ଶ୍ରେଣୀଶିକ୍ଷା ବଢ଼ାଇଛି ଉତ୍ସାହ

କୋରାପୁଟ୍‌/ମାଲକାନଗିରି/ନବରଙ୍ଗପୁର, ୯।୨(ସ୍ବ.ପ୍ର./ଡି.ଏନ୍‌.ଏ./ବି.ପ୍ର.)

ରାଜ୍ୟରେ ସୋମବାରଠାରୁ ବିଦ୍ୟାଳୟଗୁଡିକ ଖୋଲିଛି। ଅନ୍‌ଲାଇନ ବଦଳରେ ଛାତ୍ରୀଛାତ୍ରମାନେ ଶ୍ରେଣୀଗୃହରେ ଶିକ୍ଷାଲାଭ କରିଛନ୍ତି। ଏହା ସେମାନଙ୍କ ମଧ୍ୟରେ ପାଠପଢା ପ୍ରତି ଆଗ୍ରହ ସୃଷ୍ଟି କରିଛି। ଦୀର୍ଘ ଦିନ ପରେ ସହପାଠୀଙ୍କ ଗହଣରେ ପାଠ ପଢିବା ସେମାନଙ୍କ ମନରେ ଖୁସି ଭରିଦେଇଛି। ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲାର ବିଭିନ୍ନ ବିଦ୍ୟାଳୟର ପିଲାଙ୍କ ଅନୁଭୂତିକୁ ନେଇ ଏକ ସ୍ବତନ୍ତ୍ର ଉପସ୍ଥାପନା…

ଉତ୍ସାହ ବଢ଼ାଇଛି ପ୍ରତ୍ୟକ୍ଷ ଶ୍ରେଣୀ ଶିକ୍ଷା
ରାଜ୍ୟ ସରକାର ଅଷ୍ଟମରୁ ଦଶମ ଶ୍ରେଣୀ ଖୋଲିବାର ଅନୁମତି ଦେଲା ପରେ ଆମ ଛାତ୍ରୀଛାତ୍ରଙ୍କ ମଧ୍ୟରେ ପ୍ରତ୍ୟକ୍ଷ ଶ୍ରେଣୀ ଶିକ୍ଷା ଉତ୍ସାହ ବୃଦ୍ଧି ପାଇଛି। କୋଭିଡ୍‌ କଟକଣା ଯୋଗୁ ଘରେ ରହି ସବୁ ସମୟରେ ଅନ୍‌ଲାଇନରେ ଶିକ୍ଷା ଗ୍ରହଣ କରିବାରେ ଅସୁବିଧା ହେଉଥିଲା। କୌଣସି ସହପାଠୀଙ୍କ ସହ ସାକ୍ଷାତ ହୋଇ ନ ଥିଲା। ମନରେ କିଛି ଦ୍ୱନ୍ଦ୍ୱ ରହିଲେ ତାହା ଦୂର କରିବା କଷ୍ଟକର ହୋଇପଡୁଥିଲା। ଦୀର୍ଘଦିନ ପରେ ବିଦ୍ୟାଳୟକୁ ଆସି ସମସ୍ତ ସହପାଠୀଙ୍କୁ ଦେଖି ଖୁବ୍‌ ଖୁସି ଲାଗୁଛି। ବିଦ୍ୟାଳୟ ଯିବା ବେଳେ ମୁଁ କୋଭିଡ୍‌ କଟକଣା ପାଳନକରି ଶିକ୍ଷା ଗ୍ରହଣ କରୁଛି।
-ସରସ୍ବତୀ ପଣ୍ଡା, ଦଶମ ଶ୍ରେଣୀ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ମାଲକାନଗିରି

ସ୍କୁଲ ବନ୍ଦ ବେଳେ ମୋର ଅନେକ କ୍ଷତି ହୋଇଛି
ବିଦ୍ୟାଳୟ ଖୋଲିବା ଏବଂ ଶିକ୍ଷା ଗ୍ରହଣ କରିବା ମୋତେ ଉତ୍ସାହିତ କରିଛି। କୋଭିଡ୍‌ କଟକଣା ଯୋଗୁ ଗତ ଦୁଇବର୍ଷ ଧରି ଶ୍ରେଣୀଗୃହରେ ପ୍ରତ୍ୟକ୍ଷ ଶିକ୍ଷା ଗ୍ରହଣ କରି ନ ପାରିବା ମୋ ପାଇଁ ଅନେକ କ୍ଷତି ହୋଇଛି। ଏବେ ବିଦ୍ୟାଳୟ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହୋଇଥିବାରୁ ଅକ୍ଲାନ୍ତ ପରିଶ୍ରମକରି ସେ କ୍ଷତି ଭରଣା କରିବି ବୋଲି ଭାବିଛି। ବିଦ୍ୟାଳୟରେ ଆମେ କୋଭିଡ୍‌ ନିୟମ ପାଳନ କରି ଶିକ୍ଷା ଗ୍ରହଣ କରୁଛୁ। ସବୁ କ୍ଷେତ୍ରରେ ଲୋକମାନେ ଏହି ନିୟମ ପାଳନ କଲେ କୋଭିଡ୍‌ ସଂକ୍ରମଣର ଭୟ ରହିବ ନାହିଁ।
-ସତ୍ୟଜିତ ମିଶ୍ର, ନବମ ଶ୍ରେଣୀ, ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ମାଲକାନଗିରି

ଶ୍ରେଣୀଗୃହ ପାଠପଢ଼ା ଭଲ ଲାଗୁଛି
ସରକାରଙ୍କୁ ଧନ୍ୟବାଦ ଯେ ଆମ ସ୍କୁଲ ପୁଣି ଥରେ ଖୋଲିବାକୁ ଅନୁମତି ଦେଇଛନ୍ତି। ଅନ୍‌ଲାଇନ କ୍ଲାସ୍‌ରେ ଯାହା ଆମକୁ ଅସୁବିଧା ହେଉଥିଲା ତାହା ଆଉ ହେବ ନାହିଁ। ଅନ୍‌ଲାଇନରେ ବହୁ ପିଲା କ୍ଲାସ୍‌ କରିବାକୁ ସକ୍ଷମ ହେଉ ନ ଥିଲେ। ସ୍କୁଲ ସମ୍ପୂର୍ଣ୍ଣ ସାନିଟାଇଜ୍‌ ହୋଇଛି। ଦୀର୍ଘ ଦିନ ପରେ ସ୍କୁଲରେ ସାଙ୍ଗସାଥୀଙ୍କ ସହ ଶ୍ରେଣୀଗୃହ ପାଠପଢ଼ା ଖୁବ୍‌ ଭଲ ଲାଗୁଛି।
-ଓମ୍‌ପ୍ରଭା ପଣ୍ଡା,କୋରାପୁଟ

ସାର୍‌ମାନେ ଆଗ୍ରହର ସହ ପଢ଼ାଉଛନ୍ତି
ଦୀର୍ଘଦିନ ପରେ ସ୍କୁଲ ଆସି ଭଲ ଲାଗିଲା। ସ୍କୁଲ ଖୋଲିଥିବାରୁ ଆମେ ବହୁତ ଖୁସି। କୋଭିଡ୍‌ କଟକଣା ଅନୁଯାୟୀ ମୁହଁରେ ମାସ୍କ ଲଗାଇ ହାତ ଧୋଇ ଶ୍ରେଣୀଗୃହରେ ବସି ପାଠ ପଢ଼ିଲୁ। ସାର୍‌ମାନେ ଆମକୁ ଅତି ଆଗ୍ରହର ସହ ପାଠ ପଢ଼ାଇଲେ। ଭଗବାନ୍‌ କରନ୍ତୁ ଏପରି ଆମ କ୍ଲାସ୍‌ ଚାଲିଥାଉ।
– ଅମ୍ରିତାଂଶୁ ଶେଖର ନାୟକ, ୧୦ମ ଶ୍ରେଣୀ କୋରାପୁଟ

ଶ୍ରେଣୀଗୃହ ପଢ଼ା ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି କରେ
ବିଦ୍ୟାଳୟ ୭ରୁ ଖୋଲିଲା ା ଅନ୍‌ଲାଇନ ପାଠପଢ଼ାରେ ଯେଉଁ ରୁଚି ରହୁଥିଲା ବିଦ୍ୟାଳୟକୁ ଯାଇ ପାଠ ପଢିବା ଦ୍ୱାରା ପଢା ପ୍ରତି ଆହୁରି ଅଧିକ ଆଗ୍ରହ ବଢିଛି ା କ୍ଲାସ୍‌ ରୁମ୍‌ରେ ସହପାଠୀଙ୍କ ସହ ପାଠ ପଢିବା ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି କରେ। ବିଦ୍ୟାଳୟ ପାଠପଢା ଯୋଗୁ ଗୁଣାତ୍ମକ ଶିକ୍ଷା ବୃଦ୍ଧି ପାଇବ। ଅନ୍‌ଲାଇନ ପଢ଼ା ସମସ୍ତଙ୍କ ପାଇଁ ସମାନ ହୋଇ ନ ଥିଲା। କାହା ପାଖରେ ମୋବାଇଲ ନ ଥିଲା ତ ଆଉ କେଉଁଠି ନେଟ୍‌ୱର୍କ କାମ କରୁ ନ ଥିଲା ା ଏହାଦ୍ୱାରା ପଢାରେ ବହୁ ସମସ୍ୟା ଉପୁଜୁଥିଲା। ଏବେ ସେହି ସମସ୍ୟା ରହିବ ନାହିଁ ା
-ସୌମ୍ୟଶ୍ରୀ ପାତ୍ର, ୧୦ମ ଶ୍ରେଣୀ,
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ନବରଙ୍ଗପୁର

ପୂର୍ବ ସମସ୍ୟା ଦୂର ହୋଇଛି
ବିଦ୍ୟାଳୟ ଖୋଲିବା ପରେ ଖୁସି ଲାଗୁଛି ା କୋଭିଡ୍‌ କଟକଣା ଯୋଗୁ ଅନ୍‌ଲାଇନ ପାଠପଢ଼ା ହେଉଥିଲେ ମଧ୍ୟ ସମସ୍ତ ବିଷୟ ଜାଣିବା କଷ୍ଟ ହେଉଥିଲା। ଏବେ ବିଦ୍ୟାଳୟ ରେ ଶିକ୍ଷୟିତ୍ରୀ ଶିକ୍ଷକମାନେ ପାଠ ପଢାଇବା ଦ୍ୱାରା ସମସ୍ତ ବିଷୟର ପାଠ ବୁଝିବା ସହଜ ହେବ ା ପୂର୍ବ ସମସ୍ୟା ଦୂର ହୋଇଛି, ଆଶ୍ୱସ୍ତି ଲାଗୁଛି।
-ଏ. ଲାବଣ୍ୟା, ୟୁନିକ୍‌ ପବ୍ଲିକ ସ୍କୁଲ, ନବରଙ୍ଗପୁର

ଭବିଷ୍ୟତ କଥା ଭାବି ବହୁ ଦୁଃଖ ଲାଗୁଥିଲା
ନେଟ୍‌ୱର୍କ ସମସ୍ୟା ଯୋଗୁ ଅନ୍‌ଲାଇନ ପାଠପଢା ସମସ୍ୟା ହେଉଥିଲା। ଭବିଷ୍ୟତ କଥା ଭାବି ବହୁତ ଦୁଃଖ ଲାଗୁଥିଲା ା ଏବେ ବିଦ୍ୟାଳୟ ଖୋଲିଛି, ଏଣିକି ଶ୍ରେଣୀଗୃହରେ ବସି ପାଠ ପଢ଼ିବା ଦ୍ୱାରା ପୂର୍ବ ସମସ୍ୟା ରହିବ ନାହିଁ।
-ଅମିତା ଭତରା, ସରକାରୀ ଉଚ୍ଚବାଳିକା
ବିଦ୍ୟାଳୟ, ଡାବୁଗାଁ, ନବରଙ୍ଗପୁର


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ପାଇଁ ସକାଳୁଆ ସ୍କୁଲ ବନ୍ଦ

କୋରାପୁଟ,୫ା୧୨(ଅମିତାଭ ବେହେରା)-କୋରାପୁଟ ଜିଲାରେ ଅସହ୍ୟ ଶୀତ ହେଉଥିବାରୁ ଫ୍ରେବୃଆରୀ ଯାଏ ସକାଳୁଆ କ୍ଲାସ ବନ୍ଦ ରଖିବାକୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଏକ ନିର୍ଦ୍ଦେଶନାମା ଜାରି...

ମନମୋହୁଛି ମାଲ୍ୟବନ୍ତ ମହୋତ୍ସବ: ଆଜି ଆସିବେ ଓଡ଼ିଆ ସୁପରଷ୍ଟାର ବାବୁଶାନ

କାଲିମେଳା, ୪।୧୨(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲାର ସବୁଠାରୁ ବଡ଼ ସାଂସ୍କୃତିକ ଗଣପର୍ବ ମାଲ୍ୟବନ୍ତ ମହୋତ୍ସବ ଏବେ ପୂରା ଜିଲା ସମେତ ବ୍ଲକ ସ୍ତରରେ ମହାଆଡମ୍ବର...

ହଠାତ୍‌ ପେଟବ୍ୟଥା ହୋଇ ଅସୁସ୍ଥ ହୋଇପଡିଲେ ୩୫ ଛାତ୍ରୀଛାତ୍ର: ହସ୍ପିଟାଲରେ ଭର୍ତ୍ତି କଲେ କର୍ତ୍ତୃପକ୍ଷ

ବୈପାରୀଗୁଡା,୨।୧୨(କଳ୍ପତରୁ ମହାନ୍ତି): ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଶୀରିବେଡା ପିଏମଶ୍ରୀ ସରକାରୀ ସ୍କୁଲ ହଷ୍ଟେଲର ୩୫ ଛାତ୍ରୀଛାତ୍ର ଅସୁସ୍ଥ ହୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ହଠାତ୍‌...

ଛାତ୍ରବାସକୁ ଫେରିଲେ ନିଖୋଜ ୨୦ ଛାତ୍ର: ଜାଣନ୍ତୁ ଯାଇଥିଲେ କୁଆଡ଼େ

କୋରାପୁଟ,୧।୧୨(ଅମିତାଭ ବେହେରା): କୋରାପୁଟ ସରକାରୀ ଉଛ ବିଦ୍ୟାଳୟ -ଲଙ୍କାପୁଟର ଛାତ୍ରବାସରୁ ନିଖୋଜ ୨୦ ଛାତ୍ର ପୁଣି ଫେରିଛନ୍ତି। ସମସ୍ତେ ନିକଟସ୍ତ ପଣ୍ଡି ପିକନିକ ସ୍ପଟକୁ ଯାଇଥିଲେ...

ବିଦ୍ୟାଳୟରୁ ୨୦ ଛାତ୍ର କୁଆଡ଼େ ଉଭାନ: ଚିନ୍ତାରେ ଅଭିଭାବକ

କୋରାପୁଟ,୧।୧୨(ଅମିତାଭ ବେହେରା): କୋରାପୁଟ ସରକାରୀ ଉଛ ବିଦ୍ୟାଳୟ -ଲଙ୍କାପୁଟର ଛାତ୍ରବାସରୁ ୨୦ ଛାତ୍ର ନିଖୋଜ। ଆଜି ସକାଳୁ ପ୍ରଥମରୁ ପଞ୍ଚମ ର ୨୦ ଜଣ ଛାତ୍ର...

ଅନ୍ତେବାସୀ ଛାତ୍ର ଗୁରୁତର ଘଟଣା: ରାତିଅଧରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ନିଲମ୍ବିତ, ରୋଷେୟା ବହିଷ୍କୃତ

ନବରଙ୍ଗପୁର,୨୯।୧୧(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ୍‌ କୋକଡ଼ି ସେମଲା ଆଶ୍ରମ ବିଦ୍ୟାଳୟ ହଷ୍ଟେଲ ରୋଷେଇଘରେ ଗତ ୨୦ ତାରିଖରେ ପ୍ରେସରକୁକର ଫାଟି ସପ୍ତମ ଶ୍ରେଣୀ ଛାତ୍ର...

ପାଚେରି ଡେଇଁ ଗୁରୁତର ଛାତ୍ରଙ୍କୁ ଉଦ୍ଧାରକଲେ ପ୍ରଦୀପ ମାଝୀ: ଚିକିତ୍ସା ନ କରାଇ ୯ଦିନ ପର୍ଯ୍ୟନ୍ତ ହଷ୍ଟେଲରେ ତାଲା ପକାଇ ରଖିଥିଲେ

ନବରଙ୍ଗପୁର,୨୯।୧୧(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ୍‌ କୋକଡ଼ି ସେମଲା ଆଶ୍ରମ ବିଦ୍ୟାଳୟ ହଷ୍ଟେଲ ରୋଷେଇଘରେ ଗତ ୨୦ ତାରିଖରେ ପ୍ରେସରକୁକର ଫାଟି ସପ୍ତମ ଶ୍ରେଣୀ ଛାତ୍ର...

ଅନ୍ୟ ଜାତିରେ ବିବାହ କରିଥିଲେ ବାପା, ପୁଅର ମୃତଦେହ ଛୁଇଁଲେନି ସମାଜ ଲୋକେ

ଚନ୍ଦାହାଣ୍ଡି/ନବରଙ୍ଗପୁର,୨୯।୧୧(ଦିଲ୍ଲୀପ ଦାସ/ସଦଶିବ ପ୍ରହରାଜ): ଯେତେ ସଚେତନକଲେ ମଧ୍ୟ ଲୋକଙ୍କ ଭିତରେ ଏବେ ମଧ୍ୟ ଅନ୍ଧବିଶ୍ୱାସ, ଜାତିପ୍ରଥା ଭରି ରହିଛି। ଏହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri