ମାଟିମୂର୍ତ୍ତିର ମ୍ୟୁଜିୟମ

ସାତମାଇଲ,୮।୩: ମହାବୀରଙ୍କଠାରୁ ମହାତ୍ମା ଗାନ୍ଧୀ। ତିଳକଙ୍କଠାରୁ ତେଜସ୍ବିନୀ ଲକ୍ଷ୍ମୀବାଈ। ସୁନ୍ଦର ଆଲୋକରେ ଝଲସୁଛି ଓଡ଼ିଶାର ସମୃଦ୍ଧ ସଂସ୍କୃତି, ଲୋକକଳା, ସ୍ବାଧୀନତା ସଂଗ୍ରାମର ଗାଥା, ଜନଜୀବନର ଗହନ କଥା। ଜନଗଣଙ୍କ ଜାଣିବା ଲାଗି ପ୍ରତିଟି ବିଷୟରେ ଦର୍ଶାଯାଇଛି ସଂକ୍ଷିପ୍ତ ସୂଚନା। ଫଟୋଚିତ୍ରରେ ନୁହେଁ, ସବୁ ନିର୍ମାଣ ହୋଇଛି ମାଟିରେ। ଏଭଳି ମାଟିମୂର୍ତ୍ତିର ମ୍ୟୁଜିୟମ ନିର୍ମାଣ ପଛରେ ଯାହାଙ୍କ ନିଷ୍ଠା ଓ ଉଦ୍ୟମ ରହିଛି, ସେ ହେଲେ ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ପାଟଲା ହାଇସ୍କୁଲର ପ୍ରଧାନ ଶିକ୍ଷକ ଧନେଶ୍ୱର ସାହୁ। କଷ୍ଟସାଧ୍ୟ ବିଷୟବସ୍ତୁଗୁଡ଼ିକୁ ଯେପରି ପିଲାମାନେ ସହଜରେ ବୁଝିପାରିବେ ଏବଂ ମନେରଖିପାରିବେ ସେଥିଲାଗି ଏଭଳି ଏକ ପରିକଳ୍ପନା କରିଥିଲେ ଧନେଶ୍ୱର, ଯାହା ଏବେ ଜ୍ଞାନ ବାଣ୍ଟିବା ସହ ଇତିହାସ ସହ ନୂଆପିଢ଼ିକୁ ଯୋଡୁଛି।

ସଂଗ୍ରହାଳୟ ବା ମ୍ୟୁଜିୟମ ହେଉଛି ଜ୍ଞାନର ଭଣ୍ଡାର। ଇତିହାସ, ଭୂଗୋଳ, ରାଜନୀତି, ପ୍ରଶାସନିକ ଘଟଣାବଳୀ, ଜନଜାତିଙ୍କ ଜୀବନଶୈଳୀ ବିଷୟରେ ଏଠାରେ ସାଇତା ହୋଇ ରହିଥାଏ ଅନେକ ସୂଚନା। ତେଣୁ ଇତିହାସ ଏବଂ ବର୍ତ୍ତମାନକୁ ଯୋଡ଼ି ରଖିବାରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ପର୍ଯ୍ୟଟନର ଅନ୍ୟତମ ଅଙ୍ଗ ହୋଇଥିବାରୁ ବିଭିନ୍ନ ସ୍ଥାନରେ ମ୍ୟୁଜିୟମ ସ୍ଥାପନ ଉପରେ ଗୁରୁତ୍ୱ ଦିଆଯାଉଛି। ହେଲେ ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ପାଟଲା ହାଇସ୍କୁଲର ପ୍ରଧାନ ଶିକ୍ଷକ ଧନେଶ୍ୱର ସାହୁ ବ୍ୟକ୍ତିଗତ ଉଦ୍ୟମରେ ସ୍କୁଲରେ କରିଛନ୍ତି ମାଟିମୂର୍ତ୍ତିର କ୍ଷୁଦ୍ର ସଂଗ୍ରହାଳୟ, ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା।
ଧନେଶ୍ୱରଙ୍କ ଘର ହିନ୍ଦୋଳ ବ୍ଲକ ମହାଲୁଣ୍ତା ଗ୍ରାମରେ। ୧୯୮୪ରୁ ପାଟଲା ହାଇସ୍କୁଲରୁ ସେ ଆରମ୍ଭ କରିଥିଲେ ଶିକ୍ଷକତା ଜୀବନ। ୨୦୧୨ ନଭେମ୍ବରରୁ ପ୍ରଧାନ ଶିକ୍ଷକ ଭାବେ ପଦୋନ୍ନତି ପାଇ ବିଦ୍ୟାଳୟର ସମସ୍ତ ଦାୟିତ୍ୱ ସୁଚାରୁରୂପେ ତୁଲାଇ ଆସୁଛନ୍ତି। ଶିକ୍ଷାକ୍ଷେତ୍ରରେ ଦୀର୍ଘଦିନର ଅଭିଜ୍ଞତାକୁ ପୁଞ୍ଜିକରି ସେ ସ୍କୁଲରେ ଗଢ଼ିଛନ୍ତି ନିଆରା ମାଟିମୂର୍ତ୍ତିର ସଂଗ୍ରହାଳୟ, ଯେଉଁଥିରେ ସ୍ଥାନିତ ହୋଇଛି ଓଡ଼ିଶାର ଲୋକସଂସ୍କୃତି, ସଂଗ୍ରାମୀ, ମହାପୁରୁଷ, କବି, ଲେଖକ, ସମାଜ ସଂସ୍କାରକଙ୍କ ପ୍ରତିମୂର୍ତ୍ତି ଏବଂ ସେସମ୍ପର୍କିତ ସଂକ୍ଷିପ୍ତ ଇତିହାସ। ଏହାକୁ ବାଦ୍‌ଦେଲେ ଜନଜାତିଙ୍କ ଜୀବନଶୈଳୀ, ବରଫ ଉପତ୍ୟକାରେ ରହୁଥିବା ଏସ୍କିମୋ, ବିଲୁପ୍ତପ୍ରାୟ ପ୍ରାଣୀ, ଅଭୟାରଣ୍ୟ, ଏନ୍‌ସିସି, ସ୍କାଉଟ୍‌, ଗାଇଡ୍‌, ଜୁନିୟର ରେଡ୍‌କ୍ରସ୍‌, ଓଡ଼ିଶାର ମନ୍ଦିର ପରମ୍ପରା, ଉପଦେଶମୂଳକ କାହାଣୀ ସମ୍ପର୍କିତ ବିଷୟବସ୍ତୁ କଳାକୁଞ୍ଜ ମାଧ୍ୟମରେ ପ୍ରଦର୍ଶିତ ହେଉଛି।
ଏ ସମ୍ପର୍କରେ ନିଜ ଅନୁଭୂତି ବଖାଣି ଧନେଶ୍ୱର କୁହନ୍ତି, କଲିକତାସ୍ଥିତ ଶିଶୁ ଉଦ୍ୟାନ ଦେଖିବା ପରେ ମାଟିମୂର୍ତ୍ତିର ସଂଗ୍ରହାଳୟଟିଏ କରିବାକୁ ତାଙ୍କ ମନରେ ଉତ୍କଣ୍ଠା ଜାତ ହୋଇଥିଲା। ପ୍ରଥମେ ଘରୁ ଏହାର ଭିତ୍ତିଭୂମି ପଡ଼ିଥିଲା। ମାଟି, ଆନୁଷଙ୍ଗିକ ଉପକରଣ ସଂଗ୍ରହ କରି ମୂର୍ତ୍ତି ତିଆରିରେ ସେ ଲାଗିପଡ଼ିଥିଲେ। ଏଥିରେ ସ୍ତ୍ରୀ ସଲିଳ ସାହୁ ସବୁପ୍ରକାର ସହାୟତା କରି ଆସିଛନ୍ତି। ୨୦୧୬ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ୨୦୧୮ ବେଳକୁ ପାଖାପାଖି ପୂର୍ଣ୍ଣାଙ୍ଗ ରୂପ ନେଇସାରିଥିଲା। ଶିକ୍ଷା ବିଭାଗ ଏବଂ ପ୍ରଶାସନର ଅନୁମତିକ୍ରମେ ୨୦୧୮ ନଭେମ୍ବର ୧୪ ଶିଶୁ ଦିବସରେ ବିଦ୍ୟାଳୟରେ ବିଧିବଦ୍ଧ ଭାବେ ଏହାକୁ ସ୍ଥାନାନ୍ତର କରାଯାଇଥିଲା। ତତ୍କାଳୀନ ଉପଜିଲାପାଳ ଭବେଶ କୁମାର ନାୟକ ଏହାର ଉଦ୍‌ଘାଟନ କରିଥିଲେ। ଏହି କାର୍ଯ୍ୟରେ ସ୍କୁଲର ସମସ୍ତ ସହକର୍ମୀ, ଛାତ୍ର୍ରୀଛାତ୍ରଙ୍କ ଅକୁଣ୍ଠ ସହଯୋଗ ମିଳିଛି। ପାଟଲା ସ୍କୁଲ ବହୁ ପୁରୁଣା। ୧୯୮୧ରେ ଏହାର ସ୍ଥାପନ ହୋଇଥିଲା। ପ୍ରଥମରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଥିବାବେଳେ ୧୯୯୮ରେ ନବମ ଏବଂ ଦଶମ ଶ୍ରେଣୀକୁ ସାମିଲ କରାଯାଇଛି। ଏଭଳି ଏକ ସଂଗ୍ରହାଳୟ ଦ୍ୱାରା ପିଲାମାନେ ଅବୁଝା ବିଷୟ ସହଜରେ ବୁଝିପାରୁଛନ୍ତି। ଏହାକୁ ଦେଖିବାକୁ ଜିଲାର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଏବଂ ଛାତ୍ରୀଛାତ୍ର ଆସୁଛନ୍ତି। ୨୦୧୯ ସ୍ବାଧୀନତା ଦିବସରେ ଜିଲା ପ୍ରଶାସନ ପକ୍ଷରୁ ସ୍କୁଲକୁ ଶ୍ରେଷ୍ଠ ବିଦ୍ୟାଳୟର ମାନ୍ୟତା ମିଳିବା ଖୁବ୍‌ ଖୁସି ଦେଇଥିଲା। ଆଗାମୀ ଦିନରେ ସଂଗ୍ରହାଳୟର କଳେବର ବଢ଼ାଇବା ଲକ୍ଷ୍ୟ ରହିଛି ବୋଲି ଧନେଶ୍ୱର କହିଛନ୍ତି।

ସୁଶାନ୍ତ କୁମାର ପତି


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?