ରଙ୍ଗହୀନ ଢେଙ୍କାନାଳ ରେଳଷ୍ଟେଶନ

ଢେଙ୍କାନାଳ ଅଫିସ, ୭।୨(ରତନ ନାୟାର): ପ୍ରତିବର୍ଷ ଆସୁଛି ରେଳବଜେଟ। ଓଡ଼ିଶା ଭାଗରେ ଦାବିଠାରୁ ଅଧିକ ଟଙ୍କା ପଡ଼ିଥିବା କହି କେନ୍ଦ୍ର ଦେଖାଉଛି ଗୋଲାପୀ ଚିତ୍ର। ଏହାକୁ ନେଇ କେନ୍ଦ୍ର-ରାଜ୍ୟ ମଧ୍ୟରେ କାଦୁଅଫିଙ୍ଗା ରାଜନୀତି ମଧ୍ୟ ହେଉଛି। ହେଲେ ବାରମ୍ବାର ଦାବି, ଆନ୍ଦୋଳନ, ଜନଆକ୍ରୋଶ ସତ୍ତ୍ୱେ ୯୫ ବର୍ଷ ପୁରୁଣା ଐତିହ୍ୟସମ୍ପନ୍ନ ଢେଙ୍କାନାଳ ରେଳଷ୍ଟେଶନର ଭାଗ୍ୟ ଉଦୟ ହୋଇ ନ ପାରିବା କଥା ଓ କାମ ମଧ୍ୟରେ ଥିବା ଦୀର୍ଘ ବ୍ୟବଧାନକୁ ପଦାରେ ପକାଇଛି।
ନିକଟରେ ଆସିଥିବା ରେଳ ବଜେଟରେ ଉନ୍ନତୀକରଣ ହେବାକୁ ଥିବା ଓଡ଼ିଶାର ୫୭ଟି ରେଳ ଷ୍ଟେଶନ ମଧ୍ୟରେ ଢେଙ୍କାନାଳକୁ ଅନ୍ତର୍ଭୁକ୍ତ କରାଯାଇଛି। ଜିଲାକୁ ସ୍ବତନ୍ତ୍ର ପରିଚୟ ଦେଇଥିବା ସଦର ବ୍ଲକ ସପ୍ତଶଯ୍ୟା ପଞ୍ଚାୟତର ଡୋକ୍ରା କଳାକୃତି ଗ୍ରାମ ସଦେଇବେରେଣୀ-ନବଜୀବନପୁରର ହସ୍ତଶିଳ୍ପ ଷ୍ଟେଶନରେ ପ୍ରଦର୍ଶିତ ହେବ ବୋଲି ରେଳମନ୍ତ୍ରୀ ଘୋଷଣା କରିଛନ୍ତି। ତେବେ ଏଭଳି ଘୋଷଣାର କୌଣସି ନୂତନତ୍ୱ ନାହିଁ। ବିଗତ ୩ ବର୍ଷ ହେଲା ଢେଙ୍କାନାଳ ରେଳଷ୍ଟେଶନର ରୂପରେଖ ବଦଳାଇବାକୁ ଯୋଜନା କରାଯାଉଥିବା କେନ୍ଦ୍ର ସରକାର କହି ଆସୁଛନ୍ତି। ହେଲେ ଅଦ୍ୟାବଧି ସେମିତି କୌଣସି କାର୍ଯ୍ୟ ଆରମ୍ଭ ହୋଇନାହିଁ। ତେଣୁ ଢେଙ୍କାନାଳବାସୀଙ୍କୁ କେନ୍ଦ୍ର ସରକାର ପ୍ରତାରଣା କରୁଥିବା ଚର୍ଚ୍ଚା ହେଉଛି। ରେଳମନ୍ତ୍ରୀ ବିଭିନ୍ନ ସମୟରେ ଅନୁଗୋଳ-ତାଳଚେର ଷ୍ଟେଶନ ଗସ୍ତ କରି ଭିତ୍ତିଭୂମି ତଦାରଖ କରୁଥିବାବେଳେ ଐତିହ୍ୟସମ୍ପନ୍ନ ଢେଙ୍କାନାଳ ରେଳ ଷ୍ଟେଶନରେ ତାଙ୍କର ପାଦ ନ ପଡ଼ିବା ଆଲୋଚନାର ବିଷୟ ହୋଇଛି।
୧୯୨୭ରେ ଅବିଭକ୍ତ ଢେଙ୍କାନାଳ ଜିଲାର ତାଳଚେର ଓ ଢେଙ୍କାନାଳ କେବଳ ଦୁଇଟି ରେଳଷ୍ଟେଶନ ରହିଥିଲା। ଇତିମଧ୍ୟରେ ଅତିକ୍ରାନ୍ତ ହୋଇଛି ୯୫ ବର୍ଷ। ଏବେ ଉକ୍ତ ଷ୍ଟେଶନ ଦେଇ ୨୩ ଯୋଡ଼ା ଦ୍ରୁତଗାମୀ ଏବଂ ରାଉରକେଲା ଓ ଅନୁଗୋଳକୁ ୨ଟି ପାସେଞ୍ଜର ଟ୍ରେନ୍‌ ଚଳାଚଳ କରୁଛ। ଏହା ଉପରେ ଯାତ୍ରୀଙ୍କ ନିର୍ଭରଶୀଳତା ମଧ୍ୟ ବଢ଼ିଛି। ହେଲେ ପ୍ରସ୍ତାବିତ ଦ୍ୱିତୀୟ ଫୁଟ ଓଭରବ୍ରିଜ୍‌ ନାଲିଫିତା ତଳୁ ମୁଣ୍ଡ ଟେକି ପାରୁନାହିଁ। ଫଳରେ ଟ୍ରେନ୍‌ ରହଣି ସମୟରେ ଭିଡ଼ ହେଲେ ଏକମାତ୍ର ଫୁଟ୍‌ ଓଭରବ୍ରିଜ୍‌ ଜାମ୍‌ ହୋଇପଡୁଛି। ତେଣୁ ଟ୍ରେନ୍‌ ଧରିବା ପାଇଁ ଯାତ୍ରୀମାନେ ବିପଦପୂର୍ଣ୍ଣ ଭାବେ ରେଳଧାରଣା ପାର୍‌ ହେଉଛନ୍ତି। ସେହିପରି ୧ନଂ.ରୁ ୨ନଂ. ପ୍ଲାଟ୍‌ଫର୍ମକୁ ଦିବ୍ୟାଙ୍ଗ ବ୍ୟକ୍ତି, ବରିଷ୍ଠ ନାଗରିକଙ୍କ ଯାତାୟାତ ସୁବିଧା ଲାଗି ଏସ୍କାଲେଟର କିମ୍ବା ରାମ୍ପ କରାଯାଇନାହିଁ। ପ୍ଲାଟଫର୍ମରେ ଆବର୍ଜନା ପାଣି ପ୍ରବେଶ କରି ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ନ ଥିବାରୁ ରାତିରେ ଯାତ୍ରୀ ଭୟଭୀତ ଅବସ୍ଥାରେ ରହୁଛନ୍ତି। ମାଗାଜିନ ଷ୍ଟଲ୍‌ କିମ୍ବା ଟେଲିଫୋନ ବୁଥ୍‌ ବ୍ୟବସ୍ଥା କରାଯାଉ ନ ଥିବାରୁ ଯାତ୍ରୀ ଅସନ୍ତୋଷ ବଢ଼ିବାରେ ଲାଗିଛି।

ଗାନ୍ଧୀଙ୍କ ସ୍ମୃତି ସାଉଁଟୁଛି
ମହାତ୍ମା ଗାନ୍ଧୀଙ୍କ ସ୍ମୃତି ସାଉଁଟୁଥିବା ଢେଙ୍କାନାଳ ରେଳଷ୍ଟେଶନ ଉଭୟ ଐତିହାସିକ ଏବଂ ଅର୍ଥନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ। ସ୍ବାଧୀନତାର ୯ ବର୍ଷ ପୂର୍ବରୁ ଏହି ଷ୍ଟେଶନ ଦେଇ ବାପୁ ଟ୍ରେନ୍‌ରେ କଟକ ଯାଇଥିଲେ। ହେଲେ ଗାନ୍ଧୀଙ୍କ ଅହିଂସା ନୀତିର ବାର୍ତ୍ତାବହ ସାଜିଥିବା ଏହି ଷ୍ଟେଶନରେ ମହାତ୍ମାଙ୍କ ପ୍ରତିମୂର୍ତ୍ତି କିମ୍ବା ଏହି ଯାତ୍ରା ସମ୍ପର୍କରେ କୌଣସି ସୂଚନା ଲିପିବଦ୍ଧ ହୋଇନାହିଁ, ଯାହାକୁ ନେଇ ଉଦ୍‌ବେଗ ବ୍ୟକ୍ତ କରିଛନ୍ତି ଗାନ୍ଧୀବାଦୀ।

ପରିମଳ ବ୍ୟବସ୍ଥା ଶୋଚନୀୟ, ଭଲ ରାସ୍ତା ନାହିଁ
-ବାରମ୍ବାର ପ୍ରସ୍ତାବ ସତ୍ତ୍ୱେ ଢେଙ୍କାନାଳ ରେଳଷ୍ଟେଶନର ଆଖିଦୃଶିଆ ଉନ୍ନତୀକରଣ ହୋଇନାହିଁ। ପରିମଳ ବ୍ୟବସ୍ଥା ଶୋଚନୀୟ ହୋଇପଡ଼ିଛି। ଢେଙ୍କାନାଳ ସହରରୁ ଷ୍ଟେଶନକୁ ସିଧାସଳଖ ଯିବା ପାଇଁ ଭଲ ରାସ୍ତା ନାହିଁ।

-ବିଶ୍ୱନାଥ ବେହେରା, ବରିଷ୍ଠ ନାଗରିକ

୩ ବର୍ଷ ହେଲା ବିକାଶ ହେବ ବୋଲି ଶୁଣୁଛୁ
-ଢେଙ୍କାନାଳ ରେଳଷ୍ଟେଶନକୁ ମଡେଲ ଷ୍ଟେଶନ କରାଯିବ ବୋଲି ୩ ବର୍ଷ ହେଲା କେବଳ ଶୁଣୁଛୁ। କିନ୍ତୁ ଆଜି ପର୍ଯ୍ୟନ୍ତ ଯେଉଁସବୁ ପ୍ରସ୍ତାବ ଯାଇଛି, କୌଣସି ଉନ୍ନତୀକରଣ କାର୍ଯ୍ୟ ହେଉନାହିଁ। ଯାତ୍ରୀମାନେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି।
-ବଦ୍ରି ନାରାୟଣ ମିଶ୍ର, ସମ୍ପାଦକ, ଦୈନିକ ଅନୁଗୋଳ-ଢେଙ୍କାନାଳ ରେଳଯାତ୍ରୀ ସଂଘ


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri