Categories: ଖେଳ

କୋଚିଂ ପାଠ୍ୟକ୍ରମ କରିବେ ମନୋଜ ଓ ବଜରଙ୍ଗ୍‌

ନୂଆଦିଲ୍ଲୀ, ୮ା୯ (ପି.ଟି.)-କୋଚିଂ ଡିପ୍ଲୋମା ପାଠ୍ୟକ୍ରମ କରିବା ଲାଗି ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ନିକଟରେ ଆବେଦନ କରିଛନ୍ତି ୩୩ଜଣ କ୍ରୀଡ଼ାବିତ୍‌। ସେମାନଙ୍କ ମଧ୍ୟରେ ରହିଛନ୍ତି, ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ବକ୍ସର ମନୋଜ କୁମାର ଏବଂ ୩ଥର ଏସିଆଡ୍‌ ମେଡାଲିଷ୍ଟ ରୋୟର ବଜରଙ୍ଗ ଲାଲ୍‌ ଟଖର। ଅଲିମ୍ପିଆନ ମାନେ ଏନ୍‌ଆଇଏସ୍‌ ପଟିଆଲାରେ ୨୦୨୦-୨୧ ଏକାଡେମିକ୍‌ ବର୍ଷ ପାଇଁ ସିଧାସଳଖ ଆଡମିଶନ ସୁବିଧା ପାଇବେ। ସେମାନଙ୍କୁ ପ୍ରବେଶିକା ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ସାଇ ଇତିମଧ୍ୟରେ ଯେଉଁମାନଙ୍କ ଦରଖାସ୍ତ ପାଇଛି ସେମାନଙ୍କ ମଧ୍ୟରେ ରହିଛନ୍ତି ବଜରଙ୍ଗ, ମନୋଜ, କୁନ୍‌ହୁ ମହମ୍ମଦ (ଆଥଲେଟିକ୍ସ) ଏବଂ ପୁନମ ରାଣୀ (ହକି)। ଏମାନେ ସମସ୍ତେ ହେଉଛନ୍ତି ଅଲିମ୍ପିଆନ। ମନୋଜ ୨୦୧୦ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପାଇଥିବାବେଳେ ଏକାଧିକ ଥର ମହାଦେଶୀୟ ପଦକ ହାସଲ କରିଛନ୍ତି। ବଜରଙ୍ଗ ଏସିଆନ ଗେମ୍ସରେ ୩ଥର ପଦକ ହାସଲ କରିଛନ୍ତି। ପାଠ୍ୟକ୍ରମ ଅକ୍ଟୋବର ମଧ୍ୟଭାଗରେ ଆରମ୍ଭ ହେବ।

Share