Posted inUncategorized

ଧରାପଡ଼ିଲେ ଚତୁର ଲୁଟେରା

ଭୁବନେଶ୍ୱର,୨।୩(ବ୍ୟୁରୋ):ଓଏଲ୍‌ଏକ୍ସରେ ଗାଡି ବିକ୍ରି ପାଇଁ ବିଜ୍ଞାପନ ଦେଉଥିବା ଗାଡ଼ି ମାଲିକଙ୍କୁ ଯୋଗାଯୋଗ କରୁଥିଲେ। ଗାଡି ରେଟ୍‌ ଛିଡିବା ପରେ ଅଳ୍ପ କିଛି ଟଙ୍କା ଅଗ୍ରିମ ଦେଇ ବିଶ୍ୱାସ ଜନ୍ମାଉଥିଲେ। ପରେ ଟେଷ୍ଟ୍‌ ଡ୍ରାଇଭ୍‌ ଆଳରେ ଗାଡ଼ି ନେଇ ଚମ୍ପଟ ମାରୁଥିଲେ। ଉକ୍ତ ଗାଡ଼ିକୁ ଜିଲା ବାହାରକୁ ନେଇ ଅଧା ଦାମ୍‌ରେ ବିକ୍ରି କରୁଥିଲେ। ନିଜ ନାମ ବଦଳାଇ ରାଜଧାନୀର ବିଭିନ୍ନ ଅଞ୍ଚଳର ଲୋକଙ୍କୁ ଏମିତି ଚୂନ ଲଗାଉଥିଲେ। ଏଭଳି ଅଭିନବ ଉପାୟରେ ଗାଡ଼ି ଲୁଟ୍‌ କରୁଥିବା ଏହି ଚତୁର ଲୁଟେରାଙ୍କୁ ଶେଷରେ କମିଶନରେଟ୍‌ ପୋଲିସ ଗିରଫ କରିଛି। ସେ ହେଲେ ଗଞ୍ଜାମ ଜିଲା ଭଞ୍ଜନଗରର ଜଗା ଓରଫ ଅମିତ ପାତ୍ର। ପୋଲିସ ତାଙ୍କ ନିକଟରୁ ୧୧ ବାଇକ ଜବତ କରିଛି। ଜଗା ପୂର୍ବରୁ ମଧ୍ୟ ଗାଡି ଚୋରି କରି ଜେଲ ଯାଇଥିଲେ। ୨୦୧୯ରେ ପୋଲିସ ତାଙ୍କୁ ଗିରଫ କରିବା ସହ ୧୭ଟି ଗାଡି ଜବତ କରିଥିଲା। ତେବେ ଜେଲରୁ ଫେରିବା ପରେ ପୁଣି ଏହି କଳା ଧନ୍ଦା ଆରମ୍ଭ କରିଦେଇଥିଲେ ଜଗା।
ସୂଚନା ଅନୁଯାୟୀ, ଓଏଲ୍‌ଏକ୍ସ ମାଧ୍ୟମରେ ଟେଷ୍ଟ ଡ୍ରାଇଭ୍‌ ଆଳରେ ଗାଡ଼ି ଲୁଟ୍‌ ହେଉଥିବା ନେଇ ମାସେ ତଳେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସିଥିଲା। ଏହାପରେ କମିଶନରେଟ୍‌ ପୋଲିସ ପକ୍ଷରୁ ତଦନ୍ତ ପାଇଁ ସ୍ପେଶାଲ ସ୍କ୍ବାଡ୍‌କୁ ନିର୍ଦ୍ଦେଶ ଦିଆଯାଇଥିଲା। ସବୁ ଲୁଟ୍‌ ସମାନ ଢଙ୍ଗରେ ହୋଇଥିବାରୁ ଏଥିରେ ଜଣେ ବ୍ୟକ୍ତି କିମ୍ବା ଗୋଟିଏ ଗ୍ୟାଙ୍ଗ୍‌ର ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରିଥିଲା। ଏହାପରେ ପୋଲିସ ସିସିଟିଭି ଫୁଟେଜ ଓ ଫୋନ ନମ୍ବରକୁ ଟ୍ରାକିଂ କରି ଜଗାଙ୍କୁ ଚିହ୍ନଟ କରିଥିଲା। ଗଞ୍ଜାମସ୍ଥିତ ତାଙ୍କ ଘରେ ଥିବାବେଳେ ସ୍ପେଶାଲ ସ୍କ୍ବାଡ୍‌ ଚଢ଼ାଉ କରି ତାଙ୍କୁ ଧରି ଭୁବନେଶ୍ୱର ଆଣିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri