ସିଏମ୍‌ସି କାଉନ୍‌ସିଲ ବୈଠକ: ୧୨୦୦ କୋଟିର ଚିଠା ବଜେଟ ଉପସ୍ଥାପିତ

କଟକ,୧୩ା୨(କାର୍ତ୍ତିକ ସାହୁ): କଟକ ମହାନଗର ନିଗମ (ସିଏମ୍‌ସି)ର ୨୮ତମ କାଉନସିଲ ବୈଠକରେ ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ୧୨୦୦ କୋଟି ଟଙ୍କାର ଚିଠା ବଜେଟ ଉପସ୍ଥାପନ କରାଯାଇଛି। ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ସିଏମ୍‌ସି ବିଭିନ୍ନ କ୍ଷେତ୍ରରୁ ୧୨୧୬ କୋଟି ଟଙ୍କା ଆୟ କରିବାକୁ ଲକ୍ଷ୍ୟ ରଖିଛି। ମାତ୍ର ୧୨୦୯ କୋଟି ଟଙ୍କା ବ୍ୟୟ କରିବାକୁ ଲକ୍ଷ୍ୟ ରଖିଛିି। ଆୟ କ୍ଷେତ୍ରରେ ଟିକସ ଓ ରାଜସ୍ବରୁ ୫୭୮୦ ଲକ୍ଷ, ଅକ୍ଟ୍ରାଇ ଓ ଏଣ୍ଟ୍ରି ଟିକସ ବାବଦକୁ ୧୦୦ କୋଟି, ୟୁଜର୍ସ ଚାର୍ଜେସ ବାବଦକୁ ୬୨୨ ଲକ୍ଷ, ରେଣ୍ଟାଲ ଇନ୍‌କମ୍‌ରେ ୬୦୧ ଲକ୍ଷ, ଦେୟ ଓ ଜରିମାନାରୁ ୯୨୯ ଲକ୍ଷ, ଅନ୍ୟାନ୍ୟ ଉତ୍ସରୁ ୯୩୪ ଲକ୍ଷ ଏବଂ ସରକାରଙ୍କ ଅନୁଦାନ ବାବଦକୁ ୧୦୨୭୪୦ ଲକ୍ଷ ଟଙ୍କା ଆସିବ ବୋଲି ଲକ୍ଷ୍ୟ ରଖାଯାଇଛି। ହେଲେ ବ୍ୟୟ କ୍ଷେତ୍ରରେ ଜେନେରାଲ ଆଡମିନିଷ୍ଟ୍ରେଶନ୍‌ ଏଷ୍ଟାବ୍ଲିଶମେଣ୍ଟ ଚାର୍ଜେସ୍‌ ବାବଦରେ ୧୭୭୭୪ ଲକ୍ଷ, ସ୍ବାସ୍ଥ୍ୟ ଓ ପରିମଳ କ୍ଷେତ୍ରରେ ୮୪୩୧ ଲକ୍ଷ, ପବ୍ଲିକ କନଭେନାନ୍ସ ବାବଦକୁ ୩୦୦ ଲକ୍ଷ, ଅନ୍ୟାନ୍ୟ କ୍ଷେତ୍ରରେ ୧୨୧୭ ଲକ୍ଷ, ଋଣ ବାବଦକୁ ୯୦୦ ଲକ୍ଷ ଏବଂ ନିର୍ମାଣାଧୀନ ପ୍ରକଳ୍ପ ବାବଦକୁ ୧୮୭୮୩ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ମୁକ୍ତା ଦେୟକୁ ନେଇ ହୋହଲ୍ଲା ହେବାରୁ ବଜେଟ ଉପରେ ସବିଶେଷ ଆଲୋଚନା ହୋଇ ନ ପାରି ଅଟକିଥିଲା। ପରବର୍ତ୍ତୀ ସମୟରେ ଏକ ସ୍ବତନ୍ତ୍ର ବଜେଟ ଅଧିବେଶନରେ ଚିଠା ବଜେଟ ଉପରେ ଆଲୋଚନା ହୋଇ ପୂର୍ଣ୍ଣାଙ୍ଗ ବଜେଟ ରାଜ୍ୟ ସରକାରଙ୍କୁ ପଠାଯିବା ପାଇଁ ନିଷ୍ପତ୍ତି ହୋଇଛି।
ପ୍ରକାଶ ଯେ, ବୁଧବାର ପୂର୍ବାହ୍ନରେ ବିଜୁ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକ ପ୍ରାରମ୍ଭରେ ମୁକ୍ତା ଯୋଜନାରେ ୱାର୍ଡୱାରୀ ହୋଇଥିବା ନନ୍‌ ଆକ୍ସନ ପ୍ଲାନ୍‌ କାର୍ଯ୍ୟରେ ଠିକାଦାରଙ୍କୁ ଦେୟ ପ୍ରଦାନକୁ ନେଇ ଭାଜପା ଓ କଂଗ୍ରେସ କର୍ପୋରେଟରମାନେ ମୁହଁାମୁହଁି ହୋଇଥିଲେ। କାଉନ୍‌ସିଲ ବୈଠକ ଆରମ୍ଭ ହେବା କ୍ଷଣି ଶାସକ ଓ ବିରୋଧୀ କର୍ପୋରେଟରମାନେ ମୁକ୍ତା ଯୋଜନାକୁ ନେଇ ହୋହଲ୍ଲା କରିଥିଲେ। ତତ୍କାଳୀନ ରାଜ୍ୟ ସରକାରଙ୍କ ସମୟରେ ମୁକ୍ତା ଯୋଜନା ଆରମ୍ଭ ହୋଇଥିଲା। ଏହି ଯୋଜନାରେ ୮୦ କୋଟି ଟଙ୍କାର କାର୍ଯ୍ୟ ହେବ ବୋଲି ସିଏମ୍‌ସି ବ୍ୟୟ ଅଟକଳ କରିଥିଲା। ପ୍ରଥମେ ଆକ୍ସନ୍‌ ପ୍ଲାନରେ ୪୮ କୋଟି ଟଙ୍କାର କାମ ହୋଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ନନ୍‌ ଆକ୍ସନ୍‌ ପ୍ଲାନରେ ଆଉ ୧୧ କୋଟିର ଅତିରିକ୍ତ କାର୍ଯ୍ୟ କରାଯାଇଥିଲା। ପୂର୍ବ ସରକାର ୪୦ କୋଟି ଟଙ୍କା ଦେଇଥିବାବେଳେ ନୂଆ ସରକାର ୮ କୋଟି ଟଙ୍କା ଏଥିପାଇଁ ଦେଇସାରିଛନ୍ତି। ହେଲେ ୧୧ କୋଟିର ନନ୍‌ ଆକ୍ସନ୍‌ ପ୍ଲାନ କାର୍ଯ୍ୟ ପାଇଁ ସରକାରଙ୍କଠାରୁ ଟଙ୍କା ମିଳିବା ଆଶା କମ୍‌ ରହିଛି ବୋଲି କର୍ପୋରେଟରମାନେ ଅଭିଯୋଗ ଉଠାଇଛନ୍ତି। ତେଣୁ ଏ ବାବଦ କାର୍ଯ୍ୟ ପାଇଁ ଠିକାଦାରମାନଙ୍କୁ ସିଏମ୍‌ସି ରାଜକୋଷରୁ ଟଙ୍କା ପ୍ରଦାନ କରିବାକୁ କଂଗ୍ରେସ ଓ ବିଜେଡିର କେତେଜଣ କର୍ପୋରେଟର ଦାବି କରିଥିଲେ। ମାତ୍ର ତିନିଜଣ ଭାଜପା କର୍ପୋରେଟର ଏଥିରେ ଅସନ୍ତୋଷ ପ୍ରକାଶ କରିଥିଲେ। ନନ୍‌ ଆକ୍ସନ୍‌ ପ୍ଲାନରେ ପ୍ରକୃତ ତଦନ୍ତ ନ କରି ଅନୁମୋଦନ କରାଯିବାକୁ ବିରୋଧ ହୋଇଥିଲା। ମେୟର ସୁବାସ ସିଂ ବୁଝାସୁଝା କରିବା ସହ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ କହିଥିଲେ। ନ୍ୟାୟସଙ୍ଗତ ଭାବେ ପଦକ୍ଷେପ ନିଆଯିବ ବୋଲି ମେୟର ପ୍ରତିଶ୍ରୁତି ଦେବା ପରେ କର୍ପୋରେଟରମାନେ ଶାନ୍ତ ହୋଇଥିଲେ। ଏହି ବୈଠକରେ ସିଏମ୍‌ସି ଡେପୁଟି ମେୟର ଦମୟନ୍ତୀ ମାଝୀ, କମିଶନର ଅନାମ ଚରଣ ପାତ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କ କାର୍‌ ଠାରୁ କେତେ ଦମଦାର୍‌ ମୋଦିଙ୍କ କାର୍‌? ଜାଣନ୍ତୁ ଦୁଇଟାଯାକର ଦାମ୍‌

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଶ୍ୱର ସବୁଠାରୁ ରହସ୍ୟମୟ ନେତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ପ୍ରତ୍ୟେକ ଗସ୍ତରେ ଏକ ବୁଲେଟପ୍ରୁଫ...

ଫ୍ରାନ୍ସକୁ ହରାଇ ସେମିରେ ପହଞ୍ଚିଲା ଜର୍ମାନୀ

ଚେନ୍ନାଇ,୫ା୧୨: ସାତ ଥର ଚାମ୍ପିୟନ ଜର୍ମାନୀ ଶୁଟ୍‌ ଆଉଟ୍‌ରେ ଫ୍ରାନ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ଚଳିତ ଏଫ୍‌ଆଇଏଚ୍‌ ଜୁନିୟର ପୁରୁଷ ବିଶ୍ୱକପ୍‌ ହକି ଟୁର୍ନାମେଣ୍ଟର...

ଏହି ସବୁ ଅଞ୍ଚଳରେ ୯ ଘଣ୍ଟା ପାଇଁ ହେବ ବିଦ୍ୟୁତ୍‌ କାଟ, ସକାଳୁ…

ବରଗଡ଼,୪।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ପ୍ରଧାନପାଲି ଗ୍ରୀଡ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି...

ପଡିବ ଶନିଙ୍କ ଭୟଙ୍କର ମହାଦଶା, ଏହି ରାଶି ଉପରେ ପଡିବ ଖରାପ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ “କର୍ମଦାତା” ଏବଂ “ବିଚାରକ” ଭାବରେ ଜଣାଯାଏ। ସେ ବ୍ୟକ୍ତିମାନଙ୍କୁ ସେମାନଙ୍କ କାର୍ଯ୍ୟ ଆଧାରରେ ଶୁଭ କିମ୍ୱା ଅଶୁଭ ଫଳ ପ୍ରଦାନ...

ଶୀତ ପାଇଁ ସକାଳୁଆ ସ୍କୁଲ ବନ୍ଦ

କୋରାପୁଟ,୫ା୧୨(ଅମିତାଭ ବେହେରା)-କୋରାପୁଟ ଜିଲାରେ ଅସହ୍ୟ ଶୀତ ହେଉଥିବାରୁ ଫ୍ରେବୃଆରୀ ଯାଏ ସକାଳୁଆ କ୍ଲାସ ବନ୍ଦ ରଖିବାକୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଏକ ନିର୍ଦ୍ଦେଶନାମା ଜାରି...

ପୁଟିନ୍‌ଙ୍କୁ ଗୀତା ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏଡି ଅବସରରେ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଶ୍ରୀମଦ୍‌ଭଗବତ...

ପୂର୍ବତନ ଡିଏସ୍‌ପିଙ୍କ ଝିଅ ହାତ ଧରିଲେ ବୃନ୍ଦାବନର ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ

ଜୟପୁର,୫ା୧୨: ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ବତନ ଡିଏସ୍‌ପିଙ୍କ ଝିଅ ସିପ୍ରା ଜୟପୁରର ଏକ ହୋଟେଲରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରସିଦ୍ଧ ମଥୁରାର ପ୍ରବଚକ...

ବୋର୍ଡ ନିଗମ ନିଯୁକ୍ତି ନେଇ ଆସିଲା ବଡ଼ ଖବର: ମନମୋହନ କହିଲେ…

ଭୁବନେଶ୍ୱର,୫।୧୨: ବୋର୍ଡ ନିଗମ ନିଯୁକ୍ତି ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯାଇ ଘୋଷଣା ହେବ। ଏ ନେଇ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ କହିଛନ୍ତି। ଚର୍ଚ୍ଚା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri