ପ୍ରାଣୀଙ୍କ ପ୍ରତି ଦୟା

ମାନେକା ଗାନ୍ଧୀ

ମୋ ମା’ଙ୍କୁ ଜଣେ ଖୁସିବାସିଆ ତଥା ଯତ୍ନଶୀଳ ମହିଳା ଭାବେ ବନ୍ଧୁବାନ୍ଧବ ଓ ପରିବାର ଲୋକେ ମନେ ରଖିଛନ୍ତି। ସେ କ୍ୟାନ୍‌ସରରେ ପୀଡ଼ିତ ହୋଇ ଜୀବନର ଶେଷ ପାଞ୍ଚମାସ ଶଯ୍ୟାଶାୟୀ ହୋଇ ରହିଥିଲେ। ସେ କେତେ ଅସୁସ୍ଥ ଥିଲେ ତାହା ତାଙ୍କ ପାଇଁ ବଡ କଥା ନ ଥିଲା, ବରଂ ଗୁରୁତ୍ୱପୂର୍ଣ୍ଣ ଥିଲା ପକ୍ଷୀମାନଙ୍କୁ ଦୈନିକ ଖାଇବାକୁ ଦେବା। ପ୍ରତିଦିନ ସକାଳୁ ସେ ପକ୍ଷୀମାନଙ୍କ ପାଇଁ ବାଲ୍‌କୋନିରେ ବାଜରା ବୁଣି ଦେଉଥିଲେ। ରୋଗଶଯ୍ୟାରେ ଶୋଇ ରହି ପକ୍ଷୀମାନଙ୍କ ଖାଇବା ଦୃଶ୍ୟ ଦେଖିବା ତାଙ୍କ ଜୀବନର ସବୁଠୁ ସୁଖଦ ମୁହୂର୍ତ୍ତ ଥିଲା ବୋଲି ସେ କହୁଥିଲେ। ବାଜରା ବୁଣି ଦେବା ପରେ ପ୍ରଥମେ ପାରାମାନେ ଚଟାଣରେ ନିଜ ନିଜ ଭିତରେ ଖାଇବା ବଦଳରେ ବେଶି ଝଗଡ଼ା କରୁଥିଲେ। ବେକରେ ଗୋଲାପି ରିଂ ଚିହ୍ନ ଥିବା ଶୁଆମାନେ ଆସି ଖାଉଥିଲେ। ପରେ ଭୟାଳୁ ସ୍ବଭାବର ଛୋଟ ଛୋଟ ଘରଚଟିଆ ଲୁଚିଛପି ବଜରାକୁ ଖୁମ୍ପି ଖାଇଦେଇ ଆଶ୍ଚର୍ଯ୍ୟଜନକ ଭାବେ ଅଦୃଶ୍ୟ ହୋଇଯାଉଥିଲେ। ମୁଁ ଯେତେବେଳେ ମହାରାଣୀ ବାଗରେ ଘରଟିଏ କଲି ସେତେବେଳେ ଘର କାନ୍ଥକୁ ଲାଗି ଗୋଟିଏ ଟ୍ୟାପ୍‌ ଲଗାଇଥିଲି। ଯିଏ ସେହିବାଟ ଦେଇ ଯାଉଥିଲେ ସେମାନେ ସ୍ବଚ୍ଛ ପାଣି ପିଉଥିଲେ ଏବଂ ପ୍ରାଣୀମାନଙ୍କ ପାଇଁ ସେଠାରେ ସବୁବେଳେ ଗୋଟିଏ ପାତ୍ରରେ ପାଣି ମଧ୍ୟ ଭର୍ତ୍ତି କରି ରଖୁଥିଲି। କିଛି ବର୍ଷ ତଳେ ମୁଁ ରାତ୍ରୀଭୋଜନ ଲାଗି ବାହାରକୁ ଯିବା ସମୟରେ ଜଣେ ଲୋକଙ୍କୁ ତାଙ୍କ ହ୍ବିଲ ଚେୟାରରେ ସବୁଜିନିଷ ଟାଙ୍ଗିଥିବା ଦେଖିଲି। ମୁଁ ତାଙ୍କୁ କିଛି ଟଙ୍କା ଦେବା ଲାଗି ସେଠାରେ ଅଟକିଲି। ସେ ତାହା ଗ୍ରହଣ କଲେ ଓ କହିଲେ- ମୁଁ ବାସ୍ତବରେ ଅଧିକ ଟଙ୍କା ଆବଶ୍ୟକ କରୁନି, ଯଦି ସମ୍ଭବ ହୁଏ ପ୍ରତିଦିନ ମୋତେ ତୁମେ ପାଣି ଦେଇ ପାରିବ କି? ଏହାପରେ ସେ ସବୁଦିନ ସକାଳେ ପାଣି ନେବାକୁ ଆସନ୍ତି ଏବଂ ଏହି କାର୍ଯ୍ୟଟି କରିବାକୁ ସେ ମୋତେ ସୁଯୋଗ ଦେଇଥିତ୍ବାରୁ ମୁଁ ତାଙ୍କ ପ୍ରତି କୃତଜ୍ଞ।
ଏହି ଲକ୍‌ଡାଉନ ସମୟରେ ଫିଡର (ପ୍ରାଣୀମାନଙ୍କୁ ଖାଇବାକୁ ଦେଉଥିବା ଲୋକ)ମାନେ ନିଜକୁ ବିପଦରେ ପକାଇ, ଭୋକିଲା ରହି ରାତିରେ ରାସ୍ତାରେ ବୁଲୁଥିବା ପ୍ରାଣୀମାନଙ୍କୁ ଖୁଆଇବାରେ ଲାଗିଥିଲେ। ଫିଡରମାନଙ୍କ ମଧ୍ୟରୁ ଅନେକ ସେମାନଙ୍କ ଚାକିରି ବି ହରାଇଛନ୍ତି। ଅନେକ ନିର୍ଯାତିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କୁ ବିଭିନ୍ନ ସାମାଜିକ ସଂଗଠନଗୁଡିକ ଦୁର୍ବ୍ୟବହାର କରୁଥିଲେ। ମୁଁ ଏହି ସାହସୀ ଫିଡରମାନଙ୍କୁ ଲକ୍ଷେ ଥର ନମସ୍କାର କରୁଛି। ସେମାନେ ହିଁ ଭାରତର ମେରୁଦଣ୍ଡ। ସେମାନଙ୍କ ଦୟା ଭାବ ଯୋଗୁ ଭାରତ ବିଶ୍ୱ ବିଦିତ। ଭାବୁଛନ୍ତି କି ଅନ୍ୟ କେଉଁ ଦେଶରେ ଏଭଳି ଘଟିଛି? ନା, କେବେ ନୁହେଁ। ଆମଠାରେ ଏଭଳି ମହତ ଗୁଣ ଥିବାରୁ ଆମେ ଗର୍ବ କରିବା ତଥା ଆନନ୍ଦିତ ହେବା ଉଚିତ। ଦୟା କ’ଣ? ଦୟା ବା କରୁଣା ହେଉଛି ଏକ ଅସାଧାରଣ ସାମର୍ଥ୍ୟ ବା କ୍ଷମତା ଯାହା ଅନ୍ୟର ଯନ୍ତ୍ରଣାକୁ ଜାଣିପାରେ ବା ଅନୁଭବ କରିପାରେ। ଦୟା କହିଲେ ଜଣଙ୍କ ଦୁଃଖ ଜାଣି ତାହାକୁ ଲାଘବ କରିବାକୁ ବୁଝାଏ। ପ୍ରାଣୀମାନଙ୍କ କ୍ଷେତ୍ରରେ ଏଭଳି ଦୁଃଖ ଓ ଯନ୍ତ୍ରଣା ବହୁତ ବେଶି ଏବଂ ଆମେ ଏହାକୁ ଜାଣିପାରୁନାହୁଁ। କାହିଁକିି ପ୍ରାଣୀମାନଙ୍କୁ ଅଣଦେଖା କରାଯାଉଛି। ଯେଉଁମାନେ ସେମାନଙ୍କୁ ଭଲ ପାଉନାହାନ୍ତି କିମ୍ବା ସେମାନଙ୍କଠାରୁ ପ୍ରାଣୀମାନେ ସମ୍ପୂର୍ଣ୍ଣ ଭିନ୍ନ ବୋଲି ଭାବୁଛନ୍ତି ସେମାନେ ଦୟା ପ୍ରଦର୍ଶନ କରିବା ଭାରି କଠିନ।
ଗଣିତ, ଇତିହାସ କିମ୍ବା ଫ୍ରେଞ୍ଚ ଶିକ୍ଷା କଲାଭଳି ଆମକୁ ଦୟା ବା କରୁଣା ଶିଖିବାକୁ ପଡିବ ଓ ତାହାକୁ ବିକଶିତ କରିବାକୁ ହେବ। ବୌଦ୍ଧ ସନ୍ନ୍ୟାସୀ ଏବଂ ଲେଖକ ମାଥ୍ୟୁ ରାଚାର୍ଡ କହନ୍ତି,ଆମ ମନ ବଗିଚା ସଦୃଶ। ମନକୁ ଚାଷ ନ କରି ଛାଡିଦେଲେ ତାହା ପାଗ ଓ ବାୟୁମଣ୍ଡଳରେ ଯାହା କିଛି ମଞ୍ଜି ଥିବ ତାହା ଦ୍ୱାରା ପ୍ରଭାବିତ ହେବ। କିଛି ବଢି ଓ ଆଉ କିଛି ନଷ୍ଟ ହୋଇଯିବ ଏବଂ ଶେଷରେ ଆମେ ହୁଏତ ଫଳାଫଳକୁ ପସନ୍ଦ କରି ନ ପାରୁ। କିନ୍ତୁ ଆମକୁ ଦୟାଳୁ ଦୃଷ୍ଟି,ଦୟାଳୁ ଭାବନା,ଦୟାଳୁ ଅନୁଭବ ଏବଂ ଦୟାଳୁ ବ୍ୟବହାର ଶିକ୍ଷା କରି ଲଗାତର ମନରେ ଦୟା ବିକଶିତ କରିବାକୁ ପଡିବ। ଅନ୍ୟର ଯନ୍ତ୍ରଣା ଜାଣିବା ଲାଗି ଆମ ମନ ଓ ହୃଦୟ ଖୋଲା ରଖିବା ଦରକାର ଏବଂ ଏହାଦ୍ୱାରା ହିଁ ଆମେ ସେହି ଯନ୍ତ୍ରଣାକୁ ଦୂର କରିପାରିବା। ଏହି ବାଟରେ ଆମେ ଯାହା ହେବାକୁ ଚାହୁଁଛେ ତାହା ହିଁ ହୋଇପାରିବା। ଅନ୍ୟ ଅର୍ଥରେ ଆମେ ଚାହୁଁଥିବା ବଗିଚା ରୂପୀ ମନଟିଏ ପାଇପାରିବା। ବହୁ ସମୟରେ ମନରେ ଦୁର୍ବଳତା ଯୋଗୁ ଦୟା ବା କରୁଣାରେ ଦ୍ୱନ୍ଦ୍ୱ ଉପୁଜେ। ଦୟା ବାସ୍ତବରେ ସାହସର ଚରମ ଅବସ୍ଥା। ଏହା ସେହି ସାହସ ଯାହା ଆମକୁ ଗଭୀର ଦୁଃଖ ଓ ଯନ୍ତ୍ରଣା ନିକଟରେ ପହଞ୍ଚିବାକୁ ଅନୁମତି ଦେଇଥାଏ। ଦୟାର ଅର୍ଥ ହେଉଛି କେବଳ ସବୁ ଜିନିଷକୁ ନିରୀକ୍ଷଣ କରିବା। ପ୍ରତ୍ୟେକ ଜିନିଷକୁ ଗଭୀର ଭାବେ ବାରମ୍ବାର ଦେଖିତ୍ବା ଦ୍ୱାରା ହିଁ ଜଣଙ୍କର ଦୟାଳୁ ଭାବନା ବୃଦ୍ଧି ପାଇଥାଏ। ଦୈନନ୍ଦିନ ଜୀବନରେ କିଛି ସରଳ ବାଟରେ ତୁମେ ମଧ୍ୟ ଦୟା ଭାବ ଅଭ୍ୟାସ କରିପାରିବ।
-ତୁମେ ଯଦି ଖରାଦିନେ ଅତ୍ୟଧିକ ଗରମ ଅନୁଭବ କରୁଥିବ ଓ ତୁମକୁ ଶୋଷ ଲାଗୁଥିବ ସେତେବେଳେ ତୁୂମେ ଜାଣିବାକୁ ଚେଷ୍ଟା କର ଯେ,ଅନ୍ୟମାନେ ବି ତୁମ ଭଳି ସହଜରେ ପାଣି ପାଇ ପାରୁନଥିବେ। ତେଣୁ ଏକ ସଫା ପାତ୍ରରେ କିଛି ପାଣି ନେଇ ତୁମେ ବାଲ୍‌କୋନି, ବଗିଚା କିମ୍ବା ଅଗଣାରେ ଚଢେଇଙ୍କ ପାଇଁ ଏବଂ ଗେଟ୍‌ ବାହାରେ ଗୋଟିଏ ପାତ୍ରରେ କୁକୁର ବିଲେଇଙ୍କ ପାଇଁ ରଖିଦିଅ।
-ସବୁବେଳେ ନିଜ ପାଖରେ କିମ୍ବା ଗାଡି ଭିତରେ କିଛି ବିସ୍କୁଟ ପ୍ୟାକେଟ ରଖ, ଯେପରି ରାସ୍ତାରେ କେହି ଭୋକିଲା କିମ୍ବା ଗୃହହୀନଙ୍କୁ ଦେଖିତ୍ଲେ ତୁମେ ସାଙ୍ଗେ ସାଙ୍ଗେ ଖାଇବାକୁ ଦେଇପାରିବ।
-ପଶୁମାନଙ୍କ ପ୍ରତି ହିଂସା ଆଚରଣ କରୁଥିବା କୌଣସି ଜିନିଷ ବ୍ୟବହାର କରନ୍ତୁ ନାହିଁ, ଯେପରିକି ପଶୁମାନଙ୍କଠାରୁ ଆସୁଥିବା ସାମ୍ପୋ,ଗାଈ ଚମଡ଼ାରୁ ତିଆରି ହେଉଥିବା ଜିନିଷ, ପଶୁମାନଙ୍କ ଲୋମରେ ତିଆରି ହେଉଥିବା ବ୍ରଶ୍‌,ପକ୍ଷୀଙ୍କ ପରରେ ତିଆରି ତକିଆ ଓ ଗଦି ତଥା ମାଛ, ମାଂସ ଓ ଅନ୍ୟ ଡାଏରୀ ଉତ୍ପାଦକୁ ବ୍ୟବହାର କରିବା ଉଚିତ ନୁହେଁ।
– ମାଙ୍କଡ ଓ ଅନ୍ୟ ଜୀବମାନେ ଫଳ ଖାଇ ବଞ୍ଚନ୍ତି। ଏଣୁ ବାଡିବଗିଚାରେ ସେମାନଙ୍କ ପାଇଁ କିଛି ଫଳ ଗଛ ଲଗାନ୍ତୁ।
-ରୋଷେଇ ଘରେ ଅସରପାକୁ ମାରିବା ପାଇଁ କୀଟନାଶକ ବ୍ୟବହାର କରିବା ବଦଳରେ ରୋଷେଇ ଘରକୁ ସଫା ରଖିବା ଉଚିତ। କାରଣ କୀଟନାଶକ ବ୍ୟବହାର କରିବା ଦ୍ୱାରା ବହୁ ପ୍ରକାର ଛୋଟ ଜୀବଙ୍କ ମୃତ୍ୟୁ ଘଟିଥାଏ।
-ବଳକା ଖାଦ୍ୟକୁ ଫିଙ୍ଗିଦେବା ବଦଳରେ ରାସ୍ତାକଡରେ ବୁଲୁଥିବା କୌଣସି ପ୍ରାଣୀଙ୍କୁ ଖାଇବାକୁ ଦିଅନ୍ତୁ
-ରାସ୍ତାରେ ବୁଲୁଥିବା କୌଣସି ଜୀବ ବା ପ୍ରାଣୀ ଆଶ୍ରୟସ୍ଥଳୀରେ ରହୁଥିବା କୌଣସି ଜୀବଙ୍କୁ ଆଣି ପୋଷା ଭାବେ ପାଳନ୍ତୁ।
-ଭାରବାହୀ ବଳଦ, ଘୋଡା ଗଧ, ଓଟ ଓ ହାତୀମାନଙ୍କ କଥା ଚିନ୍ତା କର। ସେମାନେ ଅତ୍ୟଧିତ୍କ ଭାର ବହି ଚାଲୁଥିବାବେଳେ ତାଙ୍କୁ ଖାଇବାକୁ ଓ ପିଇବାକୁ ଦିଅନ୍ତୁ।
– ପ୍ରାଣୀମାନଙ୍କ ପ୍ରତି ହେଉଥିତ୍ବା ନିର୍ଯାତନା ବା ହିଂସାକୁ ଦେଖି ପଛାଇ ଯାଅନାହିଁ। ଏହାକୁ ସାମ୍‌ନ କର ଓ ତୁରନ୍ତ ରୋକିବାକୁ ପଦକ୍ଷେପ ନିଅ। ପ୍ରାଣୀମାନଙ୍କ ପ୍ରତି ଘଟୁଥିବା ନିର୍ଯାତନାକୁ ରୋକିବାକୁ ପ୍ରୟାସ କରିବା ଉଚିତ। ମନେରଖ ଦେଶରେ କେହି ଜଣେ ହେଲେ ବି ହିଂସା ଆଚରଣକୁ ସମର୍ଥନ କରିବେ ନାହିଁ। ତେଣୁ ଦୁଃଖ ଓ ସମସ୍ୟା ଜର୍ଜରିତ ବିଶ୍ୱକୁ ସୁଧାରିବା ଲାଗି ଦୟାର ସୁଦୂରପ୍ରସାରୀ ଓ ଅଦ୍ଭୁତ ପ୍ରଭାବ ରହିଛି। ଶେଷରେ ଏତିକି କୁହାଯାଇପାରେ ଯେ ସମସ୍ତଙ୍କ ପ୍ରତି ଦୟାଳୁ ହୁଅ।
Email: gandhim@nic.in

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri