ଜଳବାୟୁ ପରିବର୍ତ୍ତନ ଓ ତଟଭୂମି ଅବକ୍ଷୟ

ପ୍ରଫେସର କିଶୋର ସାମଲ

ଜଳବାୟୁ ପରିବର୍ତ୍ତନ ଯୋଗୁ ଭାରତ ଭଳି ବିକାଶଶୀଳ ଦେଶଗୁଡ଼ିକ ଉପରେ ସମୁଦ୍ର ଉପକୂଳ ଓ ତାହାର ତଟଭୂମି ଅଞ୍ଚଳରେ ଭୂକ୍ଷରଣ ଭଳି ବହୁତ କୁପ୍ରଭାବ ପଡୁଛି। ଏପରିକି ଭାରତର ବେଳାଭୂମିରେ ଥିବା କେତୋଟି ବଡ଼ ବଡ଼ ସହର ୫୦ ବର୍ଷ ମଧ୍ୟରେ ସମୁଦ୍ରରେ ଜଳମଗ୍ନ ହେବାର ଆଶଙ୍କା ଦେଖାଦେଲାଣି। ଆମ ରାଜ୍ୟ ଓଡ଼ିଶାର ଦୁଇ ତିନୋଟି ବେଳାଭୂମିରେ ସମୁଦ୍ର ଅତଡା ଖାଉଛି। ସମୁଦ୍ର ତଟଭୂମିରେ ଅତଡା ଖାଉଥିବାରୁ କେନ୍ଦ୍ରାପଡ଼ା ଜିଲାର ରାଜନଗର ବ୍ଲକ ଅନ୍ତର୍ଭୁକ୍ତ ସାତଭାୟା ଗ୍ରାମପଞ୍ଚାୟତର କେତେଖଣ୍ଡ ଗ୍ରାମ ବଙ୍ଗୋପସାଗରରେ ଲୀନ ହୋଇଯାଇଛି। ଏହି ବେଳାଭୂମିରେ ୧୯୬୦ ଦଶକର ପ୍ରଥମ ଭାଗରୁ ତଟଭୂମିର ଅବକ୍ଷୟ ଆରମ୍ଭ ହୋଇଛି। ଅଙ୍ଗାରକାମ୍ଳ ନିର୍ଗମନ, ଜଳବାୟୁ ପରିବର୍ତ୍ତନ, ଉତ୍ତାପ ବୃଦ୍ଧି, ଉଭୟ ଉତ୍ତର ଓ ଦକ୍ଷିଣ ମେରୁ ଏବଂ ପର୍ବତମାଳାରେ ବରଫ ତରଳିବା ଯୋଗୁ ସମୁଦ୍ର ଜଳପତ୍ତନ ବୃଦ୍ଧି ପାଇ ଏହା ହେଉଛି ବୋଲି ବିଶ୍ୱାସ କରାଯାଉଛି। ସାତଭାୟା ଅଞ୍ଚଳରେ ଏହା କିଛି ଅଂଶରେ ସତ୍ୟ। ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ କେତେକାଂଶରେ ସମୁଦ୍ରକୂଳ ଖାଇବା ପାଇଁ ଦାୟୀ। ବିଶେଷତଃ ଓଡ଼ିଶାରେ ୧୯୭୧ ଓ ୧୯୯୯ ବାତ୍ୟାରେ ସାତଭାୟା ଗ୍ରାମପଞ୍ଚାୟତର କେତୋଟି ଗ୍ରାମର କିଛି ଅଂଶ ସମୁଦ୍ରରେ ଲୀନ ହୋଇଯାଇଥିଲା ଏବଂ ଅନେକ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ। ଯେଉଁମାନେ ବଞ୍ଚତ୍ଗଲେ, କିନ୍ତୁ ନିଜର ଘରଦ୍ୱାର ହରାଇଲେ, କିଛି ଦିନ ପାଖ ଗ୍ରାମର କାହା ଘର ପିଣ୍ଡାରେ କିମ୍ବା ଏକ ପହ୍ଲା କରି ରହିଲେ। ତା’ପରେ ନୂଆ ଛୋଟ ଗଁା ପ୍ରତିଷ୍ଠା କରି ବସବାସ କଲେ।
ଆମେ ଶିଳ୍ପ, ରାସ୍ତା, ରେଳଲାଇନ, ପ୍ରତିରୋଧ ନଦୀବନ୍ଧ ବା ଡ୍ୟାମ୍‌ ଓ ଅନ୍ୟାନ୍ୟ ଯୋଜନା ପାଇଁ ପରିବାରଗୁଡ଼ିକ ବିସ୍ଥାପିତ ଓ ବାସଚ୍ୟୁତ ହେବା ବିଷୟ ଜାଣିଥିଲୁ। ନଦୀର ଜଳପ୍ରବାହ ପ୍ରତିରୋଧ ପାଇଁ ନିର୍ମିତ ବଡ଼ ନଦୀବନ୍ଧ ଲାଗି ବାସଗୃହ, ଚାଷଜମି ଓ ଜଙ୍ଗଲ ସବୁ ଜଳମଗ୍ନ ହେଉଥିଲା। ଏହା ଥିଲା ମନୁଷ୍ୟକୃତ। କିନ୍ତୁ କେନ୍ଦ୍ରାପଡ଼ା ଜିଲାର ସାତଭାୟାରେ ବିସ୍ଥାପିତ ପରିବାରଙ୍କର ବାସଚ୍ୟୁତ, ଜଙ୍ଗଲ ଓ ଚାଷଜମି ଜଳମଗ୍ନ ଘଟଣାକୁ ମନୁଷ୍ୟକୃତ ବୋଲି ଧରା ନ ଯାଇ ଏହା କେବଳ ପ୍ରାକୃତିକ ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ଘଟିଛି ବୋଲି ଧାରଣା ହେଉଛି। ଗବେଷଣାର ଅନୁସନ୍ଧାନ ବେଳେ ଆମେ ଜାଣିବାକୁ ପାଇଲୁ ଯେ, ପ୍ରାୟ ସବୁ ବିସ୍ଥାପିତ ପରିବାରଙ୍କ ମତରେ ତାଙ୍କ ଗ୍ରାମ ବୁଡ଼ିଯିବାର ମୁଖ୍ୟ କାରଣ ହେଲା, ପାରାଦୀପ ବନ୍ଦର। ସମୁଦ୍ର ବିଜ୍ଞାନ ବିଶାରଦ ପ୍ରଫେସର କେ. ନାଗେଶ୍ୱର ରାଓଙ୍କ ମତରେ ମଧ୍ୟ ପାରାଦୀପ ବନ୍ଦର ପାଇଁ ୧୯୬୦ ଦଶକରୁ ସାତଭାୟାରେ ସମୁଦ୍ରକୂଳର ଅବକ୍ଷୟ ଦେଖା ଦେଇଛି। ବନ୍ଦର ପାଇଁ ଝାଉଁ ଓ ମାଙ୍ଗ୍ରୋଭ ଜଙ୍ଗଲ ଏବଂ ବାଲିକୁଦକୁ ନଷ୍ଟ କରାଯାଇଛି, ଯାହାଫଳରେ ସମୁଦ୍ରତଟର ବଡ଼ ବଡ଼ ଜୁଆରକୁ ରୋକିବା ଶକ୍ତି ଦୁର୍ବଳ ହୋଇଯାଇଛି ଓ ଅତଡ଼ା ଖାଇବାକୁ ଲାଗିଛି। ବନ୍ଦରକୁ ସୁରକ୍ଷା ପ୍ରଦାନ କରିବା ପାଇଁ ସମୁଦ୍ର କାନ୍ଥ ଓ ସ୍ପର ନିର୍ମାଣ କରାଯାଇଛି। ଏଥିପାଇଁ ଜଳସ୍ରୋତ ଓ ଉଚ୍ଚ ଜୁଆର ସାତଭାୟା ଆଡ଼କୁ ଗତିକରି ସେଠାରେ ସମୁଦ୍ର ତୀରରେ ପିଟି ହେଉଛି। ବନ୍ଦରର ନିୟମିତ ପ୍ରତିପାଳନ ସଫେଇ ମଧ୍ୟ ସମୁଦ୍ରତଟ ଗତିଶୀଳ ଖାଦ ସନ୍ତୁଳନ ଅବସ୍ଥାକୁ ବାଧା ଦେଉଛି। ଏହିସବୁ କାରଣ ଓ ଘଟଣା ପାଇଁ ଆଖପାଖର ବେଳାଭୂମିଗୁଡ଼ିକର ଅବକ୍ଷୟ ହେଉଛି। ବିଶେଷଜ୍ଞଙ୍କ ମତରେ ମହାନଦୀ ଓ ବ୍ରାହ୍ମଣୀରେ ଯଥାକ୍ରମେ ହୀରାକୁଦ ଓ ରେଙ୍ଗାଲିରେ ବଡ଼ ପ୍ରତିରୋଧ ନଦୀବନ୍ଧ(ଡ୍ୟାମ୍‌) ହେବା ଦ୍ୱାରା ମୁଖ୍ୟନଦୀ ଓ ସେମାନଙ୍କର ଶାଖାନଦୀ ମୁହାଣକୁ ଆସୁଥିବା ପଟୁମାଟି ଆଉ ଆସୁନାହିଁ। ଯାହାଦ୍ୱାରା ସାତଭାୟା ନିକଟରେ ସମୁଦ୍ରକୂଳରେ ପଟୁମାଟି ସହ ଖାଦର ସ୍ବାଭାବିକ ଭାବରେ ଅଭିବୃଦ୍ଧି କମିଯାଉଛି। ତେଣୁ ସେଠାରେ ସାଗରବେଳାର ଅବକ୍ଷୟ ବଢୁଛି। ସମୁଦ୍ର କୂଳଖାଇ ଗ୍ରାମଗୁଡ଼ିକ ବୁଡ଼ିଯାଉଛି।
ସମୁଦ୍ରତଟର ଅବକ୍ଷୟ ବିଷୟରେ ବୈଜ୍ଞାନିକ ଓ ଭୂଗୋଳଶାସ୍ତ୍ର ବିଶାରଦମାନେ ଅଧିକ ଗବେଷଣା କରିବା ଆବଶ୍ୟକ। ଅଧିକାଂଶ ବାସଚ୍ୟୁତ ପରିବାର ନିଜ ଚେଷ୍ଟାରେ ପ୍ରତିଷ୍ଠିତ ପାଞ୍ଚଟି ଛୋଟ ଗାଁରେ ବସବାସ କରୁଥିଲେ ମଧ୍ୟ ତାଙ୍କ ଭିତରେ ଭୟ ରହିଲା ଯେ, ତାଙ୍କ ପ୍ରତିଷ୍ଠିତ ଛୋଟ ଗାଁଗୁଡ଼ିକ ମଧ୍ୟ ସମୁଦ୍ରରେ ଭବିଷ୍ୟତରେ ଲୀନ ହୋଇଯାଇପାରେ। ତେଣୁ ଏହି ବିସ୍ଥାପିତ ପରିବାରବର୍ଗଙ୍କ ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ସାତଭାୟାଠାରୁ ୧୦କି.ମି. ଦୂରରେ ବଗପାଟିଆରେ ଏକ ପୁନଃବସତି କଲୋନି ନିର୍ମାଣ କରାଯାଇଛି। ବାସଚ୍ୟୁତ ପରିବାର ସେଠାରେ ବସବାସ ଆରମ୍ଭ କଲେଣି। କିନ୍ତୁ ବାସଚ୍ୟୁତ ପରିବାରଗୁଡ଼ିକ ସେମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଛୋଟ ଗାଁ ଭଳି ଏହି ପୁନଃବସତି କଲୋନିରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ମୋ: ୯୪୩୭୦୪୮୪୯୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri