ସାମ୍ୟବାଦ ଓ ଭଗବତୀ ଚରଣ

ଓଡ଼ିଶା ସାମ୍ୟବାଦୀ ଆନ୍ଦୋଳନର ଅନ୍ୟତମ ଜନକ ତଥା ବିପ୍ଳବୀ ଜନନାୟକ ଭଗବତୀ ଚରଣ ପାଣିଗ୍ରାହୀ ୧୯୦୮ ଫେବୃଆରୀ ୧ରେ ଅବିଭକ୍ତ ପୁରୀ ଜିଲା ବାଲିପାଟଣା ଥାନା ଅନ୍ତର୍ଗତ ବିଶ୍ୱନାଥପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ଭଗବତୀଙ୍କ ପିତାଙ୍କ ନାମ ସ୍ବପ୍ନେଶ୍ୱର ପାଣିଗ୍ରାହୀ। ବଡ଼ଭାଇ ଦିବ୍ୟସିଂହ ପାଣିଗ୍ରାହୀ ଓକିଲ ଏବଂ କାଳିନ୍ଦୀ ଚରଣ ପାଣିଗ୍ରାହୀ ସ୍ବନାମଧନ୍ୟ କବି, ଲେଖକ ଥିଲେ। ସେମାନଙ୍କର ଅନୁପ୍ରେରଣା ଭଗବତୀଙ୍କୁ ବାଲ୍ୟକାଳରୁ ସମାଜ ସଂସ୍କାରକ ଭାବେ ବାଟ କଢ଼ାଇ ନେଇଥିଲା। ପୁରୀ ଜିଲା ସ୍କୁଲ ଓ ସତ୍ୟବାଦୀ ବନ ବିଦ୍ୟାଳୟରୁ ଶିକ୍ଷା ସମାପ୍ତ ପରେ ସେ ପାଟ୍‌ନା ବିଶ୍ୱବିଦ୍ୟାଳୟରେ ପଢିଥିଲେ। ସେଠାରୁ ଏମ୍‌.ଏ. ପାଶ୍‌ କରି ଓଡ଼ିଶାକୁ ଫେରିଆସି କଟକର ରେଭେନ୍ସା କଲେଜରେ ଆଇନ ଶାସ୍ତ୍ର ଅଧ୍ୟୟନ କରିଥିଲେ। ସତ୍ୟବାଦୀ ବନ ବିଦ୍ୟାଳୟ, ପୁରୀ ଜିଲା ସ୍କୁଲ, ପାଟ୍‌ନା ବିଶ୍ୱବିଦ୍ୟାଳୟ ଏସବୁ ସ୍ଥାନରେ ଭଗବତୀ ଦେଖିଥିଲେ ବିପ୍ଳବର ବହ୍ନି। ପାଟ୍‌ନାରେ ପାଠ ପଢ଼ା ସମୟରେ ଅଧ୍ୟାପକ ଜ୍ଞାନଚାନ୍ଦଙ୍କ ଦ୍ୱାରା ପ୍ରଭାବିତ ହୋଇ ଭଗବତୀ ସାମ୍ୟବାଦୀ ବିଚାରକୁ ଗ୍ରହଣ କରିଥିଲେ।
ସାମାଜିକ ଓ ରାଜନୈତିକ ଜୀବନରେ ସେ ମାନବ ମୁକ୍ତିର ମହାନ୍‌ ଦର୍ଶନକୁ ଉପଲବ୍ଧି କରି ଅନ୍ୟମାନଙ୍କୁ ଅନୁପ୍ରେରିତ କରିଥିଲେ। ଗାନ୍ଧୀ, ଗୋପବନ୍ଧୁ, ନେହେରୁ, ଭଗତ୍‌ ସିଂ ପ୍ରମୁଖ ସ୍ବାଧୀନତା ସଂଗ୍ରାମୀଙ୍କ ଗଭୀର ପ୍ରଭାବ ଭଗବତୀଙ୍କ ଉପରେ ପଡ଼ିଥିଲା। କାର୍ଲମାର୍କ୍ସ, ଲେନିନ୍‌ଙ୍କ ସାମାଜିକ ଚିନ୍ତାଧାରା ପ୍ରତି ସେ ଆକୃଷ୍ଟ ହୋଇଥିଲେ। ଏକ ଶ୍ରେଣୀହୀନ, ଶୋଷଣମୁକ୍ତ ଓ ସମତୁଲ ସମାଜ ଗଠନର ଆଭିମୁଖ୍ୟ ନେଇ ଗଢ଼ି ଉଠିଥିଲା ସାମ୍ୟବାଦ ବିଚାରଧାରା। ସେଥିପାଇଁ ଭଗବତୀ ସାମ୍ୟବାଦର ଆଦର୍ଶକୁ ବାଛି ନେଇଥିଲେ। ୧୯୩୫ରେ କଲିକତାରେ ଅବସ୍ଥାନ ସମୟରେ ସେ କମ୍ୟୁନିଷ୍ଟ ପାର୍ଟିର ସଭ୍ୟ ହୋଇଥିଲେ। ୧୯୩୬ରେ ସେ ପ୍ରାଣନାଥ ଓ ଗୁରୁଚରଣଙ୍କୁ ନେଇ ଓଡ଼ିଶାରେ ଏକ କମ୍ୟୁନିଷ୍ଟ ସେଲ୍‌ ଗଠନ କରିଥିଲେ। ନବଗଠିତ କମ୍ୟୁନିଷ୍ଟ ଦଳର ପ୍ରଥମ ସମ୍ପାଦକ ଥିଲେ ଭଗବତୀ ଚରଣ। ସାମ୍ୟବାଦ ଚିନ୍ତାଧାରାର ସମାଜ ଗଠନ ତାଙ୍କର ଲକ୍ଷ୍ୟ ଥିଲା। ସେ ବ୍ୟକ୍ତିଗତ ଜୀବନରେ ଲେନିନ୍‌ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ। ଲେନିନ୍‌ଙ୍କୁ ଏକ ପ୍ରତୀକ ଭାବରେ ଗ୍ରହଣ କରିଥିଲେ। ସେଥିପାଇଁ ଭଗବତୀ ଚରଣଙ୍କୁ ଓଡ଼ିଶାର ଲେନିନ୍‌ ବୋଲି କୁହାଯାଏ।
ଓଡ଼ିଶା କମ୍ୟୁନିଷ୍ଟ ଦଳର ପ୍ରଥମ ସମ୍ପାଦକ ଭାବେ ତାଙ୍କର ବୈପ୍ଳବିକ ନେତୃତ୍ୱ ଥିଲା ଉଚ୍ଚକୋଟୀର। ସେ ସର୍ବଦା ଦଳିତ, ପତିତ, ଦୁଃଖୀ ଦରିଦ୍ର ଜନତା ଓ ଶ୍ରମିକମାନଙ୍କର ସେବା କାର୍ଯ୍ୟ କରୁଥିଲେ। ଓଡ଼ିଆ ସାହିତ୍ୟରେ ସାମ୍ୟବାଦୀ ଚେତନାର ଆଦ୍ୟ ବାର୍ତ୍ତାବହ ଥିଲେ ଭଗବତୀ ଚରଣ। ସାମ୍ୟବାଦ ଆଦର୍ଶକୁ ବାସ୍ତବ ରୂପ ଦେବାରେ ସେ ଥିଲେ ପ୍ରଥମ ଓଡ଼ିଆ। ସାହିତ୍ୟ କ୍ଷେତ୍ରରେ ନୂତନ ଭାବଧାରା ସୃଷ୍ଟି ପାଇଁ ବନ୍ଧୁମାନଙ୍କ ସହ ମିଶି ଗଠନ କରିଥିଲେ ‘ନବଯୁଗ ସାହିତ୍ୟ ସଂସଦ’। ଏହି ଅନୁଷ୍ଠାନର ମୁଖପତ୍ର ରୂପେ ‘ଆଧୁନିକ’ ନାମକ ଏକ ମାସିକ ପତ୍ରିକା ପ୍ରକାଶ କରି ଓଡ଼ିଶାରେ ସାମ୍ୟବାଦୀ ଚିନ୍ତାଧାରାର ଏକ ନବୀନ ଲେଖକ ଗୋଷ୍ଠୀ ସେ ସୃଷ୍ଟି କରିଥିଲେ।
ଆଧୁନିକ ପତ୍ରିକାରେ ଭଗବତୀ ଚରଣଙ୍କ କାଳଜୟୀ ସୃଷ୍ଟି ‘ଶିକାର’ ଗଳ୍ପ ସାହିତ୍ୟ ଜଗତରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲା। ସାହିତ୍ୟକୁ ସେ ସମାଜ ପରିବର୍ତ୍ତନରେ ବ୍ୟବହାର କରୁଥିଲେ। ଏକାଧାରରେ ସେ ଥିଲେ କବି, ଗାଳ୍ପିକ, ପ୍ରାବନ୍ଧିକ ଓ ଅନୁବାଦକ। ଅଗଣିତ ଓଡ଼ିଆଙ୍କ ମଧ୍ୟରେ ସାମ୍ୟବାଦ ଚିନ୍ତାଧାରା ସୃଷ୍ଟି ପାଇଁ ସେ ଚେଷ୍ଟିତ ଥିଲେ। ତାଙ୍କର ଯେଉଁ କେତୋଟି ଗଳ୍ପ କୋଟି ଓଡ଼ିଆର ହୃଦୟକୁ ଛୁଇଁ ପାରିଛି, ତାହା ହେଉଛି ଶିକାର, ହାତୁଡ଼ି, ଦାଆ, ମିଶ୍ରଙ୍କ କୋପ, ସମୟାତୀତ, ଝଡ଼ ଆଦି ଅଭୁଲା ଗଳ୍ପ। ଦ୍ୱିଧା ଓ ଲେଲିନ୍‌ ଥିଲା ତାଙ୍କର ଦୁଇଟି କବିତା । ସେ ଓଡ଼ିଆ ସାହିତ୍ୟକୁ ଅନେକ କାଳଜୟୀ ସୃଷ୍ଟି ଅର୍ପଣ କରିଛନ୍ତି।
ଓଡ଼ିଶାର ଚାଷୀ ମୂଲିଆ, ଖଟିଖିଆ ମଣିଷଙ୍କର ସ୍ବାର୍ଥ ପାଇଁ ଆଜୀବନ ଲଢ଼ିଥିଲେ ଭଗବତୀ ଚରଣ। ସେ ଥିଲେ ଓଡ଼ିଶା କୃଷକ ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର। ସେତେବେଳେ ଜମିଦାର ଓ ସାହୁକାରମାନେ ଚାଷୀ ମୂଲିଆଙ୍କୁ ଶୋଷଣ କରୁଥିବାରୁ ସେମାନଙ୍କର ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା। କୃଷକଙ୍କ ପାଇଁ ତାଙ୍କ ପ୍ରାଣ ଆନ୍ଦୋଳିତ ହୋଇଥିଲା। ନବକୃଷ୍ଣ ଚୌଧୁରୀଙ୍କ ସହ ମିଶି ସେ ଗଠନ କରିଥିଲେ କୃଷକ ସଙ୍ଗଠନ। କୃଷକମାନଙ୍କୁ ନିଜର ଅଧିକାର ସମ୍ପର୍କରେ ସଚେତନ କରିବା ପାଇଁ ତାଙ୍କ ସମ୍ପାଦନାରେ ପ୍ରକାଶ ପାଇଥିଲା ‘କୃଷକ’ ନାମରେ ଏକ ପତ୍ରିକା । ସେଥିରେ ସେ କୃଷକଙ୍କ ସମସ୍ୟାମାନ ଉତ୍‌ଥାପନ କରୁଥିଲେ। ସ୍ବାଧୀନତା ସଂଗ୍ରାମରେ ଗଡ଼ଜାତ ପ୍ରଜା ଆନ୍ଦୋଳନ, ଚାଷୀ ମୂଲିଆ ଆନ୍ଦୋଳନ ଓ ଦୁର୍ଭିକ୍ଷ ପ୍ରପୀଡ଼ିତ ଅଞ୍ଚଳର ଜନସେବାରେ ସେ ଅଧିକାଂଶ ସମୟ ବିତାଉଥିଲେ। ଢେଙ୍କାନାଳ ଗଡ଼ଜାତ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ଭଗବତୀ ଚରଣ। ଏହି ଗଡ଼ଜାତ ଆନ୍ଦୋଳନ ସାରା ଓଡ଼ିଶାକୁ ବ୍ୟାପୀ ଯାଇଥିଲା। ଗଡ଼ଜାତ ଆନ୍ଦୋଳନର କାର୍ଯ୍ୟଧାରା ବ୍ରିଟିଶ୍‌ଙ୍କୁ ଭୟଭୀତ କରାଇଥିଲା। ମାନବ ସେବାକୁ ଜୀବନର ବ୍ରତଭାବେ ଗ୍ରହଣ କରିଥିଲେ ଭଗବତୀ ଚରଣ ।
ସେ ନିଜକୁ ଦେଶ ଓ ଜାତିର ସେବାପାଇଁ ସମର୍ପଣ କରିଦେଇଥିଲେ। ଦୁର୍ଭିକ୍ଷ ପ୍ରପୀଡ଼ିତ ଜନତାଙ୍କ ସେବା କରୁଥିବା ସମୟରେ ନିଜେ ରୋଗରେ ପୀଡ଼ିତ ହେଲେ। ୧୯୪୩ ଅକ୍ଟୋବର ୨୩ ରେ ଭଗବତୀଙ୍କ ଜୀବନ ଦୀପ ଲିଭିଗଲା। ୩୫ ବର୍ଷର ସ୍ବଳ୍ପ ଜୀବନକାଳ ମଧ୍ୟରେ ଭଗବତୀ ଚରଣଙ୍କ କୃତିତ୍ୱ ଇତିହାସରେ ଏକ ସ୍ବତନ୍ତ୍ର ଅଧ୍ୟାୟ ସୃଷ୍ଟି କରିଛି। ଓଡ଼ିଶାରେ ସାମ୍ୟବାଦୀ ଆନ୍ଦୋଳନର ପ୍ରତିଷ୍ଠାତା ଭାବେ ତାଙ୍କର ଭୂମିକା ଥିଲା ଅନନ୍ୟ । ଓଡ଼ିଆ ଜାତି ଓ ଦରିଦ୍ର ଜନସାଧାରଣଙ୍କ ପାଇଁ ତାଙ୍କର ତ୍ୟାଗ ଓ ନିଷ୍କପଟ ସେବା ତାଙ୍କୁ ଚିରଦିନ ପାଇଁ ଅମର କରି ରଖିବ।

ଚିତ୍ତରଞ୍ଜନ ପୃଷ୍ଟି
ନିମାପଡ଼ା, ପୁରୀ
ମୋ: ୯୭୭୮୧୭୭୫୦୧

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?