ପାରାଦୀପରୁ ଆସୁଛି ଅପମିଶ୍ରିତ ଏଫ୍‌ଓ

ଯାଜପୁର ଅଫିସ,୪ା୬:ପାରାଦୀପ ବନ୍ଦରରୁ ଯାଜପୁର ଜିଲା ଦେଇ ଯାଇଥିବା ୫୩ ନଂ.ଜାତୀୟ ରାଜପଥ କଳାବଜାର କାରବାରର ପେଣ୍ଠସ୍ଥଳୀ ପାଲଟିଛି। ପାରାଦୀପ ବନ୍ଦର ଠାରୁ ୫ କିମି ପରିଧି ମଧ୍ୟରେ ଥିବା ପାରାଦୀପ ଥାନା ଅନ୍ତର୍ଗତ ପିପିଏଲ ସାରରୋଡ, ବାଉରିଆ ପାଳନ୍ଦା, ବାଲିଝରା ଏବଂ କାଳୀମନ୍ଦିର ନିକଟରେ ଫର୍ନେସ ଅଏଲ (ଏଫ୍‌ଓ) ଅପମିଶ୍ରଣ କରାଯାଇ ଯାଜପୁର ଜିଲା କଳିଙ୍ଗନଗର ସମେତ କେନ୍ଦୁଝର, ରାଉରକେଲା, ଅନୁଗୋଳ, ଝାରସୁଗୁଡ଼ା ଆଦି ସ୍ଥାନକୁ ପରିବହନ କରାଯାଉଛି। ମାସିକ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଏହି କାରବାର ଚାଲିଛି। ଅଭିଯୋଗ ହେଲେ କିମ୍ବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଲେ ପୋଲିସ କେବଳ ଅପମିଶ୍ରଣ ଡିପୋ ସ୍ଥାନାନ୍ତର କରୁଛି। ଏହି କାରବାରରେ ରାଜ୍ୟ ବାହାରର ଲୋକମାନେ ନିୟୋଜିତ ଥିବାରୁ ପୋଲିସ ପାଇଁ ମାସିକ ବଟି ଆଦାୟ କରିବା ସହଜ ହୋଇଛି ବୋଲି ଅଭିଯୋଗ ହୋଇଛି।
ଭାରତୀୟ ତୈଳ ନିଗମ ଲିଃ (ଆଇଓସିଏଲ)ର ପାରାଦୀପ ତୈଳ ବିଶୋଧନାଗାରରୁ ବିଭିନ୍ନ ଶିଳ୍ପ କାରଖାନାକୁ ମୂଲ୍ୟବାନ ଫର୍ନେସ ଅଏଲ ଟ୍ୟାଙ୍କରରେ ପରିବହନ ହେଉଛି। ଯେତେ ପରିମାଣର ଫର୍ନେସ ଅଏଲ ଟ୍ୟାଙ୍କରରୁ କଢା ଯାଉଛି ସେହି ପରିମାଣର ପାଣି ଓ କିଛି ରାସାୟନିକ ଦ୍ରବ୍ୟ ମିଶାଇ ପୁଣି ଗନ୍ତବ୍ୟସ୍ଥଳକୁ ରପ୍ତାନୀ କରାଯାଉଛି। ପୂର୍ବରୁ ରାଜପଥ କଡରେ ପୁରୁଣା ଟ୍ୟାଙ୍କର ରଖାଯାଉଛି। ସେହି ଟ୍ୟାଙ୍କରରେ ପରିବହନ ଗାଡିରୁ ଫର୍ନେସ ଅଏଲ କଢାଯାଇ ଭର୍ତ୍ତି କରାଯାଉଛି। ଟ୍ୟାଙ୍କର ପୂର୍ଣ୍ଣ ହୋଇଗଲେ ତାହାକୁ ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ କରାଯାଇ କମ ଦରରେ ବିକ୍ରି କରାଯାଉଛି। ଗୋଟିଏ ଟ୍ୟାଙ୍କରରେ ପ୍ରାୟ ୧୦ ଲକ୍ଷ ଟଙ୍କାର ଫର୍ନେସ ଅଏଲ ରହୁଛି। ଏହି କାରବାରରେ କେତେଜଣ ଅସାଧୁ ବ୍ୟକ୍ତି ଓ ପୋଲିସ ଲାଭବାନ ହେଉଥିବା ବେଳେ ନିମ୍ନମାନର ଫର୍ନେସ ଅଏଲ ବ୍ୟବହାର କରି ଶିଳ୍ପ କମ୍ପାନୀମାନେ ବହୁ କ୍ଷତିର ସମ୍ମୁଖୀନ ହେଉଛନ୍ତି ବୋଲି ଜଣେ କାରଖାନା କର୍ମଚାରୀ ପ୍ରକାଶ କରିଛନ୍ତି। କୋଲକୋତାର ଏକ ଫର୍ନେସ ଅଏଲ ପରିବହନ ସଂସ୍ଥା ଦ୍ୱାରା ଏହି ର଼୍ୟାକେଟ ଦୀର୍ଘବର୍ଷ ହେଲା ସକ୍ରିୟ ରହିଛି ବୋଲି ଅଭିଯୋଗ ହେଉଛି। ଅନ୍ୟପକ୍ଷେ କଳିଙ୍ଗନଗରର ଏକ ଶିଳ୍ପସଂସ୍ଥାରେ ଫର୍ନେସ ଅଏଲର ଗୁଣବତ୍ତା ଓ ସ୍ବଚ୍ଛତା ମାପିବାକୁ ଥିବା କର୍ମଚାରୀ ଓ ଅଧିକାରୀମାନଙ୍କୁ ଏହି ପରିବହନ ସଂସ୍ଥା ମାସିକ ଚାନ୍ଦା ଦେଇ ନିଜ କବଜାରେ ରଖିଛି। ଫଳରେ କମ୍‌ ଦରମା ପାଉଥିବା ସେହି ଶିଳ୍ପ ସଂସ୍ଥାର କର୍ମଚାରୀମାନେ ରାଜକୀୟ ଜୀବନଯାପନ କରୁଥିବା ଚର୍ଚ୍ଚା ହେଉଛି।
୨୦୨୦ ମେ ମାସରେ ଯାଜପୁର ଜିଲା କଳିଙ୍ଗନଗରସ୍ଥିତ ଉକ୍ତ କାରଖାନା ପରିସରରେ ୨ ଏଫ୍‌ଓ ଟ୍ୟାଙ୍କରକୁ ଏଭଳି ଅଭିଯୋଗରେ ଅଟକ ରଖାଯାଇଥିଲା। ଏଥିରେ ସଂପୃକ୍ତ ଏଫ୍‌ଓ ପରିବହନ ସଂସ୍ଥା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଇ ମୂଲଚାଲ କରି ଛାଡି ଦିଆଯାଇଥିଲା। ଅଭିଯୋଗ ପାଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଦ୍ୟମ କରୁଥିବା ସମୟରେ ସେହି କାରଖାନାର ଜଣେ ପ୍ରଭାବଶାଳୀ ଅଧିକାରୀଙ୍କ ହସ୍ତକ୍ଷେପ ଫଳରେ ମାମଲା ଦବି ଯାଇଥିଲା। ୯ା୧ା୨୦୨୧ରେ ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ପୋଲିସ ଫର୍ନେସ ଅଏଲ ଅପମିଶ୍ରଣର ଡିପୋରେ ଚଢାଉ କରି ତୈଳ ଭର୍ତ୍ତି ଏକ ଟ୍ୟାଙ୍କରକୁ ଜବତ କରିଥିଲା। କିନ୍ତୁ କାର୍ଯ୍ୟାନୁଷ୍ଠାନ ବଦଳରେ ସ୍ଥାନ ଛାଡି ଚାଲିଯାଅ ବୋଲି ବାଲିଚନ୍ଦ୍ରପୁର ଥାନା ପୋଲିସ ସଂପୃକ୍ତ ବ୍ୟକ୍ତିଙ୍କୁ ପରାମର୍ଶ ଦେଇଥିଲା। ଭଡଙ୍ଗା ଛକରେ ଚାଲିଥିବା ଏକ ଫର୍ନେସ ଅଏଲ ଅପମିଶ୍ରଣ ଡିପୋକୁ ପୂର୍ବରୁ ଚଢାଉ କରାଯାଇ ଅନୁରୂପ ପରାମର୍ଶ ଦିଆଯାଇଥିଲା। ସେମାନେ ଏବେ ଯାଜପୁର ଜିଲା ଛାଡି ପାରାଦୀପ ଥାନା ଇଲାକାରେ ଆଶ୍ରୟ ନେଇ ସେଠାରୁ ଅପମିଶ୍ରଣ ଫର୍ନେସ ଅଏଲ ପରିବହନ କରୁଥିବା ଜଣାପଡିଛି। ଅପମିଶ୍ରଣ ଫର୍ନେସ ଅଏଲ କାରବାର ସଂକ୍ରାନ୍ତରେ ସୂଚନା ମିଳିଲେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପାରାଦୀପ ପୋଲିସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୪୦ ଫୁଟ ତଳକୁ ଖସିଲା ବୋଲେରୋ

ହେମଗିର,୩୦।୪(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ହେମଗିର ଥାନା ବାଙ୍କିବାହାଲ ଟପରିଆ ରାସ୍ତାର ବିଲେଇମୁଣ୍ଡାଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ୪୦ଫୁଟ ତଳକୁ ଖସି ପଡ଼ିବାରୁ...

‘ବ୍ୟକ୍ତିଗତ ସ୍ବାର୍ଥକୁ ଜଳାଞ୍ଜଳି ଦିଅ’

କାମାକ୍ଷାନଗର, ୧୫।୮(ଡି.ଏନ୍‌.ଏ.)-ଢେଙ୍କାନାଳ ହେଉଛି ସଂଗ୍ରାମୀଙ୍କ ମାଟି। ଜାତିକୁ ପରାଧୀନତାର ଶୃଙ୍ଖଳରୁ ମୁକ୍ତ କରିବାକୁ ଯାଇ ଜିଲାର ବହୁ ବୀର ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଛନ୍ତି। ଏବେ...

କେନ୍ଦୁଝର ଗସ୍ତରେ ୫-ଟି, ମୁଖ୍ୟ ଶାସନ ସଚିବ: ନିର୍ମାଣ ହେଉଥିବା କୋଭିଡ ହସ୍ପିଟାଲର କଲେ ସମୀକ୍ଷା

କେନ୍ଦୁଝର,୧୬।୪(ସ୍ବ.ପ୍ର.): ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ୫-ଟି ସଚିବ ପାଣ୍ଡିଆନ ଗୁରୁବାର କେନ୍ଦୁଝର ଗ୍ରସ୍ତ କରି ଫେରିଛନ୍ତି। ହେଲିକପ୍ଟରରେ ଆସି ରାଇସୁଆଁ ଏୟାରଷ୍ଟ୍ରିପରେ...

ଖୋଜା ଚାଲିଛି କାରଣ

ବାଙ୍ଗିରିପୋଷି,୧୪।୫(ଡି.ଏନ.ଏ.) ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅଧୀନ ୮ଟି ପରୀକ୍ଷା କେନ୍ଦ୍ରରେ ମୋଟ ୨୬୩ ଛାତ୍ରୀଛାତ୍ର ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ନ ଦେବା ଚର୍ଚ୍ଚାର...

୩ ଗୁହାଳ ଜଳିଗଲା : ୨୬ ଛେଳି, ୩ ଗୋରୁ ଜୀବନ୍ତ ଦଗ୍ଧ

ପଦ୍ମପୁର,୭।୯(ଡି.ଏନ୍‌.ଏ.) : ଭଦ୍ରକ ସଦର ବ୍ଲକ ଅଧୀନ ଗୋରାମାଟି ପଞ୍ଚାୟତର ଚଳପୁର ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ଟି ଗୁହାଳ ଜଳିଯାଇଛି। ଗ୍ରାମର...

ବୁଲ୍‌ବୁଲ୍‌ ପ୍ରଭାବ : ଭୁଶୁଡ଼ିଲା ମାଟିଘର, ବ୍ୟାପକ ଫସଲ ନଷ୍ଟ

ସିଂହପୁର,୯।୧୧(ଡି.ଏନ୍‌.ଏ.): ବୁଲ୍‌ବୁଲ୍‌ ପ୍ରଭାବରେ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ସିଂହପୁର ଅଞ୍ଚଳରେ ମାଟିଘର ଭୁଶୁଡ଼ିବା ସହ ବ୍ୟାପକ ଫସଲ ନଷ୍ଟ ହୋଇଛି।...

ରାସ୍ତା ଅବସ୍ଥା ଶୋଚନୀୟଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ଝୁମ୍ପୁରା ୧୬।୭(ଡି.ଏନ.ଏ.)-ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଫକିରପୁର, ପଦ୍ମକେଶରପୁର, ବାଘିଆନଶା, କଙ୍କଡାଯୋଡି ଗାଁ ଲୋକେ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଦାବି କରିବା ସତ୍ତ୍ୱେ ପ୍ରଶାସନ ପକ୍ଷରୁ...

ଜିଲାରେ ବେଧଡ଼କ ଚାଲିଛି ଗଞ୍ଜେଇ ଚାଲାଣ

ଭବାନୀପାଟଣା,୧୪।୧୦(ସ୍ବ.ପ୍ର.):କଳାହାଣ୍ଡି ଜିଲାରେ ମାତିଛନ୍ତି ଗଞ୍ଜେଇ ମାଫିଆ। କେତେବେଳେ ଜଙ୍ଗଲ ରାସ୍ତା ତ ପୁଣି ଆଉ କେତେବେଳେ ଜାତୀୟ ରାଜପଥ ୨୬ରେ ବିଭିନ୍ନ ଆଳରେ କରୁଛନ୍ତି ଗଞ୍ଜେଇ...

Advertisement
Archives

Model This Week