୧୫ ବର୍ଷରେ କମିଶନରେଟ ପୋଲିସ

ଭୁବନେଶ୍ୱର,୬।୧(ବ୍ୟୁରୋ): ଟ୍ବିନ୍‌ ସିଟିରେ ପୋଲିସ କମିଶନରେଟ ବ୍ୟବସ୍ଥାକୁ ୧୪ବର୍ଷ ପୂରି ୧୫ବର୍ଷ ଚାଲିଛି। ଏହି ଅବସରରେ ପୋଲିସ ସେବା ଭବନରେ ବୁଧବାର କମିଶନରେଟ ପୋଲିସର ୧୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଭର୍ଚୁଆଲ୍‌ ମୋଡରେ ଯୋଗଦେଇ ସଂଗଠିତ ଅପରାଧ, ବ୍ରାଉନ୍‌ସୁଗାର ଜବତ ଓ ଅସ୍ତ୍ରଶସ୍ତ୍ର ଜବତ କରିବାରେ ନିକଟ ଅତୀତରେ କମିଶନରେଟ୍‌ ପୋଲିସ ଅନେକ ସଫଳତା ପାଇଛି। ଟ୍ବିନ୍‌ ସିଟିରେ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥିସହ ସାଇବର କ୍ରାଇମ୍‌ ମଧ୍ୟ ଏକ ଚ୍ୟାଲେଞ୍ଜିଂ ପାଲଟିଛି। ଏହିସବୁ ଦିଗରେ କମିଶନରେଟ୍‌ ପୋଲିସ ସଫଳତାର ସହ କାର୍ଯ୍ୟ କରିଥିବାରୁ ବଂଶଲ ପ୍ରଶଂସା କରିଛନ୍ତି।
ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଥିଲେ, ଟ୍ବିନ୍‌ ସିଟିର ପୋଲିସ ଅଧିକାରୀଙ୍କ ସାମୂହିକ ବିକାଶ ପାଇଁ ନିକଟ ଅତୀତରେ ୪ଟି ଲେକ୍ଚର ସିରିଜ୍‌ କରାଯାଇଛି। ଟ୍ବିନ୍‌ ସିଟିରେ ଏବେ ଜନସଂଖ୍ୟା ୨୫ଲକ୍ଷରେ ପହଞ୍ଚତ୍ଥିବାବେଳେ ଦ୍ରୁତଗତିରେ ବିକାଶ ହେଉଛି। ବିଭିନ୍ନ ଶିଳ୍ପାନୁଷ୍ଠାନ, ଇକୋନୋମିକ୍‌ ଜୋନ୍‌ ଆଦି ଗଢ଼ି ଉଠିଛି। ଭୁବନେଶ୍ୱର ସମଗ୍ର ଦେଶରେ ହକିର ହବ୍‌ ପାଲଟିଥିବାରୁ ଓଡ଼ିଶାକୁ ଏକ ସ୍ବତନ୍ତ୍ର ପରିଚୟ ମିଳିଛି। ଏହାବାଦ୍‌ ୩ଟି ଥାନା ସହ ୨ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଖୋଲାଯାଇଛି। କିପରି ଜନସାଧାରଣଙ୍କ ପାଖେ ଉନ୍ନତ ପୋଲିସ ସେବା ପହଞ୍ଚିପାରିବ ସେନେଇ ଆମେ କାମ କରୁଛୁ ବୋଲି କମିଶନର କହିଛନ୍ତି।
ଏହି ଅବସରରେ କମିଶନରେଟ୍‌ ପୋଲିସରେ ଶ୍ରେଷ୍ଠ ଏସିପି ଭାବେ ମାନସ ରଞ୍ଜନ ଗଡ଼ନାୟକ, ଶ୍ରେଷ୍ଠ ସଶସ୍ତ୍ର ଅଫିସର(ବାଟାଲିଅନ) ଲୋଲା ଭିଜୟ ରତ୍ନମ୍‌, ଶ୍ରେଷ୍ଠ ମିନିଷ୍ଟ୍ରିଆଲ୍‌ ଅଫିସର ନିରଞ୍ଜନ ପ୍ରଧାନ(ଷ୍ଟେନୋ), ଶ୍ରେଷ୍ଠ ଟ୍ରାଫିକ୍‌ କର୍ମଚାରୀ କନ୍‌ଷ୍ଟେବଳ ଶୁଭ୍ରାଂଶୁ ଶେଖର ସାହୁ, ଶ୍ରେଷ୍ଠ ଏପିଆର୍‌ କନ୍‌ଷ୍ଟେବଳ ସୁରଥ ଚନ୍ଦ୍ର ବାହୁବଳେନ୍ଦ୍ର, ଶ୍ରେଷ୍ଠ ହୋମଗାର୍ଡ଼ ସନ୍ତୋଷ କୁମାର ପ୍ରଧାନ, ଶ୍ରେଷ୍ଠ ସ୍ପେଶାଲ ପୋଲିସ ଅଫିସର ଭାବେ ବିକ୍ରମ କିଶୋର ମହାନ୍ତିଙ୍କୁ ପୁରସ୍କୃତ କରାଯାଇ ଅର୍ଥରାଶି ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସମେତ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ, କଟକ ଡିସିପି ପ୍ରତୀକ ସିଂ, ଟ୍ରାଫିକ ଡିସିପି ଏସ୍‌. ସୁଶ୍ରୀ, କ୍ରାଇମ୍‌ ଡିସିପି ମାୟାଧର ସେଠୀ, ଅତିରିକ୍ତ କମିଶନର ନୀତି ଶେଖରଙ୍କ ସମେତ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ରାଶିଫଳ ୨୦୨୬: ମେଷରୁ ମୀନ ରାଶି ପାଇଁ କିପରି କଟିବ ନୂତନ ବର୍ଷ, ସବୁ…

ନୂତନ ବର୍ଷ ନୂତନ ଆଶା ଏବଂ ନୂତନ ସୁଯୋଗ ସହିତ ଆରମ୍ଭ ହୁଏ। ଏହି ସମୟରେ ସମସ୍ତେ ଭାବନ୍ତି ଯେ ନୂଆ ବର୍ଷ କ’ଣ ହେବ...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri