ଗ୍ଲାସଗୋ,୧ା୮: ଭାରତୀୟ ପାରା ଆଥଲେଟ୍ମାନେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୮ ଜଣିଆ ଭାରତୀୟ ପାରା ସ୍ପୋଟର୍ସ ଦଳ ୭ ପଦକ ଜିତିଛି, ଯେଉଁଥିରେ ୩ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୨ ବ୍ରୋଞ୍ଜ ରହିଛି। ଏହା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାରା ସ୍ପୋଟର୍ସ ଇତିହାସରେ ଭାରତ ପାଇଁ ସର୍ବାଧିକ। ରବିବାର ପ୍ରତିଯୋଗିତାର ଶେଷ ଦିନ ଥିଲେ ମଧ୍ୟ ପାରା ସ୍ପୋଟର୍ସରେ କୌଣସି ଭାରତୀୟ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ।
୨୦୦୨ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପାରା-ସ୍ପୋଟର୍ସକୁ ସାମିଲ କରାଯାଇଥିଲା। ମାଞ୍ଚେଷ୍ଟରରେ ଅନୁଷ୍ଠିତ ସେହି ସଂସ୍କରଣରେ ଭାରତ ୭ ପଦକ ଜିତିଥିଲା, ଯେଉଁଥିରେ ୧ ସ୍ବର୍ଣ୍ଣ ଓ ୨ ରୌପ୍ୟ ଓ ୪ ବ୍ରୋଞ୍ଜ ପଦକ ରହିଥିଲା। ଗ୍ଲାସଗୋ ପୂର୍ବରୁ ୨୦୨୨ ବର୍ମିଂହାମ ସଂସ୍କରଣରେ ଭାବିନା ପଟେଲ ଓ ସୋନଲବେନ ପଟେଲ ଗୋଟିଏ ଲେଖାଏ ସ୍ବର୍ଣ୍ଣ ଓ ବ୍ରୋଞ୍ଜ ଜିତିଥିଲେ।

