Posted inଜାତୀୟ

ତୀର୍ଥଯାତ୍ରୀଙ୍କ ଉପରେ କାର୍‌ ମାଡିଯିବା ଘଟଣା: ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଅହମ୍ମଦାବାଦ, ୨।୯: ଗୁଜୁରାଟର ଆରାଭାଲୀ ଜିଲାର ଅମ୍ବାଜୀରେ ଶୁକ୍ରବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଥିବା ଜଣାପଡିଛି। ତେବେ ଏହି ଦୁର୍ଘଟଣାରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଦୁଃଖ ପ୍ରକାଶ ସହ ମୃତକଙ୍କ ପାଇଁ ୪ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ,ତୀର୍ଥଯାତ୍ରୀମାନେ ଅମ୍ବାଜୀ ମନ୍ଦିରକୁ ଚାଲିଚାଲି ଯାଉଥିଲେ। ସେହି ସମୟରେ କାର୍‌ଟି ସେମାନଙ୍କ ଉପରେ ମାଡିଯାଇଥିଲା। ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉଗ୍ର ରୂପ ନେଉଛି ଜେଏନ୍‌ୟୁୁ ଛାତ୍ରଙ୍କ ଆନ୍ଦୋଳନ: ଦିଲ୍ଲୀର ୩ ମେଟ୍ରୋ ଷ୍ଟେଶନ ବନ୍ଦ

ନୂଆଦିଲ୍ଲୀ,୧୮।୧୧: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ର ଛାତ୍ରୀଛାତ୍ରମାନେ ବର୍ଦ୍ଧିତ ଫି’ ବିରୋଧରେ କରୁଥିବା ଆନ୍ଦୋଳନ ଧୀରେ ଧୀରେ ଉଗ୍ର ରୂପ ଧାରଣ କରୁଛି। ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପ୍ରଦର୍ଶନ...

ଡିଜିଟାଲ ଇଣ୍ଡିଆର ଶକ୍ତି ପହଞ୍ଚୁଛି ଘରେ ଘରେ: ମନ୍‌ କି ବାତ୍‌ରେ କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୬।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୯୮ ତମ ମାନ କି ବାତ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶକୁ ସମ୍ବୋଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ...

୧୧ ମାସରେ ୧୯୬ ଆତଙ୍କବାଦୀ ଆକ୍ରମଣ…

ନୂଆଦିଲ୍ଲୀ,୩୦।୧୧: ଜମ୍ମୁ-କଶ୍ମୀରରେ ଚଳିତ ବର୍ଷ ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ଲୋକ ସଭାରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ...

ବିଧାନସଭାରେ ବିରୋଧୀ ଦଳର ନେତା ହେବେ ଅଜିତ ପାଓ୍ବାର

ମୁମ୍ବାଇ,୪।୭: ମହାରାଷ୍ଟ୍ରରେ ଜାରି ରହିଥିବା ହାଇଡ୍ରାମା ଏବେ ଶେଷ ହୋଇଛି। ସୋମବାର ମହାରାଷ୍ଟ୍ର ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଶକ୍ତି ପରୀକ୍ଷାରେ ସଫଳ ହୋଇଛନ୍ତି। ୧୬୪ଟି...

ଦେଶ ସ୍ବାଧୀନତା ପାଇବାର ୨୩ ଦିନ ପୂର୍ବରୁ ପ୍ରସ୍ତୁତ ହୋଇଥିଲା ଜାତୀୟ ପତାକା, ଜାଣନ୍ତୁ ପତାକା ପଛର ଆଉ କିଛି କଥା…

ନୂଆଦିଲ୍ଲୀ,୧୧ା୮: ସ୍ବାଧୀନତା ସଂଗ୍ରାମୀ ତଥା ବିପ୍ଳବୀମାନେ ଦେଶକୁ ବ୍ରିଟିଶ ଶାସନରୁ ମୁକ୍ତ କରିବା ପାଇଁ ଦୀର୍ଘବର୍ଷ ଧରି ସଂଗ୍ରାମ କରିଥିଲେ। କିନ୍ତୁ ଦୀର୍ଘବର୍ଷ ଧରି ସେମାନଙ୍କର...

କରୋନାରେ ଆଖିବୁଜିଲେ ବିଧାୟକ

ପାଟନା,୧୯।୪: ବିହାରରେ କରୋନା ମାମଲା କ୍ରମାଗତ ଭାବରେ ବଢିଚାଲିଛି। ସୋମବାର ବିହାରର ପୂର୍ବତନ ଶିକ୍ଷା ମନ୍ତ୍ରୀ ତଥା ଜେଡିୟୁ ବିଧାୟକ ମଓ୍ବୋଲାଲ ଚୌଧୁରୀଙ୍କ ପରଲୋକ ଘଟିଛି।...

ବିଧାନ ପରିଷଦ ନିର୍ବାଚନ: ପ୍ରାର୍ଥୀ ଘୋଷଣା କଲା ଭାଜପା, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କୁ ମିଳିଲାନି ଟିକେଟ୍‌

ବେଙ୍ଗାଲୁରୁ,୨୪।୫: କର୍ନାଟକରେ ହେବାକୁ ଥିବା ବିଧାନ ପରିଷଦ ନିର୍ବାଚନ ପାଇଁ ଏମ୍‌ଏଲ୍‌ସି ପ୍ରାର୍ଥୀ ଘୋଷଣା କରିଛି । ଭାଜପା ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ଚଲୁବାଦୀ ନାରାୟଣସ୍ବାମୀ,...

ନିୟନ୍ତ୍ରଣ ରେଖାରେ ଭାରତୀୟ ସେନା ପକ୍ଷରୁ କଡ଼ା ଜବାବ: ୬ ପାକିସ୍ତାନୀ ଫରଓ୍ବାର୍ଡ ପୋଷ୍ଟ ଧ୍ୱଂସ

ଶ୍ରୀନଗର,୨।୧୨: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଗତ ୩ ଦିନ ଧରି ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟରୁ ଭାରତୀୟ ପୋଷ୍ଟଗୁଡ଼ିକୁ ଲକ୍ଷ୍ୟ କରି...

Advertisement
Archives

Model This Week