ଲିଙ୍କ୍‌ରେ କ୍ଲିକ୍‌ କଲେ ଆକାଉଣ୍ଟ ହ୍ୟାକ୍‌

ଭୁବନେଶ୍ୱର,୧୧।୫(ବ୍ୟୁରୋ): ସାଇବର ଅପରାଧୀମାନେ ନୂଆ ଉପାୟରେ ଲୋକଙ୍କୁ ଠକିଚାଲିଛନ୍ତି। ପୋଲିସ ଯେତେ ଚେଷ୍ଟା କଲେ ବି ସେମାନଙ୍କଠାରୁ ପଛରେ ପଡ଼ିଯାଉଛି। ରାଜ୍ୟରେ କରୋନା ପାଇଁ ଲକ୍‌ଡାଉନ, ଶଟ୍‌ଡାଉନ୍‌ ଜାରି ରହିଥିବାବେଳେ ଲୋକେ ଘରେ ରହି ଅଧିକାଂଶ ସମୟ ଇଣ୍ଟରନେଟ୍‌ରେ ବିତାଉଛନ୍ତି। ଏହାର ସୁଯୋଗ ନେଇ ସାଇବର ହ୍ୟାକର ଲୋକଙ୍କୁ ତାଙ୍କ ଜାଲରେ ଫସାଇ ଠକୁଛନ୍ତି। ପୂର୍ବରୁ ସାଇବର ଠକ ବିଭିନ୍ନ ଆଳରେ କଲ୍‌ କରି ଲୋକଙ୍କ ବ୍ୟାଙ୍କ ତଥ୍ୟ ନେଇ ଠକୁଥିବା ବେଳେ ଏବେ ସୋସିଆଲ୍‌ ମିଡିଆରେ ଲିଙ୍କ୍‌ ପଠାଇ ଜନସାଧାରଣଙ୍କୁ ଫସାଉଛନ୍ତି। ବିଶେଷକରି ଯୁବଗୋଷ୍ଠୀ ଏହାଦ୍ୱାରା ଅଧିକ ଶିକାର ହେଉଛନ୍ତି। ଏପରିକି ଓଡ଼ିଶାର ଜଣାଶୁଣା ଆଇଏଏସ୍‌, ଆଇପିଏସ୍‌ ଅଫିସର ଓ ଖବରଦାତା ମଧ୍ୟ ବିଭିନ୍ନ ସମୟରେ ଏଭଳି ଠକଙ୍କ ଶିକାର ହେଉଛନ୍ତି।
ଗତ କିଛିଦିନ ହେବ ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ, ହ୍ବାଟ୍ସଆପ୍‌ ଓ ଟୁଇଟ୍‌ର ଭଳି ସୋସିଆଲ ମିଡ଼ିଆ ଆକାଉଣ୍ଟ ହ୍ୟାକ୍‌ ବୃଦ୍ଧିପାଇଛି। ସାଇବର ଠକମାନେ ହ୍ୟାକ୍‌ କରି ଏହାର ୟୁଜରମାନଙ୍କୁ ଟଙ୍କା ମାଗୁଛନ୍ତି। ଏକ ଲିଙ୍କ୍‌ ସାହାଯ୍ୟରେ ଏପରି ଠକେଇ କରିବାରେ ସେମାନେ ସଫଳ ହେଉଛନ୍ତି। ପ୍ରଥମେ ସାଇବର ଠକ ଲୋକଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ସହ ଯୋଡ଼ି ହେଉଛନ୍ତି। ପରେ ସେମାନେ ମେସେଜରେ ଲିଙ୍କ୍‌ ପଠାଉଛନ୍ତି। ଏହାପରେ ପୁରସ୍କାର ଲୋଭ ଦେଖାଉଛନ୍ତି ନଚେତ ଭୟଭୀତ କରାଉଛନ୍ତି। ଯେମିତି କି ଆପଣଙ୍କର କିଛି ବ୍ୟକ୍ତିଗତ ଫଟୋ ଏଡିଟିଂ ହୋଇ କେତେକ ପର୍ନ ସାଇଟ୍‌ରେ ଅପଲୋଡ୍‌ ହୋଇଛି। ଏହି ଲିଙ୍କ୍‌ରେ କ୍ଲିକ୍‌ କରି ଆପଣ ଫଟୋକୁ ଯାଞ୍ଚ କରିପାରିବେ। ଏହା ଶୁଣିବା ମାତ୍ରେ ୟୁଜର ଜଣକ ଭୟରେ ସଙ୍ଗେସଙ୍ଗେ ଉକ୍ତ ଲିଙ୍କ୍‌ରେ କ୍ଲିକ୍‌ କରିଦିଅନ୍ତି। ଯାହାଫଳରେ ତାଙ୍କ ଆକାଉଣ୍ଟ ହ୍ୟାକ୍‌ ହୋଇଯାଏ। ଏଥିସହ ଆକାଉଣ୍ଟର ଆକ୍ସେସ୍‌ ମଧ୍ୟ ସାଇବର ଠକମାନେ ପାଇଯାନ୍ତି। ଏହାପରେ ହ୍ୟାକର୍‌ ସମ୍ପୃକ୍ତ ୟୁଜରଙ୍କୁ
ଲିଙ୍କ୍‌ରେ କ୍ଲିକ୍‌ କଲେ…
ବ୍ଲାକ୍‌ମେଲିଂ କରି ଟଙ୍କା ମାଗିଥାନ୍ତି। ସେମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଥିବା ସମସ୍ତ ବନ୍ଧୁଙ୍କୁ ମେସେଜ୍‌ କରି ତାଙ୍କ ନାମରେ ଟଙ୍କା ମାଗିଥାନ୍ତି। ଏପରି କି ସେମାନଙ୍କୁ ମଧ୍ୟ ଏଭଳି ଲିଙ୍କ ପଠାଇ ଆକାଉଣ୍ଟ ହ୍ୟାକ କରନ୍ତି। ସାଇବର ଠକମାନେ ଏଭଳି ଏକ ଚେନ୍‌ ପ୍ରୋସେସ୍‌ରେ ସୋସିଆଲ୍‌ ମିଡିିଆ ୟୁଜରଙ୍କୁ ଠକିଥାନ୍ତି। ବିଶେଷକରି ଫେସ୍‌ବୁକ୍‌ରେ ଅଧିକ ଫ୍ରେଣ୍ଡସ୍‌ ଏବଂ ଫଲୋଅର୍ସ ଥିବା ପେଜ୍‌କୁ ହ୍ୟାକର୍‌ମାନେ ଟାର୍ଗେଟ୍‌ କରୁଛନ୍ତି। ଏହାକୁ ହ୍ୟାକ୍‌ କରିବା ପରେ ପେଜ୍‌ର ମାଲିକଙ୍କୁ ଟଙ୍କା ମାଗିଥାନ୍ତି। ୟୁଜର ଜଣକ ଅନେକ ସମୟ ଦେଇ ଓ କଷ୍ଟ କରି ନିଜ ପେଜ୍‌ର ଫଲୋଅର୍ସ ବଢାଇଥିବାରୁ ପେଜ୍‌ ହାତରୁ ଚାଲିଯିବା ଭୟରେ ସେମାନଙ୍କୁ ଟଙ୍କା ଦେଇଥାଏ। ଏପରି କି ସାଇବର ଠକମାନେ ଆଇଏଏସ୍‌, ଆଇପିଏସ୍‌ ଅଫିସର ଓ ଚର୍ଚ୍ଚିତ ଲୋକଙ୍କ ସୋସିଆଲ ମିଡିିଆକୁ ହ୍ୟାକ୍‌ କରୁଛନ୍ତି। ଏହା ପରେ ତାଙ୍କ ନାମରେ ବିଭିନ୍ନ ଆଳରେ ଲୋକଙ୍କୁ ଟଙ୍କା ମାଗୁଛନ୍ତି।
ସାଇବର ବିଶେଷଜ୍ଞ ପ୍ରଶାନ୍ତ କୁମାର ସାହୁଙ୍କ କହିବା ଅନୁସାରେ, ଅଲଗା କୌଣସି ଅପରିଚିତ ସାଇଟ୍‌ରେ କେବେ ମଧ୍ୟ ସୋସିଆଲ୍‌ ମିଡ଼ିଆ ୟୁଜର ନେମ୍‌ ଓ ପାସୱାର୍ଡ ଦେଇ ଲଗ୍‌ଇନ୍‌ କରନ୍ତୁ ନାହିଁ। ଭଲଭାବେ ନିଜ ସୋସିଆଲ ମିଡିଆର ପ୍ରାଇଭେସି ସେଟିଂ କରନ୍ତୁ। ଫେସବୁକ୍‌ରେ ନିଜ ପ୍ରୋଫାଇଲକୁ ଲକ୍‌ କରିବା ସହ ଅଜଣା ଲୋକଙ୍କ ନିବେଦନ ଆସିଲେ ଗ୍ରହଣ କରନ୍ତୁ ନାହିଁ। ଅଜଣା ଲୋକଙ୍କ ନିକଟରୁ ଆସୁଥିବା କୌଣସି ଲିଙ୍କ୍‌ ମେସେଜ୍‌ରେ କ୍ଲିକ୍‌ କରନ୍ତୁ ନାହିଁ କିମ୍ବା କାହାକୁ ଫରୱାର୍ଡ ମଧ୍ୟ କରନ୍ତୁ ନାହିଁ। ଯଦି ଆପଣ ଏପରି କିଛି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତେବେ ନିକଟସ୍ଥ ସାଇବର ଥାନାରେ ଅଭିଯୋଗ କରନ୍ତୁ। ଏଥିସହ ଆବଶ୍ୟକସ୍ଥଳେ ସାଇବର ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ବୋଲି ସାହୁ କହିଛନ୍ତି।
ସେହିପରି ଜଣେ କଲେଜ ଛାତ୍ର ବାପୁନ୍‌ ସେଠୀଙ୍କ କହିବା ହେଲା, ଅନେକ ସମୟରେ ଫେସବୁକ୍‌ ଓ ହ୍ବାଟସ୍‌ଆପ ମାଧ୍ୟମରେ ଏଭଳି ଲିଙ୍କ ଆସୁଛି। କେତେବେଳେ ଅନ୍‌ଲାଇନ୍‌ ଶପିଂ ପାଇଁ ଲୋଭନୀୟ ଅଫର ତ କେତେବେଳେ କୁଇଜ୍‌ ଓ ଅନ୍ୟ କିଛି ଲେଖାଯାଇ ଲିଙ୍କ ଆସୁଛି। ଅନେକ ଥର ଏହି ଲିଙ୍କକୁ ଅଣଦେଖା କରିବା ପରେ ଥରେ ଉତ୍କଣ୍ଠାପୂର୍ଣ୍ଣ ହୋଇ ଲିଙ୍କରେ କ୍ଲିକ୍‌ କରି ଖୋଲିଥିଲି। ଏହାପରେ ଲିଙ୍କରେ ଆସୁଥିବା ଷ୍ଟେପ୍‌ସଗୁଡ଼ିକୁ ଫଲୋ କରିବା ପରେ ତୁରନ୍ତ ମୋ ଫେସବୁକ୍‌ ଲଗ୍‌ଆଉଟ୍‌ ହୋଯାଇଥିଲା। ବାରମ୍ବାର ଚେଷ୍ଟା କରିବା ସତ୍ତ୍ୱେ ପାସ୍‌ଓ୍ବାର୍ଡ଼ ଭୁଲ୍‌ ଲେଖିବା ସହ ଆଉ ଖୋଲି ନ ଥିଲା। ପରେ ମୋ ଫେସ୍‌ବୁକ୍‌ ଆଇଡିରୁ ମୋର ସାଙ୍ଗମାନଙ୍କ ପାଖକୁ ଏହି ଭଳି ମେସେଜ୍‌ ଆସିଥିଲା ବୋଲି ବାପୁନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ଧାନମଳା ମେଶିନରେ ପଶିଗଲା ଯୁବକଙ୍କ ହାତ, ଆଉ ତା’ ପରେ…

ମୋହନା,୧୩ା୧୨(ମନ୍ମଥ ମିଶ୍ର): ଧାନମଳା ମେଶିନରେ ହାତକଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା...

ଧାନ ଉଠାଇବା ପାଇଁ ଜିଲାପାଳଙ୍କୁ ଗୁହାରି: ଗୋଡ଼ତଳେ ଧାନ ପକାଇ ମୁଣ୍ଡିଆ ମାରିଲେ ଚାଷୀ

ପଦ୍ମପୁର,୧୩ା୧୨(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ସ୍ବାଭାବିକ ହୋଇ ପାରିନାହିଁ। ଜିଲାର ବିଭିନ୍ନ ମଣ୍ଡିରେ ବହୁ ପରିମାଣରେ ଧାନ ପଡ଼ିରହିଛି। ଏହାକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri