ବିକାଶ କ’ଣ ଯାଜପୁର ଆସି ଦେଖନ୍ତୁ ବିରୋଧୀ: ପାଣ୍ଡିଆନ

ଭୁବନେଶ୍ୱର,୧୪।୨(ଅନିଲ ଦାସ): ଯାଜପୁର କୁସୁମାର ସାଧାରଣ ସଭାରେ ଯୋଗଦେଇ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିରୋଧୀ ଭାଜପାକୁ କଡ଼ା ସମାଲୋଚନା କରିଛନ୍ତି। ମଧ୍ୟପ୍ରଦେଶର ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଆଗାମୀ ନିର୍ବାଚନରେ ଓଡ଼ିଶାରେ ଭାଜପା ସରକାର ଗଠନ କରିବ ବୋଲି କହିଛନ୍ତି। ସେ ପ୍ରଥମେ ଯାଜପୁର ଜିଲା ବୁଲିକି ଦେଖନ୍ତୁ, ଆଉ ତା’ପରେ ଏହି କଥା କହିବେ ବୋଲି ୫-ଟି ଅଧ୍ୟକ୍ଷ କହିଛନ୍ତି। ଜିଲାରେ ବିକାଶମୂଳକ କାର୍ଯ୍ୟର ହିସାବ ଦେଇ ଭାଜପାକୁ ସେ ତୀବ୍ର ସମାଲୋଚନା କରିଛନ୍ତି। ପାଣ୍ଡିଆନ କହିଛନ୍ତି, ମୁଖ୍ୟମନ୍ତ୍ରୀ ସରକାର ଗଠନ ଲାଗି ଗୁରୁତ୍ୱ ଦିଅନ୍ତିନି କି କ୍ଷମତା ପଛରେ ଦୌଡ଼ିବାକୁ ଚାହାନ୍ତି ନାହିଁ। ଲୋକଙ୍କ ସେବା କରିବାକୁ ଚାହାନ୍ତି। ଚୌକି ପାଇଁ କିମ୍ବା କ୍ଷମତା ଲାଗି ମୁଖ୍ୟମନ୍ତ୍ରୀ ଲାଳାୟିତ ନୁହନ୍ତି। ନବୀନ ପଟ୍ଟନାୟକ ହେଉଛନ୍ତି ସେବାର ପ୍ରତୀକ। ଯିଏ କ୍ଷମତାକୁ ଆସିବୁ ବୋଲି ଖାଲି କହୁଛନ୍ତି, ତାଙ୍କୁ ସାଧାରଣ ଜନତା ଆଗାମୀ ନିର୍ବାଚନରେ ଉତ୍ତର ଦେବେ। ମୁଖ୍ୟମନ୍ତ୍ରୀଙ୍କ ସେବା ଲାଗି ୨୪ ବର୍ଷ ହେଲା ତାଙ୍କୁ ରାଜ୍ୟବାସୀ ଆଶୀର୍ବାଦ ଦେଇ ଆସୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଧାରାରୁ ସେ ମଧ୍ୟ ପ୍ରେରଣା ପାଇଛନ୍ତି ବୋଲି ପାଣ୍ଡିଆନ କହିଛନ୍ତି। ଲୋକଙ୍କ ପାଇଁ ସମର୍ପିତ ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରିବାକୁ ସେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି।
ଯାଜପୁର କୁସୁମାରେ ପାଣ୍ଡିଆନ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ହିସାବ ଦେଇଛନ୍ତି। ଗତ ବର୍ଷ ଅଗଷ୍ଟ ୩୦ରେ ସେ ଯାଜପୁର ଗସ୍ତ କରିଥିଲେ। ଅଗଷ୍ଟରୁ ଇତିମଧ୍ୟରେ ମିଳିଥିବା ୨୫୪୦ ଦରଖାସ୍ତରୁ ୨୩୦୦ ଦରଖାସ୍ତର ସମାଧାନ ହୋଇଛି ବୋଲି ସେ କହିଛନ୍ତି। ଗତ ୬ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ଯାଜପୁର ଜିଲା ପାଇଁ ୬୧୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ମାସକୁ ୧୦୦ କୋଟି ହିସାବରେ ଯାଜପୁର ପାଇଁ ଟଙ୍କା ମଞ୍ଜୁର ହୋଇଛି ବୋଲି ସୂଚନା ଦେଇଛନ୍ତି। ଯାଜପୁର ବିରଜା ମନ୍ଦିର ରୂପାନ୍ତରଣ ଲାଗି ୧୫ କୋଟି, ବରାହ ନଦୀ ଦ୍ୱୀପାଞ୍ଚଳର ବିକାଶ ଲାଗି ୧୫ କୋଟି, ଚଣ୍ଡିଖୋଲ ମହାବିନାୟକ ମନ୍ଦିର ଲାଗି ୭ କୋଟି ୬୦ ଲକ୍ଷ, ଦଶରଥପୁରର ସିଦ୍ଧେଶ୍ୱର ମନ୍ଦିର ଲାଗି ୧ କୋଟି ୫୦ ଲକ୍ଷ, ବିଞ୍ଝାରପୁର ବରୁଣେଶ୍ୱର ମନ୍ଦିର ଲାଗି ୭ କୋଟି, ଯାଜପୁର ବେଲେଶ୍ୱର ମନ୍ଦିର ଲାଗି ୧ କୋଟି ୫୦ ଲକ୍ଷ, ରସୁଲପୁରର ନାରାୟଣ ଗୋସାଇଁ ମନ୍ଦିର ଲାଗି ୧ କୋଟି ୫୦ ଲକ୍ଷ, ଧର୍ମଶାଳାର ଗୋପନେଶ୍ୱର ମନ୍ଦିର ଲାଗି ୧କୋଟି ୫୦ ଲକ୍ଷ, ସୁକିନ୍ଦାର ଜଗନ୍ନାଥ ମନ୍ଦିର ଲାଗି ୧କୋଟି ୫୦ ଲକ୍ଷ ଟଙ୍କା ଦିଆଯାଇଛି। ଦଶରଥପୁରର ଜୟ ଚଣ୍ଡୀପୀଠ ଲାଗି ୧କୋଟି ୫୦ ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ରସୁଲପୁରର ଖଗେଶ୍ୱରୀ ମନ୍ଦିର ଲାଗି ୧ କୋଟି ୫୦ଲକ୍ଷ, ବ୍ୟାସନଗର ଜଗନ୍ନାଥ ମନ୍ଦିର ଲାଗି ୧ କୋଟି ୫୦ଲକ୍ଷ, ଯାଜପୁରର ବାପ୍‌ଟିଷ୍ଟ ଚର୍ଚ୍ଚ ଲାଗି ୧କୋଟି ୯ ଲକ୍ଷ, ଛତିଆ ଟୁରିଜମ୍‌ କମ୍ପ୍ଲେକ୍ସ ଲାଗି ୧ କୋଟି ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି। ସେହିପରି ବିଭିନ୍ନ ସେତୁ ଲାଗି ମଧ୍ୟ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି। ଚିଙ୍ଗୁଡ଼ିଆନାଳ ଉପରେ ସେତୁ ଲାଗି ୬୦ କୋଟି ମଞ୍ଜୁର ହୋଇଛି। ବେହେରାପାଟଣା-ବାଲିପୋଖରୀ ରାସ୍ତାର ବୈତରଣୀ ନଦୀ ଉପରେ ସେତୁ ଲାଗି ୨୨ କୋଟି ୧୮ ଲକ୍ଷ, ନାଳିଆ ବଳଭଦ୍ରପୁର ଭାୟା କପିଳାକୁ ସଂଯୋଗ କରୁଥିବା ସେତୁ ଲାଗି ୧୮ କୋଟି ୮୦ ଲକ୍ଷ ମଞ୍ଜୁର ହୋଇଛି। ସେହିପରି ମେଣ୍ଟା-କୁଶଭଦ୍ରା ରାସ୍ତା ବ୍ରାହ୍ମଣୀ ନଦୀ ଉପରେ ସେତୁ ଲାଗି ୧୮ କୋଟି ୭୦ ଲକ୍ଷ ମଞ୍ଜୁର ହୋଇଥିବା ବେଳେ ଯାଜପୁର ଜିଲାରେ ୧୯ଟି ରାସ୍ତାର ଉନ୍ନତୀକରଣ ଲାଗି ୧ କୋଟି ୩୦ ଲକ୍ଷ ମଞ୍ଜୁର ହୋଇଛି। ଦଶରଥପୁର ନ୍ୟୁ ସାଇନ୍ସ ଓ ଆର୍ଟସ କଲେଜ ଲାଗି ୧୫ କୋଟି ଓ ବ୍ୟାସନଗର କଲେଜର ଆର୍ଟସ ଓ ସାଇନ୍ସ ବ୍ଲକ ପାଇଁ ମୁଖ୍ୟମନ୍ତ୍ରୀ ୧୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। କଥା ନୁହେଁ, କାମରେ ମୁଖ୍ୟମନ୍ତ୍ରୀ ବିଶ୍ୱାସ କରନ୍ତି ବୋଲି ପାଣ୍ଡିଆନ କହିଛନ୍ତି। ଯାଜପୁର ଜିଲାବାସୀ ଯେଉଁ ବିଶ୍ୱାସ, ଭଲପାଇବା ଦେଇଛନ୍ତି ସେଥିପାଇଁ ଋଣୀ ବୋଲି କହି ପାଣ୍ଡିଆନ କୃତଜ୍ଞତା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ ମାତ୍ର ଉଦ୍ଦେଶ୍ୟ ହେଉଛି ସଶକ୍ତ ଓଡ଼ିଶା ଗଠନ। ଯେଉଁ ରାଜ୍ୟରେ ଜଣେ ଗରିବ ମଧ୍ୟ ବଡ଼ ବଡ଼ ସ୍ବପ୍ନ ଦେଖିପାରୁଥିବ ଓ ତାହା ସାକାର ହୋଇପାରୁଥିବ। ଯାଜପୁରର ସମସ୍ତ ୭ ନିର୍ବାଚନମଣ୍ଡଳୀରେ ନବୀନ ପଟ୍ଟନାୟକ ହିଁ ପ୍ରାର୍ଥୀ ବୋଲି ସେ କହିଛନ୍ତି। ଆଗାମୀ ଦିନରେ ଯାଜପୁର ଜିଲା ମୁଖ୍ୟମନ୍ତ୍ରୀଙ୍କୁ ଆହୁରି ସଶକ୍ତ କରିବ ବୋଲି ପାଣ୍ଡିଆନ ଆଶାପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri