ପ୍ରତି ଘରେ ପହଞ୍ଚିବ ବିଶୁଦ୍ଧ ପାନୀୟ ଜଳ

କେସିଙ୍ଗା,୧୬ା୧୦(ତୁମେଶ୍ୱର ସାହୁ): ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶ କ୍ରମେ କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତି ଘରେ ବିଶୁଦ୍ଧ ପାନୀୟଜଳ ସୁଜଳର ଏକ ସଚେତନ କାର୍ଯ୍ୟକ୍ରମ ବିଭାଗୀୟ ଯନ୍ତ୍ରୀ ଜାନକୀ ନାଏକଙ୍କ ନେତୃତ୍ୱରେ ଗତ ୨ ତାରିଖଠାରୁ ୧୬ ତାରିଖ ଯାଏ ସଚେତନ କରାଯାଇଛି। ସହରର ୧୨ଟି ଓ୍ବାର୍ଡର ପ୍ରତ୍ୟେକ ଗଳିକନ୍ଦିକୁ ସଚେତନ ରଥ ଯାତ୍ରା କରି ଓ୍ବାର୍ଡବାସୀଙ୍କୁ ଜଳ ହିଁ ଜୀବନ ଲିପ୍‌ଲେଟ୍‌ ବଣ୍ଟନ କରିଥିଲେ। ପାନୀୟ ଜଳର ପ୍ରତ୍ୟେକ ବୁନ୍ଦା ମୂଲ୍ୟବାନ ଏହାର ସଠିକ୍‌ ବ୍ୟବହାର, ଜଳ ସଂରକ୍ଷଣ ସମସ୍ତଙ୍କ ପାଇଁ ଏହା ଏକ ଗୁରୁ ଦାୟିତ୍ୱ ଏବଂ ନିରାପଦ ଏବଂ ଗୁଣାତ୍ମକ ପାଇପ ଜଳ ଯୋଗାଣ, ଟ୍ୟାପ୍‌ରେ ସଫା ପାନୀୟ ଜଳ ରଖିବା ସହିତ ନିୟମିତ ଜଳ ଗୁଣବତ୍ତା ପରୀକ୍ଷା, ଜଳସାଥୀଙ୍କ ଉପଯୁକ୍ତ ବ୍ୟବହାର ଉପରେ ଓ୍ବାର୍ଡବାସୀଙ୍କୁ ସଚେତନ କରାଯାଇଥିଲା। ଗୁରୁବାର ଉଦ୍‌ଯାପନୀ ଦିବସରେ ହିତାଧିକାରୀଙ୍କୁ ପାନୀୟଜଳ ସଫାସୁତୁରା ରଖିବା ସହ ଟ୍ୟାପ୍‌ ପରିସରରେ ଥିବା ଅଳିଆ ଆବର୍ଜନାକୁ ସଫା କରିବାକୁ ଉକ୍ତ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଥିଲା। ସହରରେ ପ୍ରତ୍ୟେକ ଗଳିକନ୍ଦିରେ ପାନୀୟଜଳର ସୁବ୍ୟବସ୍ଥା କରାଯାଇଥିବାରୁ ହିତାଧିକାରୀଙ୍କୁ ପାନୀୟ ଜଳକୁ ସଠିକ୍‌ ବ୍ୟବହାର କରିବା ପାଇଁ ସଚେତନ କରାଯାଇଛି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଆରମ୍ଭ ୬ ହଜାରରୁ ହେଲେ ଏବେ ୧୩ ପ୍ଲଟ୍‌, ଲକ୍‌ରରେ କୋଟି କୋଟି ଟଙ୍କା ; ଆଇଟିଡିଏ ନିର୍ବାହୀ ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି…

ଭୁବନେଶ୍ୱର/ବାଲିଗୁଡ଼ା,୬।୬(ତ୍ରିନାଥ ମହାନ୍ତି/ ସଞ୍ଜୟ କୁମାର ପାଣିଗ୍ରାହୀ): ଚାକିିରି ଆରମ୍ଭ କରିଥିଲେ ୬ ହଜାର ଟଙ୍କାରେ। ହେଲେ ସେ କିଛି ଦିନ ପରେ ଆୟଠାରୁ ଢେର ପରିମାଣର ଅଧିକ…

ଗାଡ଼ି ଉପରେ ଏୟାର ଷ୍ଟ୍ରାଇକ୍‌, ଲେବାନନ୍‌ ସେନା ଅଫିସରଙ୍କ ସମେତ ଚାଲିଗଲା ୯ ଜୀବନ

ବେରୁଟ୍‌ ,୬ା୬: ଇସ୍ରାଏଲ ଏବଂ ଲେବାନନ୍‌ ମଧ୍ୟରେ ନୂଆ ଅସ୍ତ୍ରବିରତି ଚୁକ୍ତିନାମା ସତ୍ତ୍ୱେ ଇସ୍ରାଏଲୀ ସେନା ଆକ୍ରମଣ ଜାରି ରଖିଛି। ଇସ୍ରାଏଲୀ ସେନା ଶନିବାର ଦକ୍ଷିଣ ଲେବାନନ୍‌ରେ…

ମେଗା ପ୍ରକଳ୍ପର ମେନ୍ ପାଇପ୍ ଫାଟିଲା, ପ୍ରବଳ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ୫ରୁ ଊର୍ଦ୍ଧ୍ୱ ଗ୍ରାମକୁ ପାନୀୟ ଜଳ ଯୋଗାଣ ଠପ୍

ଭେଡ଼େନ, ୬ ଜୁନ୍ (ହୃଷିକେଶ ଖମାରୀ): ସମଗ୍ର ଅଞ୍ଚଳରେ ତାପମାତ୍ରା ଥମିବାର ନାଁ ନେଉ ନଥିବା ବେଳେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏଭଳି…

ସାଇବର ଜାଲିଆତି ସିଣ୍ଡିକେଟ୍‌ର ବଡ଼ ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୬ା୬: କେନ୍ଦ୍ରୀୟ ଦିଲ୍ଲୀ ପୋଲିସ ମାସେବ୍ୟାପୀ ଚଢ଼ାଉ କରି ୭ଟି ଆନ୍ତଃରାଜ୍ୟ ସାଇବର ଜାଲିଆତି ସିଣଣ୍ଡିକେଟ୍‌ର ପର୍ଦ୍ଦାଫାଶ କରିବା ସହ ୧୪ ଜଣଙ୍କୁ ଗିରଫ କରିଛି। ଜଣେ…

କୂଅ ସଫା କରିବା ବେଳେ ବ୍ଲିଚିଂ ଗ୍ୟାସରେ ଶ୍ରମିକ ଅଣନିଶ୍ୱାସୀ, ଅଗ୍ନିଶମ ବାହିନୀ ଦ୍ୱାରା…

ଭଞ୍ଜନଗର, ୬ ଜୁନ୍ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଏକ ସାହିରେ କୂଅ ସଫା କରିବା ସମୟରେ ଜଣେ ଶ୍ରମିକ ବିଷାକ୍ତ ଗ୍ୟାସ ସଂସ୍ପର୍ଶରେ…

ଶୁଳିଆ ପାହାଡ଼ରେ ରୋପଣ ହେଲା ୪ ହଜାର ବାଉଁଶ ଚାରା: ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ପାଇଁ…

ଦିଗପହଣ୍ଡି,୬|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ପୋଡ଼ାମାରି ଗ୍ରାମ ସ୍ଥିତ ଚନ୍ଦ୍ରଗିରି ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ରେଞ୍ଜର ରୂପକ ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ…

ଆମେରିକା ପ୍ରବେଶ ପାଇଁ ଇରାନ ଫୁଟବଲ ଦଳକୁ ମିଳିଲା ଭିଜା

ଓ୍ବାଶିଂଟନ,୫।୬: ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌) ଇରାନ ବିଶ୍ୱକପ୍‌ ପୁଟ୍‌ବଲ ଦଳର ସଦସ୍ୟମାନଙ୍କୁ ଭିଜା ପ୍ରଦାନ କରିଛି। ଫଳରେ ଇରାନ ଦଳ ଆମେରିକାରେ ପ୍ରବେଶ କରିପାରିବ। ମେକ୍ସିକୋର ଟିଜୁଆନାରେ ଦଳ…

ଥୁଆମୂଳ ରାମପୁରରେ ପରିବର୍ତ୍ତନ କ୍ଲାସେସ୍ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ: ସଫେଇ ଅଭିଯାନ ସହ ଛାତ୍ରଛାତ୍ରୀ ପୁରସ୍କୃତ

ଥୁଆମୂଳ ରାମପୁର, ୦୬ ଜୁନ୍ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରଠାରେ ସ୍ଥାନୀୟ ଅଗ୍ରଣୀ ଶିକ୍ଷାନୁଷ୍ଠାନ ‘ପରିବର୍ତ୍ତନ କ୍ଲାସେସ୍’ ଆନୁକୂଲ୍ୟରେ ବିଶ୍ୱ ପରିବେଶ ଦିବସ ସମାରୋହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri