Posted inଫୁରସତ

ଅର୍ଥନୀତିର ରାହା ନଡ଼ିଆ

କୃଷି ଅର୍ଥନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ନଡ଼ିଆ। କମ୍‌ ରକ୍ଷଣାବେକ୍ଷଣ ଖର୍ଚ୍ଚ ଏବଂ ଦୀର୍ଘବର୍ଷ ଯାଏ ଉତ୍ପାଦନ କ୍ଷମତା ଥିବାରୁ ଏହି ଗଛର ଆଦର କାହିଁରେ କେତେ। ସାମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ବ୍ୟବସାୟିକ ଭିତ୍ତିରେ କରାଯାଉଥିବା ନଡ଼ିଆ ଚାଷ ବେଶ୍‌ ଲାଭଦାୟକ। ଧର୍ମ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ସମୃଦ୍ଧ ଭାରତ ଭଳି ଦେଶରେ ନଡ଼ିଆ ବା ଶ୍ରୀଫଳ ପ୍ରତି ରହିଛି ଅହେତୁକ ଆକର୍ଷଣ। ନଡ଼ିଆ ଚାଷ ଏବଂ ଚାଷୀଙ୍କୁ ପ୍ରୋତ୍ସାହିତ କରିବା, ପୌଷ୍ଟିକ ତତ୍ତ୍ୱରେ ଭରପୂର ଏହି ସୁସ୍ବାଦୁ ଫଳ ବିଷୟରେ ଲୋକଙ୍କୁ ଧାରଣା ଦେବା ଲାଗି ପ୍ରତିବର୍ଷ ସେପ୍ଟେମ୍ବର ୨କୁ ବିଶ୍ୱ ନାରିକେଳ ଦିବସ ବା ଓ୍ବାଲର୍‌ଡ କୋକନଟ ଡେ’ ଭାବେ ପାଳନ କରାଯାଉଛି।

ନୂଆଦିଲ୍ଲୀ: ବିକାଶଶୀଳ ଏବଂ ବିକଶିତ ଦେଶର ଜାତୀୟ ଅଭିବୃଦ୍ଧିରେ ଅର୍ଥକରୀ ଫଳ ନଡ଼ିଆର ଯୋଗଦାନ ଅନେକ। ଏସିଆ ଏବଂ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଉତ୍ପାଦିତ ହେଉଥିବା ନଡ଼ିଆ ବିଶ୍ୱର ଅଧିକାଂଶ ଚାହିଦା ମେଣ୍ଟାଇଥାଏ। ଏଥିରୁ ହେଉଥିବା ଆୟ ଅର୍ଥନୀତିକୁ ବଳ ଯୋଗାଏ। ନଡ଼ିଆ ଗଛର ପ୍ରତିଟି ଅଂଶ ଉପକାରରେ ଆସେ। ନଡ଼ିଆ ଗଛରୁ ସମାନ୍ତରାଳ ଭାବେ ପଇଡ଼, ନଡ଼ିଆ, କତା ଉତ୍ପାଦନ ହୁଏ। ତେଣୁ ନଡ଼ିଆ ଚାଷ କରାଯାଉଥିବା ଅଞ୍ଚଳରେ ଆପଣାଛାଏ ଗଢ଼ି ଉଠେ ଅନେକ ଶିଳ୍ପ, ଯାହା ଲକ୍ଷାଧିକ ଲୋକଙ୍କୁ ରୋଜଗାରର ବାଟ ଦେଖାଏ। ଏହାକୁ ନଜରରେ ରଖି ସମୁଦ୍ର ତଟବର୍ତ୍ତୀ ସ୍ଥାନଗୁଡ଼ିକରେ ପ୍ରଚୁର ପରିମାଣର ନଡ଼ିଆ ଚାଷ କରାଯାଉଛି।
ଭାରତୀୟ ଜନମାନସରେ ଧର୍ମୀୟ ବିଶ୍ୱାସ ସହିତ ଜଡ଼ିତ ଫଳ ମଧ୍ୟରେ ଅନ୍ୟତମ ନଡ଼ିଆ। ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ବଡ଼ ଯୋଗଦାନ ରହିଛି ନଡ଼ିଆର। ଏକ ତଥ୍ୟ ଅନୁଯାୟୀ ନଡ଼ିଆ ଉତ୍ପାଦନକାରୀ ଦେଶ ମଧ୍ୟରେ ଭାରତର ସ୍ଥାନ ପୃଥିବୀରେ ତୃତୀୟ। ଭାରତରୁ ବାର୍ଷିକ ହାରାହାରି ୧୨ ମିଲିୟନ ମେଟ୍ରିକ ଟନ୍‌ ନଡ଼ିଆ ଉତ୍ପାଦନ ହୁଏ। ଏହିକ୍ରମରେ ଇଣ୍ଡୋନେସିଆ (୧୯ ମିଲିୟନ ମେଟ୍ରିକ ଟନ୍‌), ଫିଲିପାଇନ୍ସ (୧୪ ମିଲିୟନ ମେଟ୍ରିକ ଟନ୍‌) ସହ ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ପୃଥିବୀରେ ହେଉଥିବା ମୋଟ୍‌ ନଡ଼ିଆ ଉତ୍ପାଦନରୁ ଏହି ତିନିଦେଶର ଯୋଗଦାନ ୭୨%। ସେହିପରି ଶ୍ରୀଲଙ୍କା, ପପୁଆ ନିଉଗିନି, ମେକ୍ସିକୋ, ବ୍ରାଜିଲ, ଭିଏତନାମ, ଥାଇଲାଣ୍ଡରୁ ମୋଟ୍‌ ୧୬% ନଡ଼ିଆ ଉତ୍ପାଦନ ହୋଇଥାଏ। ୨୦୧୮ର ଏକ ତଥ୍ୟ ଅନୁଯାୟୀ, ପପୁଆ ନିଉଗିନିବାସୀ ବେଶି ନଡ଼ିଆପ୍ରିୟ। ଏଠାରେ ଜଣେ ବ୍ୟକ୍ତି ବାର୍ଷିକ ହାରାହାରି ୧୪୦ କେଜି ଯାଏ ନଡ଼ିଆ ଖାଇଥାନ୍ତି। ଏହା ପଛକୁ ଫିଲିପାଇନ୍ସ ୧୩୧ କେଜି ଏବଂ ଶ୍ରୀଲଙ୍କା ୧୨୪ କେଜି ସହ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି।
ନଡ଼ିଆ ଉତ୍ପାଦନ, ପ୍ରକ୍ରିୟାକରଣ, ବିପଣନ, ମୂଲ୍ୟ ନିର୍ଦ୍ଧାରଣ, ଚାଷୀଙ୍କୁ ଉତ୍ସାହିତ କରିବା ଲାଗି ଭାରତରେ କୋକନଟ ଡେଭଲପମେଣ୍ଟ ବୋର୍ଡ (ସିଡିବି) ଗଠନ କରାଯାଇଛି। ଏକ ତଥ୍ୟ ଅନୁଯାୟୀ, ନଡ଼ିଆ ଉତ୍ପାଦନରେ ଭାରତ ଏକ ଅଗ୍ରଣୀ ଦେଶ। ଦେଶର ମୋଟ୍‌ ୨୦.୮୨ ଲକ୍ଷ ହେକ୍ଟର ଜମିରେ ନଡ଼ିଆ ଚାଷ କରାଯାଉଛି। ଗୋଟିଏ ହେକ୍ଟରରୁ ହାରାହାରି ୧୧,୫୦୫ଟି ନଡ଼ିଆ ମିଳିଥାଏ। ଜିଡିପିକୁ ନଡ଼ିଆର ଯୋଗଦାନ ୨୭,୯୦୦ କୋଟି ଟଙ୍କା।
ଦେଶର କେରଳ, କର୍ନାଟକ, ଆନ୍ଧ୍ରପ୍ରଦେଶ ତାମିଲନାଡୁ, ଗୋଆ, ମହାରାଷ୍ଟ୍ର, ଓଡ଼ିଶା, ପଶ୍ଚିମବଙ୍ଗ, ପୁଡୁଚେରି, ଗୁଜରାଟ, ଲାକ୍ଷାଦୀପ, ଆଣ୍ଡାମାନରେ ପ୍ରଚୁର ନଡ଼ିଆ ଉତ୍ପାଦନ କରାଯାଏ। ତେବେ କେବଳ ଦକ୍ଷିଣ ଭାରତରୁ ହାରାହାରି ୯୨% ନଡ଼ିଆ ଉତ୍ପାଦିତ ହୋଇଥାଏ। ନଡ଼ିଆ ଉତ୍ପାଦନରେ ଦେଶରେ ପ୍ରଥମ ସ୍ଥାନରେ ରହିଛି କେରଳ। ଏଠାରୁ ଉତ୍ପାଦିତ ହେଉଥିବା ନଡ଼ିଆ ଜାତୀୟ ଉତ୍ପାଦନର ୪୫%। କେରଳରେ ୭.୭୦ଲକ୍ଷ ହେକ୍ଟର ଜମିରେ ନଡ଼ିଆ ଚାଷ କରାଯାଏ। କେରଳରେ ନଡ଼ିଆ ‘କଳ୍ପ ଭ୍ରିକାଶମ’ ନାମରେ ପରିଚିତ, ଯାହାର ଅର୍ଥ ଗଛର ସବୁ ଅଂଶ ଉପଯୋଗୀ। କେବଳ ଆର୍ଥିକ ନୁହେଁ, ସାମାଜିକ ଏବଂ ସାଂସ୍କୃତିକ ଦୃଷ୍ଟିକୋଣରୁ ମଧ୍ୟ କେରଳରେ ନଡ଼ିଆ ଚାଷ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛି। ନଡ଼ିଆ ଚାଷରେ ମାନବ ସମ୍ବଳର ଉପଯୋଗିତା ହେଉ ବା ନଡ଼ିଆକୁ ନେଇ ଶିଳ୍ପ ପ୍ରତିଷ୍ଠା ସବୁକ୍ଷେତ୍ରରେ କେରଳ ଅଗ୍ରଣୀ ରାଜ୍ୟ ପାଲଟିଛି। ନଡ଼ିଆରୁ ଉତ୍ପାଦିତ ତେଲକୁ ଏଠାକାର ପାରମ୍ପରିକ ଖାଦ୍ୟରେ ବ୍ୟବହାର କରାଯାଏ। ସେହିପରି ପ୍ରକ୍ରିୟାକରଣ ପରେ ବିଭିନ୍ନ ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ କରି ରାଜ୍ୟ ତଥା ରାଜ୍ୟ ବାହାରକୁ ରତ୍ପାନି କରାଯାଏ। ତେବେ ବାତ୍ୟାପ୍ରବଣ ବଙ୍ଗୋପସାଗର ନଡ଼ିଆ ଚାଷର ଶତ୍ରୁ ପାଲଟିଛି। ପ୍ରତିବର୍ଷ ପୂର୍ବ ଉପକୂଳରେ ପିଟି ହେଉଥିବା ସାମୁଦ୍ରିକ ଝଡ଼ରେ ଲକ୍ଷାଧିକ ଗଛ କ୍ଷତିଗ୍ରସ୍ତ ହେଉଛି, ଯାହା ନାରିକେଳ ଉତ୍ପାଦନକୁ ଭୟଙ୍କର କ୍ଷତି ପହଞ୍ଚାଉଛି।
ଓଡ଼ିଶା କଥା ବିଚାରକୁ ନେଲେ ଏଠାକାର ସାମୁଦ୍ରିକ ଜଳବାୟୁ ନଡ଼ିଆ ଚାଷ ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଛି। ରାଜ୍ୟରେ ୫ ଲକ୍ଷ ହେକ୍ଟର ଜମିରେ ନଡ଼ିଆ ଚାଷ ହେଉଛି। ରାଜ୍ୟରୁ ବାର୍ଷିକ ୪୦୦ ମିଲିୟନରୁ ଊର୍ଦ୍ଧ୍ୱ ନଡ଼ିଆ ଉତ୍ପାଦନ ହେଉଛି। ଦେଶରେ ନାରିକେଳ ଉତ୍ପାଦନରେ ଓଡ଼ିଶାର ସ୍ଥାନ ୫ମ। ତେବେ ଫନୀ, ହୁଡ୍‌ହୁଡ୍‌, ଫାଇଲିନ୍‌ରେ ଉପକୂଳବର୍ତ୍ତୀ ଜିଲାର ନଡ଼ିଆ ଚାଷ ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଫଳରେ ଗତ କିଛିବର୍ଷ ମଧ୍ୟରେ ଉତ୍ପାଦନ ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri