Posted inଫୁରସତ

ଖୁସି ଦିଏ ସମାଜ ସେବା

କେବେ ସେ ବିଭିନ୍ନ ସଙ୍ଗଠନ ସହ ମିଶି ନିଜେ ରକ୍ତଦାନ କରନ୍ତି ତ କେବେ ଅନ୍ୟଙ୍କୁ ବୁଝାଇ ରୋଗୀଙ୍କ ପାଇଁ କରନ୍ତି ରକ୍ତ ସଂଗ୍ରହ । ପୁଣି କେବେ ଏନ୍‌ଏସ୍‌ଏସ୍‌ରେ ଯୋଗ ଦେଇ ବୃକ୍ଷରୋପଣରେ ନିଅନ୍ତି ପ୍ରମୁଖ ଭୂମିକା। ବର୍ତ୍ତମାନ ବାତ୍ୟା, ଝଡ଼, ସୁନାମି ଆଦି ପ୍ରାକୃତିକ ବିପର୍ଯ୍ୟୟ ଦାଉରୁ ଓଡ଼ିଶା ଉପକୂଳକୁ ସୁରକ୍ଷା ପ୍ରଦାନ କରୁଥିବା ଦୁର୍ଲଭ ହେନ୍ତାଳ ଲୁଣା ଜଙ୍ଗଲ ସଂରକ୍ଷଣ ଲାଗି ସେ ଭିଡ଼ିଛନ୍ତି ଅଣ୍ଟା। ଆଉ ଆରମ୍ଭ କରିଛନ୍ତି ବୃକ୍ଷରୋପଣ ଅଭିଯାନ। ଏହି ଯୁବ ସମାଜସେବୀ ହେଉଛନ୍ତି ଗଞ୍ଜାମ ଜିଲା ସୋରଡ଼ା ବ୍ଲକ୍‌ ଅନ୍ତର୍ଗତ ପଦ୍ମପୁର ଗାଁର ଝୁନୁ ଏବଂ ଏନ୍‌. ଭାଲୁ ପାତ୍ରଙ୍କ ପୁଅ ଏନ୍‌. ନୀଳମାଧବ। ବର୍ତ୍ତମାନ ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ବୈଦ୍ୟୁତିକ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗରେ ସ୍ନାତକୋତ୍ତର ଛାତ୍ର। ସ୍କୁଲ୍‌ରେ ପଢିବା ବେଳୁ ହିଁ ସେ ଆଗ୍ରହର ସହ ବିଭିନ୍ନ ସମାଜ ବିକାଶମୂଳକ କାର୍ଯ୍ୟ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଏଣୁ ଏଥିପାଇଁ ଜାତୀୟ ସେବା ଯୋଜନା ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ରାଜ୍ୟ ଶ୍ରେଷ୍ଠ ଏନ୍‌ଏସ୍‌ଏସ୍‌ ଛାତ୍ର ସ୍ବେଚ୍ଛାସେବୀ ଭାବେ ତାଙ୍କୁ ମିଳିଛି ରାଜ୍ୟ ପୁରସ୍କାର। ଏହା ପୂର୍ବରୁ ସେ ଉଭୟ ହିଞ୍ଜିଳିକାଟୁ ସ୍ବୟଂଶାସିତ ମହାବିଦ୍ୟାଳୟରେ ୨୦୨୦-୨୧ ଶିକ୍ଷାବର୍ଷ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଶ୍ରେଷ୍ଠ ସ୍ବେଚ୍ଛାସେବୀ ପୁରସ୍କାର ପାଇଛନ୍ତି।
ସେ କୁହନ୍ତି, ‘ଗତ ଫାଇଲିନ ବାତ୍ୟାରେ ଯଦି କେଉଁ ଜିଲା ସର୍ବାଧିକ କ୍ଷତି ସହିଛି ତାହା ହେଉଛି ଆମ ଗଞ୍ଜାମ ଜିଲା। ତେବେ ଏହା ହେଉଛି କେବଳ ଏକ ସବୁଜ ବଳୟ ଭଳି ହେନ୍ତାଳ ବଣର ଅଭାବ ଯୋଗୁଁ । ତେଣୁ ବ୍ୟାପକ ବୃକ୍ଷରୋପଣ କରି ଏହି ଜଙ୍ଗଲର ପୁନରୁଦ୍ଧାର ମୋର ଲକ୍ଷ୍ୟ।’ ବୃକ୍ଷରୋପଣ ବ୍ୟତୀତ କରୋନା ସମୟରେ ସେ ଗାଁ ଗାଁ କୁ ଦୀର୍ଘ ୫୦ କିମି. ସାଇକେଲରେ ଯାଇ ଜନସାଧାରଣଙ୍କୁ ସଚେତନ କରାଇବା ସହିତ ମାସ୍କ, ଓଆର୍‌ଏସ୍‌, କିଛି ଔଷଧ ଏବଂ ସାନିଟାଇଜର ଇତ୍ୟାଦି ବଣ୍ଟନ କରିଥିଲେ। ଯେଉଁଥିପାଇଁ କଟକର ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ତାଙ୍କୁ କରୋନା ମହାଯୋଦ୍ଧା ସମ୍ମାନ ମିଳିଥିଲା। ନିକଟରେ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା ଦିଗରେ ଅନବରତ କାର୍ଯ୍ୟ କରୁଥିବା ଗଞ୍ଜାମ ଜିଲାର ସାତ୍ତ୍ୱିକ ସୋଲ ଫାଉଣ୍ଡେସନ ତରଫରୁ ଗୋପାଳପୁର ବେଳାଭୂମିକୁ ଜିରୋ ପ୍ଲାଷ୍ଟିକ ଓ ପଲିଥିନମୁକ୍ତ କରିବା ଅଭିଯାନରେ ସଂଯୋଜକ ଭାବେ ସାମିଲ ହୋଇଥିଲେ। ତାଙ୍କ ତତ୍ତ୍ୱାବଧାନରେ ବହୁ ପିଲା ଯୋଗଦେଇ ୫୦ କେଜି ପ୍ଲାଷ୍ଟିକ ଓ ପଲିଥିନ ସଂଗ୍ରହ କରିଥିତ୍ଲେ।
ଜଣେ ଯୁବ ସମାଜସେବୀ ସହିତ ସେ ଜଣେ ଭଲ ଲେଖକ, କବି, ବକ୍ତା, ଛାତ୍ର ନେତା ଏବଂ ଜଣେ ଲୋକ କଳାକାର ମଧ୍ୟ। ସେ ବିଭିନ୍ନ ଲୋକକଳା ମାଧ୍ୟରେ ଏଡ୍‌ସ, ଅଙ୍ଗଦାନ, ଭୋଟର ସଚେତନତା, ନିଶା ନିବାରଣ, ସଡ଼କ ସୁରକ୍ଷା, ଓଡିଆ ଭାଷା ବଞ୍ଚାଅ ଭଳି ବିଭିନ୍ନ ଦିଗରେ ଜନସଚେତନତା ସୃଷ୍ଟି କରିବାର ପ୍ରୟାସ ଜାରି ରଖିଛନ୍ତି। ଏହା ସହ ପ୍ରଧାନମନ୍ତ୍ରୀ ଉଜାଲା ଯୋଜନା ଭଳି ଉଭୟ ରାଜ୍ୟ ଓ ଭାରତ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା ଚଳାଇଛନ୍ତି। ସମୟ ପାଇଲେ ସେ ଗରୀବ ଓ ଅଶିଖିତ ପିଲାଙ୍କୁ ମାଗଣାରେ ପାଠ ମଧ୍ୟ ପଢାନ୍ତି। ଭବିଷ୍ୟତରେ ପ୍ରଶାସନିକ ସେବା କିମ୍ବା ରାଜନୀତିରେ ଯୋଗଦେଇ ସମାଜସେବା କରିବା ନିଜର ଲକ୍ଷ୍ୟ ବୋଲି ପ୍ରକାଶ କରନ୍ତି ଏନ୍‌. ନୀଳମାଧବ।
– ତନୁଶ୍ରୀ ନାହାକ


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri