ଆଖି ବୁଜିଦେଇଛୁ

ଆମଠାରୁ କିଛି ଭିନ୍ନ କରିଥିବା ଏସିଆର ଦେଶଗୁଡ଼ିକ ତୁଳନାରେ ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକ ଅପେକ୍ଷାକୃତ ଗରିବ ବୋଲି ମୁଁ ଗତ ସପ୍ତାହରେ ଉଲ୍ଲେଖ କରିଥିଲି। ଆମର କ’ଣ ଭୁଲ୍‌ ରହିଛି କିମ୍ବା ଆମେ କ’ଣ ଭିନ୍ନ କରୁଛୁ ତାହା ଜାଣିବା ଦରକାର। ଆମ ତଥା ସେମାନଙ୍କ ବିଷୟରେ ଯାହା ବାସ୍ତବରେ ଭିନ୍ନ ତାହା ମଧ୍ୟ ଦେଖିବା ଦରକାର। ଏହାକୁ କେବଳ ଅର୍ଥନୈତିକ ବ୍ୟବସ୍ଥାର ରୂପ ବୋଲି ଦାୟୀ କରାଯାଇପାରିବ ନାହିଁ। ଆମେ କେନ୍ଦ୍ରୀୟ ଯୋଜନା ମାଧ୍ୟମରେ (୧୯୫୦ ଏବଂ ୧୯୬୦ ଦଶକରେ ଭାରତ), ଲାଇସେନ୍ସ ରାଜ (ଭାରତରେ ୧୯୮୦ ଦଶକ ପର୍ଯ୍ୟନ୍ତ), ‘ଉଦାରୀକରଣ’ (୧୯୬୦ ଦଶକରୁ ପାକିସ୍ତାନରେ ଓ ୧୯୯୧ରୁ ଭାରତରେ ଆରମ୍ଭ) ମାଧ୍ୟମରେ ଅର୍ଥନୀତି ପରିଚାଳନା କରିବାକୁ ଚେଷ୍ଟା କରିଛୁ। ଆମେ କିଛି ସଫଳତା ପାଇଛୁ ଏବଂ କେତୋଟି ସେକ୍ଟର ସୃଷ୍ଟି କରିଛୁ; ଯେଉଁଥିରେ ଆଗୁଆ ରହିଛୁ (୨୫ ବର୍ଷରୁ ଊର୍ଦ୍ଧ୍ୱ ଧରି ସୂଚନା ପ୍ରଯୁକ୍ତିବିଦ୍ୟା ସେବାର ନେତୃତ୍ୱ ନେଇଥିବାବେଳେ ବାଂଲାଦେଶ ଏବେ ପୋଷାକ କ୍ଷେତ୍ରରେ ଭିନ୍ନ କରିପାରିଛି)। ଆମେ ଆଣବିକ ଅସ୍ତ୍ର ବିକାଶ କରିଛୁ, ମିଲିଟାରିରେ ବିପୁଳ ଅର୍ଥ ବ୍ୟୟ କରିଛୁ। ପାକିସ୍ତାନର ସମସ୍ତ ସରକାରୀ ବ୍ୟୟର ୧୭% ଯାଏ ସେନାକୁ। କିନ୍ତୁ ଭାରତ ଓ ବାଂଲାଦେଶରେ ଏହା ୯%। ଆମେ ସବୁବେଳେ ଆମ ସାମର୍ଥ୍ୟକୁ ଉପେକ୍ଷା କରିବାକୁ ପ୍ରୟାସ କରିଛୁ। ଆମେ ପାଶ୍ଚାତ୍ୟ ମେଣ୍ଟରେ ଯୋଗଦେଇଛୁ(ପାକିସ୍ତାନ ୧୯୬୦ ଦଶରେ ଯୋଗଦେଇଥିଲା), ଆମେ ଗୋଷ୍ଠୀ ନିରପେକ୍ଷ ରହିଛୁ (୧୯୫୦ ଦଶକରେ ଭାରତ) ଏବଂ ଆମେ ବିଭିନ୍ନ ବିଷୟରେ ବିପରୀତ କାର୍ଯ୍ୟ କରିବାକୁ ଚେଷ୍ଟା କରିଛୁ, ଯାହାର ଶେଷ ପରିଣାମ ପୂର୍ବ ସ୍ତମ୍ଭରେ ଆଲୋଚନା କରିଥିଲୁ। ବିଶ୍ୱରେ ହାରାହାରି ମୁଣ୍ଡପିଛା ମୋଟ ଘରୋଇ ଉତ୍ପାଦ ବା ଜିଡିପି ୧୨,୨୬୨ ଡଲାର। ଚାଇନା ଏହି ବୈଶ୍ୱିକ ହାରାହାରିଠାରୁ ସାମାନ୍ୟ ଆଗରେ ଥିବାବେଳେ ବାଂଲାଦେଶ, ଭାରତ ଓ ପାକିସ୍ତାନରେ ଏହାର ଏକ ପଞ୍ଚମାଂଶ ରହିଛି। ୧୯୬୦ରେ ମଧ୍ୟ ଆମେ ବୈଶ୍ୱିକ ହାରାହାରିଠାରୁ ୫ଗୁଣ କମ୍‌ ଥିଲୁ। ସେ ସମୟରେ ବୈଶ୍ୱିକ ହାରାହାରି ୪୫୯ ଡଲାର ଥିଲାବେଳେ ଭାରତର ଥିଲା ୮୨ ଡଲାର। ଉଲ୍ଲେଖନୀୟ ଯେ, ଏହା ହେଉଛି ବିଶ୍ୱର ୭୦୭ କୋଟି ଲୋକଙ୍କର ମୁଣ୍ଡପିଛା ଆୟ। ଏଥିରେ ଦକ୍ଷିଣ ଏସିଆର ଯୋଗଦାନ ୨୩%। ଅର୍ଥାତ୍‌ ଆମେ ବିଶ୍ୱ ଅର୍ଥ ବ୍ୟବସ୍ଥା ଏବଂ ଉତ୍ପାଦକତାର ପଛରେ ରହିଛୁ। ଆମେ ନିଶ୍ଚିତ ଭାବେ କିଛି ହରାଉଛୁ। ବାଂଲାଦେଶ, ଭାରତ ଓ ପାକିସ୍ତାନ ମଧ୍ୟରେ ଆନ୍ତଃ ଆଞ୍ଚଳିକ ବାଣିଜ୍ୟ ଆମର ମୋଟ ବାଣିଜ୍ୟର ୫% ବୋଲି ବିଶ୍ୱ ବ୍ୟାଙ୍କ ପ୍ରକାଶ କରିଛି। କିନ୍ତୁ ଦକ୍ଷିଣ ପୂର୍ବ ଏସିଆରେ ଏହା ୫ଗୁଣ ଅଧିକ। ଏଠାରେ ବାର୍ଷିକ ବାଣିଜ୍ୟ ୨୩ ବିଲିୟନ ଡଲାର ରହିଥିବାବେଳେ ବାସ୍ତବରେ ଏହା ୧୦୦ବିଲିୟନ ଡଲାରରୁ ଅଧିକ ହେବା ଉଚିତ।
କିନ୍ତୁ ଏହା ନ ହେବାର ଯେଉଁ ସମସ୍ୟା ରହିଛି ତାହା ମାନବକୃତ। ବିଶ୍ୱ ବ୍ୟାଙ୍କ ଅନୁଯାୟୀ, ସୀମା ସମସ୍ୟା ରହିଛି, ଅର୍ଥାତ୍‌ ଭାରତରେ ଗୋଟିଏ କମ୍ପାନୀ ପାଇଁ ପଡ଼ୋଶୀ ଦକ୍ଷିଣଏସୀୟ ଦେଶଗୁଡ଼ିକ ପରିବର୍ତ୍ତେ ବ୍ରାଜିଲ ସହିତ ବାଣିଜ୍ୟ କରିବା ପ୍ରାୟ ୨୦% ଶସ୍ତା ହେଉଛି। ତେବେ ମୁଖ୍ୟ ସମସ୍ୟା ହେଉଛି ସମ୍ପୂର୍ଣ୍ଣ ଉପମହାଦେଶରେ ବିଶ୍ୱାସର ଅଭାବ ରହିଛି। ଏହାସହ ପରସ୍ପର ମାନବୀୟ ସମ୍ପର୍କ ଏବଂ ବାଣିଜ୍ୟ ଦୃଷ୍ଟିରୁ ଦକ୍ଷିଣ ଏସିଆ ହେଉଛି ସର୍ବନିମ୍ନ ସମନ୍ବିତ ଅଞ୍ଚଳ। ପାରମ୍ପରିକ ସମସ୍ୟାଗୁଡ଼ିକୁ ଏଡ଼ାଇ ଯାଇ ସମ୍ମିଳିତ ଭାବେ ପଦକ୍ଷେପ ନେଲେ ଭାଗୀଦାରି ବିଷୟଗୁଡ଼ିକର ସମାଧାନ ହୋଇପାରିବ, ଆଞ୍ଚଳିକ ବ୍ୟବସ୍ଥାକୁ ମଜଭୁତ କରାଯିବା ସହ ଭିତ୍ତିିଭୂମି ଓ ଯୋଗାଯୋଗରେ ଉନ୍ନତି ଅଣାଯାଇପାରିବ। ଏହା ସହ ବାଣିଜ୍ୟ ନୀତିରେ ବିକାଶ ହେବ। ବିଶ୍ୱବ୍ୟାଙ୍କ ପ୍ରକାଶ କରିଛି ଯେ, ଦକ୍ଷିଣ ଏସିଆର ସମସ୍ତ ଦେଶକୁ ଅତ୍ୟଧିକ ଲାଭ ପହଞ୍ଚାଇବାରେ ଆଞ୍ଚଳିକ ସହଯୋଗର କ୍ଷମତା ରହିଛି, କାରଣ ଏଠାରେ ବାର୍ଷିକ ବାଣିଜ୍ୟର ପରିମାଣ ୪୪ ବିଲିୟନ ଡଲାର। ବିକଶିତ ଦେଶ ତୁଳନାରେ ଦକ୍ଷିଣ ଏସିଆରେ ସମୁଦ୍ରପଥ ପରିବହନର ଅତ୍ୟଧିକ ଖର୍ଚ୍ଚକୁ ୫୦% ହ୍ରାସ କରିବାକୁ ଆମ ପାଖରେ ସୁଯୋଗ ଅଛି। କିନ୍ତୁ ଯଦି ଆମେ ଶତ୍ରୁତା କମାଇବା ଏବଂ ଏବକାର ସ୍ଥିତିରେ ପରସ୍ପର ଅଧିକ ଖୋଲା ହୋଇପାରିବା ତେବେ ଏହା ହୋଇପାରିବ। କିନ୍ତୁ ଏ ବିଷୟରେ ଆମେ କେବେ ଚେଷ୍ଟା କରିନାହୁଁ । ଆମ ଭିତରେ ଖୋଲା ସମ୍ପର୍କ ରଖିନାହୁଁ କିମ୍ବା ୧୯୪୭ ପୂର୍ବରୁ ଆମର ଯେଉଁ ଅର୍ଥ ବ୍ୟବସ୍ଥା ଓ ଭୌଗୋଳିକ ସ୍ଥିିତି ରହିଥିଲା ସେଠାକୁ ଫେରିନାହୁଁ । ରୁଚିର ଶର୍ମା ତାଙ୍କ ପୁସ୍ତକ ‘ସଫଳ ଦେଶର ୧୦ଟି ନିୟମ’ରେ ଯାହା ଲେଖିଛନ୍ତି ତାହା ଆମକୁ ଆଶ୍ଚର୍ଯ୍ୟ କରିବ ନାହିଁ। ତାଙ୍କ ଅନୁଯାୟୀ, ଏହି ସମୟରେ ଦକ୍ଷିଣ ଏସିଆ ବାଡ଼ ଭିତରେ ରହିଯାଇଛି। ବିଚ୍ଛିନ୍ନତା, ଆଇନଶୃଙ୍ଖଳା ପରିସ୍ଥିତି ଏବଂ ଆଞ୍ଚଳିକ ଯୁଦ୍ଧ ଦ୍ୱାରା ଉତ୍ପନ୍ନ ତିକ୍ତତା ଭାରତ, ପାକିସ୍ତାନ, ବାଂଲାଦେଶ ଏବଂ ଶ୍ରୀଲଙ୍କା ପାଇଁ ସୀମା ଉନ୍ମୁକ୍ତ କରିବା କଷ୍ଟକର ହୋଇପଡିଛି ଏବଂ ଏମାନଙ୍କ ମଧ୍ୟରେ ଶତ୍ରୁତା ହ୍ରାସ କରିବା ଲାଗି ଏପର୍ଯ୍ୟନ୍ତ କୌଣସି ନେତା ଆଗକୁ ଆସିନାହାନ୍ତି।
ଭାରତରେ ୨୦୧୪ରେ ଜିଡିପିର ବାଣିଜ୍ୟ ୫୮% ଥିଲା। ଏବେ ଏହା ୪୪%। ପାକିସ୍ତାନରେ ଏହା ୩୦% ଥିଲାବେଳେ ବାଂଲାଦେଶରେ ଏହା ୨୮%। ଆମେ ପରସ୍ପର ମଧ୍ୟରେ ଖୋଲା ହୋଇପାରିବା ସମ୍ଭବ କି? ଯଦି ହଁ, ତେବେ କେଉଁ ବାସ୍ତବ ଉପାୟରେ ଆମେ ଏହା କରିପାରିବା? ଏବଂ ଯଦି ଏହା ହାସଲ ହୁଏ, ତେବେ ସମାଜ ଉପରେ ଏହାର ପ୍ରଭାବ କ’ଣ ରହିପାରେ? ମୁଁ ଜାଣେ ନାହିଁ, ଏହା କରିବା ଦ୍ୱାରା ଆମେ ତାଇଓ୍ବାନ, ଜାପାନ ଏବଂ ଦକ୍ଷିଣ କୋରିଆ ଯାହା କରିଥିଲେ ତାହାର ପୁନରାବୃତ୍ତି କରିପାରିବା। କିନ୍ତୁ ମୁଁ ଏତିକି ଜାଣେ ଯେ, ଏହା ଆମ ମଧ୍ୟରେ ଥିବା ପ୍ରତିବନ୍ଧକକୁ ହଟାଇ ଦେବ। ହେଲେ ଭାରତ, ପାକିସ୍ତାନ, ବାଂଲାଦେଶ ଗଣତାନ୍ତ୍ରିକ ରାଷ୍ଟ୍ର ହୋଇଥିଲେ ହେଁ ଏଯାବତ୍‌ ଏହା ଉପରେ ବ୍ୟାପକ ଆଲୋଚନା କରାଯାଇ ନାହିଁ। ଆମ ଅବସ୍ଥା ପ୍ରତି ଆମେ କିଭଳି ଆଖି ବୁଜିଦେଇଛୁ ତାହା ଏହା ସୂଚାଇ ଦିଏ। ଏକବିଂଶ ଶତାବ୍ଦୀର ଦ୍ୱିତୀୟ ‘୨୫ବର୍ଷ’ (୨୦୨୫-୨୦୫୦) ମଧ୍ୟରେ ପ୍ରବେଶ କରିବାକୁ ଯାଉଥିବାବେଳେ ଦକ୍ଷିଣ ଏସିଆରେ ଆମ ରାଜନୈତିକ ଦଳଗୁଡ଼ିକ କେତେ ସନ୍ତୁଷ୍ଟ ଓ ସୁପ୍ତ ତାହା ମଧ୍ୟ ସୂଚିତ କରେ। ଏହାକୁ ପରିବର୍ତ୍ତନ କରିବା ଯଦିଓ ସହଜ, ତେବେ ଏଥିପାଇଁ ଏକ ପ୍ରୟାସ କରିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri