ତ୍ୱଚା ପାଇଁ ବରଦାନ ନଡ଼ିଆ ତେଲ

ସବୁଠୁ ସହଜ ଏବଂ ସୁଲଭ ଦରରେ ମିଳୁଥିବା ନଡ଼ିଆ ତେଲରେ ଭରି ରହିଛି ଅନେକ ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଉପାଦାନ। ଏହାକୁ କିପରି ବ୍ୟବହାର କଲେ ଆପଣ ଅଧିକ ଉପକୃତ ହୋଇପାରିବେ ଜାଣି ରଖନ୍ତୁ ଟିପ୍ସ…

ନଡ଼ିଆତେଲ ତ୍ୱଚାକୁ ପ୍ରାକୃତିକ ଉପାୟରେ ମଶ୍ଚରାଇଜ୍‌ କରି ରଖିବାରେ ସାହାଯ୍ୟ କରେ। ଏହାକୁ ବ୍ୟବହାର କଲେ ସ୍କିନ୍‌ ଗ୍ଲୋ କରେ। ପ୍ରତିଦିନ ମୁହଁ ଏବଂ ଦେହରେ ଅଳ୍ପ ନଡ଼ିଆ ତେଲ ମସାଜ କଲେ ସ୍କିନ୍‌ ସଫ୍ଟ, ସ୍ମୁଥ୍‌ ରହିବା ସହ ସ୍କିନ୍‌ଟୋନ୍‌ ବି ଲାଇଟ୍‌ ହୋଇଥାଏ।
ଏହା ତ୍ୱଚାକୁ ପ୍ରଦୂଷଣରୁ ରକ୍ଷା କରେ। ବିଭିନ୍ନ ପ୍ରକାରର ସ୍କିନ୍‌ ସମସ୍ୟା ଡ୍ରାଏନେସ୍‌, କୁଣ୍ଡେଇ ହେବା, ଲାଲ୍‌ ପଡ଼ିବା, ଫଳିଯିବା, ଫାଟିଯିବା ଆଦି ଦୂର କରିବାରେ ଏହା ବେଶ୍‌ ସାହାଯ୍ୟ କରେ।
ସାମାନ୍ୟ ଉଷୁମ ନଡ଼ିଆ ତେଲକୁ ଅଙ୍ଗୁଳି ଟିପ ସାହାଯ୍ୟରେ କେଶ ମୂଳରେ ଲଗାଇ ଭଲ ଭାବେ ମସାଜ କଲେ ଉକ୍ତ ସ୍ଥାନରେ ରକ୍ତ ସଞ୍ଚାଳନ ଭଲ ହେବା ସହ ନଡ଼ିଆ ତେଲରେ ଥିବା ଉପକାରୀ ଗୁଣ କେଶକୁ ମଜଭୁତ୍‌, କଳା ଏବଂ ଘନ ରଖିବାରେ ବେଶ୍‌ ସାହାଯ୍ୟ କରିଥାଏ।
ଯଦି ତ୍ୱଚାରେ ବ୍ଲାକ୍‌ କିମ୍ବା ହ୍ବାଇଟ୍‌ କିମ୍ବା ବ୍ଲାକ୍‌ ହେଡ୍‌ ସମସ୍ୟା ରହିଛି ଏବଂ ସ୍କ୍ରବିଂ ପାଇଁ ମାର୍କେଟ୍‌ରୁ ବିଭିନ୍ନ ସ୍କ୍ରବର ଆଣିବାକୁ ପଡୁଛି, ତେବେ ଆପଣ ଜାଣିଲେ ଖୁସି ହେବେ ଯେ, ନଡ଼ିଆ ତେଲରେ ଅଳ୍ପ ଚିନି ମିଶାଇ ସ୍କ୍ରବ୍‌ କଲେ ଅଧିକ ଉପକୃତ ହେବେ। ଏହା ନା କେବଳ ଆପଣଙ୍କ ଉକ୍ତ ସମସ୍ୟା ଦୂର କରିବ ବରଂ ତ୍ୱଚାରେ ଉଜ୍ଜ୍ୱଳତା ମଧ୍ୟ ବଢାଇବ।
ମେକ୍‌ଅପ୍‌ ନେବା ଅଧିକାଂଶ ମହିଳାଙ୍କୁ ପସନ୍ଦ, ହେଲେ ଏହାକୁ ଠିକ୍‌ ଭାବେ ଛଡ଼ାଇବା ଏତେ ସହଜ ନୁହେଁ। କାରଣ ଭଲ ଭାବେ ଏସବୁ ପ୍ରଡକ୍ଟ ମୁହଁରୁ ନ ଛାଡିଲେ ପରବର୍ତ୍ତୀ ସମୟରେ ବ୍ରଣ, ଦାଗ ଆଦି ସମସ୍ୟା ସୃଷ୍ଟି କରିଥାଏ। ତେଣୁ ଏଥିପାଇଁ ମାର୍କେଟ୍‌ରେ ମିଳୁଥିବା ବିଭିନ୍ନ ମେକ୍‌ଅପ୍‌ ରିମୁଭର ପରିବର୍ତ୍ତେ ନଡ଼ିଆ ତେଲକୁ ବ୍ୟବହାର କରିପାରିବେ। ମୁହଁରେ ନଡ଼ିଆ ତେଲ ଲଗାଇ ଧୀରେ ଧୀରେ ଘଷି ତୁଳାରେ ପୋଛିଦେଲେ ମେକ୍‌ଅପ୍‌ ସହଜରେ ଛାଡ଼ିଯିବ ଏବଂ ସ୍କିନ୍‌ ଭଲ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମେ ବି ସକ୍ଷମ

ଦୃଢ଼ ଇଚ୍ଛାଶକ୍ତି, ମନରେ ଅଦମ୍ୟ ସାହସ ଏବଂ ସ୍ବାବଲମ୍ବୀ ହେବାର ଆଗ୍ରହ ଥିଲେ ଜଣେ ନାରୀ ପାଇଁ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ, ଏକଥାକୁ ପ୍ରମାଣିତ...

ଏହି ୫ ଭୁଲ୍‌ କରୁଛନ୍ତି କି, ହୋଇଯିବେ ବରବାଦ: ଜାଣନ୍ତୁ କ’ଣ କୁହନ୍ତି ଚାଣକ୍ୟ..

ମହାନ ଅର୍ଥନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ର ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ସମସ୍ୟା ଓ ତାର ସମାଧାନ ବିଷୟରେ ଉଲ୍ଲେଖ...

ସ୍ମରଣ ଶକ୍ତି ହ୍ରାସ କରେ ଅତ୍ୟଧିକ ମିଠା

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଅନେକେ ଲୋଭର ବଶବର୍ତ୍ତୀ ହୋଇ ଅଧିକ ପରିମାଣରେ ମିଠା ଖାଇବାକୁ ପସନ୍ଦ କରିଥାଆନ୍ତି। ଏହାର ସ୍ବାଦ ହୁଏତ ମିଠା...

ଥାଇରଏଡ୍‌ ସମସ୍ୟା ଥିଲେ ଖାଆନ୍ତୁ ଏସବୁ

ଅଧିକାଂଶ ଲୋକଙ୍କଠାରେ ବର୍ତ୍ତମାନ ଥାଇରଏଡ୍‌ ସମସ୍ୟା ଦେଖାଦେଉଛି। ମାନସିକ ଦୁଃଶ୍ଚିନ୍ତା, ଖାଦ୍ୟରେ ଆୟୋଡିନ୍‌ ମାତ୍ରା କମ୍‌ କିମ୍ବା ଅଧିକ ହେଲେ ଏହି ସମସ୍ୟା ଦେଖାଦେଇଥାଏ। ଏହା...

ପଞ୍ଜାବୀ ସୁଟ୍‌

ଟ୍ରାଡିଶନାଲ ଓ ଏଥେନିକ୍‌ ଲୁକ୍‌ ପାଇଁ ପଞ୍ଜାବୀ ଲୁକ୍‌ ଆପଣାଇ ପାରିବେ। ଫ୍ୟାଶନ ଦୁନିଆରେ ପଞ୍ଜାବୀ ସୁଟ୍‌ ଆଜି ବି ହଟ୍‌ ଟ୍ରେଣ୍ଡ ହୋଇ ରହିଛି।...

ଅନେକ ରୋଗ ଦୂର କରେ ଶୁଣ୍ଠି

ଶୁଖିଲା ଅଦା ବା ଶୁଣ୍ଠି କେବଳ କବଳ ଖାଦ୍ୟର ସ୍ବାଦ ବଢ଼ାଇ ନ ଥାଏ, ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ବିଶେଷକରି ଶୀତଦିନେ...

ସାବଧାନ! ହେଲ୍‌ମେଟ ଘରକୁ କରୋନା ଆଣୁନାହିଁ ତ

ଆପଣଙ୍କ ହେଲମେଟ ଘରକୁ କରୋନା ଭାଇରସ୍‌ ଆଣୁ ନାହିଁ ତ? ଏହି ପ୍ରଶ୍ନ ଶୁଣି ଆପଣ ଟିକେ ଅଜବ ଅନୁଭବ କରିପାରନ୍ତି, କିନ୍ତୁ ବର୍ତ୍ତମାନ ଏହି...

ବିନା ଫ୍ରିଜ୍‌ରେ ଧନିଆ ପତ୍ରକୁ ରଖିପାରିବେ ୧୫ ଦିନ ସତେଜ: ଜାଣନ୍ତୁ କିପରି…

ଧନିଆ ପତ୍ର ଯେକୌଣସି ଖାଦ୍ୟରେ ସ୍ବାଦ ବଢ଼ାଇଥାଏ। ବିଶେଷକରି ତରକାରିରେ ଧନିଆ ପତ୍ର ପଡ଼ିଲେ ତାହାର ସ୍ବାଦ ଦ୍ୱିଗୁଣିତ ହୋଇଯାଏ। କିନ୍ତୁ ଏହାକୁ ମାତ୍ର ୨,...

Advertisement
Archives

Model This Week