ଅବହେଳା ପାଇଁ ଗୋଷ୍ଠୀ ସଂକ୍ରମଣ ସ୍ଥିତି

ଭୁବନେଶ୍ୱର, ୪ା୭(ବ୍ୟୁରୋ): କରୋନା ମୁକାବିଲା ପାଇଁ ସବୁଠାରୁ ଅଧିକ କଟକଣା ଓ ନିର୍ଦ୍ଦେଶନାମା ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଜାରି କରୁଛି। ହେଲେ ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ସଂକ୍ରମଣ ଥମିବାରେ ନାଁ ଧରୁନି। ଆରମ୍ଭରୁ ଢିଲା ପଦକ୍ଷେପ ଓ ଅବହେଳା ଯୋଗୁ ଏବେ ସ୍ଥିତି ପୂରା ବିଗିଡିବାରେ ଲାଗିଛି। ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ହୁହୁ ହୋଇ ବଢ଼ିଚାଲିଥିବାବେଳେ ସହରର ବିଭିନ୍ନ ବସ୍ତି ଓ କଲୋନୀରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଥିବା ସ୍ଥିତି ଉପୁଜିଛି। ସହରର ହାଟ ଓ ବଜାରରେ ଗହଳିର ବାସ୍ତବତାକୁ ଦେଖିଲେ ବିଏମ୍‌ସିର ଅବହେଳା ସହଜରେ ବାରି ହୋଇଯାଉଛି। ସାମାଜିକ ଦୂରତ୍ୱ ଆଦୌ ନ ଥିବାବେଳେ ଜଗିବାକୁ ବା ସଚେତନ କରିବାକୁ ସତେଯେମିତି କାହାର ଚିନ୍ତା ନାହିଁ। ଯେଉଁଠି ସଂକ୍ରମଣ ନେଡିଗୁଡ଼ କହୁଣିକୁ ବୋହିଯାଉଛି ସେଇଠି ଅଧିକାରୀମାନେ ଅଣ୍ଟାଭିଡିବାବେଳକୁ ଲୋକଙ୍କ ଜୀବନ ବିପଦମୁହଁକୁ ଚାଲିଯାଉଛି। ଅନ୍ୟପକ୍ଷରେ ବିଏମ୍‌ସି ପକ୍ଷରୁ ସହରର ଜନସଂଖ୍ୟା ଅନୁଯାୟୀ ଆବଶ୍ୟକ ସଂଖ୍ୟକ ମାଗଣା କ୍ୱାରାଣ୍ଟାଇନ୍‌ ସେଣ୍ଟର ନାହିଁ। ହୋମ୍‌ କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥା କରି ଉଭୟ ଖର୍ଚ୍ଚ ଓ ଦାୟିତ୍ୱ ବୋଝ ଖସାଇ ଦେଇଛି ବିଏମ୍‌ସି। ହେଲେ ସନ୍ଦିଗ୍ଧମାନେ ହୋମ୍‌ କ୍ୱାରାଣ୍ଟାଇନ୍‌ ଗାଇଡ୍‌ଲାଇନ୍‌ ଠିକ୍‌ ଭାବେ ପାଳନ କରୁ ନ ଥିବାରୁ ପରିବାରରୁ ପଡୋଶୀ ଓ ଗୋଷ୍ଠୀ ସଂକ୍ରମଣ ହୋଇଯାଉଛି। ପ୍ରତିଦିନ ଏଭଳି ଘଟଣା ନଜରକୁ ଆସୁଥିଲେ ମଧ୍ୟ ସହରରେ ଏଯାଏ ଗୋଷ୍ଠୀ ସଂକ୍ରମଣ ହୋଇ ନ ଥିବା କହି ବିଏମ୍‌ସିର ଅଧିକାରୀମାନେ ଦୋଷ ଖସାଇବାରେ ଲାଗିଛନ୍ତି। ସ୍ଥିତି ସମ୍ପର୍କରେ ବିଏମ୍‌ସି କମିଶନର ପ୍ରେମଚାନ୍ଦ ଚୌଧାରୀଙ୍କୁ ପଚାରିବାରେ ସେ ଗୋଷ୍ଠୀ ସଂକ୍ରମଣ ରୋକିବା ନେଇ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ବୋଲି କହିଛନ୍ତି।
ଶୁକ୍ରବାର ବିଏମ୍‌ସି ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ଭୁବନେଶ୍ୱରରୁ ଆଉ ୨୪ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୦ଜଣ ହୋମ୍‌ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୪ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସବୁଠୁ ବଡ଼ କଥା ହେଲା, ହୋମ୍‌ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ଅଧିକାଂଶ ବ୍ୟକ୍ତି ପୁରୁଣା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ଏହି ପୁରୁଣା ଆକ୍ରାନ୍ତମାନେ ପଡୋଶୀ, ଘରର ସଦସ୍ୟ ଓ ସମ୍ପର୍କୀୟ ବୋଲି ଜଣାପଡିଛି। ଏମାନଙ୍କୁ ମିଶାଇଲେ ଭୁବନେଶ୍ୱରରେ ବର୍ତ୍ତମାନ ୩୬୯ଜଣ ସଂକ୍ରମଣର ଶିକାର ହୋଇଛନ୍ତି।
ବିଏମ୍‌ସିର ସୂଚନାନୁସାରେ, ହୋମ୍‌ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟଙ୍କ ମଧ୍ୟରେ ଏୟାରପୋର୍ଟ କଲୋନୀରୁ ଜଣେ ୨୮ ବର୍ଷୀୟ ଯୁବକ, କୋଳଥିଆର ପିପିଏଲ୍‌ କଲୋନୀରୁ ଜଣେ ୩୭ ବର୍ଷୀୟ ପୁରୁଷ, ସାଲିଆସାହି ଶ୍ରୀକ୍ରିଷ୍ଣା ନଗରରୁ ୨ ଜଣ (୩୮ ଓ ୪୦ ବର୍ଷୀୟ ପୁରୁଷ), ଅନ୍ୟ ଜିଲାରୁ ଆସି ସଙ୍ଗରୋଧରେ ଥିବା ୨ଜଣ (୪୨ ଓ ୧୮ ବର୍ଷୀୟ ପୁରୁଷ), ଶୈଳଶ୍ରୀ ବିହାର ଫେଜ୍‌-୭ରୁ ଜଣେ ୨୮ ବର୍ଷୀୟା ମହିଳା, ବରମୁଣ୍ଡା ହାଉସିଂବୋର୍ଡ କଲୋନୀରୁ ଜଣେ ୪୦ ବର୍ଷୀୟା ମହିଳା, ମଞ୍ଚେଶ୍ୱରରୁ ୯ଜଣ (ସମସ୍ତେ ପୁରୁଷ ଓ ଅଧିକାଂଶ ଯୁବକ), ନୟାପଲ୍ଲୀ ବାଲିତୋଟାସାହି ବସ୍ତିରୁ ଜଣେ ୨୬ ବର୍ଷୀୟ ଯୁବକଙ୍କ ସମେତ ୨ଜଣ ସରକାରୀ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ୪ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ୩ ଜଣ ଏକ ଘରୋଇ ହସ୍ପିଟାଲର କର୍ମଚାରୀ ହୋଇଥିବାବେଳେ ଜଣେ ଖଣ୍ଡଗିରି ଅଞ୍ଚଳର ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri