ସଙ୍କୁଚିତ ପୃଥିବୀର ଦୂରନ୍ତ ସମ୍ପର୍କ

ସୁପ୍ରଭା ବେହେରା

 

ଦିନଥିଲା ଜହ୍ନ କେବଳ ରାତ୍ରି ଆକାଶର କୁହେଳିକାଟିଏ। ମା’ କୋଳର ଅଝଟ ଶିଶୁ ପାଇଁ କେବେ ଛୁଇଁ ହେଉ ନ ଥିବା ମାମୁଟିଏ। ସ୍ପର୍ଦ୍ଧା ରଖୁଥିବା ପ୍ରେମସିକ୍ତ ପ୍ରେମିକର ପ୍ରେମିକା ହାତରେ ଜହ୍ନ ତୋଳି ଦେବାର ମିଛ ପ୍ରତିଶ୍ରୁତିଟିଏ। ହୁଏତ ଏସବୁ ବାକ୍ୟ ଦିନେ ବୁଢ଼ୀ ଅସୁରୁଣୀର କାହାଣୀ ପରି ଲାଗୁଥିଲା। ଏବେ କିନ୍ତୁ ଜହ୍ନ ରାଇଜ ଆଉ ଦୂର ନୁହଁ। ବିବାହ ବାର୍ଷିକୀରେ ଏବେ ସ୍ବାମୀଟିଏ ଘର କରିବା ପାଇଁ ଜହ୍ନ ରାଇଜରୁ ଜାଗା ଖଣ୍ଡିଏ କିଣି ସ୍ତ୍ରୀକୁ ଉପହାର ଦେଲାଣି। ବିଜ୍ଞାନର ଜୟ ଯାତ୍ରା ଦୂରତାକୁ ସଙ୍କୁଚିତ କରିଛି। ଦିନ ଥିଲା ମନୁଷ୍ୟ ଚାଲିଚାଲି ହେଉ ଅବା ଭାରବାହୀ ପଶୁ ଦ୍ୱାରା ହେଉ, ଗୋଟିଏ ଜନପଦରୁ ଆଉଗୋଟିଏ ଜନପଦକୁ ଯାତ୍ରା କରୁଥିଲା। ଯାହା ଥିଲା ସମୟ ସାପେକ୍ଷ। ଦୁର୍ଗମ ବଣ ଜଙ୍ଗଲ ଥିଲା ମନୁଷ୍ୟର ଅପହଞ୍ଚ। ଏବେ ତ କୃତ୍ରିମ ଉପଗ୍ରହ ଦ୍ୱାରା ମନୁଷ୍ୟ ପୃଥିବୀର କୋଣ ଅନୁକୋଣ ସନ୍ଧାନ କରିସାରିଲାଣି। ଆଖିର ପଲକ ମାତ୍ରକେ ସୁପର ସୋନିକ ଜାହାଜରେ ବସି ହଜାର ହଜାର ମାଇଲ ଦୂରତାକୁ ଅତିକ୍ରମ କରୁଛି। ଝିଅକୁ ଶାଶୁଘରକୁ ପଠାଇବା ବେଳେ ମା’ବାପା ପ୍ରଥମେ ଦେଖୁଥିଲେ ଦୂରତା କେତେ। ଏବେ ତ ଆମ ପିଲାମାନଙ୍କୁ ସାତ ସମୁଦ୍ର ତେର ନଈ ପାରି ପଠାଇ ଦେଉଛୁ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସଫଳତା ଯୋଗୁ ଏହି ବିଶାଳ ପୃଥିବୀ ହୋଇଛି ସଙ୍କୁଚିତ। ଭୌଗୋଳିକ ଦୂରତା ଆଉ ସମସ୍ୟା ନୁହଁ। ଯାହା ସମସ୍ୟା, ତାହା ହେଉଛି ସାମାଜିକ ଦୂରତା। ଗୋଟିଏ ଛାତ ତଳେ, ଗୋଟିଏ ଘର ଭିତରେ ବସବାସ କରୁଥିବା ଦୁଇଟି ମଣିଷ ଭିତରେ ଭୌଗୋଳିକ ଦୂରତା ନ ଥିଲେ ମଧ୍ୟ ବଢୁଛି ଭାବର ଦୂରତା ଓ ତିକ୍ତତା। ସେ ଦୂରତା ସ୍ବାମୀ-ସ୍ତ୍ରୀର। କେବେ ବୃଦ୍ଧ ମାତାପିତା ଓ ସନ୍ତାନର। କେବେ ଆତ୍ମୀୟର ତ କେବେ ପଡ଼ୋଶୀର।
ଗମନାଗମନକୁ ଛାଡିଦେଲେ ପୃଥିବୀର ଗୋଟିଏ କୋଣରେ ରହୁଥିବା ଲୋକଟିଏ ଅନ୍ୟ କୋଣରେ ରହୁଥିବା ଲୋକଟି ସହ ଯୋଡ଼ି ହୋଇଥାଏ ଯୋଗାଯୋଗ ବ୍ୟବସ୍ଥା ଦ୍ୱାରା। ଚିଠି, ଟେଲିଗ୍ରାମ ଏସବୁ ପୁରୁଣା ବ୍ୟବସ୍ଥା ହେଲେ ମଧ୍ୟ ନିଆରା ଥିଲା ତାହାର ଅନୁଭବ। ଚିଠିରେ ସନ୍ଦେଶ ପହଞ୍ଚତ୍ବା ସମୟସାପେକ୍ଷ ହେଲେ ମଧ୍ୟ ସ୍ବତନ୍ତ୍ର ଥିଲା ସେ ଅପେକ୍ଷାର ଭାଷା। ନିଆରା ଥିଲା ସେ ଅକ୍ଷରର ଆପଣାପଣ। ଏବେ ଅଙ୍ଗୁଳି ଚାଳନା ମାତ୍ରେ ପୃଥିବୀର ଗୋଟିଏ କୋଣରୁ ଆଉ ଗୋଟିଏ କୋଣକୁ ସନ୍ଦେଶ ପହଞ୍ଚତ୍ ଯାଉଛି ତାହା ପୁଣି ଆଖି ପିଛୁଳାକେ। କିନ୍ତୁ ଦିନକୁ ଦିନ ହୁଗୁଳି ଯାଉଛି ସମ୍ପର୍କର ଗଣ୍ଠି। ସାମାଜିକ ଗଣମାଧ୍ୟମ ଦ୍ୱାରା କେତେ ବ୍ୟକ୍ତି ସହ ଯୋଡ଼ି ହୋଇ ବନ୍ଧୁତା ସ୍ଥାପନ କରୁଛି କିନ୍ତୁ ପ୍ରକୃତ ବନ୍ଧୁ ବିରଳ ହେଉଛି। ସବୁ କିଛି ଏଠାରେ ଆଭାସୀ। ବିସ୍ଫୋରଣ ଘଟୁଥିବା ଜନସଂଖ୍ୟାକୁ ଆଖିଆଗରେ ରଖିଲେ ବାସୋପଯୋଗୀ ଭୂମି ଏବେ ମୁଖ୍ୟ ସମସ୍ୟା। ତେଣୁ ସାହି, ପଡ଼ା ଭଳି ବିସ୍ତାରିତ ଜନବସତି ଅବଧାରଣାଟି କମି କମି ଯାଉଛି। ବିସ୍ତାରିତ ସାହି ଭିତରେ ତରକାରି ଦିଆନିଆର ଯେଉଁ ମଧୁର ସମ୍ପର୍କ, ପରସ୍ପରର ସୁଖଦୁଃଖରେ ଠିଆ ହେବାର ଯେଉଁ ଭଲପାଇବା ତାହା ସଙ୍କୁଚିତ ଆପାର୍ଟମେଣ୍ଟ ଘରେ ନାହିଁ। ଧୀରେ ଧୀରେ ରେଡିଓ ଓ ଦୂରଦର୍ଶନ ଆସିଲା। ଖୁବ୍‌ କ୍ୱଚିତ ଲୋକଙ୍କ ପାଖରେ ଏହି ଉପକରଣ ରହୁଥିବାରୁ ସେଠାରେ ଲୋକଙ୍କ ଭିଡ଼ ହେଉଥିଲା। ଏବେ ଗୋଟିଏ ଘରେ ଦୁଇ ତିନୋଟି ଟିଭି ଓ ହାତରେ ମୋବାଇଲ। ତେଣୁ ଘର ଭିତରେ ମଧ୍ୟ ଜଣେ ଆଉ ଜଣଙ୍କର ମୁହଁ ଦେଖିବା ସମ୍ଭବ ହେଉ ନାହିଁ।
ଜଗତୀକରଣ, ଯୋଗାଯୋଗ, ଗମନାଗମନ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଜୟଯାତ୍ରା ଫଳରେ ଏହି ବିଶାଳ ପୃଥିବୀ ସଙ୍କୁଚିତ ହୋଇଛି। ସାତ ସମୁଦ୍ର ତେର ନଈର ସେପାଖ ଭୂଖଣ୍ଡ ମଧ୍ୟ ଆଉ ଆମର ଅପରିଚିତ ନୁହଁ। କିନ୍ତୁ ଭୌଗୋଳିକ ଦୂରତ୍ୱକୁ ବାଦ୍‌ ଦେଇ ବଢିଛି ସାମାଜିକ ଦୂରତାର ପ୍ରତିଛବି। ପରିବାର, ପ୍ରତିବେଶୀ ପ୍ରତ୍ୟେକଙ୍କ ମଧ୍ୟରେ ହୁଗୁଳି ଯାଇଛି ବନ୍ଧନ। ଗୋଟିଏ ମଣିଷ ଅନ୍ୟ ଗୋଟିଏ ମଣିଷ ସହ ଗୋଟିଏ ଛାତ ତଳେ ରହି ମଧ୍ୟ ବଢି ଚାଲିଛି ମନର ଦୂରତ୍ୱ। ଯାହାର ଫଳାଫଳ ବିବାହ ବିଚ୍ଛେଦ, ବୃଦ୍ଧାଶ୍ରମର ସଂଖ୍ୟା ବୃଦ୍ଧି, ହତ୍ୟା, ଲୁଟତରାଜ, ବାଳ ଅପରାଧ, ଆତ୍ମହତ୍ୟା, ମାନସିକ ବିଶାଦ, ନିଶାଦ୍ରବ୍ୟ ସେବନ ଭଳି ଗୁଡ଼ାଏ ସାମାଜିକ ବ୍ୟାଧିରେ ଆକ୍ରାନ୍ତ ଆମର ସମାଜ। ଭୌଗୋଳିକ ଦୂରତ୍ୱକୁ ମିଟର, କିଲୋମିଟରରେ ମାପି ପାରୁଛନ୍ତି କିନ୍ତୁ ମଣିଷ ମନର ଦୂରତ୍ୱକୁ ମାପି ପ୍ରକାଶ କରିବା ପାଇଁ କୌଣସି ଏକକ ନାହିଁ। କିନ୍ତୁ ଏହା ସତ୍ୟ ଯେ ଏକ ସୁସମ୍ପର୍କ ପାଇଁ ମଣିଷ ହୃଦୟରେ ଦୂରତା ଓ ଆବିଳତାକୁ ପ୍ରଥମେ ପୋଛି ଦେବା ଆବଶ୍ୟକ।
ମୁକୁନ୍ଦପୁର, ତିହିଡ଼ି, ଭଦ୍ରକ
ମୋ-୯୦୪୦୩୬୦୨୫୯


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri