Posted inଫୁରସତ

ଖୁସି ଦିଏ ସମାଜ ସେବା

କେବେ ସେ ବିଭିନ୍ନ ସଙ୍ଗଠନ ସହ ମିଶି ନିଜେ ରକ୍ତଦାନ କରନ୍ତି ତ କେବେ ଅନ୍ୟଙ୍କୁ ବୁଝାଇ ରୋଗୀଙ୍କ ପାଇଁ କରନ୍ତି ରକ୍ତ ସଂଗ୍ରହ । ପୁଣି କେବେ ଏନ୍‌ଏସ୍‌ଏସ୍‌ରେ ଯୋଗ ଦେଇ ବୃକ୍ଷରୋପଣରେ ନିଅନ୍ତି ପ୍ରମୁଖ ଭୂମିକା। ବର୍ତ୍ତମାନ ବାତ୍ୟା, ଝଡ଼, ସୁନାମି ଆଦି ପ୍ରାକୃତିକ ବିପର୍ଯ୍ୟୟ ଦାଉରୁ ଓଡ଼ିଶା ଉପକୂଳକୁ ସୁରକ୍ଷା ପ୍ରଦାନ କରୁଥିବା ଦୁର୍ଲଭ ହେନ୍ତାଳ ଲୁଣା ଜଙ୍ଗଲ ସଂରକ୍ଷଣ ଲାଗି ସେ ଭିଡ଼ିଛନ୍ତି ଅଣ୍ଟା। ଆଉ ଆରମ୍ଭ କରିଛନ୍ତି ବୃକ୍ଷରୋପଣ ଅଭିଯାନ। ଏହି ଯୁବ ସମାଜସେବୀ ହେଉଛନ୍ତି ଗଞ୍ଜାମ ଜିଲା ସୋରଡ଼ା ବ୍ଲକ୍‌ ଅନ୍ତର୍ଗତ ପଦ୍ମପୁର ଗାଁର ଝୁନୁ ଏବଂ ଏନ୍‌. ଭାଲୁ ପାତ୍ରଙ୍କ ପୁଅ ଏନ୍‌. ନୀଳମାଧବ। ବର୍ତ୍ତମାନ ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ବୈଦ୍ୟୁତିକ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗରେ ସ୍ନାତକୋତ୍ତର ଛାତ୍ର। ସ୍କୁଲ୍‌ରେ ପଢିବା ବେଳୁ ହିଁ ସେ ଆଗ୍ରହର ସହ ବିଭିନ୍ନ ସମାଜ ବିକାଶମୂଳକ କାର୍ଯ୍ୟ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଏଣୁ ଏଥିପାଇଁ ଜାତୀୟ ସେବା ଯୋଜନା ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ରାଜ୍ୟ ଶ୍ରେଷ୍ଠ ଏନ୍‌ଏସ୍‌ଏସ୍‌ ଛାତ୍ର ସ୍ବେଚ୍ଛାସେବୀ ଭାବେ ତାଙ୍କୁ ମିଳିଛି ରାଜ୍ୟ ପୁରସ୍କାର। ଏହା ପୂର୍ବରୁ ସେ ଉଭୟ ହିଞ୍ଜିଳିକାଟୁ ସ୍ବୟଂଶାସିତ ମହାବିଦ୍ୟାଳୟରେ ୨୦୨୦-୨୧ ଶିକ୍ଷାବର୍ଷ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଶ୍ରେଷ୍ଠ ସ୍ବେଚ୍ଛାସେବୀ ପୁରସ୍କାର ପାଇଛନ୍ତି।
ସେ କୁହନ୍ତି, ‘ଗତ ଫାଇଲିନ ବାତ୍ୟାରେ ଯଦି କେଉଁ ଜିଲା ସର୍ବାଧିକ କ୍ଷତି ସହିଛି ତାହା ହେଉଛି ଆମ ଗଞ୍ଜାମ ଜିଲା। ତେବେ ଏହା ହେଉଛି କେବଳ ଏକ ସବୁଜ ବଳୟ ଭଳି ହେନ୍ତାଳ ବଣର ଅଭାବ ଯୋଗୁଁ । ତେଣୁ ବ୍ୟାପକ ବୃକ୍ଷରୋପଣ କରି ଏହି ଜଙ୍ଗଲର ପୁନରୁଦ୍ଧାର ମୋର ଲକ୍ଷ୍ୟ।’ ବୃକ୍ଷରୋପଣ ବ୍ୟତୀତ କରୋନା ସମୟରେ ସେ ଗାଁ ଗାଁ କୁ ଦୀର୍ଘ ୫୦ କିମି. ସାଇକେଲରେ ଯାଇ ଜନସାଧାରଣଙ୍କୁ ସଚେତନ କରାଇବା ସହିତ ମାସ୍କ, ଓଆର୍‌ଏସ୍‌, କିଛି ଔଷଧ ଏବଂ ସାନିଟାଇଜର ଇତ୍ୟାଦି ବଣ୍ଟନ କରିଥିଲେ। ଯେଉଁଥିପାଇଁ କଟକର ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ତାଙ୍କୁ କରୋନା ମହାଯୋଦ୍ଧା ସମ୍ମାନ ମିଳିଥିଲା। ନିକଟରେ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା ଦିଗରେ ଅନବରତ କାର୍ଯ୍ୟ କରୁଥିବା ଗଞ୍ଜାମ ଜିଲାର ସାତ୍ତ୍ୱିକ ସୋଲ ଫାଉଣ୍ଡେସନ ତରଫରୁ ଗୋପାଳପୁର ବେଳାଭୂମିକୁ ଜିରୋ ପ୍ଲାଷ୍ଟିକ ଓ ପଲିଥିନମୁକ୍ତ କରିବା ଅଭିଯାନରେ ସଂଯୋଜକ ଭାବେ ସାମିଲ ହୋଇଥିଲେ। ତାଙ୍କ ତତ୍ତ୍ୱାବଧାନରେ ବହୁ ପିଲା ଯୋଗଦେଇ ୫୦ କେଜି ପ୍ଲାଷ୍ଟିକ ଓ ପଲିଥିନ ସଂଗ୍ରହ କରିଥିତ୍ଲେ।
ଜଣେ ଯୁବ ସମାଜସେବୀ ସହିତ ସେ ଜଣେ ଭଲ ଲେଖକ, କବି, ବକ୍ତା, ଛାତ୍ର ନେତା ଏବଂ ଜଣେ ଲୋକ କଳାକାର ମଧ୍ୟ। ସେ ବିଭିନ୍ନ ଲୋକକଳା ମାଧ୍ୟରେ ଏଡ୍‌ସ, ଅଙ୍ଗଦାନ, ଭୋଟର ସଚେତନତା, ନିଶା ନିବାରଣ, ସଡ଼କ ସୁରକ୍ଷା, ଓଡିଆ ଭାଷା ବଞ୍ଚାଅ ଭଳି ବିଭିନ୍ନ ଦିଗରେ ଜନସଚେତନତା ସୃଷ୍ଟି କରିବାର ପ୍ରୟାସ ଜାରି ରଖିଛନ୍ତି। ଏହା ସହ ପ୍ରଧାନମନ୍ତ୍ରୀ ଉଜାଲା ଯୋଜନା ଭଳି ଉଭୟ ରାଜ୍ୟ ଓ ଭାରତ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା ଚଳାଇଛନ୍ତି। ସମୟ ପାଇଲେ ସେ ଗରୀବ ଓ ଅଶିଖିତ ପିଲାଙ୍କୁ ମାଗଣାରେ ପାଠ ମଧ୍ୟ ପଢାନ୍ତି। ଭବିଷ୍ୟତରେ ପ୍ରଶାସନିକ ସେବା କିମ୍ବା ରାଜନୀତିରେ ଯୋଗଦେଇ ସମାଜସେବା କରିବା ନିଜର ଲକ୍ଷ୍ୟ ବୋଲି ପ୍ରକାଶ କରନ୍ତି ଏନ୍‌. ନୀଳମାଧବ।
– ତନୁଶ୍ରୀ ନାହାକ


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମ ରିଲ କରିବାକୁ ଆପଣଙ୍କ ଫୋନରେ କେତେ ମେଗାପିକ୍ସେଲ କ୍ୟାମେରା ହେବା ଜରୁରୀ ଜାଣନ୍ତୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ରିଲ ତିଆରି କରି ସମସ୍ତେ ଫେମଶ ହେବାକୁ ଚାହାଁନ୍ତି। ଏଥିପାଇଁ ଅନେକ ଲୋକ ବହୁତ କଠିନ ପରିଶ୍ରମ...

ପ୍ରଥମ ରୋଜଗାର ଟଙ୍କାର ସ୍ପର୍ଶ ଓ ଆପଣାପଣ ମୋ ପାଇଁ ଅଭୁଲା: ଗାଳ୍ପିକା ହେମାଙ୍ଗିନୀ ଦାଶ

ସେତେବେଳେ ବାପା ଥିଲେ ଆମ ପରିବାରର ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି। ଜମିବାଡ଼ି ଅଧିକ ଥିଲା ବୋଲି ମୋ ସାନ ଜେଜେମା’ ତାଙ୍କୁ ଶିକ୍ଷକତା କରିବାକୁ ଦେଇ...

ପୋଲିସ କୁକୁରଙ୍କୁ ଏଭଳି ଦିଆଯାଏ କଡ଼ା ଟ୍ରେନିଂ,Video ଦେଖିଲେ ହେବେ ଚକିତ…

ପୋଲିସ ଏବଂ ଯବାନମାନଙ୍କ ଟ୍ରେନିଂ ବହୁତ କଷ୍ଟକର। ଫିଲ୍ମରେ ସାଧାରଣତଃ ଏହି ଟ୍ରେନିଂର କିଛି ଦୃଶ୍ୟ ଦେଖାଯାଇଥାଏ, ଯେଉଁଥିରେ ଦଉଡ଼ି ଲଗାଇ ଝୁଲିବାଠାରୁ ବନ୍ଧୁକ ଚଳାଇବାର...

ଆଜି ବିଶ୍ୱ ହସ ଦିବସ

ଶିଶୁଟିର କଅଁଳ ମୁହଁର ହସ କେବଳ ମା’ବାପାଙ୍କୁ ନୁହେଁ, ସମସ୍ତଙ୍କୁ ଖୁସି ଦିଏ। ହେଲେ ସେହି ଶିଶୁ ବଡ଼ ହେଲେ ତା’ ମୁହଁରୁ ହସ ଉଭେଇ...

ଶ୍ରେଣୀଗୃହ ପାଲଟିଲା ସୁଇମିଂପୁଲ୍‌

କନୌଜ: ଭାରତର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଏଥିମଧ୍ୟରେ ପାଣିପାଗ ବିଭାଗ ତରଫରୁ କେତେକ...

ଏହି ମସିହାରେ ପୃଥିବୀରୁ ଅଦୃଶ୍ୟ ହୋଇଯିବେ ମନୁଷ୍ୟ: ବାବା ଭେଙ୍ଗାଙ୍କ ଲୋମଟାଙ୍କୁରା ଭବିଷ୍ୟବାଣୀ

ନୂଆଦିଲ୍ଲୀ,୩।୫: ବୁଲଗେରିଆରେ ରହୁଥିବା ବିଶ୍ୱର ପ୍ରସିଦ୍ଧ ଭବିଷ୍ୟବକ୍ତାମାନଙ୍କ ମଧ୍ୟରୁ ବାବା ଭେଙ୍ଗା ଅନ୍ୟତମ। ସେ ୧୯୧୧ରେ ଜନ୍ମଗ୍ରହଣ କରିଥିଲେ। ବାବା ଭେଙ୍ଗା ମାତ୍ର ୧୨ ବର୍ଷ...

ବିଶ୍ୱର ସବୁଠୁ ଉତ୍ତପ୍ତ ସ୍ଥାନ: ତାପମାତ୍ରା ଜାଣିଲେ ଉଡିଯିବ ହୋଶ୍‌

ଭାରତର ସବୁଠାରୁ ଗରମ ମାସ ହେଉଛି ମେ’ ଏବଂ ଜୁନ। ଦେଶର ଅନେକ ସ୍ଥାନରେ ପ୍ରବଳ ଗରମ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। କିନ୍ତୁ ବିଶ୍ୱରେ...

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ ପ୍ରତିବର୍ଷ ମେ’ ୩ରେ ସମଗ୍ର ବିଶ୍ୱରେ ପାଳନ କରାଯାଏ।  ଏହି ଦିନଟି ଭାରତ ତଥା ସମଗ୍ର ବିଶ୍ୱରେ ଗଣମାଧ୍ୟମର ଅବଦାନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri