୭୨ ଅଭିଯୋଗ ଶୁଣିଲେ ଜିଲାପାଳ: ୩ଜଣଙ୍କୁ ମିଳିଲା ଚିକିତ୍ସା ସହାୟତା

ଦାରିଙ୍ଗବାଡ଼ି,୨୭।୨(ଡି.ଏନ୍‌.ଏ.): କନ୍ଧମାଳ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ସୋମବାର ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜନଶୁଣାଣି କରିଛନ୍ତି। ଏଥିରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମୋଟ ୭୨ ଅଭିଯୋଗ ହୋଇଥିଲା। ସେଥି ମଧ୍ୟରେ ୪୯ ବ୍ୟକ୍ତିଗତ ସମସ୍ୟା ରହିଥିବା ବେଳେ ୨୩ଟି ସାମୂହିକ ସମସ୍ୟାର ସମାଧାନ ପାଇଁ ଜନସାଧାରଣ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ସେହିପରି ୩ ଜଣଙ୍କୁ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩୫ ହଜାର ଟଙ୍କା ସହାୟତା କରାଯାଇଥିଲା।
ସେହିପରି ବାଡ଼ାବାଙ୍ଗା ପଞ୍ଚାୟତରେ ଚିକିତ୍ସା କେନ୍ଦ୍ର କରାଯିବା ସହ ମୋବାଇଲ ଟାୱାର, ବସୁଧା ଯୋଜନାରେ ପାଇପ୍‌ ଯୋଗେ ପାଣି ଯୋଗାଇ ଦିଆଯାଉଥିବା ବେଳେ ରାସ୍ତା ସମ୍ପ୍ରସାରଣ ଯୋଗୁ ପାଇପ୍‌ଗୁଡିକ ନଷ୍ଟ ହେଉଛି। ଏନେଇ ତୁରନ୍ତ ମରାମତି କରି ଜନସାଧାରଣଙ୍କୁ ପାଣି ଯୋଗାଇଦେବାକୁ ସରପଞ୍ଚ ପ୍ରସନ୍ନ ପ୍ରଧାନ ଜିଲାପାଳଙ୍କୁ କହିଥିଲେ। ସେହିପରି ହାତୀମୁଣ୍ଡା ପଞ୍ଚାୟତ କୁମ୍ଭାରୀପଦର ଭୂସ୍ଖଳନ ହୋଇଥିଲା। ସେଠାକାର ବାସିନ୍ଦାଙ୍କୁ ପ୍ରଶାସନ ଅନ୍ୟତ୍ର ଥଇଥାନ କରୁଥିବା ବେଳେ ଉକ୍ତ ଗାଁ ନିକଟବର୍ତ୍ତୀ ତାମାଙ୍ଗି ଗ୍ରାମର ମଧ୍ୟ ୩୫୦ ପରିବାରଙ୍କୁ ପକ୍କାଘର ଯୋଗାଇ ଅନ୍ୟତ୍ର ଥଇଥାନ କରିବାକୁ ଦାବି କରିଛନ୍ତି। ଏପରିକି ଦିବ୍ୟାଙ୍ଗମାନଙ୍କୁ ମୌଳିକ ସୁବିଧା ସହ ଆବାସ ଯୋଜନାରେ ସାମିଲ କରିବା ସହିତ ମୋବାଇଲ ଟାୱାର ସ୍ଥାପନ ଆଦି ଅଭିଯୋଗ ହୋଇଛି। ଅଭିଯୋଗ ଶୁଣାଣି ବେଳେ ବାଲିଗୁଡ଼ା ଏସ୍‌ଡିପି ରୋହିତ ବର୍ମା, ଦାରିଙ୍ଗବାଡ଼ି ତହସିଲଦାର ଡ. ଅଶୋକ କୁମାର ଦାସ, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ସମେତ ଜିଲା ଉପଖଣ୍ଡସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତରେ ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ

ମହାକାଳପଡା,୨।୬(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକର ମହାନଦୀର ବରଜ ବାହାକୁଦଠାରେ ଏକ ଅଭାବନୀୟ ଘଟଣା ଘଟିଛି। ମାଛ ଧରୁଥିବା ବେଳେ ବ୍ରଜପାତ ଘଟିବାରୁ ଜଣେ ମତ୍ସ୍ୟଜୀବୀଙ୍କ...

ପଇଡ଼ରେ ନିଶା ଦେଇ ଦୁଇ ଯାତ୍ରୀଙ୍କଠୁ ଲୁଟ୍‌

ବ୍ରହ୍ମପୁର ଅଫିସ,୧୭ା୧୨: ପୁରୀ- ଗୁଣପୁର ଟ୍ରେନରେ ଏବେ ଲୁଟେରା ସକ୍ରିୟ ହୋଇଛନ୍ତି। ପୁଣି ପଇଡ଼ରେ ନିଶା ଦେଇ ୨ଯାତ୍ରୀଙ୍କୁ ଲୁଟିଛନ୍ତି। ୧୫ଦିନ ମଧ୍ୟରେ ସମାନ ଢଙ୍ଗରେ...

ଗଛରେ ପିଟିହେଲା ବାଇକ୍‌: ଚାଲିଗଲା ୨ ଜୀବନ

ତିହିଡ଼ି,୨ା୧୨(ସ୍ବ.ପ୍ର.)-ଭଦ୍ରକ ଜିଲା ତିହିଡ଼ି ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ପ୍ରସନ୍ନ ମଲିକ(୧୯) ଓ ନାୟକାଣିଡିହୀ ଥାନା ଅନ୍ତର୍ଗତ ଭଞ୍ଜସାହିର ଧର୍ମପଦ ମଲିକ(୧୯)ଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ...

ଘରୁ ବାହାରିଲା ୧୩ ନାଗ, ବାବୁ ସାହିରେ ଆତଙ୍କ

ଧାମନଗର,୧୨।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଆନନ୍ଦପୁର ବାବୁ ସାହିର ଖଗେଶ୍ୱର ମହାକୁଡ଼ଙ୍କ ଘରୁ ଗୋଟିଏ ନାଗୁଣୀ ସହ ୧୨ ନାଗ ଛୁଆ ଉଦ୍ଧାର କରାଯାଇଛି।...

ଝାଡ଼ାବାନ୍ତିରେ ଚାଲିଗଲା ଆଉ ଜଣଙ୍କ ଜୀବନ

ଲାଞ୍ଜିଗଡ଼,୨୮।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଳକ କଦମଗୁଡା ପଞ୍ଚାୟତ ସେମେଲପଦର ଏବଂ ବାଲାପଦର ଗାଁରେ ଝାଡ଼ାବାନ୍ତି ରୋଗ ବ୍ୟାପିବାରେ ଲାଗିଛି। ରବିବାର ଜିଲା ମୁଖ୍ୟ ଚିକିତ୍ସାଳୟରେ...

ଅନ୍ୟ ଜିଲାରୁ ଚୌଦ୍ୱାର ଫେରୁଛନ୍ତି ଲୋକେ: ସଚେତନ ହେଲେ, କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ଆସିଲେ

ଚୌଦ୍ୱାର,୨୩।୪(ଡି.ଏନ୍‌.ଏ.): କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବାହାରୁ ଆସୁଥିବା ବ୍ୟକ୍ତିବିଶେଷଙ୍କ ଡାକ୍ତରୀ ପରୀକ୍ଷା କରାଇ ସ୍ଥାନୀୟ କ୍ୱାରେଣ୍ଟାଇନ ସେଣ୍ଟରରେ ରଖିବା ବ୍ୟବସ୍ଥା ସରକାରଙ୍କ...

ସୀମାନ୍ତରେ ଏନ୍‌କାଉଣ୍ଟର ମାଓବାଦୀ କମାଣ୍ଡର ନିହତ

ମାଲକାନଗିରି,୧୩ା୧: ମାଲକାନଗିରି ସୀମାନ୍ତବର୍ତ୍ତୀ ଛତିଶଗଡ଼ ଦାନ୍ତଓ୍ବୋଡା ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ପୋଲିସ ଏନ୍‌କାଉଣ୍ଟରରେ ଜଣେ ମାଓବାଦୀ କମାଣ୍ଡର ନିହତ ହୋଇଛନ୍ତି। ତାଙ୍କ...

ସାଧାରଣତନ୍ତ୍ର ଦିବସରେ ରାଜ୍ୟପାଳଙ୍କଠାରୁ ପଦକ ଗ୍ରହଣ କରିବେ ୭ ଭିଜିଲାନ୍ସ ଅଧିକାରୀ

କଟକ ଅଫିସ,୨୫।୧: ରବିବାର ସାଧାରଣତନ୍ତ୍ର ଦିବସ ଅବସରରେ ୭ଜଣ ଭିଜିଲାନ୍ସ ଅଧିକାରୀଙ୍କୁ ରାଜ୍ୟସ୍ତରୀୟ ପଦକ ପ୍ରଦାନ କରାଯିବ। ଭୁବନେଶ୍ୱରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କଠାରୁ ଅଧିକାରୀମାନେ ପଦକ...

Advertisement
Archives

Model This Week