Posted inରାଜ୍ୟ

ଝୁଲୁଛି ୧୦ ବର୍ଷିଆ ଆକ୍ସନ ପ୍ଲାନ

ଭୁବନେଶ୍ୱର,୨୪ା୧୦(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ୱ ପାଇଁ ବଡ଼ ସମସ୍ୟା ହେଲାଣି। ତାପମାତ୍ରା ବୃଦ୍ଧି ଯୋଗୁ ସମୁଦ୍ର ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି। ଆସନ୍ତା ୨୦୫୦ ସୁଦ୍ଧା ଅଧିକାଂଶ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା କରାଯାଉଛି। ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଓଡ଼ିଶା, ଗୁଜରାଟ ଭଳି ରାଜ୍ୟ ଏହା ଦ୍ୱାରା ଗୁରୁତର ପ୍ରଭାବିତ ହେବେ ବୋଲି ନିକଟରେ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି। କିନ୍ତୁ ଓଡ଼ିଶା ପ୍ରାୟ ଏକ ଦଶନ୍ଧି ହେଲା ଜଳବାୟୁ ପରିବର୍ତ୍ତନ ଜନିତ ବିପର୍ଯ୍ୟୟକୁ ସାମ୍ନା କରିଆସୁଛି। ଗତ ଦୁଇ ଦଶନ୍ଧି ହେବ ରାଜ୍ୟରେ ମୌସୁମୀ ଆଗମନରେ ଅସ୍ବାଭାବିକତା ଦେଖାଦେଇଛି। ୧୨୦ ଦିନରୁ ମୌସୁମୀ ବର୍ଷା ଏବେ ୬୦ରୁ ୭୦ ଦିନକୁ ଖସି ଆସିଛି। ଏଥିଯୋଗୁ କୃଷି, ବିଦ୍ୟୁତ୍‌ ଉତ୍ପାଦନ, ଜୀବନ ଜୀବିକା ଉପରେ ଗଭୀର ପ୍ରଭାବ ପକାଇଛି। ଏହାକୁ ଦୃଷ୍ଟିରେ ରଖି ଇଣ୍ଡିଆନ ନ୍ୟାଶନାଲ ସେଣ୍ଟର ଫର୍‌ ଓସନ ଇନ୍‌ଫରମେଶନ ସର୍ଭିସେସ୍‌ (ଆଇଏନ୍‌ସିଓଆଇଏସ୍‌) ଦ୍ୱାରା ଓଡ଼ିଶାର କୋଷ୍ଟାଲ ଭଲ୍‌ନେରେବିଲିଟି ଇଣ୍ଡେକ୍ସ (ସିଭିଆଇ) ପ୍ରସ୍ତୁତ କରାଯାଇଛି। ସମୁଦ୍ର ନିକଟରୁ ୧ କିଲୋମିଟର ବ୍ୟାପୀ ଅଞ୍ଚଳକୁ ନେଇ ରିପୋର୍ଟ ପ୍ରସ୍ତୁତ ହୋଇଛି।

ରିପୋର୍ଟରେ ଉଲ୍ଲେଖ ଥିବା ସମଗ୍ର ଅଞ୍ଚଳକୁ ନିମ୍ନ, ମଧ୍ୟମ ଓ ଅତି ବିପଦପୂର୍ଣ୍ଣ ଅଞ୍ଚଳରେ ବିଭକ୍ତ କରାଯାଇଛି। ସେହି ଅନୁଯାୟୀ ଓଡ଼ିଶା ଉପକୂଳର ୬ ଜିଲା ତଥା ଗଞ୍ଜାମ, କେନ୍ଦ୍ରାପଡ଼ା, ପୁରୀ, ଜଗତ୍‌ସିଂହପୁର, ଭଦ୍ରକ ଏବଂ ବାଲେଶ୍ୱରକୁ ଅତ୍ୟନ୍ତ ବିପଦପୂର୍ଣ୍ଣ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ସମୁଦ୍ର ଉପକୂଳକୁ ଲାଗି ରହିଥିବା ଗଞ୍ଜାମ ଜିଲାର କିଛି ଅଞ୍ଚଳ, ଚିଲିକା, ପୁରୀର ଦକ୍ଷିଣ ଭାଗ ଏବଂ କେନ୍ଦ୍ରାପଡ଼ା ଜିଲାର ୭୬ କିଲୋମିଟର ଅଞ୍ଚଳକୁ କମ୍‌, ସେହି ଜିଲାଗୁଡ଼ିକର ୨୦୯ କିଲୋମିଟର ବ୍ୟାପ୍ତ ଅଞ୍ଚଳକୁ ମଧ୍ୟମ ଓ ୧୦୭ କିଲୋମିଟର ଅଞ୍ଚଳକୁ ଅତ୍ୟନ୍ତ ବିପଦପୂର୍ଣ୍ଣ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ପୁରୀ ଜିଲାର ଉତ୍ତର ଭାଗ, ଜଗତ୍‌ସିଂହପୁର ଜିଲାର କେତେକ ଅଞ୍ଚଳ, କେନ୍ଦ୍ରାପଡ଼ା, ଭଦ୍ରକ ଜିଲାର ଉତ୍ତର ଓ ଦକ୍ଷିଣ ଭାଗ ଏବଂ ଦକ୍ଷିଣ ବାଲେଶ୍ୱରକୁ ଅତ୍ୟନ୍ତ ବିପଦପୂର୍ଣ୍ଣ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି। ଦେଶର ତଟୀୟ ଅଞ୍ଚଳଗୁଡ଼ିକ ପ୍ରତି ବିପଦ ମାଡ଼ି
ଆସୁଥିବାରୁ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ନ୍ୟାଶନାଲ ଡିଟରମାଇନ କଣ୍ଟ୍ରିବ୍ୟୁଶନସ୍‌(ଏନ୍‌ଡିସି) ଯୋଜନାରେ ଏ ନେଇ ଆବଶ୍ୟକ ପଦକ୍ଷେପ ନିଆଯିବ। ଏଥିପାଇଁ ସ୍ବତନ୍ତ୍ର ବ୍ୟୟବରାଦ କରାଯିବ। ତେଣୁ ଏକ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରିବାକୁ ଉପକୂଳବର୍ତ୍ତୀ ରାଜ୍ୟଗୁଡିକୁ କୁହାଯାଇଛି। ରାଜ୍ୟ ସରକାର କେନ୍ଦ୍ରର ପରାମର୍ଶ କ୍ରମେ ଏକ ସଂଶୋଧିତ ଜଳବାୟୁ ପରିବର୍ତ୍ତନ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିଛନ୍ତି। ଏଥିରେ ୧୦ଟି ବିଭାଗକୁ ସାମିଲ କରାଯାଇଛି। ସେହି ବିଭାଗଗୁଡ଼ିକ ହେଲା ଜଙ୍ଗଲ ଓ ପରିବେଶ, କୃଷି, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଜଳ ସମ୍ପଦ, ଶକ୍ତି, ମତ୍ସ୍ୟ ଓ ପଶୁ ସମ୍ପଦ, ଶିଳ୍ପ, ଖଣି ଓ ଇସ୍ପାତ, ବାଣିଜ୍ୟ ଓ ପରିବହନ, ପଞ୍ଚାୟତ ଓ ପାନୀୟ ଜଳ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଜଳବାୟୁ ପରିବର୍ତ୍ତନକୁ ଦେଖି ବିଭାଗଗୁଡ଼ିକ ଯୋଜନା ପ୍ରସ୍ତୁତ କରାଯାଇଛିି। ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ବାଷ୍ପର ହାର କମାଇବା ପାଇଁ ବ୍ୟାପକ ବୃକ୍ଷରୋପଣ କରାଯିବ। ଏଥିସହିତ ସମୁଦ୍ରର ଗତିବିଧି ଉପରେ ବରାବର ଅଧ୍ୟୟନ କରାଯିବ। ଉପକୂଳ ଅଞ୍ଚଳରେ ଜୈବବିବିଧତା ବଜାୟ ରଖିବାକୁ ଆବଶ୍ୟକ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦିଆଯିବ। ଜୀବନ ଜୀବିକା, ଜଳ ସଂରକ୍ଷଣ, ଗ୍ରୀନ୍‌ ହାଉସ ଗ୍ୟାସ୍‌ କମାଇବା, ପ୍ଲାଷ୍ଟିକ ବ୍ୟବହାର ହ୍ରାସ କରିବା ଭଳି ଅନେକ ପଦକ୍ଷେପ ନିଆଯାଇଛି। ସଂଶୋଧିତ ପ୍ଲାନ୍‌ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଛି। ଏ ପର୍ଯ୍ୟନ୍ତ ତାହାକୁ କେନ୍ଦ୍ର ସରକାର ଅନୁମୋଦନ କରିନାହାନ୍ତି। ଅନୁମୋଦନ ପରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ରାଜ୍ୟ ପରିବେଶ ନିର୍ଦ୍ଦେଶକ ସୁଶାନ୍ତ ନନ୍ଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?