ଆଜିଠୁ ବଢ଼ିବ ଶୀତ: ଥରିବ ଓଡ଼ିଶା

ଭୁବନେଶ୍ୱର, ୨୯।୧୧ (ବନ୍ଦନା ସେଠୀ):ରାଜ୍ୟରେ ଶୀତର ପ୍ରଭାବ ଜାରି ରହିଛି। ଦିନରେ ଖରା ହେଉଥିଲେ ମଧ୍ୟ ଶୀତଳ ପବନ ଦେହକୁ ସୁହାଉଛି। ହେଲେ ରାତିରେ ଥଣ୍ଡା ଅନୁଭୂତ ହେବା ସହ କିଛି ସ୍ଥାନରେ କୁହୁଡି ଦେଖାଦେଉଛି। ତେବେ ରବିବାରଠାରୁ ରାତି ତାପମାତ୍ରାରେ ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ। ଫଳରେ ଶୀତର ପ୍ରଭାବ ଆହୁରି ବୃଦ୍ଧି ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୯ଟି ସ୍ଥାନର

ତାପମାତ୍ରା ୧୫ ଡିଗ୍ରୀ ଓ ଏହା ତଳକୁ ରେକର୍ଡ ହୋଇଥିଲା। ସେମିଳିଗୁଡାରେ ସର୍ବନିମ୍ନ ତାପମାତ୍ରା ୭.୧ ଡିଗ୍ରୀ ରହିଥିବାବେଳେ ଜି.ଉଦୟଗିରିରେ ୭.୬ ଡିଗ୍ରୀ, ଦାରିଙ୍ଗିବାଡିରେ ୧୦ ଡିଗ୍ରୀ, ଝାରସୁଗୁଡା ଓ ଚିପିଲିମାରେ ୧୦.୮ ଡିଗ୍ରୀ, ଫୁଲବାଣୀରେ ୧୧ ଡିଗ୍ରୀ, ଭବାନୀପାଟଣାରେ ୧୨ଡିଗ୍ରୀ, କିରେଇରେ ୧୨.୮ ଡିଗ୍ରୀ, ରାଉରକେଲାରେ ୧୨.୩ ଡିଗ୍ରୀ, କୋରାପୁଟ ଓ ରାଣୀତାଳରେ ୧୩ ଡିଗ୍ରୀ, ସମ୍ବଲପୁରରେ ୧୩.୮ ଡିଗ୍ରୀ, ବଲାଙ୍ଗୀରେ ୧୪ ଡିଗ୍ରୀ, ଦେବଗଡ଼ରେ ୧୪.୨ ଡିଗ୍ରୀ, କଟକରେ ୧.୪ ଡିଗ୍ରୀ, ଭଦ୍ରକରେ ୧୪.୫ ଡିଗ୍ରୀ, ରାୟଗଡ଼ା ଓ ଅନୁଗୋଳରେ ୧୪.୬ ଡିଗ୍ରୀ, ମହିଷାପାଟରେ ୧୪.୭ ଡିଗ୍ରୀ, ସୋନପୁରରେ ୧୪.୮ ଡିଗ୍ରୀ, ବାଲେଶ୍ୱରରେ ୧୫ ଡିଗ୍ରୀ, ମାଲକାନଗିରିରେ ୧୫.୪ ଡିଗ୍ରୀ, ଭୁବନେଶ୍ୱର, ନବରଙ୍ଗପୁର, ଟିଟିଲାଗଡ଼ ଓ ସୁନ୍ଦରଗଡ଼ରେ ୧୫.୫ ଡିଗ୍ରୀ ଏବଂ ହୀରାକୁଦ ଓ ପାରଳାଖେମୁଣ୍ଡିରେ ୧୫.୬ ଡିଗ୍ରୀ ରେକର୍ଡ ହୋଇଥିଲା।
ଅନ୍ୟପକ୍ଷରେ ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳ ସମୟରେ କୁହୁଡି ହେଉଛି। ବିଶେଷକରି ରବିବାର ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡା, କୋରାପୁଟ, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ଅନୁଗୋଳ, ସୋନପୁର ଏବଂ ଢେଙ୍କାନାଳ ଜିଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ହେବା ନେଇ ସୂଚନା ଦିଆଯାଇଛି।

Share