ଓଡ଼ିଶାର ଆମ୍ବଚାଷୀଙ୍କ ଆୟ ଦ୍ୱିଗୁଣିତ କରାଇବ କୋକା-କୋଲା

ଭୁବନେଶ୍ୱର,୧୫।୧୦:କୋକା-କୋଲା ଫାଉଣ୍ଡେଶନ ପକ୍ଷରୁ ଓଡ଼ିଶାରେ କୃଷିଭିତ୍ତିକ ପ୍ରକଳ୍ପ ‘ଉନ୍ନତି ଅମ୍ରିତ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଫାଉଣ୍ଡେଶନର ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ ଉନ୍ନତି ପ୍ରକଳ୍ପ, ଯାହାକି ଫଳ ସର୍କୁଲାର ଇକୋନୋମି ପଦକ୍ଷେପର ଏକ ପ୍ରମୁଖ ଅଂଶ। ଫାଉଣ୍ଡେଶନ ପକ୍ଷରୁ ଶୁଭାରମ୍ଭ କରାଯାଇଥିବା ଏହି କୃଷି ପ୍ରକଳ୍ପ ବିଶେଷକରି ଗ୍ରାମୀଣ ବିକାଶ ସଂସ୍ଥା ସ୍ବଦେଶୀ ସହଭାଗିତାରେ ପରିଚାଳିତ ହେବ ବୋଲି ଜଣାପଡ଼ିଛି। କୃଷକମାନଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ଭାରତ ସରକାରଙ୍କ ଆଭିମୁଖ୍ୟକୁ ନେଇ ଏହା ପରିଚାଳିତ ହେବ।
ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସ୍ଥାନୀୟ ଜୟଦେବ ବିହାରସ୍ଥିତ ଏକ ହୋଟେଲ ପରିସରରେ ଉକ୍ତ ପ୍ରକଳ୍ପର ଉଦ୍‌ଘାଟନ କରାଯାଇଥିଲା। ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୋକା-କୋଲା ଇଣ୍ଡିଆ ଆଣ୍ଡ ସାଉଥ ୱେଷ୍ଟ ଏସିଆ ତଥା ସିଏସ୍‌ଆର୍‌ ନିର୍ଦ୍ଦେଶକ ରାଜେଶ ଆୟାପିଲା, କମ୍ପାନୀର ଫ୍ରୁଟ୍‌ ସର୍କୁଲାର ଇକୋନୋମି ବରିଷ୍ଠ ଡ. ଆଦିତ୍ୟ ପଣ୍ଡା ଏବଂ ସ୍ବଦେଶୀର ପ୍ରକଳ୍ପ ନିର୍ଦ୍ଦେଶକ ସୁକାନ୍ତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ କୋକା-କୋଲା ଫାଉଣ୍ଡେଶନର ସଭାପତି ସାଡିଆ ମ୍ୟାଡସ୍‌ବର୍ଗ କହିଛନ୍ତି, ଓଡ଼ିଶାର କୃଷକମାନେ ଭାରତୀୟ ଉଦ୍ୟାନ କୃଷି ପ୍ରଣାଳୀର ମେରୁଦଣ୍ଡ। କୋକା-କୋଲା ଫାଉଣ୍ଡେଶନରେ ଆମେ ନିଜର ଉତ୍ସକୁ ବ୍ୟବହାରକରି ପ୍ରକଳ୍ପ ଉନ୍ନତି ମାଧ୍ୟମରେ କୃଷକଙ୍କ ଉନ୍ନତିରେ ସହାୟତା କରୁଥିବା ପଦକ୍ଷେପ ପାଇଁ ପାଣ୍ଠି ସହାୟତା କରିବୁ। ଏପରିକି ଫାଉଣ୍ଡେଶନର ଏହି ଆର୍ଥିକ ସହାୟତା କୃଷି ଉପତ୍ାଦନ ତଥା ଜୀବିକା ନିର୍ବାହରେ ସହାୟକ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ।
ସେହିଭଳି ସ୍ବଦେଶୀର ପ୍ରକଳ୍ପ ନିର୍ଦ୍ଦେଶକ ସୁକାନ୍ତ ପାଣିଗ୍ରାହୀ କହିଥିଲେ, କୋକା-କୋଲା ଫାଉଣ୍ଡେଶନ ପକ୍ଷରୁ ଉନ୍ନତି ଅମ୍ରିତ ଶୁଭାରମ୍ଭରେ ଆମେ ଓଡ଼ିଶାରେ ହଜାର ହଜାର ଆମ୍ବଚାଷୀଙ୍କ ଜୀବନରେ ଉନ୍ନତି ଆଣିବା ଲକ୍ଷ୍ୟ ରଖିଛୁ। କୋକା-କୋଲା ଫାଉଣ୍ଡେଶନ ପରି ସଂସ୍ଥା ସହ ନିଜକୁ ସହଭାଗୀ କରିପାରିଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ। ଉନ୍ନତି ଅମ୍ରିତ ଜରିଆରେ ଆମେ ଉନ୍ନତ ଉଦ୍ୟାନ କୃଷି ସମାଧାନ ସହ କୃଷକମାନଙ୍କ ଜୀବନରେ ସକାରାତ୍ମକ ଉନ୍ନତି ଆଣିପାରିବୁ। ଉନ୍ନତି ଅମ୍ରିତ ପ୍ରକଳ୍ପରେ ଆମ୍ବ ଉପତ୍ାଦନ ପାଇଁ ରାଜ୍ୟର ପ୍ରମୁଖ ଜିଲାଗୁଡ଼ିକରେ ୧୦,୦୦୦ ଏକର ଜମିରେ ୧୦,୦୦୦ରୁ ଅଧିକ ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯିବ। ଉତ୍ତମ କୃଷି ଅଭ୍ୟାସ ସମ୍ପର୍କିତ ସୂଚନା ଜରିଆରେ ସେମାନଙ୍କୁ ବିଭିନ୍ନ ପ୍ରୋତ୍ସାହନ ଯୋଗାଇବା ସହ ଅମଳ ପରବର୍ତ୍ତୀ ପରିଚାଳନା ଓ ବଜାର ସଂଯୋଗ ବ୍ୟବସ୍ଥା ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପ ଭାରତରେ ସଫଳ ଦଶନ୍ଧି ପୂରଣ କରିଛି। ଗତ ୧୦ ବର୍ଷ ମଧ୍ୟରେ ଭାରତର ୧୧ଟି ରାଜ୍ୟରେ ୩,୫୦,୦୦୦ରୁ ଅଧିକ ଚାଷୀଙ୍କୁ ସଶକ୍ତୀକରଣ ତଥା ସକ୍ଷମ କରିବାରେ ସାହାଯ୍ୟ କରିଛି ଏବଂ ଓଡ଼ିଶା ଦ୍ୱାଦଶ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri