ବିଭିନ୍ନ ସ୍ଥାନରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ

ଝାରସୁଗୁଡ଼ା ଅଫିସ,୨୨।୧୦: କିର୍ମିରା ବ୍ଲକ୍‌ ଭାଲୁପତ୍ରା ଆଶ୍ରମ ସ୍କୁଲ୍‌ରେ ବନ୍ଧପାଲି କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ୍‌ ଉପଶିକ୍ଷାଧିକାରୀ ଘନଶ୍ୟାମ ଚାନ୍ଦ, ଭାଲୁପତ୍ରା ହାଇସ୍କୁଲ୍‌ ପ୍ରଧାନଶିକ୍ଷକ ଗଙ୍ଗଧର ମହାନ୍ତି ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଉଦ୍‌ଯାପନୀ ଉତ୍ସବରେ ବନ୍ଧପାଲି ସରପଞ୍ଚ ତପିରାମ ମାଝି, ଶିକ୍ଷାବିତ୍‌ ବୁନ୍ଦେ ଧୁରୁଆ, ଭାଲୁପତ୍ରା ଆଶ୍ରମ ସ୍କୁଲ୍‌ ପ୍ରଧାନ ଶିକ୍ଷକ ସତ୍ୟବାନ ପତି, ସାମାଜିକ କର୍ମୀ ଅଶୋକ ପଟେଲ, ସିଆର୍‌ସିସି ସଞ୍ଜୟ ନାୟକ, ଏସ୍‌ଏମ୍‌ସି ସଭାପତି ଦେବ କୁମାର ପାଣ୍ଡେ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ ା ଲଖନପୁର ବ୍ଲକ୍‌ ରେମଣ୍ଡା ଆଶ୍ରମ ସ୍କୁଲ୍‌ରେ ଅଢାପଡା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ହୋଇଛି ା ଏଥିରେ କ୍ଷେତ୍ର ମୋହନ ପ୍ରଧାନ ମୁଖ୍ୟଅତିଥି, ହରପ୍ରିୟା ସା, ଏସ୍‌ଏମ୍‌ସି ସଭାପତି ଲଳିତ କୁମାର ଦାନି, ହିରାଲାଲ ସାହୁ, ସିଆର୍‌ସିସି ସୁଶାନ୍ତ କୁମାର ସା ସମ୍ମାନିତ ଅତିଥି ଥିଲେ। ଝାରସୁଗୁଡା ବ୍ଲକ୍‌ ଖେରୁଆଲ ଉଚ୍ଚପ୍ରାଥମିକ ସ୍କୁଲ୍‌ରେ ଖେରୁଆଲ କ୍ଲଷ୍ଟରସ୍ତରୀୟ ସୁରଭି ଅନୁଷ୍ଠିତ ହୋଇଛି ା ଶ୍ରୀପୁରା ବାପୁଜୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଧନୀରାମ ପଟେଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ହିର୍ମା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରଧାନଶିକ୍ଷକ ସୁପ୍ରିୟା ପଣ୍ଡା, ସମ୍ମାନିତ ଅତିଥି ଏସ୍‌ଏମ୍‌ସି ସଭାପତି ଗୌତମ ରଣା, ପ୍ରଧାନଶିକ୍ଷକ ବାସୁଦେବ ଭଇଁସା, ଚିନ୍ତାମଣି ଭଇଁସା ପ୍ରମୁଖ ଯୋଗଦେଇଥିଲେ।
କୁଚିଣ୍ଡା (ଡି.ଏନ.ଏ.): କୁଚିଣ୍ଡା ବ୍ଲକ ଅର୍ଡାବାହାଲ ବାଳିକା ହାଇସ୍କୁଲରେ ଶୁକ୍ରବାର କ୍ଲଷ୍ଟରସ୍ତରୀୟ ସୁରଭି ଅନୁଷ୍ଠିତ ହୋଇଯାଇଛି। ଏହାକୁ ଅର୍ଡାବାହାଲ ସରପଞ୍ଚ ସୁଳେଶ୍ୱରୀ ମାଝି ଉଦ୍‌ଘାଟନ କରିଥିଲେ। ୧୦ ସ୍କୁଲର ୭୦ରୁ ଊଦ୍ଧର୍‌ବ ଛାତ୍ରୀଛାତ୍ର ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ପ୍ରତି ବିଭାଗରେ ୩ଜଣ ଲେଖାଏ କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କାର ଦିଆଯାଇଥିଲା। ହାଇସ୍କଲ ପ୍ରଧାନ ଶିକ୍ଷୟିତ୍ରୀ ଅନିତାରାଣୀ ଦାସଙ୍କ ସଭାପତିତ୍ୱରେ ହୋଇଥିବା ଉଦ୍‌ଯାପନି ଉତ୍ସବରେ କୁଚିଣ୍ଡା ସାମ୍ବାଦିକ ସଂଘ ସଭାପତି ବିରଞ୍ଚି ଦର୍କା ମୁଖ୍ୟଅତିଥି ଓ ସିଆର୍‌ସିସି ଅଶିମ ପାଣିଗ୍ରାହୀ, ପୂର୍ବତନ ସିଆର୍‌ସିସି ପ୍ରଦୀପ ନାଏକ, ଶିକ୍ଷୟିତ୍ରୀ ରଶ୍ମିରାଣୀ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ବାଉରିଗୋଡା ପ୍ରାଥମିକ ସ୍କୁଲରେ ହୋଇଥିବା କାର୍ଯ୍ୟକ୍ରମରେ ଏସ୍‌ଏମ୍‌ସି ସଭାପତି ଜ୍ୟୋତ୍ସ୍ନରାଣୀ ଦାସଙ୍କ ଅଧ୍ୟକ୍ଷତାରେ ସରପଞ୍ଚ ଗୋବର୍ଦ୍ଧନ ବାଘ ମୁଖ୍ୟଅତିଥି ଓ ସମିତି ସଭ୍ୟ ପରେଶ ପଟେଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରିଥିଲେ । ହାଡିପାଲି କ୍ଲଷ୍ଟରର କିଣ୍ଡିରା ପ୍ରାଥମିକ ସ୍କୁଲରେ ସୁରଭି କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ମହେନ୍ଦ୍ର ମାଝୀଙ୍କ ସଭାପତିତ୍ୱରେ ହୋଇଥିବା କାର୍ଯ୍ୟକ୍ରମରେ ସରପଞ୍ଚ ମନ୍ଦାକିନୀ ନାଏକ, ସମିତିସଭ୍ୟ ରଶ୍ମି ପଟେଲ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରିଥିଲେ।
ନାକଟିଦେଉଳ (ଡ଼ି.ଏନ.ଏ.)
ନାକଟିଦେଉଳ ବ୍ଲକ ଜାମୁଯୋରୀ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି। ଏଥିରେ ୮ ବିଦ୍ୟାଳୟରୁ ୫୦ ଛାତ୍ରୀଛାତ୍ର ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଜାମୁଯୋରୀ ସିଆର୍‌ସିସି ମନୋରଞ୍ଜନ ସେଠଙ୍କ ସଭାପତିତ୍ୱରେ ପୁରସ୍କାର ପ୍ରଦାନ ସମାରୋହରେ ଏବିଇଓ ଚନ୍ଦ୍ରମଣୀ ବେହେରା ମୁଖ୍ୟଅତିଥି ଓ ବାଗବର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗଣେଶ୍ୱର ପ୍ରଧାନ, ସହକାରୀ ଶିକ୍ଷକ ପ୍ରଦ୍ୟୁମ୍ନ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ବଳମ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟଠାରେ କାର୍ଯ୍ୟକ୍ରମରେ ବଳମ ସରପଞ୍ଚ ଅନୁପମା ଗଡ଼ନାୟକ ମୁଖ୍ୟଅତିଥି,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଧୀରେନ ବିଶ୍ୱାଳ ସମ୍ମନିତ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri