ସ୍ତମ୍ଭ ଓ ସ୍ତମ୍ଭ ସାହିତ୍ୟ

ଖବରକାଗଜରେ କୌଣସି ଲେଖକର ଆଲେଖ୍ୟ ଯଦି ସ୍ତମ୍ଭ ରୂପରେ ମୁଦ୍ରିତ ହୋଇ ପ୍ରକାଶ ପାଏ ତାକୁ ସ୍ତମ୍ଭ କୁହାଯାଏ ଓ ସେହି ଲେଖକଙ୍କୁ ସ୍ତମ୍ଭକାର କୁହାଯାଏ। ସାଧାରଣତଃ ସ୍ତମ୍ଭଗୁଡ଼ିକରେ ସମସାମୟିକ ସମାଜର ରାଜନୀତିକ, ଅର୍ଥନୀତିକ, ସାଂସ୍କୃତିକ, ଧାର୍ମିକ ତଥା ବହୁବିଧ ସମସ୍ୟା ଆଲୋଚିତ ହୁଏ। ସମାଜର ବିଭିନ୍ନ ସମସ୍ୟା ଉତ୍‌ଥାପନ ଓ ଅନୁଶୀଳନ କଲାବେଳେ ସ୍ତମ୍ଭକାର ତା’ର ନିଜସ୍ବ ମତକୁ ପରିବେଷଣ କରେ। ମାତ୍ର ଖବରକାଗଜରେ ପ୍ରକାଶ ପାଉଥିବା ସମସ୍ତ ସ୍ତମ୍ଭ ସାହିତ୍ୟ ପଦବାଚ୍ୟ ହୋଇପାରେ ନାହିଁ। ଯଦି ସ୍ତମ୍ଭ ସାହିତ୍ୟର ମାନ ଓ ମୂଲ୍ୟବୋଧ ରକ୍ଷା ନ କରେ ତାହା ସାହିତ୍ୟ ନୁହେଁ। ତାହା କେବଳ ସ୍ତମ୍ଭ। ଅପର ପକ୍ଷରେ ସାହିତ୍ୟ ସର୍ବଦା ସାହିତ୍ୟ, ତାହା ସ୍ତମ୍ଭ ରୂପରେ ପ୍ରକାଶ ପାଉ ଅବା ଭିନ୍ନ ରୂପରେ ପ୍ରକାଶ ପାଉ। ଖବର ମଧ୍ୟ ସ୍ତମ୍ଭ ରୂପରେ ପ୍ରକାଶ ପାଏ, ମାତ୍ର ତାକୁ କେହି ସ୍ତମ୍ଭ ଖବର କହନ୍ତି ନାହିଁ। ତା’ହେଲେ ସାହିତ୍ୟ ସ୍ତମ୍ଭ ରୂପରେ ପ୍ରକାଶ ପାଇଲେ ତାକୁ କାହିଁକି ସ୍ତମ୍ଭ ସାହିତ୍ୟ କୁହାଯିବ, ତାହା ବିତର୍କର ବିଷୟ। ଏଣୁ ସ୍ତମ୍ଭ ସାହିତ୍ୟକୁ ଏବେ ଖବର ସାହିତ୍ୟ କୁହାଗଲାଣି କାରଣ ଏହା ଖବର ଆଧାରିତ।
ଏହି କିଛିବର୍ଷ ହେଲା ସ୍ତମ୍ଭ ସାହିତ୍ୟକୁ ଏକ ସାହିତି୍ୟକ ସଂରଚନା (literary form) ଭାବରେ ଗ୍ରହଣ କରାଯାଉଛି। ତା’ପୂର୍ବରୁ କେବଳ ସ୍ତମ୍ଭ ଶବ୍ଦଟି ବ୍ୟବହାର ହେଉଥିଲା। ତା’ପୂର୍ବରୁ ଆମେ ସ୍ତମ୍ଭ କହିଲେ ଆଜିକାଲି ଯାହା ବୁଝୁ ସେହିଭଳି ଆଲେଖ୍ୟ ଖବରକାଗଜ ଓ ପତ୍ରପତ୍ରିକାରେ ପ୍ରକାଶ ପାଉଥିଲା, ମାତ୍ର ସ୍ତମ୍ଭ ଶବ୍ଦ ବ୍ୟବହାର ହେଉ ନ ଥିଲା। ଅଷ୍ଟାଦଶ ଶତାବ୍ଦୀର ଆଦ୍ୟଭାଗରେ ଇଂଲଣ୍ଡରେ ସାମୟିକ ପତ୍ରିକା (periodical essay)ର ଉଦ୍ଭବ ହେଲା। ୧୭୦୯ ମସିହାରେ ରିଚାର୍ଡ ଷ୍ଟିଲ୍‌ ”ଦି ଟେଟ୍‌ଲର୍‌“ ନାମରେ ଗୋଟିଏ ସାମୟିକ ପତ୍ରିକା ପ୍ରକାଶ କଲେ ଓ ୧୭୧୧ରେ ଯୋଶେଫ୍‌ ଏଡିସନ୍‌ ଓ ରିଚାର୍ଡ୍‌ ଷ୍ଟିଲ୍‌ଙ୍କ ଯୁଗ୍ମ ପ୍ରଚେଷ୍ଟାରେ ‘ଦି ସ୍ପେକ୍ଟାଟର’ ନାମରେ ଏକ ପତ୍ରିକା ପ୍ରକାଶ ପାଇଲା। ସେମାନେ ଏହି ପତ୍ରିକାରେ ସମସାମୟିକ ଘଟଣାବଳୀ, ରାଜନୀତି, ଧର୍ମ, ନୀତିବୋଧ ଆଦି ସମ୍ପର୍କରେ ଆଲୋଚନା କରି ନିୟମିତ ଭାବରେ ପ୍ରବନ୍ଧ ପ୍ରକାଶ କଲେ। ପରବର୍ତ୍ତୀ କାଳରେ ସେଗୁଡିକ ସାହିତ୍ୟ ଭାବରେ ଗୃହୀତ ହେଲା। ସେତେବେଳେ ସେହି ପ୍ରବନ୍ଧଗୁଡିକ ସ୍ତମ୍ଭ ରୂପରେ ପ୍ରକାଶ ପାଉ ନ ଥିଲେ ମଧ୍ୟ ସେଗୁଡିକ ହେଉଛନ୍ତି ଆଜିର ଖବରକାଗଜରେ ପ୍ରକାଶ ପାଉଥିବା ସ୍ତମ୍ଭସାହିତ୍ୟର ଅଗ୍ରଦୂତ। ରିଚାର୍ଡ ଷ୍ଟିଲ୍‌ ଏହାର ମୂଳଦୁଆ ପକାଇଥିଲେ। ସେତେବେଳେ ଉଭୟ ଷ୍ଟିଲ୍‌ ଓ ଏଡିସନ୍‌ଙ୍କ ପ୍ରବନ୍ଧଗୁଡ଼ିକ ଜନମତକୁ ପ୍ରଭାବିତ କରୁଥିଲା। କ୍ରମେ ଏହିଭଳି ପ୍ରବନ୍ଧର ପାଠକୀୟତା ବଢ଼ିଲା। ଊନବିଂଶ ଶତାବ୍ଦୀରେ ଉଇଲିଅମ୍‌ ହାଜଲିଟ୍‌ ଓ ଚାର୍ଲାସ୍‌ ଲେମ୍ବ୍‌ଙ୍କ ପ୍ରବନ୍ଧ ନିୟମିତ ଭାବରେ ପ୍ରକାଶ ପାଇଲା। ହାଜଲିଟ୍‌ଙ୍କ ପ୍ରବନ୍ଧଗୁଡ଼ିକ ଦି ଏକ୍‌ଜାମିନର, ଦି ଲଣ୍ଡନ୍‌ ମାଗାଜିନ ଓ ଦି ଏଡିନ୍‌ବର୍ଗ ରିଭ୍ୟୁରେ ଏବଂ ଲେମ୍ବ୍‌ଙ୍କ ପ୍ରବନ୍ଧଗୁଡିକ ଲଣ୍ଡନ ମାଗାଜିନ୍‌ରେ ପ୍ରକାଶ ପାଇ ଆଦୃତ ହେଲା। ସେତେବେଳେ ସ୍ତମ୍ଭ ଶବ୍ଦଟି ଆଜିର ଅର୍ଥରେ ବ୍ୟବହାର ହେଉ ନ ଥିଲା, ମାତ୍ର ସେଗୁଡିକ ଆଜି ଖବରକାଗଜରେ ପ୍ରକାଶ ପାଉଥିବା ସ୍ତମ୍ଭ ସାହିତ୍ୟର ବିକଶିତ ରୂପ।
ଊନବିଂଶ ଶତାବ୍ଦୀର ଶେଷ ଦଶକରେ ଆଧୁନିକ ଖବରକାଗଜର ପ୍ରସାରଣ ବଢ଼ିବା ପରେ ପୃଷ୍ଠାଗୁଡ଼ିକୁ ସ୍ତମ୍ଭ ଭାବରେ ବିଭାଜନ କରି ମୁଦ୍ରଣ କରାଗଲା ଓ ତା’ପରେ ସ୍ତମ୍ଭ ଶବ୍ଦ ବ୍ୟବହାର ହେଲା। ଭାରତରେ ବ୍ରିଟିଶ ସାମ୍ବାଦିକତାର ପ୍ରଭାବରେ ଖବରକାଗଜଗୁଡିକ ସ୍ତମ୍ଭ ମୁଦ୍ରଣ ଆରମ୍ଭ କଲେ ଓ ବିଂଶ ଶତାବ୍ଦୀର ଆଦ୍ୟଭାଗରେ ସ୍ତମ୍ଭଲିଖନ ଆରମ୍ଭ ହେଲା। ଦି ହିନ୍ଦୁ, ଅମୃତ ବଜାର, ୟଙ୍ଗ୍‌ ଇଣ୍ଡିଆ, ହରିଜନ ଇତ୍ୟାଦି ପତ୍ରିକାରେ ସ୍ତମ୍ଭ ଏକ ସ୍ପଷ୍ଟ ବିଭାଗ ଭାବରେ ମୁଣ୍ଡଟେକିଲା ଓ ସେହି ସ୍ତମ୍ଭଗୁଡ଼ିକରେ ଲେଖକମାନେ ନିଜର ସ୍ପଷ୍ଟ ମତ ପ୍ରକାଶ କଲେ। ସ୍ବାଧୀନତା ପରବର୍ତ୍ତୀ ସମୟରେ ରାଜନୀତି, ସମାଜ ସଂସ୍କାର, ଅର୍ଥନୀତି, ପର୍ଯ୍ୟାବରଣ, ଖେଳ ଆଦି ବିବିଧ ବିଷୟରେ ସ୍ତମ୍ଭ ଲେଖାହେଲା। କୁଲଦୀପ ନାୟାର, ଖୁସ୍‌ୱନ୍ତ ସିଂ, ଏମ୍‌ .ଜେ. ଆକବର ଆଦି ସ୍ତମ୍ଭ ଲେଖି ଆଦୃତ ହେଲେ। ସମ୍ପ୍ରତି ରାମଚନ୍ଦ୍ର ଗୁହା, ଇତିହାସ, ରାଜନୀତି, ପର୍ଯ୍ୟାବରଣ ଉପରେ, ଯୋଗେନ୍ଦ୍ର ଯାଦବ ରାଜନୀତି, ଗଣତନ୍ତ୍ର ଭଳି ବିଷୟ ଉପରେ, ଶେଖର ଗୁପ୍ତା ସମସାମୟିକ ଶାସନ ଓ ଘଟଣାବଳୀ ଉପରେ, ପି ସାଇନାଥ ସାମାଜିକ ନ୍ୟାୟ, ଗ୍ରାମୀଣ ଭାରତ ଉପରେ, ସ୍ବାମୀନାଥନ୍‌ ଅର୍ଥନୀତି, ସାମାଜିକ ଜୀବନ, ଶିକ୍ଷା ଉପରେ ଓ ବିବେକ ଦେବରାୟ ଅର୍ଥନୀତି, ଶାସନ ପଦ୍ଧତି, ଆଇନ ଆଦି ଉପରେ ସ୍ତମ୍ଭ ଲେଖୁଛନ୍ତି।
ଓଡ଼ିଶାରେ ସାମ୍ବାଦିକତା ଆରମ୍ଭ ହେଲା ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ। ଉକତ୍ଳ ଦୀପିକା (୧୮୬୬)ରେ ସମସାମୟିକ ସାମାଜିକ ସମସ୍ୟା, ସାହିତ୍ୟ, ସଂସ୍କୃତି ଆଧାରିତ ମନନଶୀଳ ପ୍ରବନ୍ଧ ପ୍ରକାଶ ପାଇଲା। ସେତେବେଳେ ସ୍ତମ୍ଭ ଶବ୍ଦ ବ୍ୟବହୃତ ହେଉ ନ ଥିଲେ ମଧ୍ୟ ଏହି ପତ୍ରିକା ସ୍ତମ୍ଭ ଲିଖନର ମୂଳଦୁଆ ପକାଇଥିଲା, କାରଣ ଏହା ତତ୍କାଳୀନ ଜାତୀୟ ସମସ୍ୟାକୁ ବ୍ୟକ୍ତିଗତ ମତ ସହ ପ୍ରକାଶ କରୁଥିଲା। ସମାଜ ୧୯୧୯ରେ ପ୍ରତିଷ୍ଠା ହେବା ପରେ ସାମ୍ବାଦିକତାର ପରିସର ବୃଦ୍ଧିପାଇଲା। ଅନେକ ଲେଖକ ସମାଜ ସଂସ୍କାର, ଜାତୀୟତା, ରାଜନୀତିକ ପରିସ୍ଥିତି, ଭାଷା, ଅସ୍ମିତା ଆଦି ବିଷୟରେ ସ୍ତମ୍ଭ ଲେଖିଲେ। ପରବର୍ତ୍ତୀ ସମୟରେ ପ୍ରଜାତନ୍ତ୍ର, ଧରିତ୍ରୀ, ପ୍ରଗତିବାଦୀ ଆଦି ଖବରକାଗଜରେ ପ୍ରତ୍ୟେକ ଦିନ ବିବିଧ ବିଷୟକ ସ୍ତମ୍ଭ ପ୍ରକାଶ ପାଇ ଜନାଦୃତ ହେଲା। ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ହରେକୃଷ୍ଣ ମହତାବ, ସୁରେନ୍ଦ୍ର ମହାନ୍ତି, ସାତକଡି ହୋତା, ବିଭୂତି ପଟ୍ଟନାୟକ, ଚିତ୍ତରଞ୍ଜନ ଦାସ, ମନୋଜ ଦାସ ଆଦି ସ୍ତମ୍ଭ ରଚନା କରି ଜନମତକୁ ପ୍ରଭାବିତ କରିବାରେ ସଫଳ ହେଲେ। ପରବର୍ତ୍ତୀ ସମୟରେ ସେଗୁଡିକ ସଂକଳିତ ହୋଇ ସାହିତ୍ୟର ମର୍ଯ୍ୟାଦା ଲାଭକଲା। ହରେକୃଷ୍ଣ ମହତାବଙ୍କ ‘ଗାଁ ମଜ୍‌ଲିସ’, ସୁରେନ୍ଦ୍ର ମହାନ୍ତିଙ୍କ ‘ଶେଷସ୍ତମ୍ଭ’, ଚିତ୍ତରଞ୍ଜନ ଦାସଙ୍କ ‘ବିଶ୍ୱକୁ ଗବାକ୍ଷ’ ଓ ମନୋଜ ଦାସଙ୍କ ‘କେତେ ଦିଗନ୍ତ’ ସ୍ତମ୍ଭ ସାହିତ ଭାବରେ ବହୁଜନାଦୃତ।
ଖବରକାଗଜଗୁଡ଼ିକରେ ଗଳ୍ପ, କବିତା, ରମ୍ୟରଚନା ଆଦି ନିର୍ଦ୍ଦିଷ୍ଟ ଦିନରେ ସ୍ତମ୍ଭ ଆକୃତିରେ ପ୍ରକାଶ ପାଉଥିଲେ ମଧ୍ୟ ତାକୁ ସ୍ତମ୍ଭ ସାହିତ୍ୟ କୁହାଯାଏ ନାହିଁ। ତାହା କେବଳ ସାହିତ୍ୟ ଅନ୍ତର୍ଭୁକ୍ତ। ସ୍ତମ୍ଭ ସାହିତ୍ୟ ମୂଳତଃ ସାମ୍ବାଦିକତାର ଗୋଟିଏ ସଂରଚନା ଭାବରେ ଉଦ୍ଭବ ହୋଇଛି। ମାତ୍ର ସବୁ ସ୍ତମ୍ଭ ସାହିତ୍ୟ ପର୍ଯ୍ୟାୟକୁ ଉନ୍ନୀତ ହୋଇପାରି ନାହିଁ। ସାହିତ୍ୟର ଆତ୍ମା ହେଉଛି ରସ। ବ୍ୟବହୃତ ଶବ୍ଦାବଳୀ ଓ ପରିବେଷଣ ଶୈଳୀ ଯଦି ପାଠକ ହୃଦୟରେ କଳାତ୍ମକ ଆନନ୍ଦ ସୃଷ୍ଟି କରି ନ ପାରେ ତାହା ସାହିତ୍ୟ ପଦବାଚ୍ୟ ନୁହେଁ। ସାହିତ୍ୟ ପାଠକର କଳ୍ପନା ଓ ଭାବାବେଗକୁ ସ୍ପର୍ଶ କରେ। ଏହା ମଣିଷ ଜୀବନର ବିଭିନ୍ନ ଦିଗକୁ ଅନୁଶୀଳନ କରେ, ମାତ୍ର ସିଧାସଳଖ ଉପଦେଶଧର୍ମୀ ନ ହୋଇ ଜୀବନ ପ୍ରତି ଏକ ନୈତିକ ଓ ଦାର୍ଶନିକ ଦୃଷ୍ଟିଭଙ୍ଗୀ ପ୍ରଦାନ କରେ। ଯେଉଁ ସ୍ତମ୍ଭ କେବଳ ସମସାମୟିକ ତଥ୍ୟଭିତ୍ତିକ ତା’ର ସ୍ଥାୟିତ୍ୱ ବେଶିଦିନ ରହେ ନାହିଁ। ସମୟ ଗଡିଗଲେ ତଥ୍ୟ ପ୍ରାସଙ୍ଗିକତା ହରାଏ। ମାତ୍ର ଯେତେବେଳେ ସ୍ତମ୍ଭକାର ତଥ୍ୟକୁ ତତ୍ତ୍ୱ ସହ ମିଶାଇ ସାହିତ୍ୟର ପୁଟ ଦେଇ ଆକର୍ଷଣୀୟ ଶବ୍ଦ ସଂଯୋଜନା ଓ ଶୈଳୀରେ ପରିବେଷଣ କରେ ସେତେବେଳେ ସ୍ତମ୍ଭ ସାହିତ୍ୟ ପଦବାଚ୍ୟ ହୁଏ ଓ କାଳଜୟୀ ହୁଏ। ସ୍ଥାନ, କାଳ ନିର୍ବିଶେଷରେ ଆବେଗିକ ଆବେଦନ ସୃଷ୍ଟି କରିବା, ସାର୍ବଜନୀନ ସତ୍ୟ ପରିବେଷଣ କରିବା ଓ ସୌନ୍ଦର୍ଯ୍ୟବୋଧଯୁକ୍ତ ଆନନ୍ଦ ସୃଷ୍ଟି କରିବା ହେଉଛି ସାହିତ୍ୟର ଧର୍ମ। ଯେଉଁ ସ୍ତମ୍ଭ ଏହା ସୃଷ୍ଟି କରିପାରେ ନାହିଁ ତାହା କେବଳ ସ୍ତମ୍ଭ ହୋଇ ରହେ, ସ୍ତମ୍ଭ ସାହିତ୍ୟ ହୋଇପାରେ ନାହିଁ। ଏବେ ସ୍ତମ୍ଭ ସାହିତ୍ୟକୁ ଖବର ସାହିତ୍ୟ କୁହାଗଲାଣି ଏବଂ ତାହା ପାଇଁ ପୁରସ୍କାର ପ୍ରଦାନ କରାଯାଉଛି। ସମ୍ପ୍ରତି ବହୁ ପ୍ରତିଭାବାନ୍‌ ଓ ପ୍ରତିଷ୍ଠିତ ଲେଖକ ସ୍ତମ୍ଭ ଲେଖୁଛନ୍ତି। ସେମାନଙ୍କ କେଉଁ ଆଲେଖ୍ୟ ସ୍ତମ୍ଭ ପଦବାଚ୍ୟ ଓ କେଉଁ ଆଲେଖ୍ୟ ସ୍ତମ୍ଭ ସାହିତ୍ୟ ପଦବାଚ୍ୟ ତାହା ପାଠକମାନେ ବିଚାର କରିବେ।
ପ୍ରାକ୍ତନ ଅଧ୍ୟକ୍ଷ, ଡି.ଏ.ଭି
ସ୍ବୟଂଶାସିତ କଲେଜ, ଟିଟିଲାଗଡ଼
ମୋ: ୭୦୦୮୩୬୯୯୨୦

ଡ.ଛାୟାକାନ୍ତ ଷଡ଼ଙ୍ଗୀ

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାଲଡ଼ା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ପ୍ରସଙ୍ଗ ଅନାସ୍ଥା ବୈଠକ କରିବାକୁ ଜିଲାପାଳଙ୍କୁ ଦାବିପତ୍ର

ନନ୍ଦପୁର,୨୭ା୨(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ବାଲଡ଼ା ପଞ୍ଚାୟତ ସରପଞ୍ଚ ବିକ୍ରମ ସୀସାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ସମ୍ପର୍କିତ ବୈଠକ ଶୀଘ୍ର କରିବାକୁ…

ବାବୁଲ ସୁପ୍ରିୟୋ, ପୂର୍ବ DGP ରାଜୀବ କୁମାର…ରାଜ୍ୟ ସଭା ପାଇଁ ଏହି ୪ ପ୍ରାର୍ଥୀଙ୍କ ଉପରେ ଭରସା କଲେ ମମତା

କୋଲକାତା,୨୭।୨: ପଶ୍ଚିମବଙ୍ଗର ୫ଟି ରାଜ୍ୟ ସଭା ଆସନ ପାଇଁ ଶୁକ୍ରବାର ତୃଣମୂଳ କଂଗ୍ରେସ ନିଜର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଦଳ ଏଥର ପ୍ରଶାସନିକ ଅଭିଜ୍ଞତା, ଆଇନଗତ…

କର୍ଣ୍ଣାଟକରେ ପ୍ରେମୀଯୁଗଳଙ୍କ ମୃତ୍ୟୁ: ମୃତଦେହ ଗାଁକୁ ଆଣିବା ପାଇଁ ପୋଲିସ, ପ୍ରଶାସନ ନିକଟରେ ନିବେଦନ

ଗୁଣପୁର, ୨୭।୨ (ସଂକେତ ପାତ୍ର ): ପ୍ରଥମେ ଭଲ ପାଇଲେ, ପରେ ବାହା ହେଲେ। ବାହାଘର ପରେ କାମ ଅନ୍ବେଷଣରେ କର୍ଣ୍ଣାଟକ ଚାଲିଯାଇଥିଲେ। ସେଠାରେ କୌଣସି କାରଣରୁ…

ପୌର ପରିଷଦରେ ବ୍ୟାପକ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବି ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଦାବିପତ୍ର

ଗୁଣପୁର, ୨୭।୨ (ସଂକତେ ପାତ୍ର/ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବିଜେଡି ପକ୍ଷରୁ ଶୁକ୍ରବାର ବିଭିନ୍ନ ପ୍ରସଙ୍ଗକୁ ନେଇ ଶୋଭାଯାତ୍ରା ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l…

ମଲା କୁକୁଡ଼ା ମାଂସ ଖାଇ ୪ ମହିଳା ଗୁରୁତର

କଲ୍ୟାଣସିଂହପୁର, ୨୭।୨ (ଦୀପକ କୁମାର ପରିଡା ): ମଲା କୁକୁଡ଼ା ମାଂସ ଖାଇ ଗୋଟିଏ ପରିବାରର ୪ ଜଣ ମହିଳା ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।…

ଟିମ୍‌ ଇଣ୍ଡିଆକୁ ଫେରିବେ ରିଙ୍କୁ ସିଂ, ପିତାଙ୍କୁ ହରାଇଥିବା ସତ୍ତ୍ୱେ ଦେଶ ପାଇଁ ନେଲେ ବଡ଼ ନିଷ୍ପତ୍ତି 

ନୂଆଦିଲ୍ଲୀ,୨୭।୨: ଭାରତୀୟ କ୍ରିକେଟର ଯୁବ ତାରକା ରିଙ୍କୁ ସିଂ ବର୍ତ୍ତମାନ ନିଜ ଜୀବନର ସବୁଠାରୁ କଷ୍ଟକର ସମୟ ଦେଇ ଗତି କରୁଛନ୍ତି। ଟି-୨୦ ବିଶ୍ୱକପ ୨୦୨୬ ଅଭିଯାନ…

ବରଗଡ଼ରେ ଲଜ୍ଜା: ୧୨ ବର୍ଷୀୟ ନାବାଳିକାଙ୍କୁ ବଳାତ୍କାର, ଜଣେ ବ୍ୟକ୍ତିଙ୍କୁ ଅଟକ ରଖି…

ବରଗଡ଼,୨୭।୨(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲା ସଦର ଥାନା ଅଞ୍ଚଳରେ ଜଣେ ନାବାଳିକା(୧୨)ଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ଏ ନେଇ ଶୁକ୍ରବାର ବରଗଡ଼ ସଦର ଥାନାରେ ପୀଡିତାଙ୍କ ପରିବାର…

IPL ୨୦୨୬: ୩୦ ଦିନ ପୂର୍ବରୁ ବଦଳିଲା କାର୍ଯ୍ୟସୂଚୀ, ଏବେ ଏହି ତାରିଖରୁ ଆରମ୍ଭ ହେବ ୧୯ତମ ସିଜନ୍‌

ନୂଆଦିଲ୍ଲୀ,୨୭।୨: ଆଇସିସି ଟି-୨୦ ବିଶ୍ୱକପ୍‌ ୨୦୨୬ର ଉତ୍ସାହ ମଧ୍ୟରେ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବିଶ୍ୱକପ୍‌ ଶେଷ ହେବାର ମାତ୍ର କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri