ଓଡ଼ିଶାର ଆମ୍ବଚାଷୀଙ୍କ ଆୟ ଦ୍ୱିଗୁଣିତ କରାଇବ କୋକା-କୋଲା

ଭୁବନେଶ୍ୱର,୧୫।୧୦:କୋକା-କୋଲା ଫାଉଣ୍ଡେଶନ ପକ୍ଷରୁ ଓଡ଼ିଶାରେ କୃଷିଭିତ୍ତିକ ପ୍ରକଳ୍ପ ‘ଉନ୍ନତି ଅମ୍ରିତ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଫାଉଣ୍ଡେଶନର ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ ଉନ୍ନତି ପ୍ରକଳ୍ପ, ଯାହାକି ଫଳ ସର୍କୁଲାର ଇକୋନୋମି ପଦକ୍ଷେପର ଏକ ପ୍ରମୁଖ ଅଂଶ। ଫାଉଣ୍ଡେଶନ ପକ୍ଷରୁ ଶୁଭାରମ୍ଭ କରାଯାଇଥିବା ଏହି କୃଷି ପ୍ରକଳ୍ପ ବିଶେଷକରି ଗ୍ରାମୀଣ ବିକାଶ ସଂସ୍ଥା ସ୍ବଦେଶୀ ସହଭାଗିତାରେ ପରିଚାଳିତ ହେବ ବୋଲି ଜଣାପଡ଼ିଛି। କୃଷକମାନଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ଭାରତ ସରକାରଙ୍କ ଆଭିମୁଖ୍ୟକୁ ନେଇ ଏହା ପରିଚାଳିତ ହେବ।
ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସ୍ଥାନୀୟ ଜୟଦେବ ବିହାରସ୍ଥିତ ଏକ ହୋଟେଲ ପରିସରରେ ଉକ୍ତ ପ୍ରକଳ୍ପର ଉଦ୍‌ଘାଟନ କରାଯାଇଥିଲା। ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୋକା-କୋଲା ଇଣ୍ଡିଆ ଆଣ୍ଡ ସାଉଥ ୱେଷ୍ଟ ଏସିଆ ତଥା ସିଏସ୍‌ଆର୍‌ ନିର୍ଦ୍ଦେଶକ ରାଜେଶ ଆୟାପିଲା, କମ୍ପାନୀର ଫ୍ରୁଟ୍‌ ସର୍କୁଲାର ଇକୋନୋମି ବରିଷ୍ଠ ଡ. ଆଦିତ୍ୟ ପଣ୍ଡା ଏବଂ ସ୍ବଦେଶୀର ପ୍ରକଳ୍ପ ନିର୍ଦ୍ଦେଶକ ସୁକାନ୍ତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ କୋକା-କୋଲା ଫାଉଣ୍ଡେଶନର ସଭାପତି ସାଡିଆ ମ୍ୟାଡସ୍‌ବର୍ଗ କହିଛନ୍ତି, ଓଡ଼ିଶାର କୃଷକମାନେ ଭାରତୀୟ ଉଦ୍ୟାନ କୃଷି ପ୍ରଣାଳୀର ମେରୁଦଣ୍ଡ। କୋକା-କୋଲା ଫାଉଣ୍ଡେଶନରେ ଆମେ ନିଜର ଉତ୍ସକୁ ବ୍ୟବହାରକରି ପ୍ରକଳ୍ପ ଉନ୍ନତି ମାଧ୍ୟମରେ କୃଷକଙ୍କ ଉନ୍ନତିରେ ସହାୟତା କରୁଥିବା ପଦକ୍ଷେପ ପାଇଁ ପାଣ୍ଠି ସହାୟତା କରିବୁ। ଏପରିକି ଫାଉଣ୍ଡେଶନର ଏହି ଆର୍ଥିକ ସହାୟତା କୃଷି ଉପତ୍ାଦନ ତଥା ଜୀବିକା ନିର୍ବାହରେ ସହାୟକ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ।
ସେହିଭଳି ସ୍ବଦେଶୀର ପ୍ରକଳ୍ପ ନିର୍ଦ୍ଦେଶକ ସୁକାନ୍ତ ପାଣିଗ୍ରାହୀ କହିଥିଲେ, କୋକା-କୋଲା ଫାଉଣ୍ଡେଶନ ପକ୍ଷରୁ ଉନ୍ନତି ଅମ୍ରିତ ଶୁଭାରମ୍ଭରେ ଆମେ ଓଡ଼ିଶାରେ ହଜାର ହଜାର ଆମ୍ବଚାଷୀଙ୍କ ଜୀବନରେ ଉନ୍ନତି ଆଣିବା ଲକ୍ଷ୍ୟ ରଖିଛୁ। କୋକା-କୋଲା ଫାଉଣ୍ଡେଶନ ପରି ସଂସ୍ଥା ସହ ନିଜକୁ ସହଭାଗୀ କରିପାରିଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ। ଉନ୍ନତି ଅମ୍ରିତ ଜରିଆରେ ଆମେ ଉନ୍ନତ ଉଦ୍ୟାନ କୃଷି ସମାଧାନ ସହ କୃଷକମାନଙ୍କ ଜୀବନରେ ସକାରାତ୍ମକ ଉନ୍ନତି ଆଣିପାରିବୁ। ଉନ୍ନତି ଅମ୍ରିତ ପ୍ରକଳ୍ପରେ ଆମ୍ବ ଉପତ୍ାଦନ ପାଇଁ ରାଜ୍ୟର ପ୍ରମୁଖ ଜିଲାଗୁଡ଼ିକରେ ୧୦,୦୦୦ ଏକର ଜମିରେ ୧୦,୦୦୦ରୁ ଅଧିକ ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯିବ। ଉତ୍ତମ କୃଷି ଅଭ୍ୟାସ ସମ୍ପର୍କିତ ସୂଚନା ଜରିଆରେ ସେମାନଙ୍କୁ ବିଭିନ୍ନ ପ୍ରୋତ୍ସାହନ ଯୋଗାଇବା ସହ ଅମଳ ପରବର୍ତ୍ତୀ ପରିଚାଳନା ଓ ବଜାର ସଂଯୋଗ ବ୍ୟବସ୍ଥା ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପ ଭାରତରେ ସଫଳ ଦଶନ୍ଧି ପୂରଣ କରିଛି। ଗତ ୧୦ ବର୍ଷ ମଧ୍ୟରେ ଭାରତର ୧୧ଟି ରାଜ୍ୟରେ ୩,୫୦,୦୦୦ରୁ ଅଧିକ ଚାଷୀଙ୍କୁ ସଶକ୍ତୀକରଣ ତଥା ସକ୍ଷମ କରିବାରେ ସାହାଯ୍ୟ କରିଛି ଏବଂ ଓଡ଼ିଶା ଦ୍ୱାଦଶ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?