ତଣ୍ଡା ସୁରକ୍ଷା ପାଇଁ ଅଗରନାସୀରେ ହେଉ ପଥରବନ୍ଧ

କେନ୍ଦ୍ରାପଡ଼ା ଅଫିସ, ୯ା୬: ମେ ୩୦ରେ ସାବିତ୍ରୀ ଅମାବାସ୍ୟା ଥିଲା। ଏହି ତିଥିରେ ସମୁଦ୍ର କୂଳ ଲଂଘି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତଣ୍ଡା ଅଞ୍ଚଳରେ ପାଣି ପଶି ଯାଇଥିଲା। ତଟକ୍ଷୟର ଏହି ପରିସ୍ଥିତି ତଟାଞ୍ଚଳବାସୀଙ୍କ ମନରେ ଭୟ ଆଣିଛି। ବଙ୍ଗୋପସାଗରର ୪୮ କିଲୋମିଟର ଲମ୍ବର ତଟରୁ ପ୍ରାୟ ୨୮ କିମି ଅଞ୍ଚଳରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି। ସାତଭାୟାଠାରେ ଗତବର୍ଷକ ମଧ୍ୟରେ ପ୍ରାୟ ୪୦ ମିଟର ତଟକ୍ଷୟ ହୋଇଛି। ରାଜନଗର ବ୍ଲକ ସାତଭାୟାର ପୁରୁଣା ପଞ୍ଚୁବରାହୀ ମନ୍ଦିର ଏହି ବର୍ଷାଋତୁ ମଧ୍ୟରେ ଇତିହାସ ପାଲଟିବାକୁ ଯାଉଥିବା ବେଳେ ସମୁଦ୍ରର ଆଖି ନିକଟସ୍ଥ ସୁନେଇ ରୂପେଇ ଜଙ୍ଗଲ ଉପରେ ପଡିଛି। ଏହାର ନିରାକରଣ ପାଇଁ ସାତଭାୟାର ଅବଶିଷ୍ଟ ଚାଷଜମିକୁ ହେନ୍ତାଳବଣ ସୃଷ୍ଟି କରିବା ଆବଶ୍ୟକ ହୋଇପଡିଛି। ସେହିପରି କ୍ରମାଗତ ଭାବେ କ୍ଷୟ ହୋଇଚାଲିଥିବା ଅଗରନାସୀ ଦ୍ୱୀପରେ ପଥରବନ୍ଧ ଆବଶ୍ୟକ ବୋଲି ସ୍ଥାନୀୟ ଅନୁଭବୀ ଗ୍ରାମବାସୀ ମତ ଦେଇଛନ୍ତି।

ବଗପାଟିଆକୁ ସ୍ଥାନାନ୍ତର ଓ ବରାହୀପୁରର ମୂଳ ନିବାସୀ ସୁଦର୍ଶନ ସ୍ବାଇଁ କହିଛନ୍ତି, ସାତଭାୟା ପଞ୍ଚାୟତ ୭ ରାଜସ୍ବ ଗ୍ରାମକୁ ନେଇ ଗଠିତ ହୋଇଥିଲା। ଏହି ରାଜସ୍ବ ଗ୍ରାମଗୁଡିକ ଗତ ୫ ଦଶନ୍ଧି ମଧ୍ୟରେ ସମୁଦ୍ର ଗର୍ଭକୁ ଚାଲି ଯାଇଥିବା ବେଳେ ଏବେ ମଗରକନ୍ଦା, ଅଢ଼ସଲ ପ୍ରଭୃତି ପଡା ଗ୍ରାମ କିଛି ମାତ୍ରାରେ ଅଛି। ସମୁଦ୍ରର ଦ୍ରୁତ ତଟକ୍ଷୟ ସ୍ଥାନୀୟ ଅଞ୍ଚଳରୁ ସ୍ଥାନାନ୍ତର ହେବାକୁ ବାଧ୍ୟ କରିଛି। ଏ ନେଇ ୪ ଦଶନ୍ଧିର ସଂଘର୍ଷ ପରେ ଗତ ୪ ବର୍ଷ ପୂର୍ବେ ଏହି ଅଞ୍ଚଳର ୫୭୧ ପରିବାରଙ୍କୁ ନିକଟସ୍ଥ ବଗପାଟିଆକୁ ସ୍ଥାନାନ୍ତର କରାଯାଇଛି। ଜୁଆର ମାଡ ଏଠାରେ ପ୍ରବଳ ହେଉଥିବାରୁ ସୁନେଇ ରୂପେଇ ଜଙ୍ଗଲ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି। ଏହାର ଦୀର୍ଘକାଳୀନ ନିରାକରଣ ନ ହେଲେ ଉପାନ୍ତ ଅଞ୍ଚଳବାସୀ ବିପଦରେ ପଡିବେ ବୋଲି ସେ ମତ ରଖିଛନ୍ତି। ତଟକ୍ଷୟ ରୋକିବାକୁ ସାତଭାୟାର ଅବଶିଷ୍ଟ ଚାଷଜମିକୁ ହେନ୍ତାଳବଣରେ ପରିଣତ କରିବା ଆବଶ୍ୟକ ବୋଲି ପରିବେଶବିତ୍‌ ହେମନ୍ତ କୁମାର ରାଉତ କହିଛନ୍ତି। ସେ କହିଛନ୍ତି, ପେଣ୍ଠଠାରେ ଜିଓ ସିନ୍ଥେଟିକ ଟ୍ୟୁବ୍‌ ୱାଲ ନିର୍ମାଣ ହୋଇଛି। ଏହି ଜିଓ ଟ୍ୟୁବ୍‌ ୱାଲ ସମୁଦ୍ର ଜୁଆର ମାଡ଼କୁ ସହି ପାରୁନାହିଁ। ଏଠାରେ ଥିବା ଗାବିଅନ ବକ୍ସ (ଲୁହା ତାର ଜାଲି)କୁ ଛିଡାଇ ପଥରଗୁଡିକୁ ସମୁଦ୍ର ନିଜ ଗର୍ଭକୁ ନେଇ ଯାଉଛି। ଏପରି କି ଏହାର ସୁରକ୍ଷା ପାଇଁ ନିର୍ମାଣ ହୋଇଥିବା ପଥରବନ୍ଧ ମଧ୍ୟ ଏଥିରୁ ବାଦ ପଡୁନାହିଁ। ପରିବେଶ ଓ ପାଣିପାଗ ପରିବର୍ତ୍ତନ ସହ ବିଶ୍ୱ ତାପନ ଫଳରେ ସମୁଦ୍ରର ଜଳପତନ ବୃଦ୍ଧି ପାଉଛି। ଅମାବାସ୍ୟା, ପୂର୍ଣ୍ଣିମା ଆଦି ତିଥିରେ ଆସୁଥିବା ଜୁଆର ଲୁଣାବନ୍ଧକୁ ଡେଇଁ ଯାଉଛି। ସୁରକ୍ଷା ପ୍ରାଚୀର ଭାବେ ହେନ୍ତାଳବଣ ବୃଦ୍ଧିର ଆବଶ୍ୟକତା ଅଛି। ତେବେ ଏହି ଆର୍ଦ୍ରଭୂମିରେ ହେନ୍ତାଳବଣ ବୃଦ୍ଧି ପାଇଁ ଯଥେଷ୍ଟ ପରିମାଣର ମଧୁର ଜଳ ପହଞ୍ଚତ୍ ପାରୁନାହିଁ। ଆର୍ଦ୍ରଭୂମି ପାଇଁ ଅନୂ୍ୟନ ୪୦ ପ୍ରତିଶତ ମଧୁର ଜଳ ଆବଶ୍ୟକ ଥିବା ବେଳେ ଖରାଦିନେ ମାତ୍ର ୧୫ ପ୍ରତିଶତ ପହଞ୍ଚତ୍ ପାରୁଥିବା ସେ ମତ ଦେଇଛନ୍ତି। ରାଜନଗରର ସାମାଜିକ କର୍ମୀ ପ୍ରମିଳା ମଲ୍ଲିକ କହିଛନ୍ତି, ଅଗରନାସୀ ଦ୍ୱୀପ ପୂର୍ବରୁ ୭ କିଲୋମିଟର ଲମ୍ବ ଥିଲା। ଏବେ ମାତ୍ର ୭୦୦ ମିଟର ରହିଛି। ଏଠାରେ ବଡ ପଥର ଦ୍ୱାରା ବନ୍ଧ ବନ୍ଧା ଗଲେ ତଟକ୍ଷୟ ରୋକାଯାଇ ପାରିବ। ତଣ୍ଡା ସହ ସ୍ଥାନୀୟ ସୁନୀତି, ବାବର ଆଦି ପଞ୍ଚାୟତକୁ ସୁରକ୍ଷା ଦିଆଯାଇ ପାରିବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ରେଞ୍ଜର ମାନସ କୁମାର ଦାସ କହିଛନ୍ତି, ତଟାଞ୍ଚଳରେ ହେନ୍ତାଳବଣ ସୃଷ୍ଟି ପାଇଁ ଗୁରୁତ୍ୱ ଦିଆଯାଇଛି। ସାତଭାୟା, ପେଣ୍ଠ ଆଦି ଅଞ୍ଚଳରେ ବହୁ ପରିମାଣରେ ଚାରା ଲାଗିଛି। ତଟକ୍ଷୟ ସମ୍ପର୍କରେ ବିଶେଷଜ୍ଞଙ୍କୁ ଅବଗତ କରାଇ ରିପୋର୍ଟ ପ୍ରସ୍ତୁତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?