କ୍ଲାଇମେଟ୍‌ ଫାଇନାନ୍ସ

ଅରବିନ୍ଦ ସୁବ୍ରମଣ୍ୟନ୍‌

ଗତ କିଛିବର୍ଷ ଧରି ବିଶେଷକରି ଗ୍ଲାସ୍‌ଗୋରେ ଅନୁଷ୍ଠିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ(କପ୍‌୨୬) ପରେ ଶୂନ କାର୍ବନ ନିର୍ଗମନ ସ୍ତରକୁ ହାସଲ କରିବା ଲାଗି ଅଭିଯାନ ଚଳାଇଥିବା ବିକାଶଶୀଳ ଦେଶଗୁଡ଼ିକୁ ସହଯୋଗ କରିବାକୁ ଘରୋଇ ନିବେଶକମାନେ ଏକ ସୁଯୋଗ ମଣୁଛନ୍ତି। ଯାହାହେଉ ବ୍ଲାକ୍‌ ରକ୍‌ ସିଇଓ ଲାରି ଫିଙ୍କ୍‌ ଏବଂ ଜଳବାୟୁ କର୍ମକର୍ତ୍ତା ଗ୍ରେଟା ଥନବର୍ଗ ଯଦି ସାଧାରଣ ହିତ ଲାଗି ଏକାଠି କାମ କରିପାରିବେ, ତେବେ ଜଟିଳ ଆହ୍ନାନଗୁଡ଼ିକର ସମ୍ମୁଖୀନ ହୋଇ ମଧ୍ୟ ଆମେ ବୃହତ୍‌ କାର୍ଯ୍ୟ କରିପାରିବା। ଏବେ ଏହାକୁ ନେଇ ଅଧିକ ଉତ୍ସାହ ପ୍ରକାଶ ପାଇଛି। ଏନ୍‌ଭାଇରନମେଣ୍ଟ, ସୋସିଆଲ ଆଣ୍ଡ୍‌ ଗଭର୍ନାନ୍ସ (ଇଏସ୍‌ଜି) ବା ପରିବେଶ, ସାମାଜିକ ଏବଂ ସଞ୍ଚାଳନ ଋଣ ପାଇଁ ବହୁ ଟ୍ରିଲିୟନ ଡଲାର, ମୁଖ୍ୟତଃ ଗ୍ରୀନ୍‌ ଫାଇନାନ୍ସ ଆକାରରେ ଉପଲବ୍ଧ ହୋଇପାରେ ବୋଲି ଆସେଟ୍‌ ମ୍ୟାନେଜରମାନେ ମନେକରୁଛନ୍ତି। ତେବେ କାର୍ବନ ନିର୍ଗମନର ଶୂନ ସ୍ତରକୁ ଯିବା ଲାଗି ଆବଶ୍ୟକ ୧୩୦ ଟ୍ରିଲିୟନ ଡଲାର ଯୋଗାଡ଼ କରିବାରେ ଧନୀଦେଶଗୁଡ଼ିକ ସାହାଯ୍ୟର ହାତ ବଢ଼ାଇବା ଲାଗି ପୂର୍ବତନ ବ୍ୟାଙ୍କ ଅଫ୍‌ ଇଂଲଣ୍ଡର ଗଭର୍ନର ମାର୍କ କାର୍ନେ ଜୋର ଦେଇଛନ୍ତି। ପ୍ରତିବର୍ଷ କ୍ଲାଇମେଟ୍‌ ଫାଇନାନ୍ସ (କାର୍ବନ ନିର୍ଗମନ କମ୍‌ କରି ତଜ୍ଜନିତ ବିପଦ ଦୂର କରିବା ଲାଗି ପାଣ୍ଠି ଯୋଗାଡ଼ କରିବା ସହ ଏହାର ପରିଚାଳନାକୁ ବ୍ୟବସ୍ଥିତ କରିବା) ପାଇଁ ୧୦୦ ବିଲିୟନ ଡଲାର ଯୋଗାଡ଼ କରି ବିକାଶଶୀଳ ଦେଶଗୁଡ଼ିକୁ ଦେବା ଲାଗି ଧନୀ ଦେଶଗୁଡ଼ିକ ୨୦୦୯ରେ କପ୍‌୧୫ରେ ସଙ୍କଳ୍ପ ନେଇଥିଲେ ମଧ୍ୟ ତାହା ଏବେ ସୁଦ୍ଧା ପୂରଣ ହୋଇପାରିନାହିଁ। ତୁଳନାତ୍ମକ ଭାବେ ଖୁବ୍‌ କମ୍‌ ଅର୍ଥ ସଂଗ୍ରହ ହୋଇଥିବା ଦେଖାଯାଇଛି। ନୂଆ କରି ଶୂନ ସ୍ତର କାର୍ବନ ନିର୍ଗମନ ହାସଲ କରିବାକୁ ବିକାଶଶୀଳ ଅର୍ଥବ୍ୟବସ୍ଥାଗୁଡ଼ିକ ଉପରେ ବଳ ପ୍ରୟୋଗ କରାଯାଉଛି। ବାସ୍ତବରେ ଏହାକୁ ନେଇ ବିକାଶଶୀଳ ଅର୍ଥବ୍ୟବସ୍ଥାଗୁଡ଼ିକର ପ୍ରତିକ୍ରିୟା ପ୍ରକାଶ ପାଉଛି। ମୁଖ୍ୟତଃ ଧନୀ ଦେଶଗୁଡ଼ିକ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭର କରିବା ସହ ଦୁଇପ୍ରକାର କଥା କହୁଛନ୍ତି। ବ୍ରେକଥ୍ରୁ ଇନ୍‌ଷ୍ଟିଚ୍ୟୁଟ୍‌ର ବିଜୟ ରାମଚନ୍ଦ୍ରନ ଏବଂ ଏନର୍ଜି ଫର୍‌ ଗ୍ରୋଥ୍‌ ହବ୍‌ର ଟୋଡ୍‌ ମସ୍‌ ଉଲ୍ଲେଖ କରିଛନ୍ତି ଯେ, ପର୍ଯ୍ୟାୟକ୍ରମେ କୋଇଲା ଏବଂ ପ୍ରାକୃତିକ ଗ୍ୟାସ୍‌ କମାଇବା ଲାଗି ଉନ୍ନତ ଦେଶଗୁଡ଼ିକ ବିକାଶଶୀଳଦେଶଗୁଡ଼ିକୁ କହୁଛନ୍ତି, ହେଲେ ସେମାନେ ଏହି ଶକ୍ତି ଉପରେ ହଁି ନିର୍ଭର କରି ଆସୁଛନ୍ତି।
କାର୍ବନ ନିର୍ଗମନର ଶୂନ ସ୍ତର ହାସଲ କରିବା ପାଇଁ ଆବଶ୍ୟକ ଅର୍ଥ ଦେବାରେ ଧନୀକ ବିଶ୍ୱର ବିଫଳତା ସେମାନଙ୍କ ଛଳନାତ୍ମକ ଭାବକୁ ଆହୁରି ବଢ଼ାଇଦେଇଛି। କିନ୍ତୁ ଏହାକୁ ନେଇ ବିକାଶଶୀଳ ଦେଶଗୁଡ଼ିକର ଆଶଙ୍କା ଠିକ୍‌ ନୁହେଁ। ସେମାନେ ଚିନ୍ତା କରିବା ଉଚିତ ନୁହେଁ ଯେ କ୍ଲାଇମେଟ ଫାଇନାନ୍ସ କମ୍‌ ରହିବ। ଘରୋଇ ସେକ୍ଟରରୁ ଏହା ଅଧିକ ହେବ। କିନ୍ତୁ ଏହା କଷ୍ଟକର ହୋଇପାରେ। ଗରିବ ଦେଶଗୁଡ଼ିକ ପାରମ୍ପରିକ ଶକ୍ତି କ୍ଷେତ୍ରକୁ ଯିବା ଲାଗି ଧନୀଦେଶଗୁଡ଼ିକ ପାଣ୍ଠି ଯୋଗାଇବେ। ଜୀବାଶ୍ମ ଇନ୍ଧନ ହ୍ରାସ ପାଇଁ ଏଭଳି ଅର୍ଥ ଯୋଗାଣ କ୍ଷେତ୍ରରେ ଏକ ଅପ୍ରତ୍ୟକ୍ଷ ଚୁକ୍ତି ଏବେ ଜଳବାୟୁ ଉପରେ ବୌଦ୍ଧିକ ସହମତିକୁ ଗଭୀର ଭାବେ ପ୍ରଭାବିତ କରୁଛି। କିନ୍ତୁ ଏକ ଦଶନ୍ଧି ପୂର୍ବରୁ ଅର୍ଥ ଯୋଗାଡ଼ କରିବା ଦାୟିତ୍ୱ ଧନୀଦେଶଗୁଡ଼ିକ ଉପରେ ଥିବାବେଳେ, ଏବେ ଘରୋଇ ସେକ୍ଟର ଏହା କରିବ ବୋଲି ଆଶା କରାଯାଉଛି। ଏହି ଚୁକ୍ତିରେ ଦୁଇଟି ଦିଗରୁ ସମସ୍ୟା ରହିଛି। ଅସ୍ପଷ୍ଟ ବା ଅପ୍ରତ୍ୟକ୍ଷ ରାଜନୈତିକ ଶ୍ରେଷ୍ଠତା ଏବଂ ଅନ୍ୟଟି ହେଉଛି ପ୍ରକାଶ ପାଉଥିବା ଅର୍ଥନୈତିକ ବିପଦ। ଫ୍ରାନ୍ସରେ ୨୦୧୮ ଓ ୨୦୧୯ରେ ତୈଳ ଟିକସ ବୃଦ୍ଧିକୁ ନେଇ ପ୍ରତିବାଦରେ ଜଳବାୟୁ ପରିବର୍ତ୍ତନକୁ ବିଚାରକୁ ନିଆଯାଇ କମାଇବା ପଦକ୍ଷେପ ନିଆଯାଇଥିଲା। ଏଠାରେ ଅର୍ଥ ଅପେକ୍ଷା ଜଳବାୟୁକୁ ଅଧିତ୍କ ଗୁରୁତ୍ୱ ଦିଆଯାଇଥିଲା। କିନ୍ତୁ ଏଭଳି ବିଚାର ଗ୍ଲୋବାଲ ସାଉଥ୍‌ରେ ନାହିଁ। ସେଠାରେ ଫାଇନାନ୍ସ ସତେ ଯେମିତି ଏକ ଯାଦୁରଗୁଳି ଯାହାଦ୍ୱାରା ସବୁ କିଛି ସମାଧନ ହୋଇଯାଏ। ଏହା ଜଳବାୟୁ କାର୍ଯ୍ୟକ୍ରମରେ ସାମାଜିକ ଏବଂ ରାଜନୈତିକ ବାଧାଗୁଡ଼ିକୁ ଆୟତ୍ତ କରିବାକୁ ଏକ ମାତ୍ର ସମାଧାନର ବାଟ ବୋଲି ମନେ କରାଯାଏ।
ଭାରତ ସରକାର କୃଷି କ୍ଷେତ୍ରରେ ସଂସ୍କାର ଆଣିବା ଲାଗି ତିନୋଟି ଆଇନ ପାସ୍‌ କରିଥିଲେ। ହେଲେ ଏହା ବିରୋଧରେ କୃଷକମାନେ ୧୫ ମାସ ଧରି ଆନ୍ଦୋଳନ ଜାରି ରଖିବା ପରେ ସରକାର ନିକଟରେ ଏଗୁଡ଼ିକୁ ପ୍ରତ୍ୟାହାର କରିଛନ୍ତି। ଏଠାରେ ଗୋଟିଏ କଥା ସ୍ବୀକାର୍ଯ୍ୟ ଯେ, ପ୍ରଥମରୁ ଗ୍ରହଣ କରିଥିବା ଅତ୍ୟଧିକ ବିଦ୍ୟୁତ୍‌ ସବ୍‌ସିଡିକୁ ହ୍ରାସ କରିବାର ପ୍ରୟାସ ଥିଲା ଓ ସତ୍ୟତା ବାହାରକୁ ଆସିଲା। ଅଧିକ ଶକ୍ତି ଉପତ୍ାଦନ ନିର୍ଗମନ ସ୍ତର ବୃଦ୍ଧି କରିବା ସହ ପରିବେଶକୁ କ୍ଷତି କରିବା ସ୍ବାଭାବିକ। କାର୍ବନ ମନୋକ୍‌ସାଇଡ ନିର୍ଗମନ, ମାଟିର ଗୁଣବତ୍ତା, ପାଣି ଉପଲବ୍ଧତା ଏବଂ ବାୟୁ ପ୍ରଦୂଷଣ ଦୃଷ୍ଟିରୁ ଏହି ସବ୍‌ସିଡି ଅତ୍ୟଧିତ୍କ କ୍ଷତିକାରକ। କିନ୍ତୁ ବାହାର ଆର୍ଥିକ ସହାୟତାରେ କିମ୍ବା ସହାୟତା ବିନା ଆପୋଷ ବୁଝମଣାରେ ଏହାକୁ ହ୍ରାସ କରିବା ଅତ୍ୟନ୍ତ କଷ୍ଟକର। ଦ୍ୱିତୀୟରେ ଚୁକ୍ତିର ଆର୍ଥିକ ସଙ୍କଟ ଦିଗକୁ ଦେଖିବା। ବିଶ୍ୱରେ ସାମାଜିକ ସ୍ତରରେ ଭଲ କାମ କରିବା ଲାଗି ନିବେଶକଙ୍କୁ ଏକ ସୁଯୋଗ ଦିଏ ଜଳବାୟୁ ପରିବର୍ତ୍ତନ। ଇଏସ୍‌ଜି ସମ୍ପର୍କିିତ ଋଣ ଏବେ ଏକ ପ୍ରମୁଖ ଆର୍ଥିକ ଧାରା ହୋଇଯାଇଛି। କିନ୍ତୁ ପ୍ରାପ୍ତ ପ୍ରମାଣଗୁଡ଼ିକରୁ ଏହା ଜଣାପଡ଼ିଛି ଯେ, ଉକ୍ତ କାର୍ଯ୍ୟକଳାପ ଫାଇନାନ୍ସିଆଲ ମାନିଆ ଓ ବବ୍‌ଲ ସହ ଜଡ଼ିତ। ପୂର୍ବତନ ବରିଷ୍ଠ ଇନ୍‌ଭେଷ୍ଟମେଣ୍ଟ ଅଧିକାରୀ ତାରିକ ଫାନ୍ସି ସେଗୁଡ଼ିକ ସମ୍ପର୍କରେ ସ୍ପଷ୍ଟ ଭାବେ ବୁଝାଇ ଦେଇଛନ୍ତି। ବିକାଶଶୀଳ ଦେଶଗୁଡ଼ିକରେ ଗ୍ରୀନ୍‌ ପ୍ରୋଜେକ୍ଟ ଲାଗି ଉଦ୍ଦିଷ୍ଟ ନିବେଶର ସୁଯୋଗଗୁଡ଼ିକୁ ଅତ୍ୟଧିକ ପ୍ରଚାର ଓ ପ୍ରଶଂସା କରାଯାଇଛି। ଇଏସ୍‌ଜି ମାନକ ଓ ମୂଲ୍ୟାଙ୍କନ ଏବଂ ଋଣଗ୍ରହୀତାଙ୍କ ପ୍ରୋତ୍ସାହନକୁ ନେଇ ସନ୍ଦେହ ରହିଛି। ଏଥିଯୋଗୁ ପାଣ୍ଠିର ଇଏସ୍‌ଜି ଉପରେ ପ୍ରଭାବକୁ ଆକଳନ କରାଯିବା ଅସ୍ପଷ୍ଟ ହେଉଛି। ଫଳରେ ଆଇନ ଅନୁପାଳନର ଭଙ୍ଗ ପାଇଁ ଦଣ୍ଡରେ ଅସମାନତା ଲକ୍ଷ୍ୟ କରାଯାଉଛି। କେତେକ ଫାର୍ମ ଇଏସ୍‌ଜି କାର୍ଯ୍ୟକଳାପ ପାଇଁ ଉଦ୍ଦିଷ୍ଟ ପାଣ୍ଠିକୁ ଅଣ ଇଏସ୍‌ଜି କାର୍ଯ୍ୟକଳାପକୁ ନେଇଯାଆନ୍ତି।
କ୍ଲାଇମେଟ୍‌ ଫାଇନାନ୍ସରେ ଯଦି ବହୁ ଟ୍ରିଲିୟନ ଡଲାର ମାର୍କେଟକୁ ଯାଏ ତେବେ ଉକ୍ତ ଅର୍ଥବ୍ୟବସ୍ଥାଗୁଡ଼ିକର ଜିଡିପିର ୫-୧୦% ହୋଇପାରେ। ପୂର୍ବରୁ ହଠାତ୍‌ ଫାଇନାନ୍ସ ବୃଦ୍ଧି ଯୋଗୁ ୧୯୯୭ରେ ଏସିଆନ ଫାଇନାନ୍ସ କ୍ରାଇସିସ୍‌ ଏବଂ ୨୦୧୩ରେ ଟାପର୍‌ ଟାଣ୍ଟ୍ରମ୍‌ ଘଟିଥିଲା। ଅନିୟନ୍ତ୍ରିତ ଭାବେ ଅଧିକ ପରିମାଣର ଘରୋଇ ପୁଞ୍ଜି ପ୍ରବାହ ମୁଦ୍ରସ୍ଫୀତି ବୃଦ୍ଧି, ଅସ୍ଥିରତା, ଅବିବେକପୂର୍ଣ୍ଣ ଋଣ ଏବଂ ଅତ୍ୟଧିକ ବିନିମୟ ମୂଲ୍ୟ ଭଳି ସ୍ଥିତି ସୃଷ୍ଟି ହେବ। ଫାଇନାନ୍ସ ମାନିଆ ଦେଖାଗଲେ କ୍ଷତିକାରକର ପରିଣାମ ଭୋଗିବାକୁ ହେବ। ପୁଞ୍ଜି ପ୍ରବାହ ଉପତ୍ାଦନ ଏବଂ ଆର୍ଥିକ କ୍ଷେତ୍ରକୁ ଧ୍ୱଂସ କରିଦେବ। ଆମେ ଗୋଟିଏ ପରେ ଗୋଟିଏ ଦେଶରେ ଏଭଳି ଦୃଶ୍ୟ ଦେଖିଛେ। ଏହାର ପରିଣାମ ଅତି ଖରାପ ଥିବା ଲକ୍ଷ୍ୟ କରିଛେ। ଏହାର ସଦ୍ୟତମ ଦୃଷ୍ଟାନ୍ତ ହେଉଛି ଟର୍କୀ ବୋଲି ହାର୍ଭାର୍ଡର ଡାନି ରୋର୍ଡିକ ଏବଂ ମୁଁ ଯୁକ୍ତି ଦର୍ଶାଇଛୁ। ଦୀର୍ଘଦିନ ଧରି ଘରୋଇ ଫାଇନାନ୍ସ ପ୍ରବାହ ଶୃଙ୍ଖଳା ବଦଳରେ ଅସ୍ଥାୟୀ ତଥା ପରିବେଶ ଅନୁପଯୋଗୀ ମାକ୍ରୋଇକୋନୋମିକ୍‌ ନୀତିରେ ଲିପ୍ତ ରହନ୍ତି। ଅର୍ଥ ପ୍ରବାହ ନ କମିବା ଯାଏ ସେମାନେ ପ୍ରତ୍ୟକ୍ଷ କ୍ଷେତ୍ରରେ ଏହା କରିଥାଆନ୍ତି। ଅବଶ୍ୟ ଉନ୍ନତ ଅର୍ଥବ୍ୟବସ୍ଥାଗୁଡ଼ିକରେ ସୁଧ ହାର ବୃଦ୍ଧି ହେବା ଯଦି ଆରମ୍ଭ ହୁଏ, ତେବେ ଗରିବ ଦେଶଗୁଡ଼ିକ ପାଇଁ ପୁଞ୍ଜି ଅଧିକ ବୋଝ ହୋଇଯିବ। ସବୁ ଆଡ଼େ ଏହି ସିଷ୍ଟମ୍‌ରେ ଅଧିକ ଅର୍ଥ କାରବାର ଚାଲିଛି ଓ ଯେ ପର୍ଯ୍ୟନ୍ତ ଏହା ରହିଥିବ ସେ ଯାଏ ଇଏସ୍‌ଜି ଏବଂ କ୍ଲାଇମେଟ ଫାଇନାନି୍ସଂରେ ଅଧିକ ବିପଦ ଦେଖାଦେବ।
ଆମର ପାରମ୍ପରିକ ଚିନ୍ତାଧାରା ରହିଛି ଯେ, କ୍ରିପ୍ଟୋକରେନ୍ସି ବବ୍‌ଲର ପତନରୁ ପରବର୍ତ୍ତୀ ଫାଇନାନ୍ସିଆଲ କ୍ରାସ୍‌ ହେବ। କିନ୍ତୁ କ୍ଲାଇମେଟ୍‌ ଫାଇନାନ୍ସ ଏହାଠାରୁ ଅଧିକ ସଙ୍କଟ ଆଣିପାରେ। ବିତ୍ତୀୟ ବଜାର କ୍ରିପ୍ଟୋକରେନ୍ସିକୁ ନେଇ ସମ୍ଭାବ୍ୟ ବିପଦ ଅନୁଭବ କରୁଛି। ସେହିଭଳି ସମ୍ପତ୍ତି ଏବଂ ଯେଉଁ ପ୍ରକାର ନିବେଶକଙ୍କୁ ଏହା ଆକର୍ଷିତ କରୁଛି ସେଥିପ୍ରତି ମଧ୍ୟ ସତର୍କ ରହିବା ଦରକାର। ଅନ୍ୟପଟେ ଇଏସ୍‌ଜି ନିବେଶ ଏହାଠାରୁ ଅଧିକ ଗମ୍ଭୀର ଓ କମ୍‌ କ୍ଷତିକାରକ ଜଣାପଡ଼ୁଛି। ଏହାର ଦୃଶ୍ୟମାନ ସାମାଜିକ କଲ୍ୟାଣର ପରିସର ସୁପ୍ତ ନିୟାମକ ପ୍ରତି ଧ୍ୟାନ ଦିଆ ଯାଉନାହିଁ। ଘରୋଇ କ୍ଲାଇମେଟ ଫାଇନାନ୍ସ ପରବର୍ତ୍ତୀ ଫାଇନାନ୍ସ ବବ୍‌ଲ ହୋଇପାରେ। ବିଶ୍ୱ ଏହି ବିପଦ ପ୍ରତି ସତର୍କ ରହିବା ଦରକାର।
ସିନିୟର ଫେଲୋ, ବ୍ରାଉନ୍‌ ୟୁନିଭର୍ସିଟି, ଆମେରିକା


Enter your email to get our daily news in your inbox.

All Right Reserved By Dharitri.Com

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

ବ୍ରିକ୍ସ: ସାମର୍ଥ୍ୟ ଅଛି ଶକ୍ତି ନାହିଁ

ବ୍ରିକ୍ସ କ୍ରମଶଃ ପ୍ରତିଷ୍ଠା ଲାଭ କଲେ ମଧ୍ୟ ଅନ୍ତର୍ଜାତୀୟ ଆହ୍ବାନଗୁଡିକୁ ମୁକାବିଲା କରିବାରେ ସଫଳ ହୋଇପାରୁନାହିଁ। ସେଥିପାଇଁ ଚଳିତ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ…

ନକଲି ଆଇନଜୀବୀ

ଦେଶରେ ଥିବା ଆଇନଜୀବୀଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ଲାଗି ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) ପକ୍ଷରୁ ୨୦୨୫ ଜାନୁଆରୀରେ ଏକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ…

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri