ଓଡ଼ିଶାରେ ଦେଖାଦେଲା ଧୂମକେତୁ

ଭୁବନେଶ୍ୱର, ୨୫ା୧(ବ୍ୟୁରୋ): ରାଜ୍ୟର କେତେକ ସ୍ଥାନରେ ଧୂମକେତୁ ଦେଖାଗଲାଣି, ଯାହାର ନାମ ହେଉଛି ‘ସି/୨୦୨୨ ଇ-୩’। ଗତ ୨୧ରୁ ୨୩ ତାରିଖ ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ରାତି ଆକାଶରେ ଏହି ଧୂମକେତୁକୁ ସାଧାରଣ ଦୂରବୀକ୍ଷଣ ଓ ବାଇନାକୁଲାରରେ ଲୋକେ ଦେଖିଛନ୍ତି। ଭୁବନେଶ୍ୱରରେ ୨୨ ଓ ୨୩ ତାରିଖରେ ଏହାକୁ ବାଇନାକୁଲାରରେ ପଠାଣି ସାମନ୍ତ ପ୍ଲାନେଟାରିୟମର କେତେଜଣ କର୍ମଚାରୀ ଦେଖିଥିବାବେଳେ ରାଜ୍ୟର ଅନ୍ୟ କେତେକ ସ୍ଥାନରେ ମଧ୍ୟ ଦେଖାଯାଇଥିବା ସୂଚନା ମିଳିଛି। ଗତ ୨୨ରେ ଜୟପୁରରୁ ମଳୟ ପାତ୍ର ଏବଂ ୨୩ ତାରିଖରେ ଭୁବନେଶ୍ୱରରୁ ରାକେଶ ରାଉଳ ଏହାର ଫଟୋ ଉତ୍ତୋଳନ କରିଛନ୍ତି।
ଏ ସମ୍ପର୍କରେ ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମର ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ଉତ୍ତର-ପୂର୍ବ ଦିଗ୍‌ବଳୟ ମେଘ, ଧୂଳି ଓ ସହର ଆଲୋକରୁ ମୁକ୍ତ ରହିଲେ ଧୂମକେତୁଟି ଆସନ୍ତା ୩୦ ତାରିଖରୁ ଫେବୃୟାରୀ ୨ତାରିଖ ଯାଏ ଖାଲି ଆଖିରେ ଦେଖିହେବ। ଦୀର୍ଘ ୨୩ବର୍ଷ ପରେ ଖାଲି ଆଖିରେ ଏକ ଧୂମକେତୁ ଦେଖିବାର ବିରଳ ସୁଯୋଗ ଆସିଛି। ବିଶେଷକରି ସହର ଆଲୋକଠାରୁ ଦୂରରେ ଗ୍ରାମାଞ୍ଚଳରେ ରହୁଥିବା ଛାତ୍ରୀଛାତ୍ର ଏପରି ଏକ ବିରଳ ସୁଯୋଗ ହାତଛଡ଼ା କରନ୍ତୁ ନାହିଁ ବୋଲି ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଫେବୃୟାରୀ ୧ରେ ପ୍ରାୟ ୪.୨ କୋଟି କିଲୋମିଟର ଦୂରତାରେ ଏହା ପୃଥିବୀର ନିକଟତମ ଅବସ୍ଥାକୁ ଆସିବ। ଜାନୁୟାରୀ ୩୦ରୁ ଫେବୃୟାରୀ ୨ ପର୍ଯ୍ୟନ୍ତ ଧୂମକେତୁ ଦେଖିବାର ଉତ୍କୃଷ୍ଟ ସମୟ। ୩୦ ତାରିଖ ସନ୍ଧ୍ୟା ୭ଟା ୩୦ରେ ଉତ୍ତର-ପୂର୍ବ ଦିଗ୍‌ବଳୟର ପ୍ରାୟ ୨୦ଡିଗ୍ରୀ ଉପରେ ଏହା ଠିକ୍‌ ସପ୍ତର୍ଷିମଣ୍ଡଳ ଓ ଧ୍ରୁବ ତାରା ମଝିରେ ଦେଖାଯିବ। ପରେ ଧୀରେ ଧୀରେ ଉପର ଆଡ଼କୁ ଏକ ଘଣ୍ଟାରେ ପ୍ରାୟ ୧୫ଡିଗ୍ରୀ ହିସାବରେ ଗତି କରି ସାରା ରାତି ଖାଲି ଆଖିରେ ଦେଖାଯାଇପାରେ। ପରବର୍ତ୍ତୀ ଦିନଗୁଡ଼ିକରେ ଏକା ସମୟ ଅର୍ଥାତ୍‌ ସନ୍ଧ୍ୟା ୭ଟା ୩୦ରେ ପୂର୍ବଦିନଠାରୁ ପ୍ରାୟ ୫ଡିଗ୍ରୀ ଉପରେ ଦେଖାଯିବ ଓ ପୂର୍ବଦିନ ତୁଳନାରେ ଅସ୍ତ ହେବାକୁ ୫ରୁ ୧୦ମିନିଟ୍‌ କମ୍‌ ସମୟ ନେବ। ଏହିପରି ଦିନ ପରେ ଦିନ ଧୀରେ ଧୀରେ ଏହା ଉପରୁ ଉପରକୁ ଦେଖାଯିବ। ଧୂମକେତୁଟି ସୂର୍ଯ୍ୟଠାରୁ ଦୂରେଇ ଯାଉଥିବା ଫଳରେ ଏହାର ଉଜ୍ଜ୍ୱଳତା କମି କମି ୩ ତାରିଖ ପରେ ଏହାକୁ ଖାଲି ଆଖିରେ ଦେଖିବା ସମ୍ଭବ ହେବନାହିଁ। ଏହି ଧୂମକେତୁଟି ପୁଣି ଆଉଥରେ ଆମ ପାଖକୁ ୫୦ହଜାର ବର୍ଷ ପରେ ଆସିବ। ସୂଚନାଯୋଗ୍ୟ, ଧୂମକେତୁଟି ଖାଲି ଆଖିରେ ଏକ ତାରା ଓ ତାକୁ ଲାଗିରହିଥିବା ଝାପ୍‌ସା ମେଘ ଭଳିଆ ଖୁବ୍‌ ଛୋଟ ଲାଞ୍ଜଟିଏ ପରି ଦେଖାଯିବ। ବିଭିନ୍ନ ଫଟୋ ବା ଟିଭିରେ ଦେଖାଯାଉଥିବା ଚିତ୍ର ଭଳି ଏହା ଏତେ ବଡ଼ ଓ ଉଜ୍ଜ୍ୱଳ କେବେ ବି ଖାଲି ଆଖିରେ ଦେଖାଯିବ ନାହିଁ। ବିଭିନ୍ନ ଗଣମାଧ୍ୟମରେ ଆସୁଥିବା ଚିତ୍ରଗୁଡ଼ିକ ଦୂରବୀକ୍ଷଣରେ ନିଆଯାଇଥାଏ ବୋଲି ପଟ୍ଟନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

OSRTC ବସ୍‌ ଦୁର୍ଘଟଣା: ୨୯ ଯାତ୍ରୀଙ୍କ ମଧ୍ୟରୁ…

କୋରାପୁଟ/ପଟ୍ଟାଙ୍ଗି,୧୫ା୨(ଅମିତାଭ ବେହେରା/ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପଡ଼ୋଶୀ ଆନ୍ଧ୍ର ରାଜ୍ୟ ସାଲୁର୍‌ ବାଇପାସ ରାସ୍ତାରେ ଶନିବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଓଡ଼ିଶା…

ଗଞ୍ଜାମ ଉତ୍ସବମୁଖର: ଶିବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ,୧୫ା୨(ଅନାଥ ତରାଇ): ପବିତ୍ର ମହାଶିବରାତ୍ରି ଅବସରରେ ରବିବାର ଗଞ୍ଜାମ ସହର ଉତ୍ସବମୁଖର ହୋଇଉଠିଛି। ସ୍ଥାନୀୟ ପ୍ରସିଦ୍ଧ ଖଣ୍ଡେଶ୍ୱର ମନ୍ଦିରରେ ଭୋର୍‌ ସମୟରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ…

ମହାଶିବରାତ୍ରିରେ ଏହି ୩ ରାଶିର ଖୋଲିବ ଭାଗ୍ୟ, ପାଖକୁ ଆସିବ ପ୍ରଚୁର ଟଙ୍କା

ଶିବ ପୁରାଣ ଅନୁସାରେ ଭଗବାନ ଶିବ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ସମ୍ମୁଖରେ ଏକ ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ। ସେହି ଦିନ ଫାଲ୍‌ଗୁନ ମାସର କୃଷ୍ଣପକ୍ଷର ଚତୁର୍ଦ୍ଦଶୀ…

ଦେବଗଡ଼ର ପରିତ୍ୟକ୍ତ ଶିଶୁ ବଢ଼ିବ ଆମେରିକାରେ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି…

ଦେବଗଡ଼,୧୫ା୨(ଶଶାଙ୍କ ଶେଖର ଝାଙ୍କର): ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଆବେଦନ ଓ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅନୁମୋଦନ ପରେ ବିଗତ ତିନି ବର୍ଷରୁ…

ଟ୍ରେନ୍‌ ଲାଇନ୍‌ ପାର ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ଲଖନପୁର,୧୫ା୨(ଗୌତମ ସାହୁ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଫଲ୍ଲବ ପଧାନ(୬୨) ନିକଟସ୍ଥ ପଡ଼ୋଶୀ ରାଜ୍ୟ ଏକତାଳ କ୍ରିକେଟ ପଡ଼ିଆ ପାର୍ଶ୍ୱରେ ଯାଇଥିବା ଏନଟିପିସି…

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

Mahashivratri 2026: ଜାଗରରେ ମଙ୍ଗଳଙ୍କ ମହାପରିବର୍ତ୍ତନ, ଏହି ୩ରାଶିର ବାଜିବ ଲଟେରୀ!

ମହାଶିବରାତ୍ରି ପର୍ୱକୁ ଭଗବାନ ଶିବଙ୍କ ପୂଜା ଏବଂ ଭକ୍ତିର ସର୍ୱୋତ୍ତମ ଉତ୍ସବ ଭାବରେ ବିବେଚନା କରାଯାଏ। ଏହି ବର୍ଷ ମହାଶିବରାତ୍ରିକୁ ବହୁତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri