ଏହି ଅଭିନେତ୍ରୀଙ୍କୁ ଜନ୍ମହେବା ପୂର୍ବରୁ ମାରିଦେବାକୁ ଚାହୁଁଥିଲେ ମା’

ମୁମ୍ବାଇ: ଟିଭି ଜଗତର ଚୁଲବୁଲି ଅଭନେତ୍ରୀ ତଥା କମେଡିକୁଇନ ଭାରତୀ ସିଂହ ଶନିବାର ନିଜର ୩୯ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀ ହେଉଛନ୍ତି ସେହି ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଯିଏକି ଷ୍ଟେଜ୍‌ ଉପରକୁ ଆସିଲେ, ଯେତେ ଦୁଃଖି ଥିବା ବ୍ୟକ୍ତି ହସିବାକୁ ବାଧ୍ୟ ହୋଇଥାନ୍ତି। ହେଲେ ସବୁବେଳେ ହସାଉଥିବା ବ୍ୟକ୍ତି ଜୀବନରେ କେତେ ଯେ ଦୁଃଖ ଓ ଯନ୍ତ୍ରଣା ଭରି ରହିଛି ତାହା କାହାକୁ ଜଣାନାହିଁ। ଭାରତୀ ମଧ୍ୟ ସେମାନଙ୍କ ମଧ୍ୟରୁ ଅନ୍ୟତମ। ୧୯୮୨ ଜୁଲାଇ ୩ରେ ପଞ୍ଜାବର ଅମୃତଶରରେ ଜନ୍ମଗ୍ରହଣ କରିଥିଲେ ଭାରତୀ। ତେବେ ଭାରତୀ ଜନ୍ମ ହୁଅନ୍ତୁ ବୋଲି ତାଙ୍କ ମା’ କମଳା ସିଂହ ଚାହୁଁ ନ ଥିଲେ। ଜନ୍ମହେବା ପୂର୍ବରୁ ଭାରତୀଙ୍କ ମା’ ତାଙ୍କୁ ପେଟରୁ ମାରିଦେବାକୁ ଚାହୁଁଥିଲେ ବୋଲି ଭାରତୀ ଏକ ଇଣ୍ଟରଭ୍ୟୁରେ କହିଛନ୍ତି। ଏଥିପାଇଁ ସେ ବହୁ ଚେଷ୍ଟା ମଧ୍ୟ କରିଛନ୍ତି କିନ୍ତୁ ସଫଳ ହୋଇପାରିନାହାନ୍ତି। କାରଣ ସେହି ସମୟରେ ଆମେ ଦୁଇ ଓ ଆମର ଦୁଇର ସ୍ଲୋଗାନ ଚାଲିଥିଲା। ପୂର୍ବରୁ ତାଙ୍କର ୨ଭାଇ ଭଉଣୀ ଥିବା ବେଳେ ମା’ କମଳା ତାଙ୍କୁ ଜନ୍ମଦେବାକୁ ଚାହୁଁ ନ ଥିଲେ। କିନ୍ତୁ ଭଗବାନଙ୍କ ଦୟାରୁ ଶେଷରେ ସେ ଏହି ଦୁନିଆକୁ ଆସିଥିଲେ।

ହେଲେ ଏତିକିରେ ବି ତାଙ୍କ ଦୁଃଖ ଶେଷ ହୋଇ ନ ଥିଲା। ବହୁ ଛୋଟ ଥିବା ବେଳେ ଭାରତୀଙ୍କ ବାପାଙ୍କ ମୃତ୍ୟୁ ହୋଇଯାଇଥିଲା। ଏହାପରେ ମା’ କମଳା ହିଁ ତାଙ୍କର ଓ ୨ଭାଇ ଭଉଣୀଙ୍କର ଲାଲନ ପାଳନ କରିଥିଲେ। ଅମୃତଶରୁ ପାଠପଢ଼ା ଆରମ୍ଭ କରିଥିବା ଭାରତୀ ଇତିହାସରେ ସ୍ନାତକ କରିଛନ୍ତି। ଭାରତୀଙ୍କ ଜୀବନ ବହୁ ସଂଘର୍ଷମୟ ରହିଛି। ନିଜ ପରିଚୟ ତିଆରି କରିବା ପାଇଁ ତାଙ୍କୁ ବହୁ କଠିନ ପରିଶ୍ରମ ଓ ସଂଘର୍ଷ କରିବାକୁ ପଡ଼ିଛି। ଆଜିକା ଦିନରେ ଭାରତୀ ଜଣେ କମେଡି କୁଇନ ଭାବେ ବେଶ୍‌ ଜଣାଶୁଣା। ତେବେ ଭାରତୀ କେବଳ ଭଲ କମେଡିଆନ ନୁହଁନ୍ତି, ବରଂ ଜାତୀୟ ସ୍ତରର ଶୁଟର ମଧ୍ୟ। ଶୁଟିଂରେ ତାଙ୍କୁ ଗୋଲ୍ଡ ମେଡାଲ ମଧ୍ୟ ମିଳିସାରିଛି। ଅନ୍ୟପଟେ ତାଙ୍କ ବୈବାହିକ ଜୀବନ କଥା କହିବାକୁ ଗଲେ ୨୦୧୭ରେ ଭାରତୀ ଲେଖକ ହର୍ଷ ଲିମ୍ବୋଚିଆଙ୍କୁ ବିବାହ କରିଥିଲେ। ଅନ୍ୟପଟେ ଆଜି ଯେତେବେଳେ କୌଣସି ଆଓ୍ବାର୍ଡ ନେବାକୁ ଭାରତୀ ଷ୍ଟେଜ୍‌କୁ ଯାଆନ୍ତି, ସେହି ସମୟରେ ମା’ ଭାବବିହ୍ବଳ ହୋଇଯାଆନ୍ତି। ଆଉ କୁହନ୍ତି ତାଙ୍କଠାରୁ ବଡ଼ ପାପ ହେବାରୁ ରହିଗଲା ବୋଲି ଭାରତୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇଲେ ସଫେଇ କର୍ମଚାରୀ

ଯାଜପୁରରୋଡ଼,୧୮।୨(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ବୁଧବାର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। କର୍ମଚାରୀଙ୍କ ଅଭିଯୋଗ ମୁତାବକ ସେମାନେ ୩…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ବଢ଼ିପାରେ DA!

ନୂଆଦିଲ୍ଲୀ,୧୮।୨: ଚଳିତ ବର୍ଷର ହୋଲି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ହୋଇପାରେ। ହୋଲି ଉତ୍ସବ ପୂର୍ବରୁ ସରକାର ମହଙ୍ଗା ଭତ୍ତା (DA)…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

ଭେଣ୍ଟିଲେଟରରେ ସଲମାନଙ୍କ ବାପା: ସ୍ବାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍‌

ବଲିଉଡର ବରିଷ୍ଠ ସ୍କ୍ରିନ୍‌ରାଇଟର୍‌ ସଲିମ ଖାନ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଫେବୃଆରୀ ୧୭ ସକାଳେ ହସ୍ପିଟାଲକୁ ଅଣାଯାଇଥିଲା।…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, କହିଲେ ଏହି କାରଣ

ଭୁବନେଶ୍ବର,୧୮।୨: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ । ବୁଧବାର ସେ ଇସ୍ତଫା ପତ୍ର ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିକଟକୁ ପଠାଇଛନ୍ତି ।…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ସ୍କୁଲ ଯାଉଥିବା ବେଳେ ମହୁମାଛି ଆକ୍ରମଣ: ୩ ଛାତ୍ରୀ ଗୁରୁତର

ଭଦ୍ରକ,୧୮।୨: ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଥାନା ହାଟଡିହ ନିକଟରେ ବୁଧବାର ମହୁମାଛି ଆତଙ୍କ ଦେଖାଦେଇଛି। ମହୁମାଛି ଆକ୍ରମଣରେ ୩ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି। ଛାତ୍ରୀମାନେ ସ୍କୁଲ ଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri