Advertisement

କ୍ଲୋକ୍‌ ରୁମ୍‌ ସଙ୍କୁଚିତ: ଶ୍ରଦ୍ଧାଳୁ ହନ୍ତସନ୍ତ

ପୁରୀ ଅଫିସ,୧୭ା୧୦: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସ୍ବେରେଜ୍‌ ଲାଇନ୍‌ ସମେତ ଅନ୍ୟ ଭୂତଳ ସୁବିଧା ପାଇଁ ସମ୍ପ୍ରତି କାର୍ଯ୍ୟକ୍ଷମ ଥିବା କ୍ଲୋକ୍‌ ରୁମ୍‌ ଓ ଜୋତାଷ୍ଟାଣ୍ଡକୁ ସଙ୍କୁଚିତ କରିଦିଆଯାଇଛି। କ୍ଲୋକ୍‌ ରୁମ୍‌ ପଛ ପଟେ ଜମି ଅଧିଗ୍ରହଣ ପରେ ପୁରୁଣା କ୍ଲକ୍‌ ରୁମ୍‌ର କିଛି ଅଂଶ ଭାଙ୍ଗିଦିଆଯାଇଥିବାବେଳେ ସମ୍ପ୍ରତି ସ୍ବେରେଜ କାର୍ଯ୍ୟ ଚାଲିଛି। ଏଭଳି ସ୍ଥିତିରେ ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ନିଜ ଆସବାବପତ୍ର ରଖିବା ଲାଗି ହଇରାଣ ହେଉଛନ୍ତି। ସେହିଭଳି ସଙ୍କୁଚିତ କ୍ଲକ୍‌ ରୁମ୍‌ର ସୁଯୋଗ ନେଇ ଘରୋଇ ଜୋତାଷ୍ଟାଣ୍ଡଗୁଡ଼ିକ ଶ୍ରଦ୍ଧାଳୁଙ୍କୁ ଆର୍ଥିକ ଶୋଷଣ କରିବାରେ ବ୍ୟସ୍ତ। ଅନ୍ୟପକ୍ଷରେ ଆସନ୍ତା ୨ମାସ ମଧ୍ୟରେ ବର୍ଦ୍ଧିତ କ୍ଲୋକ୍‌ ରୁମ୍‌ କାର୍ଯ୍ୟକ୍ଷମ ହେବ ଓ ଉକ୍ତ ସମସ୍ୟାର ସମାଧାନ ହୋଇଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି।
ମହାପ୍ରଭୁଙ୍କ ଦର୍ଶନ ପାଇଁ ଦୈନିକ ଅତିକମ୍‌ରେ ୧୦ ହଜାର ଶ୍ରଦ୍ଧାଳୁ ଆସୁଛନ୍ତି। ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁମାନେ ପ୍ରବେଶ କରିବା ପୂର୍ବରୁ କ୍ଲୋକ୍‌ ରୁମ୍‌ରେ ବ୍ୟାଗ, ଜୋତା, ଚମଡ଼ା ବେଲ୍ଟ, ମୋବାଇଲ ଫୋନ୍‌ ଏବଂ ଅନ୍ୟ ଆସବାବପତ୍ର ରଖିଥାଆନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିନା ମୂଲ୍ୟରେ ଶ୍ରଦ୍ଧାଳୁଙ୍କୁ ଏହି ସେବା ଯୋଗାଇ ଦିଆଯାଇଥାଏ। ମାତ୍ର ସମ୍ପ୍ରତି ଏହି କ୍ଲୋକ୍‌ ରୁମ୍‌ ପୂର୍ଣ୍ଣ କ୍ଷମତାରେ ଚାଲୁ ନ ଥିବାରୁ ଶ୍ରଦ୍ଧାଳୁମାନେ ବାଧ୍ୟହୋଇ ଘରୋଇ ଷ୍ଟାଣ୍ଡରେ ଟଙ୍କା ଦେଇ ଆସବାବପତ୍ର ରଖୁଛନ୍ତି। ଷ୍ଟାଣ୍ଡ ମାଲିକମାନେ ଗୋଟିଏ ବ୍ୟାଗ୍‌ ରଖିବା ଲାଗି ୩୦ ଟଙ୍କା ନେଉଛନ୍ତି। ସିଂହଦ୍ୱାରକୁ ମିଶାଇ ଶ୍ରୀମନ୍ଦିର ଚାରିପଟେ ୧୫ରୁ ୨୦ଟି ଏଭଳି ଦୋକାନ ରହିଛି। ଶ୍ରଦ୍ଧାଳୁ ସରୋଜ ବରାଳ ନିଜ ପରିବାର ସଦସ୍ୟଙ୍କ ସହ ଶ୍ରୀମନ୍ଦିର ବୁଲିବାକୁ ଆସିଥିବା ବେଳେ ତାଙ୍କୁ କେବଳ ଆସବାବପତ୍ର ରଖିବା ପାଇଁ ୨ଶହ ଟଙ୍କା ଦେବାକୁ ପଡ଼ିଥିଲା। ସରୋଜ କହିଛନ୍ତି, ଜୋତାଷ୍ଟାଣ୍ଡରେ ଜୁଲମ୍‌ ଦେଖି କଷ୍ଟ ଲାଗିଲା। ପ୍ରଶାସନ ପକ୍ଷରୁ ବିଶେଷ ସୁବିଧା ନ ଥିବାରୁ ଆମେ ବାଧ୍ୟହୋଇ ଘରୋଇ ଜୋତାଷ୍ଟାଣ୍ଡରେ ଆସବାବପତ୍ର ରଖିଥିଲୁ। ତେବେ ଅର୍ଥ କମାଇବାକୁ ଅନୁରୋଧ କରିବା ସତ୍ତ୍ବେ ଷ୍ଟାଣ୍ଡ କର୍ମଚାରୀ କିଛି ଶୁଣି ନ ଥିଲେ। ଓଲଟା ଇଚ୍ଛା ହେଲେ ରଖ ନ ହେଲେ ନାହିଁ ବୋଲି ରୋକଠୋକ୍‌ କହିଥିଲେ। ଏଣୁ ପ୍ରଶାସନ ଏ ନେଇ ବିକଳ୍ପ ବ୍ୟବସ୍ଥା କରିବା ଦରକାର। ଫଳରେ ଶ୍ରଦ୍ଧାଳୁଙ୍କ ସହ ହେଉଥିବା ଏଭଳି ବ୍ୟବହାର ଓ ଶୋଷଣ ବନ୍ଦ ହେବ।
ଶ୍ରୀମନ୍ଦିର କ୍ଲୋକ୍‌ ରୁମ୍‌ରେ ସାଧାରଣ ଦିନରେ ୨୦ ହଜାର ଲୋକଙ୍କ ଆସବାବପତ୍ର ରଖିବା ପାଇଁ ବ୍ୟବସ୍ଥା ରହିଛି। ମାତ୍ର ଏବେ ଏହି ସଂଖ୍ୟା କମି ଆସି ୪ରୁ ୫ ହଜାରରେ ପହଞ୍ଚିଛି। ଏଣୁ ଗହଳି ହେଲେ ଘରୋଇ ଜୋତାଷ୍ଟାଣ୍ଡଗୁଡ଼ିକୁ ଲୁଟିବାର ସୁଯୋଗ ମିଳିଯାଉଛି। ଏଭଳି ସ୍ଥିତିରେ ପ୍ରଶାସନ ପକ୍ଷରୁ କୌଣସି ବିକଳ୍ପ ବ୍ୟବସ୍ଥା କରା ନ ଯିବାକୁ ସାଧାରଣରେ ସମାଲୋଚନା କରାଯାଇଛି। ଏନେଇ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ସ୍ବେରେଜ ଲାଇନ୍‌ ପାଇଁ ଭଙ୍ଗାଯାଇ ଭୂତଳ କାର୍ଯ୍ୟ ଚାଲିଛି। ଫଳରେ ସାମାନ୍ୟ ଅସୁବିଧା ହେଉଛି। କର୍ମଚାରୀମାନଙ୍କୁ ସ୍ବତନ୍ତ୍ର ବିକଳ୍ପ ବ୍ୟବସ୍ଥା ଦିଆଯାଇଛି। ଶ୍ରଦ୍ଧାଳୁଙ୍କ ଆସବାବପତ୍ର ରଖିବା ପାଇଁ ଯଥାସମ୍ଭବ ଉଦ୍ୟମ ହେଉଛି ବୋଲି ସାହୁ ପ୍ରକାଶ କରିଛନ୍ତି। ସେହିପରି ଆସନ୍ତା ୨ମାସ ମଧ୍ୟରେ ବର୍ଦ୍ଧିତ କ୍ଲୋକ୍‌ ରୁମ୍‌ କାର୍ଯ୍ୟକ୍ଷମ କରାଯିବ ଏବଂ ଏଥିଯୋଗୁ ସମସ୍ୟା ଦୂର ହୋଇପାରିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ବଢ଼ିଚାଲିଛି ଗୁଣିଗାରେଡ଼ି ଜନିତ ମୃତ୍ୟୁସଂଖ୍ୟା: ଦମ୍ପତିଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ମାଲକାନଗିରି,୨୭ା୬(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଗୁଣିଗାରେଡ଼ି ସନ୍ଦେହ ଜନିତ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ଦୁଇଦିନ ତଳେ ମା’-ଝିଅଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା କରାଯାଇଥିବା ବେଳେ...

ଖଟିଆରେ ୨ କି.ମି. ବୁହାହେଲେ ରୋଗୀ

ମୁନିଗୁଡା,୨୪।୨(ଡି.ଏନ୍‌.ଏ.) ରାସ୍ତା ଖରାପ ଥିବାରୁ ଗାଁକୁ ଯାଇ ପାରିଲାନି ଆମ୍ବୁଲାନ୍ସ। ଫଳରେ ରୋଗୀଙ୍କୁ ପରିବାର ଲୋକେ ୨ କି.ମି. ଦୂରରେ ଥିବା ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଖଟିଆରେ...

ପୋତି ହେଲାଣି ସାଗର

ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ରାଜତ୍ୱ ସମୟରେ ଗଜପତି ଜିଲାର ପାରଳାଖେମୁଣ୍ଡିଠାରେ ଅନେକ ସାଗର ପ୍ରତିଷ୍ଠା ହୋଇଥିଲା। ଯାହାକୁ ନେଇ ଏହି ସହର ଦିନେ ସାଗରର ସହରଭାବେ...

କୃଷି ଆଇନକୁ ବିରୋଧ କରି ବିକ୍ଷୋଭ

ଦିଗପହଣ୍ଡି,୨୭ା୧୨(ଡି.ଏନ୍‌.ଏ.): କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଓ ଆନ୍ଦୋଳନରତ ଚାଷୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଗଞ୍ଜାମ ଜିଲା ଦିଗପହଣ୍ଡି ଗାନ୍ଧୀ ଛକଠାରେ ରବିବାର ବିଭିନ୍ନ...

ସ୍ଥାୟୀ ବନ୍ଦୋବସ୍ତ ଲାଗି ଦାବିକଲେ ଲୋକେ

ବାଲେଶ୍ୱର ଅଫିସ,୨୦।୭ – ବାଲେଶ୍ୱର ସହରସ୍ଥିତ ଶୋଭାରାମପୁର ଅଞ୍ଚଳରେ ଥିବା ରେଲଓ୍ବେ ଜମି ଉପରେ ୩ଦଶନ୍ଧି ଧରି ବସବାସ କରୁଥିବା ଲୋକଙ୍କୁ ରାଜ୍ୟ ସରକାର ଭୂମିହୀନ...

ଭଙ୍ଗା ଚାଳିଆରେ ପାଠ ପଢ଼ା

ଠାକୁରମୁଣ୍ଡା,୫ା୮(ଡି.ଏନ.ଏ.): ସରକାର ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଇ ଆସୁଥିବା କହୁଛନ୍ତି। ୫-ଟି ଯୋଜନାରେ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ଚାଲିଛି। ମାତ୍ର ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ...

କରୋନା ମୁକାବିଲା ଲାଗି ଏସ୍‌ଏଚ୍‌ଜି ସହାୟତା ଦେଲା

ସମ୍ବଲପୁର, ୩୦।୪ (ବ୍ୟୁରୋ)- କରୋନା ମୁକାବିଲା ଲାଗି କନଖିଣ୍ଡା ପଞ୍ଚାୟତ ସ୍ବୟଂ ସହାୟକ ଗୋଷ୍ଠୀ ମାଁ ସମଲେଶ୍ୱରୀ-ଏ ୧୦ ହଜାର ଟଙ୍କା ପ୍ରଧାନମନ୍ତ୍ରୀ କେୟାର ପାଣ୍ଠିକୁ...

ବ୍ଲକ ପରିସରରେ ଦରପୋଡ଼ା ଆଇରନ ବଟିକା

ଏରସମା,୩୧ା୧୨(ସ୍ବ.ପ୍ର.): ଗର୍ଭବତୀ ଓ ଶିଶୁଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ସେମାନଙ୍କୁ ନିୟମିତ ସମୟ ବ୍ୟବଧାନରେ ବିଭିନ୍ନ ଖାଦ୍ୟ ସହିତ...

Advertisement
Archives

Model This Week