ପାରାଦୀପରୁ ଆସୁଛି ଅପମିଶ୍ରିତ ଏଫ୍‌ଓ

ଯାଜପୁର ଅଫିସ,୪ା୬:ପାରାଦୀପ ବନ୍ଦରରୁ ଯାଜପୁର ଜିଲା ଦେଇ ଯାଇଥିବା ୫୩ ନଂ.ଜାତୀୟ ରାଜପଥ କଳାବଜାର କାରବାରର ପେଣ୍ଠସ୍ଥଳୀ ପାଲଟିଛି। ପାରାଦୀପ ବନ୍ଦର ଠାରୁ ୫ କିମି ପରିଧି ମଧ୍ୟରେ ଥିବା ପାରାଦୀପ ଥାନା ଅନ୍ତର୍ଗତ ପିପିଏଲ ସାରରୋଡ, ବାଉରିଆ ପାଳନ୍ଦା, ବାଲିଝରା ଏବଂ କାଳୀମନ୍ଦିର ନିକଟରେ ଫର୍ନେସ ଅଏଲ (ଏଫ୍‌ଓ) ଅପମିଶ୍ରଣ କରାଯାଇ ଯାଜପୁର ଜିଲା କଳିଙ୍ଗନଗର ସମେତ କେନ୍ଦୁଝର, ରାଉରକେଲା, ଅନୁଗୋଳ, ଝାରସୁଗୁଡ଼ା ଆଦି ସ୍ଥାନକୁ ପରିବହନ କରାଯାଉଛି। ମାସିକ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଏହି କାରବାର ଚାଲିଛି। ଅଭିଯୋଗ ହେଲେ କିମ୍ବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଲେ ପୋଲିସ କେବଳ ଅପମିଶ୍ରଣ ଡିପୋ ସ୍ଥାନାନ୍ତର କରୁଛି। ଏହି କାରବାରରେ ରାଜ୍ୟ ବାହାରର ଲୋକମାନେ ନିୟୋଜିତ ଥିବାରୁ ପୋଲିସ ପାଇଁ ମାସିକ ବଟି ଆଦାୟ କରିବା ସହଜ ହୋଇଛି ବୋଲି ଅଭିଯୋଗ ହୋଇଛି।
ଭାରତୀୟ ତୈଳ ନିଗମ ଲିଃ (ଆଇଓସିଏଲ)ର ପାରାଦୀପ ତୈଳ ବିଶୋଧନାଗାରରୁ ବିଭିନ୍ନ ଶିଳ୍ପ କାରଖାନାକୁ ମୂଲ୍ୟବାନ ଫର୍ନେସ ଅଏଲ ଟ୍ୟାଙ୍କରରେ ପରିବହନ ହେଉଛି। ଯେତେ ପରିମାଣର ଫର୍ନେସ ଅଏଲ ଟ୍ୟାଙ୍କରରୁ କଢା ଯାଉଛି ସେହି ପରିମାଣର ପାଣି ଓ କିଛି ରାସାୟନିକ ଦ୍ରବ୍ୟ ମିଶାଇ ପୁଣି ଗନ୍ତବ୍ୟସ୍ଥଳକୁ ରପ୍ତାନୀ କରାଯାଉଛି। ପୂର୍ବରୁ ରାଜପଥ କଡରେ ପୁରୁଣା ଟ୍ୟାଙ୍କର ରଖାଯାଉଛି। ସେହି ଟ୍ୟାଙ୍କରରେ ପରିବହନ ଗାଡିରୁ ଫର୍ନେସ ଅଏଲ କଢାଯାଇ ଭର୍ତ୍ତି କରାଯାଉଛି। ଟ୍ୟାଙ୍କର ପୂର୍ଣ୍ଣ ହୋଇଗଲେ ତାହାକୁ ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ କରାଯାଇ କମ ଦରରେ ବିକ୍ରି କରାଯାଉଛି। ଗୋଟିଏ ଟ୍ୟାଙ୍କରରେ ପ୍ରାୟ ୧୦ ଲକ୍ଷ ଟଙ୍କାର ଫର୍ନେସ ଅଏଲ ରହୁଛି। ଏହି କାରବାରରେ କେତେଜଣ ଅସାଧୁ ବ୍ୟକ୍ତି ଓ ପୋଲିସ ଲାଭବାନ ହେଉଥିବା ବେଳେ ନିମ୍ନମାନର ଫର୍ନେସ ଅଏଲ ବ୍ୟବହାର କରି ଶିଳ୍ପ କମ୍ପାନୀମାନେ ବହୁ କ୍ଷତିର ସମ୍ମୁଖୀନ ହେଉଛନ୍ତି ବୋଲି ଜଣେ କାରଖାନା କର୍ମଚାରୀ ପ୍ରକାଶ କରିଛନ୍ତି। କୋଲକୋତାର ଏକ ଫର୍ନେସ ଅଏଲ ପରିବହନ ସଂସ୍ଥା ଦ୍ୱାରା ଏହି ର଼୍ୟାକେଟ ଦୀର୍ଘବର୍ଷ ହେଲା ସକ୍ରିୟ ରହିଛି ବୋଲି ଅଭିଯୋଗ ହେଉଛି। ଅନ୍ୟପକ୍ଷେ କଳିଙ୍ଗନଗରର ଏକ ଶିଳ୍ପସଂସ୍ଥାରେ ଫର୍ନେସ ଅଏଲର ଗୁଣବତ୍ତା ଓ ସ୍ବଚ୍ଛତା ମାପିବାକୁ ଥିବା କର୍ମଚାରୀ ଓ ଅଧିକାରୀମାନଙ୍କୁ ଏହି ପରିବହନ ସଂସ୍ଥା ମାସିକ ଚାନ୍ଦା ଦେଇ ନିଜ କବଜାରେ ରଖିଛି। ଫଳରେ କମ୍‌ ଦରମା ପାଉଥିବା ସେହି ଶିଳ୍ପ ସଂସ୍ଥାର କର୍ମଚାରୀମାନେ ରାଜକୀୟ ଜୀବନଯାପନ କରୁଥିବା ଚର୍ଚ୍ଚା ହେଉଛି।
୨୦୨୦ ମେ ମାସରେ ଯାଜପୁର ଜିଲା କଳିଙ୍ଗନଗରସ୍ଥିତ ଉକ୍ତ କାରଖାନା ପରିସରରେ ୨ ଏଫ୍‌ଓ ଟ୍ୟାଙ୍କରକୁ ଏଭଳି ଅଭିଯୋଗରେ ଅଟକ ରଖାଯାଇଥିଲା। ଏଥିରେ ସଂପୃକ୍ତ ଏଫ୍‌ଓ ପରିବହନ ସଂସ୍ଥା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଇ ମୂଲଚାଲ କରି ଛାଡି ଦିଆଯାଇଥିଲା। ଅଭିଯୋଗ ପାଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଦ୍ୟମ କରୁଥିବା ସମୟରେ ସେହି କାରଖାନାର ଜଣେ ପ୍ରଭାବଶାଳୀ ଅଧିକାରୀଙ୍କ ହସ୍ତକ୍ଷେପ ଫଳରେ ମାମଲା ଦବି ଯାଇଥିଲା। ୯ା୧ା୨୦୨୧ରେ ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ପୋଲିସ ଫର୍ନେସ ଅଏଲ ଅପମିଶ୍ରଣର ଡିପୋରେ ଚଢାଉ କରି ତୈଳ ଭର୍ତ୍ତି ଏକ ଟ୍ୟାଙ୍କରକୁ ଜବତ କରିଥିଲା। କିନ୍ତୁ କାର୍ଯ୍ୟାନୁଷ୍ଠାନ ବଦଳରେ ସ୍ଥାନ ଛାଡି ଚାଲିଯାଅ ବୋଲି ବାଲିଚନ୍ଦ୍ରପୁର ଥାନା ପୋଲିସ ସଂପୃକ୍ତ ବ୍ୟକ୍ତିଙ୍କୁ ପରାମର୍ଶ ଦେଇଥିଲା। ଭଡଙ୍ଗା ଛକରେ ଚାଲିଥିବା ଏକ ଫର୍ନେସ ଅଏଲ ଅପମିଶ୍ରଣ ଡିପୋକୁ ପୂର୍ବରୁ ଚଢାଉ କରାଯାଇ ଅନୁରୂପ ପରାମର୍ଶ ଦିଆଯାଇଥିଲା। ସେମାନେ ଏବେ ଯାଜପୁର ଜିଲା ଛାଡି ପାରାଦୀପ ଥାନା ଇଲାକାରେ ଆଶ୍ରୟ ନେଇ ସେଠାରୁ ଅପମିଶ୍ରଣ ଫର୍ନେସ ଅଏଲ ପରିବହନ କରୁଥିବା ଜଣାପଡିଛି। ଅପମିଶ୍ରଣ ଫର୍ନେସ ଅଏଲ କାରବାର ସଂକ୍ରାନ୍ତରେ ସୂଚନା ମିଳିଲେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପାରାଦୀପ ପୋଲିସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଣ୍ଣ ଜିତିଲେ ଆଦିବାସୀ ଝିଅ ଝରଣା: ଶ୍ରମିକ ମା’ବାପାଙ୍କ ଝିଅଙ୍କ ସଫଳତାରେ ଜିଲା ଗର୍ବିତ

ଅମରପାଲି,୩ା୧୦(ପୀତାମ୍ବର ସାହୁ):ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଅନଟନ। ଏହାର ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର…

ମହିଳା ହକି ଟିମ୍‌ ଉପରେ ଟଙ୍କା ବର୍ଷା କଲେ ମୋହନ ସରକାର: ପ୍ରତ୍ୟେକ ଖେଳାଳିଙ୍କ ମିଳିବ…

ଭୁବନେଶ୍ୱର,୩।୧୦: ମହିଳା ହକି ଦଳ ଫାଇନାଲରେ ଚାଇନାକୁ ୧-୦ ଗୋଲରେ ହରାଇ ଦୀର୍ଘ ୪୪ ବର୍ଷ ପରେ ଏସିଆଡ୍‌ ସ୍ବର୍ଣ୍ଣ ପଦକ ହାସଲ କରିଛି। ଏଥିସହ ଦଳ…

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

ଦୀପାବଳି ପୂର୍ବରୁ ଖୁସିଖବର: ରାଶନ କାର୍ଡଧାରୀଙ୍କୁ ମାଗଣା ମିଳିବ ଗ୍ୟାସ ସିଲିଣ୍ଡର! ଜାଣନ୍ତୁ କେମିତି ଉଠାଇବେ ଲାଭ

୩।୧୦: ଦୀପାବଳି ପର୍ବ ପୂର୍ବରୁ ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ସରକାର ରାଶନ କାର୍ଡଧାରୀ ପରିବାରଙ୍କୁ…

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?