୭୨ ଅଭିଯୋଗ ଶୁଣିଲେ ଜିଲାପାଳ: ୩ଜଣଙ୍କୁ ମିଳିଲା ଚିକିତ୍ସା ସହାୟତା

ଦାରିଙ୍ଗବାଡ଼ି,୨୭।୨(ଡି.ଏନ୍‌.ଏ.): କନ୍ଧମାଳ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ସୋମବାର ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜନଶୁଣାଣି କରିଛନ୍ତି। ଏଥିରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମୋଟ ୭୨ ଅଭିଯୋଗ ହୋଇଥିଲା। ସେଥି ମଧ୍ୟରେ ୪୯ ବ୍ୟକ୍ତିଗତ ସମସ୍ୟା ରହିଥିବା ବେଳେ ୨୩ଟି ସାମୂହିକ ସମସ୍ୟାର ସମାଧାନ ପାଇଁ ଜନସାଧାରଣ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ସେହିପରି ୩ ଜଣଙ୍କୁ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩୫ ହଜାର ଟଙ୍କା ସହାୟତା କରାଯାଇଥିଲା।
ସେହିପରି ବାଡ଼ାବାଙ୍ଗା ପଞ୍ଚାୟତରେ ଚିକିତ୍ସା କେନ୍ଦ୍ର କରାଯିବା ସହ ମୋବାଇଲ ଟାୱାର, ବସୁଧା ଯୋଜନାରେ ପାଇପ୍‌ ଯୋଗେ ପାଣି ଯୋଗାଇ ଦିଆଯାଉଥିବା ବେଳେ ରାସ୍ତା ସମ୍ପ୍ରସାରଣ ଯୋଗୁ ପାଇପ୍‌ଗୁଡିକ ନଷ୍ଟ ହେଉଛି। ଏନେଇ ତୁରନ୍ତ ମରାମତି କରି ଜନସାଧାରଣଙ୍କୁ ପାଣି ଯୋଗାଇଦେବାକୁ ସରପଞ୍ଚ ପ୍ରସନ୍ନ ପ୍ରଧାନ ଜିଲାପାଳଙ୍କୁ କହିଥିଲେ। ସେହିପରି ହାତୀମୁଣ୍ଡା ପଞ୍ଚାୟତ କୁମ୍ଭାରୀପଦର ଭୂସ୍ଖଳନ ହୋଇଥିଲା। ସେଠାକାର ବାସିନ୍ଦାଙ୍କୁ ପ୍ରଶାସନ ଅନ୍ୟତ୍ର ଥଇଥାନ କରୁଥିବା ବେଳେ ଉକ୍ତ ଗାଁ ନିକଟବର୍ତ୍ତୀ ତାମାଙ୍ଗି ଗ୍ରାମର ମଧ୍ୟ ୩୫୦ ପରିବାରଙ୍କୁ ପକ୍କାଘର ଯୋଗାଇ ଅନ୍ୟତ୍ର ଥଇଥାନ କରିବାକୁ ଦାବି କରିଛନ୍ତି। ଏପରିକି ଦିବ୍ୟାଙ୍ଗମାନଙ୍କୁ ମୌଳିକ ସୁବିଧା ସହ ଆବାସ ଯୋଜନାରେ ସାମିଲ କରିବା ସହିତ ମୋବାଇଲ ଟାୱାର ସ୍ଥାପନ ଆଦି ଅଭିଯୋଗ ହୋଇଛି। ଅଭିଯୋଗ ଶୁଣାଣି ବେଳେ ବାଲିଗୁଡ଼ା ଏସ୍‌ଡିପି ରୋହିତ ବର୍ମା, ଦାରିଙ୍ଗବାଡ଼ି ତହସିଲଦାର ଡ. ଅଶୋକ କୁମାର ଦାସ, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ସମେତ ଜିଲା ଉପଖଣ୍ଡସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଲକୁ ଯାଇ ଘରକୁ ଫେରି ନ ଥିଲେ ଯୁବକ, ଆଜି ମିଳିଲା ମୃତଦେହ, ହତ୍ୟା ଅଭିଯୋଗ ଆଣି…

ପାଟଣାଗଡ଼,୧୨ା୧୦(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୋଏଲପିଟା ଗାଁର ଜାମଜୋର ନଦୀ ପାର୍ଶ୍ୱରୁ ସୋମବାର ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତ…

ବାୟାବାବା କଲେଜ ନିର୍ବାଚନ: ବିସିଜେଡି-ଏବିଭିପି କଡ଼ା ଟକ୍କର, ଭୋଟ୍‌ ହାତେଇବାକୁ ଆପଣାଉଛନ୍ତି ଏହି…

ମହାକାଳପଡ଼ା, ୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ଛାତ୍ର ସଂସଦ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ସଦର ମହକୁମାସ୍ଥିତ ବାୟା ବାବା କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇଛି। ସଂସଦ…

ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୭ ଠିକଣାରେ ଚଢ଼ାଉ

ଧର୍ମଶାଳା,୧୨।୧୦(ଶିବପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍ । ମୋଟ ୭ଟି ସ୍ଥାନରେ ଚଢାଉ ଜାରି ରହିଥିବା ସୂଚନା ରହିଛି । ଆୟ ବହିର୍ଭୂତ…

ବଲାଙ୍ଗୀର-ଦେଓଗାଁ ରାସ୍ତାରେ ଦୁର୍ଘଟଣା, ଜଙ୍ଗଲକୁ ପଶିଗଲା ଟମାଟୋ ବୋଝେଇ ଟ୍ରକ୍

ବଲାଙ୍ଗୀର,୧୨।୧୦(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର-ଦେଓଗାଁ ମୁଖ୍ୟ ରାସ୍ତା ଏନଏଚ ୨୬ରେ ଦୁର୍ଘଟଣା ଘଟିଛି । ଦେଓଗାଁ ଚିନିକଳ କଲୋନୀ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଜଙ୍ଗଲ…

ଘସିପୁରାରେ ମହିଳାଙ୍କୁ ହତ୍ୟା ଉଦ୍ୟମ : ବାପା-ପୁଅ ଗିରଫ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୨ା୧୦(ଶୁଭକାନ୍ତ ନାୟକ/ଶ୍ରୀଧର ମହାରଣା/ନିରାକାର ପରିଡା): କେନ୍ଦୁଝର ଜିଲା ଘସିପୁରା ଅଞ୍ଚଳର ଜଣେ ମହିଳାଙ୍କୁ କିଛି ଲୋକ ମିଳିମିଶି ଅଟକାଇବା, ଅଶ୍ଳୀଳ ଭାଷାରେ ଗାଳି ଦେବା ସହିତ ହତ୍ୟା…

କେସିଙ୍ଗା ଛାତ୍ର ସଂସଦ ନିର୍ବାଚନ, ବିଜେଡି ପ୍ରାର୍ଥୀ ଅନୁଭବଙ୍କ ନାମାଙ୍କନ କାୟମ

କେସିଙ୍ଗା,୧୨ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ବିଜେଡି ସମର୍ଥିତ ଛାତ୍ର ନେତା ଅନୁଭବ ପଟ୍ଟନାୟକ ସଭାପତି ପଦ ପାଇଁ ନାମାଙ୍କନ କାୟମ୍ କଲେ ମହାବିଦ୍ୟାଳୟର ନିର୍ବାଚନ…

ବାଙ୍କୀ ସ୍ବୟଂଶାସିତ କଲେଜରେ ବୋମାମାଡ଼; ଝରକା ଭାଙ୍ଗିଲା, କାନ୍ଥ ଫାଟିଲା

ବାଙ୍କୀ,୧୨ା୧୦(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ନିର୍ବାଚନକୁ ନେଇ ରବିବାର ରାତିରେ ବୋମାମାଡ଼ ହୋଇଛି। ବୋମାମାଡ଼ ଫଳରେ କଲେଜ ଆସବାବପତ୍ର ସହ ଝରକା ଏବଂ କବାଟ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?