Posted inରାଜ୍ୟ

କାର୍ଯ୍ୟକ୍ଷେତ୍ରରେ ଯୌନ ଉତ୍ପୀଡ଼ନ ଦମନ କରିବ ପୋଶ ଆଇନ

ଭୁବନେଶ୍ୱର,୧୩ା୨(ସୂର୍ଯ୍ୟକାନ୍ତ ବେହେରା): ସମାଜରେ ମହିଳାମାନଙ୍କ ଭୂମିକା ଓ କର୍ତ୍ତବ୍ୟରେ ବହୁ ପରିବର୍ତ୍ତନ ଆସିଛି। ଆଜିର କର୍ମଜୀବୀ ମହିଳା ନିଜ ଘର ଓ କାର୍ଯ୍ୟକୁ ଅତି ନିଖୁଣ ଭାବରେ ପରିଚାଳନା କରିପାରୁଛନ୍ତି। ଏହି ପରିପ୍ରେକ୍ଷିରେ ସେମାନଙ୍କୁ ଏକ ସୁରକ୍ଷିତ ଓ ସମ୍ମାନଜନକ କାର୍ଯ୍ୟକ୍ଷେତ୍ର ପ୍ରଦାନ କରିବା ଆମ ସମସ୍ତଙ୍କ ଗୁରୁ ଦାୟିତ୍ୱ ହେବା ଉଚିତ ବୋଲି ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷା ବିଜୟା କେ.ରାହତକର କହିଛନ୍ତି। ବୁଧବାର ଲୋକସେବା ଭବନର କନ୍‌ଭେନ୍‌ସନ ସେଣ୍ଟରରେ ମହିଳା ଓ ଶିଶୁ ବିକାଶ ଏବଂ ଜାତୀୟ ମହିଳା ଆୟୋଗର ସହଭାଗିତାରେ ରାଜ୍ୟରେ କାର୍ଯ୍ୟକ୍ଷେତ୍ରରେ ଯୌନ ଉତ୍ପୀଡ଼ନ ନିରୋଧ ଆଇନ(ପୋଶ)ର କାର୍ଯ୍ୟକାରିତା ସମ୍ବନ୍ଧୀୟ ସମୀକ୍ଷା ବୈଠକରେ ଯୋଗଦେଇ ରାହତକର ଆହୁରି କହିଛନ୍ତି, କାର୍ଯ୍ୟକ୍ଷେତ୍ରରେ ପୋଶ ଆଇନର ଠିକ କାର୍ଯ୍ୟକାରିତା ଓ ଏହି ଆଇନ ସମ୍ବନ୍ଧରେ ଦୃଢ ଜନସଚେତନତା ସୃଷ୍ଟି କରିପାରିଲେ ହିଁ ଆମେ କାର୍ଯ୍ୟକ୍ଷେତ୍ରରେ ଘଟୁଥିବା ଯୌନ ଉତ୍ପୀଡ଼ନକୁ ଦମନ କରିପାରିବା। ଏହାସହ ରାଜ୍ୟର ପ୍ରତ୍ୟକ କାର୍ଯ୍ୟକ୍ଷେତ୍ରରେ ଅନ୍ତଃ ସମିତି ଓ ପ୍ରତ୍ୟେକ ଜିଲାରେ ଆଞ୍ଚଳିକ ସମିତିର ଗଠନ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ସେହିଭଳି ସମିତିର ସଦସ୍ୟାମାନଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି। ପ୍ରତି ଜିଲାର ସର୍ବସାଧାରଣ ସ୍ଥାନରେ ଏହି ଆଇନ ସମ୍ପର୍କରେ ବିଜ୍ଞାପନ ଓ ହୋର୍ଡିଂ ଜରିଆରେ ଲୋକମାନଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି କରାଯିବାର ଆବଶ୍ୟକ ରହିଛି। ଏହି ଆଇନ ଅନ୍ୟାୟ ବିରୁଦ୍ଧ, ପୁରୁଷ ବିରୁଦ୍ଧ ନୁହେଁ ଏବଂ ଏହି ଆଇନ ହିସାବରେ ଦୋଷୀଙ୍କୁ ନିଶ୍ଚୟ ଦଣ୍ଡ ମିଳିବ ବୋଲି ରାହତକର ଦୃଢ ମତ ରଖିଥିଲେ। ଏହି ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୋଭା ଶର୍ମା, ପୋଲିସ ଆଇଜି ଏସ.ସାଇନିଙ୍କ ସହ ବିଭାଗୀୟ ନିର୍ଦ୍ଦେଶକ ସୁଶ୍ରୀ ମୋନିଷା ବାନାର୍ଜୀ ଓ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଓ ରାଜ୍ୟସରକାରଙ୍କ ସମସ୍ତ ବିଭାଗର ନୋଡାଲ ଅଧିକାରୀମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷା: ଏହି ଜିଲାରେ ବନ୍ଦ ରହିବ ସମସ୍ତ ସ୍କୁଲ

ସୁନ୍ଦରଗଡ଼, ୧୮ା୮(ଜୟ ନାରାୟଣ ମେଣ୍ଡୁଳି)- ଲଗାଣ ବର୍ଷା ସହ ପ୍ରତିକୂଳ ପାଗ ଜାରି ରହିଥିବାରୁ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ବୁଧବାର…

ମହିଳା ହକି ବିଶ୍ୱକପ୍‌ରେ ଭାରତର ବଡ଼ ବିଜୟ

ଆମଷ୍ଟେଲଭିନ୍‌,୧୮ା୮: ଓଡ଼ିଆ ଝିଅ ସୁନେଲିତା ଟପ୍ପୋଙ୍କ ଗୋଲ ବଳରେ ଚଳିତ ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ଗ୍ରୁପ୍‌ ମ୍ୟାଚ୍‌ରେ ଭାରତ ୬-୧ ଗୋଲରେ ଦକ୍ଷିଣ…

କାର୍ଯ୍ୟବନ୍ଦ ଚେତାବନୀ ଦେଲେ ହସ୍ପିଟାଲ କର୍ମଚାରୀ

ନବରଙ୍ଗପୁର,୧୮।୮(ସଦାଶିବ ପ୍ରହରାଜ): ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ଅଲ୍‌ ଓଡ଼ିଶା ହସ୍ପିଟାଲ କର୍ମଚାରୀ ସଂଘ ନବରଙ୍ଗପୁର ଜିଲା ଶାଖା। ମଙ୍ଗଳବାର ଭାରତୀୟ…

୨୦୨୫ ପାଇଁ ଖେଳରତ୍ନ ପୁରସ୍କାର ନାହିଁ, ତେଜସ୍ବିନ, ଦିବ୍ୟା, ଗାୟତ୍ରୀଙ୍କୁ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ, ୧୮ା୮- ୨୦୨୫ ବର୍ଷ ଲାଗି କୌଣସି ଆଥଲେଟ୍‌ଙ୍କୁ ସମାନ୍‌ଜନକ ଧ୍ୟାନ୍‌ ଚାନ୍ଦ ଖେଳରତ୍ନ ପୁରସ୍କାର ଦିଆଯିବ ନାହିଁ। ଏ ନେଇ କ୍ରୀଡ଼ା ମନ୍ତ୍ରଣାଳୟ ମଙ୍ଗଳବାର ନିଷ୍ପତ୍ତି…

ଜେଲ୍‌ରୁ ମୁକୁଳିଲେ ମାଓନେତା ଆଜାଦ୍: ୧୫ ବର୍ଷରୁ ଅଧିକ ଜେଲ୍ ଦଣ୍ଡ ପରେ…

ଗଜପତି,୧୮।୮(ଗିରିଧାରୀ ପରିଛା): ଦୀର୍ଘ ୧୫ ବର୍ଷ, ୨ ମାସ ଏବଂ ୧୮ ଦିନ ଜେଲରେ ବିଚାରାଧୀନ କୈଦୀ ଭାବେ ରହିବା ପରେ ଶେଷରେ ମୁକ୍ତି ପାଇଛନ୍ତି ମାଓ…

ଔପଦାରେ ଅଭାବନୀୟ କାଣ୍ଡ: ଏକତରଫା ପ୍ରେମରୁ ଶିକ୍ଷୟତ୍ରୀଙ୍କ ସହ ପରିବାର ସଦସ୍ୟଙ୍କୁ ଗୋଡ଼ାଇ ହାଣିଲେ ପ୍ରେମିକ

ଔପଦା, ୧୮।୮(ଧରିତ୍ରୀ ପଣ୍ଡା): ବାଲେଶ୍ୱର ଜିଲା ଔପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଏବଂ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଜଣେ ଶିକ୍ଷୟତ୍ରୀଙ୍କୁ ଏକତରଫା ପ୍ରେମ କରି…

ବନ୍ୟାରେ ଭାଙ୍ଗିଲା ପୋଲ, ୧୫ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

କେନ୍ଦୁଝର,୧୮।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଲଗାଣ ବର୍ଷା ଯୋଗୁ ନଦୀ, ନାଳରେ ବିପଦ ସଙ୍କେତ ଉପରେ ଜଳ ପ୍ରବାହ ହେଉଥିବାରୁ ଯାତାୟାତ ସମସ୍ୟା ସୃଷ୍ଟି ହେଉଛି।…

ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ: ଅଭିଯୁକ୍ତ ଗିରଫ, ବହୁ ଜାଲିଆତି ସାମଗ୍ରୀ ଜବତ

ଛତ୍ରପୁର, ୧୮।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପ ଟ୍ଟନାୟକ): ବେକାର ଯୁବକ-ଯୁବତୀଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରୁଥିବା ଏକ ଜାଲିଆତି ଚକ୍ରର ପର୍ଦ୍ଦାଫାସ କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri