ଜଳବାୟୁ ଓ ସୁସ୍ଥ ଜୀବନ

କଥାରେ ଅଛି ‘ଯେ ଦେଶ ଯାଇ ସେ ଫଳ ଖାଇ’। ଏହି ଢଗ ଏବେ ଆମ ପାଇଁ ବେଦର ଗାର ପରି ଉପଲବ୍ଧି ହେଉଛି। ଭେଷଜ ବିଜ୍ଞାନର ସ୍ରଷ୍ଟା ମହର୍ଷି ଚରକଙ୍କ ମତରେ, ‘ମଣିଷ ଯେଉଁ ଜଳବାୟୁରେ ବାସକରେ ସେହି ଜଳବାୟୁରୁ ଉତ୍ପନ୍ନ ଖାଦ୍ୟ, ଔଷଧ ତା’ ପାଇଁ ନିହାତି ଆବଶ୍ୟକ। ମାତ୍ର ଆଜି ଆଧୁନିକ କମ୍ପ୍ୟୁଟର ଯୁଗରେ ଅନୁକରଣ ହିଁ ଆମ ଭେଜା ବା ମସ୍ତିଷ୍କରେ ବସିଛି। ଆଜିକାଲି ବିଜ୍ଞାନ ଆମକୁ ନୂଆ ଦିଗରେ ଅଗ୍ରସର କରୁଛି। ହେଲେ ଆମେ କେତେକ ଜିନିଷକୁ ଅନୁକରଣ କରି ଅଯଥାରେ ରୋଗର ସାମ୍‌ନା କରୁଛେ। କେତେକ ଔଷଧ ବିଷୟରେ ଭଲ ଭାବରେ ଅବଗତ ହେବା ଦରକାର। ଏହି ବିଷୟରେ ନ ଜାଣି କିଛି ବ୍ୟକ୍ତି ଔଷଧ ସେବନ କରିବା ଦ୍ୱାରା ପାର୍ଶ୍ୱ ପ୍ରତିକ୍ରିୟାର ସମ୍ମୁଖୀନ ହେଉଛନ୍ତି। ଏବେ ଅନୁକରଣ ହନୁକରଣ ପାଲଟି ଯାଇଛି ବୋଲି କୁହାଯାଇପାରେ। ଗ୍ରୀଷ୍ମପ୍ରଧାନ ଦେଶରେ ଅଧିକ ଉତ୍ତାପ ଓ ଆର୍ଦ୍ର ଜଳବାୟୁ ଯୋଗୁ ଏଠାରେ ଦଶମାସ ଗରମ ଓ ଦୁଇମାସ ଥଣ୍ଡା। ତେଣୁ ଏଠାକାର ପାରମ୍ପରିକ ପୋଷାକ ହେଉଛି ସୂତା ପୋଷାକ (ଧୋତି, ପଞ୍ଜାବି, ଟ୍ରାଉଜର ଇତ୍ୟାଦି)। ମାତ୍ର ଏହା ବଦଳରେ ଟେରିକଟ ପ୍ୟାଣ୍ଟ, ଶାର୍ଟ, କୋଟ୍‌, ଟାଏ ପିନ୍ଧି ଆମେ ରହିବା ଯୋଗୁ ଲୋମକୂପରୁ ସ୍ବେଜର ବାଷ୍ପୀକରଣ ଠିକ୍‌ ରୂପେ ନ ହୋଇ ଲୋମଛିଦ୍ର ମୂଳରେ ସଂକ୍ରମଣ ହୋଇ ବିଭିନ୍ନ ଚର୍ମରୋଗ ସୃଷ୍ଟି କରୁଛି। ତତ୍‌ସଙ୍ଗେ ଶରୀରର ତାପମାତ୍ରାର ସମତା ରହେନାହିଁ। ଯଦି ଏହି ପରିସ୍ଥିତିରେ ଆମେ ରହିବା ତେବେ ଆମର ଅବସ୍ଥା କ’ଣ ହେବ?
ଆମ ସ୍ବାସ୍ଥ୍ୟ ପାଇଁ ଉପକାରୀ ଖାଦ୍ୟ ପଖାଳ, ରୁଟି, ଶାଗ, ନିରାମିଷ ଆହାର, ଦହି, ବଡ଼ିଚୂରା, କାକୁଡ଼ି-ଗାଜରରୁ ପ୍ରସ୍ତୁତ ସାଲାଡ୍‌, ସର ବିନା କ୍ଷୀର, ଚୂନା ମାଛ, ଗଜାମୁଗ, ବୁଟ, କେଶର ବ୍ୟତୀତ ଅଣ୍ଡା ଇତ୍ୟାଦି। ଯଦି ଏହା ବଦଳରେ ଆମେ ଦୈନିକ ମସଲା ତିଆରି ଖାଦ୍ୟ, ଫାଷ୍ଟଫୁଡ୍‌, ଚିକେନ, ମଟନ, ନିଶାଦ୍ରବ୍ୟ, ଚା, କଫି ଇତ୍ୟାଦି ଗରମକାରକ ଖାଦ୍ୟ ଖାଇବୁ ତେବେ ଶୀଘ୍ର ରୋଗରେ ପଡ଼ିବୁ ନାହିଁ କି? ସେହିପରି ଗ୍ରୀଷ୍ମପ୍ରଧାନ ଦେଶରେ ବ୍ୟବହୃତ ଔଷଧଗୁଡ଼ିକ କୃତ୍ରିମ ରାସାୟନିକ ପଦାର୍ଥରୁ ତିଆରି ଏବଂ ଏହା ଥଣ୍ଡା ଜଳବାୟୁରେ ଉତ୍ପନ୍ନ ପ୍ରାଣୀଙ୍କ ପାଇଁ ଅନୁକୂଳ ହେଲେ ମଧ୍ୟ କୃତ୍ରିମ ଯୋଗୁ ବିଭିନ୍ନ ରୋଗକୁ ଆମନ୍ତ୍ରଣ କରିଥାଏ। ଏବେ ଆମ ଆୟୁର୍ବେଦ ଶାସ୍ତ୍ରକୁ ଅନେକ ଦେଶ ଅନୁକରଣ କରି ବିଭିନ୍ନ ଭେଷଜ ଉପରେ ଗବେଷଣା କରି ନିମ୍ବ, ହଳଦୀ, ଅଶ୍ୱଗନ୍ଧା ଇତ୍ୟାଦିକୁ ପେଟେଣ୍ଟ କଲେଣି। ମାତ୍ର ଆମ ପ୍ରାକୃତିକ ଔଷଧ ତ୍ରିଦୋଷ ନାଶକ ଏବଂ ପାର୍ଶ୍ୱ ପ୍ରତିକ୍ରିୟା ରହିତ ହୋଇଥିବା ବେଳେ ଗ୍ରୀଷ୍ମପ୍ରଧାନ ଦେଶର ବ୍ୟକ୍ତି ପାଇଁ ଉପଯୁକ୍ତ ଅଟେ।
ଗ୍ରାମ୍ୟ ପରିବେଶ ବ୍ୟକ୍ତିଠାରୁ ସହରର ଚାକଚକ୍ୟ ପରିବେଶର ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ କ୍ଷମତା ଯଥେଷ୍ଟ କମ୍‌, କାରଣ ଏମାନେ ଯେତେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସଚେତନ ହୋଇ ପରିଷ୍କାର ପରିଚ୍ଛନ୍ନ ରହି ପ୍ରୋଟିନ୍‌ ଭିଟାମିନ୍‌ଯୁକ୍ତ ଖାଦ୍ୟ ସେବନ କରିଥାଆନ୍ତି। ହେଲେ ଗ୍ରାମ୍ୟ ପରିବେଶରେ ଶୁଦ୍ଧବାୟୁ, ପାହାଡ଼ ପର୍ବତର ଶୀତଳ ବାୟୁ ସ୍ପର୍ଶରେ ଧୂଳିଧୂଷରିତ ହେଲେ ମଧ୍ୟ ତାଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବା ଆଣ୍ଟିବଡି ତିଆରି ହୋଇ ଶ୍ୱେତରକ୍ତ କଣିକାର କାର୍ଯ୍ୟଶକ୍ତି ବୃଦ୍ଧିପାଏ। ତେଣୁ ରୋଗ ହୁଏ ନାହିଁ। ଯଦି ବା ସାଧାରଣ ରୋଗ ହୁଏ ଅଳ୍ପ ସାମୟିକ ଔଷଧ ବା ତୁଟୁକା ଚିକିତ୍ସା ଦ୍ୱାରା ଶୀଘ୍ର ଆରୋଗ୍ୟ ହୋଇଥାଏ। ପରିବାର ଉପରେ ଆର୍ଥିକ ବୋଝ କମିଯାଏ।
ପୂର୍ବେ ମାଟିପାତ୍ର, କାଠଚୁଲାରେ ରୋଷେଇ ହେଉଥିବା ବେଳେ କେତେକଙ୍କ ଘରେ ପିତ୍ତଳ, ଲୁହା କଡ଼େଇରେ ରୋଷେଇ ହୋଇଥାଏ। ଏହା ସିଧାସଳଖ ସୂର୍ଯ୍ୟକିରଣ ବା ବାୟୁମଣ୍ଡଳର ସଂସ୍ପର୍ଶରେ ଆସି ପରିପାକ ହେଉଥିବାରୁ ସେତେବେଳେ ରୋଗ ନ ଥିଲା, ମାତ୍ର ବିଗତ କିଛି ବର୍ଷ ମଧ୍ୟରେ ଲୋକେ ପ୍ରେସରକୁକ୍‌ର, ସିଲ୍‌ଭର ବାସନ, ପ୍ଲାଷ୍ଟିକ ଜିନିଷର ବହୁଳ ଭାବରେ ବ୍ୟବହାର କରୁଛନ୍ତି। ତା’ ସହ ଜୈବିକ ସାର ବଦଳରେ ଚାଷରେ କୃତ୍ରିମ ରାସାୟନିକ ସାର ପ୍ରୟୋଗ କରୁଛନ୍ତି। ଫଳରେ ଆମେ ମଧୁମେହ, ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ, କିଡ୍‌ନୀ, ଶୋଥ, କ୍ୟାନ୍‌ସର ଆଦି ରୋଗର ସମ୍ମୁଖୀନ ହେଉଛେ। ଏଥିସହ ଏଲୋପ୍ୟାଥିକ ଔଷଧର ବହୁଳ ବ୍ୟବହାର ମଧ୍ୟ ଅନ୍ୟ ଏକ କାରଣ ଅଟେ।
ପୁରୁଣା ଢଗରେ ଅଛି ଯେ, ‘ମଥାଏ ପଗଡ଼ି ପାଏ ତେଲ, ବୈଦ୍ୟ ସଙ୍ଗେ କରିବ ଗେଲ’, ଅର୍ଥାତ ମୁଣ୍ଡରେ ପଗଡ଼ି, ପାଦ ଓ ବୃଦ୍ଧାଙ୍ଗୁଠିରେ ତେଲ ଲଗାଇଲେ ମସ୍ତିସ୍କ ଥଣ୍ଡା ରହିବା ସହ ପାଦରେ ଥିବା ଶରୀରର ସମସ୍ତ ଅଙ୍ଗର ସ୍ନାୟୁର ମୁଖ୍ୟ ସଂଯୋଗ ବିନ୍ଦୁ ରହିଥିବା କାରଣରୁ ସ୍ନାୟୁରେ ବାତାବରୋଧ ହୋଇ ନ ଥାଏ। ଅନ୍ୟପକ୍ଷରେ ରକ୍ତ ସଞ୍ଚାଳନ ସୁଚାରୁରୂପେ ଚାଲେ। ତତ୍‌ସହିତ ନାକରେ ଅଣୁତୈଳ ନସ୍ୟ ନେଲେ ଏହା ମସ୍ତିଷ୍କର ଦ୍ୱାର ହୋଇଥିବାରୁ ଦୃଷ୍ଟିଶକ୍ତି ଠିକ୍‌ ରହିବା ସଙ୍ଗେ ସଙ୍ଗେ କର୍ଣ୍ଣ, ନାସା, ମସ୍ତିଷ୍କର କୌଣସି ରୋଗ ହୋଇ ନ ଥାଏ।
ଏଣୁ ସୁସ୍ଥ, ନୀରୋଗ ଜୀବନଯାପନ ପାଇଁ ଆୟୁର୍ବେଦରେ ବର୍ଣ୍ଣିତ ସ୍ବସ୍ଥ ବୃତ୍ତ ନିୟମ ପାଳନ ସହ ଋତୁ ଅନୁଯାୟୀ ଫଳ, ପନିପରିବା ଖାଇବା, ପ୍ରାକୃତିକ ପରିବେଶରେ ଅଧିକ ସମୟ ବିତେଇବା ବା ଭ୍ରମଣ କରିବା, ପ୍ରାତଃଭ୍ରମଣ, ଶାରୀରିକ ବ୍ୟାୟାମ, ଯୋଗ, ଧ୍ୟାନ, ଆସନ, ପ୍ରାଣାୟମ କରିବା, ପ୍ରାକୃତିକ ଚିକିତ୍ସା, ଆକ୍ୟୁପଙ୍କଚର ଚିକିତ୍ସା ହେବା, ମାତାପିତା ଏବଂ ଗୁରୁଜନଙ୍କୁ ଭକ୍ତି କରିବା, ତାଙ୍କ କଥା ମାନି ଚଳିବା, ନ୍ୟାୟ ଅନ୍ୟାୟ, ଉଚିତ ଅନୁଚିତ ବିବେକ ଖଟାଇ କାର୍ଯ୍ୟ କଲେ ମାନସିକ ଶାନ୍ତି ଆନନ୍ଦ ମିଳିବା ସହ ଶାରୀରିକ ବ୍ୟାଧି ହୋଇ ନ ଥାଏ।
ତେଣୁ ପ୍ରାକୃତିକକୁ ଆପଣେଇବା ନା ଆଧୁନିକତାର ଦ୍ୱାହିଦେଇ ରୋଗକୁ ଆମନ୍ତ୍ରଣ କରିବା ଅବା ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ଔଷଧ ଥଳି ବେକରେ ବାନ୍ଧି ବୁଲିବା- ଏହା ପାଠକେ ନିର୍ଣ୍ଣୟ କରିବେ।

ଡା. ଆଶିଷ ବାନାର୍ଜୀ
-ଆନନ୍ଦ ବଜାର, ବେତନଟୀ ମୟୂରଭଞ୍ଜ
ମୋ: ୯୮୬୧୩୭୪୩୮୫


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

କାଲି CBSE ଦଶମ-ଦ୍ବାଦଶ ପରୀକ୍ଷା, ସକାଳ ୧୦ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ CBSEର ନିର୍ଦ୍ଦେଶ

ଭୁବନେଶ୍ବର,୧୬ା୨: ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି CBSE ଦଶମ, ଦ୍ବାଦଶ ପରୀକ୍ଷା । ୪୬ ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ଏଥର ଦେବେ ଦଶମ ଓ ଦ୍ବାଦଶ…

ଲୋ ବ୍ଲଡପ୍ରେସର ସମସ୍ୟା ଅଛି କି ? ଏଥିରୁ ମୁକୁଳିବା ପାଇଁ ପିଅନ୍ତୁ…

ମିଶ୍ରିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଏବଂ ଆମିନୋ ଏସିଡ ରହିଛି। ଯଦି ଆପଣଙ୍କର ଲଗାତର କାଶ ହେଉଛି…

Video: ହ୍ୟାଣ୍ଡସେକ୍‌ ବିବାଦ ମଧ୍ୟରେ, ୱାସିମ ଆକ୍ରମଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୬।୨: ରବିବାର T20 World Cup 2026 ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ହାଇ-ଭୋଲଟେଜ ମ୍ୟାଚ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏକତରଫା ଭାବରେ ୬୧…

ଶିକ୍ଷକଙ୍କ ମାଡ଼ ପରେ ହଷ୍ଟେଲରୁ ଫେରାର ହୋଇଗଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ପାଟଣାଗଡ଼, ୧୬।୨(ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମରେ ନିର୍ଯାତନାର ଶିକାର ହୋଇ ଶନିବାର ୭ ଜଣ ଛାତ୍ର ହଷ୍ଟେଲ ଛାଡ଼ି ଫେରାର…

ଟିମ ଇଣ୍ଡିଆକୁ ଡବଲ୍‌ ଫାଇଦା: ଭାଙ୍ଗିଲା ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୧୬।୨:ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ କେବଳ ପାକିସ୍ତାନକୁ ପରାସ୍ତ କରି ନ ଥିଲା ବରଂ ଏଥିରୁ ଦୁଇଥର ଲାଭ ମଧ୍ୟ ପାଇଥିଲା। ସେହି ଲାଭ ସହିତ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri