ ଧାର୍ମିକ ପ୍ରସଙ୍ଗ ହୋଇଥିବାରୁ ଶ୍ରୀମନ୍ଦିର ସ୍ବତ୍ୱଲିପି ଅନୁଯାୟୀ ଗୋର୍ଦ୍ଧନ ପୀଠାଧୀଶ ଶ୍ରୀମଦ୍‌ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଏ ସମ୍ପର୍କରେ ଠିକ୍‌ ନିର୍ଣ୍ଣୟ ପାଇଁ ପରିଚାଳନା କମିଟିର ନିଷ୍ପତ୍ତିରେ ଲିଖିତ ଅନୁରୋଧ କରାଗଲା। ପ୍ରସଙ୍ଗ ରହିଲା, ‘ବିଧର୍ମାବଲମ୍ବୀ/ଅଣହିନ୍ଦୁ ରଥ ଉପରକୁ ଯିବା ବିଷୟରେ କୌଣସି ଶାସ୍ତ୍ରୀୟ ପ୍ରତିବନ୍ଧକ ଅଛି ନା ନାହିଁ’। କିନ୍ତୁ ଗୁରୁଜୀଙ୍କ ଆମନ୍ତ୍ରଣରେ ମୁକ୍ତିମଣ୍ଡପ ପଣ୍ଡିତ ସଭାର କିଛି ସଭ୍ୟ, ଶ୍ରୀମନ୍ଦିର ପରିଚାଳନା କମିଟିର ସଭ୍ୟ, ଶ୍ରୀମନ୍ଦିର ସେବକ ନିଯୋଗ, ଶ୍ରୀମନ୍ଦିର ନୀତି ସହ ଜଡ଼ିତ ବ୍ୟକ୍ତିଙ୍କୁ ନେଇ ଯେଉଁ ବୈଠକ ହେଲା ସେଥିରେ ମତପ୍ରକାଶ ପାଇଲା ଯେ ଶାସ୍ତ୍ରୀୟ ବ୍ୟବସ୍ଥା ଏବଂ ପ୍ରତିଷ୍ଠିତ ପରମ୍ପରା ଅନୁସାରେ କେବଳ ଅଣହିନ୍ଦୁ କାହିଁକି, ରଥ ଉପରକୁ ସେବା ସମ୍ପୃକ୍ତ ସେବକ ଓ କର୍ମଚାରୀମାନଙ୍କ ବ୍ୟତୀତ ଅନ୍ୟ କେହି ଯିବାର ବିଧାନ ନାହିଁ। ତେଣୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ଶ୍ରୀମନ୍ଦିର ପ୍ରଶାସନ ମୂଳ ଚିଠିକୁ ପରିବର୍ତ୍ତନ କରି ରଥ ଉପରକୁ ଯିବାକୁ କେଉଁମାନେ ଅଧିକୃତ ଓ ଅନଧିକୃତ ତାର ନିର୍ଣ୍ଣୟ ଦେବାକୁ ତା୨୩ା୮ା୨୦୧୩ ରିଖର ପତ୍ର ମାଧ୍ୟମରେ ପୁନଃ ଅନୁରୋଧ କଲେ। ଶଙ୍କରାଚାର୍ଯ୍ୟ ପର୍ଯ୍ୟାୟକ୍ରମେ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ବୃନ୍ଦ, ବିଭିନ୍ନ ସେବକ ନିଯୋଗର ପ୍ରତିନିଧି, ମୁକ୍ତିମଣ୍ଡପ ପଣ୍ଡିତ ସଭା, ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ସନ୍ଥ ପଣ୍ଡିତ, ଗବେଷକ, ଜିଲା ଏବଂ ଉଚ୍ଚ ନ୍ୟାୟାଳୟ ଅଧିବକ୍ତା ସଂଘର ପ୍ରତିନିଧିଙ୍କ ସହିତ ଆଲେଚନା ସହ ଶ୍ରୀମନ୍ଦିରର ଦୁଇଶହ ବର୍ଷର ଲିଖିତ ବିବରଣୀ ଏବଂ ନଥିପତ୍ର, ବିଭିନ୍ନ ଶାସ୍ତ୍ର ଆଧାରରେ ଏହାର ନିର୍ଯାସ ନିର୍ଣ୍ଣୟ ନେଇଥିଲେ ତାହା ସେହି ପୁସ୍ତକରେ ବିଭିନ୍ନ ଅଧ୍ୟାୟରେ ଦର୍ଶାଯାଇଛି।
ପ୍ରଥମ ଅଧ୍ୟାୟରେ ଶଙ୍କରାଚାର୍ଯ୍ୟଙ୍କ ନିଷ୍ପତ୍ତି, ଦ୍ୱିତୀୟ ଅଧ୍ୟାୟରେ ଶ୍ରୀଗୋର୍ଦ୍ଧନ ପୀଠ ଆନୁକୂଲ୍ୟରେ ବିଚାର ଗୋଷ୍ଠୀର ବିବରଣୀ, ତୃତୀୟ ଅଧ୍ୟାୟରେ ମୁକ୍ତିମଣ୍ଡପ ପଣ୍ଡିତ ସଭାର ମତ, ଚତୁର୍ଥ ଅଧ୍ୟାୟରେ ବିଶିଷ୍ଟ ସନ୍ଥ ଓ ପଣ୍ଡିତମାନଙ୍କର ମତ, ପଞ୍ଚମ ଅଧ୍ୟାୟରେ ଦେଉଳ ପୁରୋହିତ ଛତିଶା ନିଯୋଗର ମହାନାୟକ ଏବଂ ପୂଜାପଣ୍ଡା ପୁଷ୍ପାଳକ ପ୍ରତିହାରୀ ସେବକ ନିଯୋଗର ଲିଖିତ ମତ ରହିଛି। ସୂଚନାଯୋଗ୍ୟ ଯେ ଦଇତା ନିଯୋଗର କର୍ମକର୍ତ୍ତା ଗୋଟିଏ ବୈଠକରେ ରଥାରୂଢ଼ ଶ୍ରୀଜୀଉମାନଙ୍କ ଦର୍ଶନ ଓ ସ୍ପର୍ଶ ସପକ୍ଷରେ ମତ ରଖିଥିଲେ ବି ଲିଖିତ ଆକାରରେ କୌଣସି ମତ ନ ଦେଇ ବିଭିନ୍ନ ଖବରକାଗରେ ପ୍ରକାଶିତ ସେମାନଙ୍କର ମତ ଓ ମନ୍ତବ୍ୟ ଷଷ୍ଠ ଅଧ୍ୟାୟରେ ସନ୍ନିବେଶିତ ହୋଇଛି। ରଥ ଉପରେ ଶ୍ରୀଜୀଉମାନଙ୍କର ସ୍ପର୍ଶ ଓ ଦର୍ଶନରୁ କିଛି ଆୟ ହୁଏ ନାହିଁ ବରଂ ଭକ୍ତ ଓ ଭଗବାନଙ୍କୁ ସେମାନେ ମିଶାଇ ଥାଆନ୍ତି ବୋଲି ମତ ଦେବା ସହ ଏହାକୁ ବନ୍ଦ କଲେ ଭୟଙ୍କର ପରିଣାମର ଚେତାବନୀ ମଧ୍ୟ ଦେଇଥିଲେ। ସପ୍ତମ ଅଧ୍ୟାୟରେ ଭକ୍ତଙ୍କ ଭାବନା, ଅଷ୍ଟମ ଅଧ୍ୟାୟରେ ପ୍ରାମାଣିକ ତଥ୍ୟମାନଙ୍କର ଉଦ୍ଧୃତାଂଶ, ନବମ ଅଧ୍ୟାୟରେ ସର୍ବୋଚ୍ଚ ନ୍ୟାୟାଳୟ ନିଷ୍ପତ୍ତିର ଉଦ୍ଧୃତାଂଶ ଏଂ ଦଶମ ଅଧ୍ୟାୟରେ ଅଠତିରିଶଟି ଶାସ୍ତ୍ର ପୁରାଣର ନାମ ସହ ୧୮୦୫ ମସିହାର ଚାଲର୍‌ସ ଗ୍ରୋମଙ୍କ ବିବରଣୀ, ବେଙ୍ଗଲ ଜିଲା ଗେଜେଟିଅର ପୁରୀ ଏବଂ ଶ୍ରୀମନ୍ଦିର ଆଇନ ୧୯୫୨, ୧୯୫୫ ଆଦି ସହାୟକ ଗ୍ରନ୍ଥ ସୂଚୀର ତାଲିକା ରହିଛି। ସରକାର ସେମାନଙ୍କ ତୁଷ୍ଟୀକରଣ ପାଇଁ ରାଜ୍ୟବାସୀଙ୍କ ଟିକସ ବା ଭକ୍ତଙ୍କ ଦାନ ଅର୍ଥରୁ କ୍ଷତିପୂରଣ ଦେବା କେତେଦୂର ଯଥାର୍ଥ ତାହା ବିଚାରଯୋଗ୍ୟ।
୧୧୩ ଗୁଣ୍ଡିଚା ବିହାର ପୁରୀ
ମୋ: ୭୯୭୮୭୮୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…

ଆମେରିକାକୁ ଟାର୍ଗେଟ କରିପାରେ ପାକିସ୍ତାନର…! ଗୁପ୍ତଚର ସଂସ୍ଥା ମୁଖ୍ୟଙ୍କ ବୟାନ ପରେ ବିଶ୍ୱରେ ଚାଞ୍ଚଲ୍ୟ

ୱାଶିଂଟନ/ଇସଲାମାବାଦ,୧୯।୩: ଆମେରିକାର ଶୀର୍ଷ ଗୁପ୍ତଚର ସଂସ୍ଥାର ମୁଖ୍ୟ ତୁଲସୀ ଗବାର୍ଡଙ୍କ ଏକ ବିସ୍ଫୋରକ ବୟାନ ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ପାକିସ୍ତାନ ଏବେ ଏଭଳି…

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା, ମଣ୍ଡିରେ ଭିଜିଲା ଧାନ

ମାଥିଲ,୧୯।୩(ସୁବାଷ ଚନ୍ଦ୍ର ଖୁଡୁପିଆ) ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁ ମାଲକାନଗିରି ଜିଲା…

ଭତ୍ତା ନେବାକୁ ଆସିଥିଲେ ଲୋକେ, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଆଉ ତା’ ପରେ…

ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ…

ଦୁଇ ବସ୍‌ ମୁହାଁମୁହିଁ, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ…

ମୋହନା,୧୯ା୩(ମନ୍ମଥ ମିଶ୍ର): ଘରୋଇ ଯାତ୍ରୀବାହୀ ବସ୍‌ ସହ ମୁଖ୍ୟମନ୍ତ୍ରୀ ବସ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ…

ଓଡ଼ିଶାର ଏହି ଜିଲାରେ ରହିଛି ହୀରାଖଣି, ସୂଚନା ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୯ା୩: ଓଡ଼ିଶାରେ ମିଳିଛି ହୀରାଖଣିର ସନ୍ଧାନ। ତେବେ ରାଜ୍ୟର ନୂଆପଡ଼ା ଜିଲାରେ ଏହି ଖଣିର ସନ୍ଧାନ ମିଳିଛି। ନୂଆପଡ଼ାର କାଲମିଦାଦରଠାରେ ହୀରା ପଥର ଚିହ୍ନଟ କରାଯାଇଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri