ସମୁଦ୍ର ଉପକୂଳ ସୀମା ସୁରକ୍ଷା ଢିଲା: ମ୍ୟାନ୍‌ମାର ଶରଣାର୍ଥୀଙ୍କ ପ୍ରବେଶ

ମହାକାଳପଡ଼ା,୨।୪(ଡି.ଏନ.ଏ.): ମ୍ୟାନମାର ଅଶାନ୍ତ ପରେ ଶରଣାର୍ଥୀମାନେ ଯେକୌଣସି ସମୟରେ ଡଙ୍ଗାରେ ବଙ୍ଗୋସାଗରର ଜଳ ସୀମା ଦେଇ କେନ୍ଦ୍ରାପଡ଼ା ଜିଲାରେ ପ୍ରବେଶକୁ ଏଡାଇ ଦେଇ ହେବନାହିଁ। ପ୍ରଶାସନ ପକ୍ଷରୁ ସମୁଦ୍ର ଜଳ ସୀମାରେ ହାଇ ଆଲର୍ଟ ଜାରି ହେବାର ଆବଶ୍ୟକତା ରହିଛି। ବିଶେଷକରି ଶରଣାର୍ଥୀମାନେ ବିଭିନ୍ନ ଡଙ୍ଗାରେ ମତ୍ସ୍ୟଜୀବୀ ବେଶରେ ନିଜ ଜୀବନ ବଞ୍ଚାଇବାକୁ ସମୁଦ୍ର କୂଳିଆ ଅଞ୍ଚଳ ଜଙ୍ଗଲରେ ଛୋଟ ଛୋଟ ପଲା ବାନ୍ଧି ଆଶ୍ରୟ ନେବାର ସମ୍ଭାବନା ରହିଛି। କାରଣ ଏହି ସମୁଦ୍ର କୂଳିଆ ଅଞ୍ଚଳରେ ଅନେକ ବେଆଇନ ମାଛ ଧରିବାକୁ ଆସି ଅନୁପ୍ରବେଶକାରୀମାନେ ଆଡ୍ଡା ଜମାଇଛନ୍ତି। ବନ ବିଭାଗ ଓ ଜିଲା ପ୍ରଶାସନ ପକ୍ଷରୁ ଏହି ଅଞ୍ଚଳରେ ଚଢାଉ କରାଯାଉ ନ ଥିବାରୁ ଅନୁପ୍ରବେଶ ବୃଦ୍ଧି ପାଇଛି। ସେଥିପାଇଁ ମ୍ୟାନମାର ଶରଣାର୍ଥୀମାନେ ଓଡ଼ିଶା ଉପକୂଳ ଅଞ୍ଚଳକୁ ସୁରକ୍ଷିତ ମଣି ଆକସ୍ମିକ ଭାବେ ପଶିବା ଅସମ୍ଭବ ନୁହେଁ ବୋଲି ଅଞ୍ଚଳର ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲାର ଜମ୍ବୁ ଓ ତନ୍ତିଆପାଳ ମେରାଇନ ଥାନାରେ କର୍ମଚାରୀ ଓ ଅସ୍ତ୍ର ଶସ୍ତ୍ର ଅଭାବ, ବନ ବିଭାଗ ପାଟ୍ରୋଲିଂ ଅତ୍ୟାଧୁନିକ ବୋଟ ଅଭାବ, ସମୁଦ୍ର ସୁରକ୍ଷା ସୀମା ଢିଲା। ତେଣୁ କିଭଳି ଶରଣାର୍ଥୀମାନଙ୍କ ବେଆଇନ ପ୍ରବେଶକୁ ପୋଲିସ ପ୍ରତିରୋଧ କରିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଶତାଧିକ ସଂଖ୍ୟାରେ ମାଛ ଧରା ଟ୍ରଲ୍‌ର, ବୋଟ୍‌ଗୁଡ଼ିକ ଗହୀରମଥା ନିଷିଦ୍ଧାଞ୍ଚଳରେ ଚଳାଚଳ କରୁଥିବା ଦୀର୍ଘଦିନ ହେବ ଅଭିଯୋଗ ହେଉଛି। ବିଶେଷକରି ହୁକିଟୋଲା, ଲୁଞ୍ଚ୍‌ଗୋଲା, ଷୋଲ ମୁହାଣ, ମାଦଳି, ନାଶି ଆଦି ଜଙ୍ଗଲରେ ଶରଣାର୍ଥୀମାନେ ଗୁପ୍ତ ଭାବେ ପଶିବା ଅସମ୍ଭବ ନୁହେଁ। ବହୁ ପୂର୍ବରୁ ବାଲାଂଦେଶୀ ଶରଣାର୍ଥୀମାନେ ଏହି ଅଞ୍ଚଳରେ ବେଆଇନ ଭାବେ ପ୍ରବେଶ କରି ସ୍ଥାୟୀ ବସବାସ କରୁଛନ୍ତି। ହେଲେ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ବେଳ ଥାଉଁ ଥାଉଁ ପ୍ରଶାସନ ସଜାଗ ନ ହେଲେ ମିଆମାର ଏସ୍‌ପି ମଡକର ସମ୍ବିତ ସମ୍ପଦଙ୍କୁ ପଚାବରିବାରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କଠାରୁ ଏ ନେଇ କୌଣସି ସୂଚନା ଆସିନି। ତେବେ ଏହି ସମ୍ବେଦନଶୀଳ ଘଟଣା ଉପରେ ବିଭାଗ ଦୃଢ଼ ପଦକ୍ଷେପ ନେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri