ଲିଙ୍କ୍‌ରେ କ୍ଲିକ୍‌ କଲେ ଆକାଉଣ୍ଟ ହ୍ୟାକ୍‌

ଭୁବନେଶ୍ୱର,୧୧।୫(ବ୍ୟୁରୋ): ସାଇବର ଅପରାଧୀମାନେ ନୂଆ ଉପାୟରେ ଲୋକଙ୍କୁ ଠକିଚାଲିଛନ୍ତି। ପୋଲିସ ଯେତେ ଚେଷ୍ଟା କଲେ ବି ସେମାନଙ୍କଠାରୁ ପଛରେ ପଡ଼ିଯାଉଛି। ରାଜ୍ୟରେ କରୋନା ପାଇଁ ଲକ୍‌ଡାଉନ, ଶଟ୍‌ଡାଉନ୍‌ ଜାରି ରହିଥିବାବେଳେ ଲୋକେ ଘରେ ରହି ଅଧିକାଂଶ ସମୟ ଇଣ୍ଟରନେଟ୍‌ରେ ବିତାଉଛନ୍ତି। ଏହାର ସୁଯୋଗ ନେଇ ସାଇବର ହ୍ୟାକର ଲୋକଙ୍କୁ ତାଙ୍କ ଜାଲରେ ଫସାଇ ଠକୁଛନ୍ତି। ପୂର୍ବରୁ ସାଇବର ଠକ ବିଭିନ୍ନ ଆଳରେ କଲ୍‌ କରି ଲୋକଙ୍କ ବ୍ୟାଙ୍କ ତଥ୍ୟ ନେଇ ଠକୁଥିବା ବେଳେ ଏବେ ସୋସିଆଲ୍‌ ମିଡିଆରେ ଲିଙ୍କ୍‌ ପଠାଇ ଜନସାଧାରଣଙ୍କୁ ଫସାଉଛନ୍ତି। ବିଶେଷକରି ଯୁବଗୋଷ୍ଠୀ ଏହାଦ୍ୱାରା ଅଧିକ ଶିକାର ହେଉଛନ୍ତି। ଏପରିକି ଓଡ଼ିଶାର ଜଣାଶୁଣା ଆଇଏଏସ୍‌, ଆଇପିଏସ୍‌ ଅଫିସର ଓ ଖବରଦାତା ମଧ୍ୟ ବିଭିନ୍ନ ସମୟରେ ଏଭଳି ଠକଙ୍କ ଶିକାର ହେଉଛନ୍ତି।
ଗତ କିଛିଦିନ ହେବ ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ, ହ୍ବାଟ୍ସଆପ୍‌ ଓ ଟୁଇଟ୍‌ର ଭଳି ସୋସିଆଲ ମିଡ଼ିଆ ଆକାଉଣ୍ଟ ହ୍ୟାକ୍‌ ବୃଦ୍ଧିପାଇଛି। ସାଇବର ଠକମାନେ ହ୍ୟାକ୍‌ କରି ଏହାର ୟୁଜରମାନଙ୍କୁ ଟଙ୍କା ମାଗୁଛନ୍ତି। ଏକ ଲିଙ୍କ୍‌ ସାହାଯ୍ୟରେ ଏପରି ଠକେଇ କରିବାରେ ସେମାନେ ସଫଳ ହେଉଛନ୍ତି। ପ୍ରଥମେ ସାଇବର ଠକ ଲୋକଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ସହ ଯୋଡ଼ି ହେଉଛନ୍ତି। ପରେ ସେମାନେ ମେସେଜରେ ଲିଙ୍କ୍‌ ପଠାଉଛନ୍ତି। ଏହାପରେ ପୁରସ୍କାର ଲୋଭ ଦେଖାଉଛନ୍ତି ନଚେତ ଭୟଭୀତ କରାଉଛନ୍ତି। ଯେମିତି କି ଆପଣଙ୍କର କିଛି ବ୍ୟକ୍ତିଗତ ଫଟୋ ଏଡିଟିଂ ହୋଇ କେତେକ ପର୍ନ ସାଇଟ୍‌ରେ ଅପଲୋଡ୍‌ ହୋଇଛି। ଏହି ଲିଙ୍କ୍‌ରେ କ୍ଲିକ୍‌ କରି ଆପଣ ଫଟୋକୁ ଯାଞ୍ଚ କରିପାରିବେ। ଏହା ଶୁଣିବା ମାତ୍ରେ ୟୁଜର ଜଣକ ଭୟରେ ସଙ୍ଗେସଙ୍ଗେ ଉକ୍ତ ଲିଙ୍କ୍‌ରେ କ୍ଲିକ୍‌ କରିଦିଅନ୍ତି। ଯାହାଫଳରେ ତାଙ୍କ ଆକାଉଣ୍ଟ ହ୍ୟାକ୍‌ ହୋଇଯାଏ। ଏଥିସହ ଆକାଉଣ୍ଟର ଆକ୍ସେସ୍‌ ମଧ୍ୟ ସାଇବର ଠକମାନେ ପାଇଯାନ୍ତି। ଏହାପରେ ହ୍ୟାକର୍‌ ସମ୍ପୃକ୍ତ ୟୁଜରଙ୍କୁ
ଲିଙ୍କ୍‌ରେ କ୍ଲିକ୍‌ କଲେ…
ବ୍ଲାକ୍‌ମେଲିଂ କରି ଟଙ୍କା ମାଗିଥାନ୍ତି। ସେମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଥିବା ସମସ୍ତ ବନ୍ଧୁଙ୍କୁ ମେସେଜ୍‌ କରି ତାଙ୍କ ନାମରେ ଟଙ୍କା ମାଗିଥାନ୍ତି। ଏପରି କି ସେମାନଙ୍କୁ ମଧ୍ୟ ଏଭଳି ଲିଙ୍କ ପଠାଇ ଆକାଉଣ୍ଟ ହ୍ୟାକ କରନ୍ତି। ସାଇବର ଠକମାନେ ଏଭଳି ଏକ ଚେନ୍‌ ପ୍ରୋସେସ୍‌ରେ ସୋସିଆଲ୍‌ ମିଡିିଆ ୟୁଜରଙ୍କୁ ଠକିଥାନ୍ତି। ବିଶେଷକରି ଫେସ୍‌ବୁକ୍‌ରେ ଅଧିକ ଫ୍ରେଣ୍ଡସ୍‌ ଏବଂ ଫଲୋଅର୍ସ ଥିବା ପେଜ୍‌କୁ ହ୍ୟାକର୍‌ମାନେ ଟାର୍ଗେଟ୍‌ କରୁଛନ୍ତି। ଏହାକୁ ହ୍ୟାକ୍‌ କରିବା ପରେ ପେଜ୍‌ର ମାଲିକଙ୍କୁ ଟଙ୍କା ମାଗିଥାନ୍ତି। ୟୁଜର ଜଣକ ଅନେକ ସମୟ ଦେଇ ଓ କଷ୍ଟ କରି ନିଜ ପେଜ୍‌ର ଫଲୋଅର୍ସ ବଢାଇଥିବାରୁ ପେଜ୍‌ ହାତରୁ ଚାଲିଯିବା ଭୟରେ ସେମାନଙ୍କୁ ଟଙ୍କା ଦେଇଥାଏ। ଏପରି କି ସାଇବର ଠକମାନେ ଆଇଏଏସ୍‌, ଆଇପିଏସ୍‌ ଅଫିସର ଓ ଚର୍ଚ୍ଚିତ ଲୋକଙ୍କ ସୋସିଆଲ ମିଡିିଆକୁ ହ୍ୟାକ୍‌ କରୁଛନ୍ତି। ଏହା ପରେ ତାଙ୍କ ନାମରେ ବିଭିନ୍ନ ଆଳରେ ଲୋକଙ୍କୁ ଟଙ୍କା ମାଗୁଛନ୍ତି।
ସାଇବର ବିଶେଷଜ୍ଞ ପ୍ରଶାନ୍ତ କୁମାର ସାହୁଙ୍କ କହିବା ଅନୁସାରେ, ଅଲଗା କୌଣସି ଅପରିଚିତ ସାଇଟ୍‌ରେ କେବେ ମଧ୍ୟ ସୋସିଆଲ୍‌ ମିଡ଼ିଆ ୟୁଜର ନେମ୍‌ ଓ ପାସୱାର୍ଡ ଦେଇ ଲଗ୍‌ଇନ୍‌ କରନ୍ତୁ ନାହିଁ। ଭଲଭାବେ ନିଜ ସୋସିଆଲ ମିଡିଆର ପ୍ରାଇଭେସି ସେଟିଂ କରନ୍ତୁ। ଫେସବୁକ୍‌ରେ ନିଜ ପ୍ରୋଫାଇଲକୁ ଲକ୍‌ କରିବା ସହ ଅଜଣା ଲୋକଙ୍କ ନିବେଦନ ଆସିଲେ ଗ୍ରହଣ କରନ୍ତୁ ନାହିଁ। ଅଜଣା ଲୋକଙ୍କ ନିକଟରୁ ଆସୁଥିବା କୌଣସି ଲିଙ୍କ୍‌ ମେସେଜ୍‌ରେ କ୍ଲିକ୍‌ କରନ୍ତୁ ନାହିଁ କିମ୍ବା କାହାକୁ ଫରୱାର୍ଡ ମଧ୍ୟ କରନ୍ତୁ ନାହିଁ। ଯଦି ଆପଣ ଏପରି କିଛି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତେବେ ନିକଟସ୍ଥ ସାଇବର ଥାନାରେ ଅଭିଯୋଗ କରନ୍ତୁ। ଏଥିସହ ଆବଶ୍ୟକସ୍ଥଳେ ସାଇବର ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ବୋଲି ସାହୁ କହିଛନ୍ତି।
ସେହିପରି ଜଣେ କଲେଜ ଛାତ୍ର ବାପୁନ୍‌ ସେଠୀଙ୍କ କହିବା ହେଲା, ଅନେକ ସମୟରେ ଫେସବୁକ୍‌ ଓ ହ୍ବାଟସ୍‌ଆପ ମାଧ୍ୟମରେ ଏଭଳି ଲିଙ୍କ ଆସୁଛି। କେତେବେଳେ ଅନ୍‌ଲାଇନ୍‌ ଶପିଂ ପାଇଁ ଲୋଭନୀୟ ଅଫର ତ କେତେବେଳେ କୁଇଜ୍‌ ଓ ଅନ୍ୟ କିଛି ଲେଖାଯାଇ ଲିଙ୍କ ଆସୁଛି। ଅନେକ ଥର ଏହି ଲିଙ୍କକୁ ଅଣଦେଖା କରିବା ପରେ ଥରେ ଉତ୍କଣ୍ଠାପୂର୍ଣ୍ଣ ହୋଇ ଲିଙ୍କରେ କ୍ଲିକ୍‌ କରି ଖୋଲିଥିଲି। ଏହାପରେ ଲିଙ୍କରେ ଆସୁଥିବା ଷ୍ଟେପ୍‌ସଗୁଡ଼ିକୁ ଫଲୋ କରିବା ପରେ ତୁରନ୍ତ ମୋ ଫେସବୁକ୍‌ ଲଗ୍‌ଆଉଟ୍‌ ହୋଯାଇଥିଲା। ବାରମ୍ବାର ଚେଷ୍ଟା କରିବା ସତ୍ତ୍ୱେ ପାସ୍‌ଓ୍ବାର୍ଡ଼ ଭୁଲ୍‌ ଲେଖିବା ସହ ଆଉ ଖୋଲି ନ ଥିଲା। ପରେ ମୋ ଫେସ୍‌ବୁକ୍‌ ଆଇଡିରୁ ମୋର ସାଙ୍ଗମାନଙ୍କ ପାଖକୁ ଏହି ଭଳି ମେସେଜ୍‌ ଆସିଥିଲା ବୋଲି ବାପୁନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

ତହସିଲଦାରଙ୍କୁ ବିଧାୟିକା ସ୍ବାମୀଙ୍କ ହତ୍ୟା ଧମକ ମାମଲା: ୱାରେଣ୍ଟ ପାଇଁ କୋର୍ଟରେ ଆବେଦନ କଲା ପୋଲିସ

ଭବାନୀପାଟଣା,୩୦।୩(ଉତ୍ତମ କୁମାର ଦାଶ): ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ତହସିଲଦାରଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ କଳାହାଣ୍ଡି ଜିଲା ନର୍ଲା ବିଜେଡି ବିଧାୟିକା ମନୋରମା…

କାଳବୈଶାଖୀ: ରାସ୍ତାରେ ପଡ଼ିଲା ଗଛ, ଭାଙ୍ଗିଲା ଘର

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଓ ଲମତାପୁଟ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ଘୂର୍ଣ୍ଣିଝଡ଼ ଓ ପ୍ରବଳ ବର୍ଷା ଯୋଗୁ…

ଟୋକନ ଅବଧି ନେଇ ମୁହଁ ଖୋଲିଲେ ଶାରଦା: କହିଲେ ଦୁଇ ଦିନରେ…

ଭୁବନେଶ୍ୱର,୩୦।୩: ଟୋକନ ଅବଧି ନେଇ ମୁହଁ ଖୋଲିଲେ ବିଜେଡି ବିଧାୟକ ଶାରଦା ଜେନା। ସେ କହିଛନ୍ତି, ୭ ଦିନ ବୃଦ୍ଧି କରିବାକୁ ଦାବି କରିଥିଲୁ। ଧନ୍ୟବାଦ ସେ…

ପେନସନ୍‌ କରାଇ ଦେବାକୁ ୩ ହଜାର ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣୀ, ବାନ୍ଧିଲା ଭିଜିଲାନ୍ସ

ନୟାଗଡ/ଖଣ୍ଡପଡା,(ଲୋକନାଥ ମିଶ୍ର/ଅଜୟ କୁମାର ମହାରଣା)୩୦ା୩: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡ଼ା ସବ-ଟ୍ରେଜେରୀ କର୍ମଚାରୀ ସରୋଜ କୁମାର ସାହୁ । ପେନସନ୍‌ କରାଇ ଦେବାକୁ ଲାଞ୍ଚ ନେଉଥିବା…

ଧାନ କିଣା ନେଇ କାଲି ଥିଲା ଶେଷ ତାରିଖ, ଏପଟେ ଯୋଗାଣ ମନ୍ତ୍ରୀ କହିଦେଲେ…

ଭୁବନେଶ୍ୱର,୩୦।୩:ଚାଷୀଙ୍କ ପାଇଁ ବଡ଼ ଅପ୍‌ଡେଟ୍‌। ଧାନ ସଂଗ୍ରହ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବଡ଼ ସୂଚନା। କାଲି ସୁଦ୍ଧା ଧାନ କିଣା ନେଇ…

ବଢ଼ୁଛି ନର୍ଲା ବିଧାୟିକା ସ୍ବାମୀଙ୍କ ଅଡ଼ୁଆ: ଏପଟେ ମନୋରମାଙ୍କୁ ଡାକି ନବୀନ କହିଲେ…

ଭୁବନେଶ୍ୱର, କଳାହାଣ୍ଡି ଜିଲା ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ। ନର୍ଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri