ଶ୍ରେଣୀଶିକ୍ଷା ବଢ଼ାଇଛି ଉତ୍ସାହ

କୋରାପୁଟ୍‌/ମାଲକାନଗିରି/ନବରଙ୍ଗପୁର, ୯।୨(ସ୍ବ.ପ୍ର./ଡି.ଏନ୍‌.ଏ./ବି.ପ୍ର.)

ରାଜ୍ୟରେ ସୋମବାରଠାରୁ ବିଦ୍ୟାଳୟଗୁଡିକ ଖୋଲିଛି। ଅନ୍‌ଲାଇନ ବଦଳରେ ଛାତ୍ରୀଛାତ୍ରମାନେ ଶ୍ରେଣୀଗୃହରେ ଶିକ୍ଷାଲାଭ କରିଛନ୍ତି। ଏହା ସେମାନଙ୍କ ମଧ୍ୟରେ ପାଠପଢା ପ୍ରତି ଆଗ୍ରହ ସୃଷ୍ଟି କରିଛି। ଦୀର୍ଘ ଦିନ ପରେ ସହପାଠୀଙ୍କ ଗହଣରେ ପାଠ ପଢିବା ସେମାନଙ୍କ ମନରେ ଖୁସି ଭରିଦେଇଛି। ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲାର ବିଭିନ୍ନ ବିଦ୍ୟାଳୟର ପିଲାଙ୍କ ଅନୁଭୂତିକୁ ନେଇ ଏକ ସ୍ବତନ୍ତ୍ର ଉପସ୍ଥାପନା…

ଉତ୍ସାହ ବଢ଼ାଇଛି ପ୍ରତ୍ୟକ୍ଷ ଶ୍ରେଣୀ ଶିକ୍ଷା
ରାଜ୍ୟ ସରକାର ଅଷ୍ଟମରୁ ଦଶମ ଶ୍ରେଣୀ ଖୋଲିବାର ଅନୁମତି ଦେଲା ପରେ ଆମ ଛାତ୍ରୀଛାତ୍ରଙ୍କ ମଧ୍ୟରେ ପ୍ରତ୍ୟକ୍ଷ ଶ୍ରେଣୀ ଶିକ୍ଷା ଉତ୍ସାହ ବୃଦ୍ଧି ପାଇଛି। କୋଭିଡ୍‌ କଟକଣା ଯୋଗୁ ଘରେ ରହି ସବୁ ସମୟରେ ଅନ୍‌ଲାଇନରେ ଶିକ୍ଷା ଗ୍ରହଣ କରିବାରେ ଅସୁବିଧା ହେଉଥିଲା। କୌଣସି ସହପାଠୀଙ୍କ ସହ ସାକ୍ଷାତ ହୋଇ ନ ଥିଲା। ମନରେ କିଛି ଦ୍ୱନ୍ଦ୍ୱ ରହିଲେ ତାହା ଦୂର କରିବା କଷ୍ଟକର ହୋଇପଡୁଥିଲା। ଦୀର୍ଘଦିନ ପରେ ବିଦ୍ୟାଳୟକୁ ଆସି ସମସ୍ତ ସହପାଠୀଙ୍କୁ ଦେଖି ଖୁବ୍‌ ଖୁସି ଲାଗୁଛି। ବିଦ୍ୟାଳୟ ଯିବା ବେଳେ ମୁଁ କୋଭିଡ୍‌ କଟକଣା ପାଳନକରି ଶିକ୍ଷା ଗ୍ରହଣ କରୁଛି।
-ସରସ୍ବତୀ ପଣ୍ଡା, ଦଶମ ଶ୍ରେଣୀ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ମାଲକାନଗିରି

ସ୍କୁଲ ବନ୍ଦ ବେଳେ ମୋର ଅନେକ କ୍ଷତି ହୋଇଛି
ବିଦ୍ୟାଳୟ ଖୋଲିବା ଏବଂ ଶିକ୍ଷା ଗ୍ରହଣ କରିବା ମୋତେ ଉତ୍ସାହିତ କରିଛି। କୋଭିଡ୍‌ କଟକଣା ଯୋଗୁ ଗତ ଦୁଇବର୍ଷ ଧରି ଶ୍ରେଣୀଗୃହରେ ପ୍ରତ୍ୟକ୍ଷ ଶିକ୍ଷା ଗ୍ରହଣ କରି ନ ପାରିବା ମୋ ପାଇଁ ଅନେକ କ୍ଷତି ହୋଇଛି। ଏବେ ବିଦ୍ୟାଳୟ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହୋଇଥିବାରୁ ଅକ୍ଲାନ୍ତ ପରିଶ୍ରମକରି ସେ କ୍ଷତି ଭରଣା କରିବି ବୋଲି ଭାବିଛି। ବିଦ୍ୟାଳୟରେ ଆମେ କୋଭିଡ୍‌ ନିୟମ ପାଳନ କରି ଶିକ୍ଷା ଗ୍ରହଣ କରୁଛୁ। ସବୁ କ୍ଷେତ୍ରରେ ଲୋକମାନେ ଏହି ନିୟମ ପାଳନ କଲେ କୋଭିଡ୍‌ ସଂକ୍ରମଣର ଭୟ ରହିବ ନାହିଁ।
-ସତ୍ୟଜିତ ମିଶ୍ର, ନବମ ଶ୍ରେଣୀ, ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ମାଲକାନଗିରି

ଶ୍ରେଣୀଗୃହ ପାଠପଢ଼ା ଭଲ ଲାଗୁଛି
ସରକାରଙ୍କୁ ଧନ୍ୟବାଦ ଯେ ଆମ ସ୍କୁଲ ପୁଣି ଥରେ ଖୋଲିବାକୁ ଅନୁମତି ଦେଇଛନ୍ତି। ଅନ୍‌ଲାଇନ କ୍ଲାସ୍‌ରେ ଯାହା ଆମକୁ ଅସୁବିଧା ହେଉଥିଲା ତାହା ଆଉ ହେବ ନାହିଁ। ଅନ୍‌ଲାଇନରେ ବହୁ ପିଲା କ୍ଲାସ୍‌ କରିବାକୁ ସକ୍ଷମ ହେଉ ନ ଥିଲେ। ସ୍କୁଲ ସମ୍ପୂର୍ଣ୍ଣ ସାନିଟାଇଜ୍‌ ହୋଇଛି। ଦୀର୍ଘ ଦିନ ପରେ ସ୍କୁଲରେ ସାଙ୍ଗସାଥୀଙ୍କ ସହ ଶ୍ରେଣୀଗୃହ ପାଠପଢ଼ା ଖୁବ୍‌ ଭଲ ଲାଗୁଛି।
-ଓମ୍‌ପ୍ରଭା ପଣ୍ଡା,କୋରାପୁଟ

ସାର୍‌ମାନେ ଆଗ୍ରହର ସହ ପଢ଼ାଉଛନ୍ତି
ଦୀର୍ଘଦିନ ପରେ ସ୍କୁଲ ଆସି ଭଲ ଲାଗିଲା। ସ୍କୁଲ ଖୋଲିଥିବାରୁ ଆମେ ବହୁତ ଖୁସି। କୋଭିଡ୍‌ କଟକଣା ଅନୁଯାୟୀ ମୁହଁରେ ମାସ୍କ ଲଗାଇ ହାତ ଧୋଇ ଶ୍ରେଣୀଗୃହରେ ବସି ପାଠ ପଢ଼ିଲୁ। ସାର୍‌ମାନେ ଆମକୁ ଅତି ଆଗ୍ରହର ସହ ପାଠ ପଢ଼ାଇଲେ। ଭଗବାନ୍‌ କରନ୍ତୁ ଏପରି ଆମ କ୍ଲାସ୍‌ ଚାଲିଥାଉ।
– ଅମ୍ରିତାଂଶୁ ଶେଖର ନାୟକ, ୧୦ମ ଶ୍ରେଣୀ କୋରାପୁଟ

ଶ୍ରେଣୀଗୃହ ପଢ଼ା ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି କରେ
ବିଦ୍ୟାଳୟ ୭ରୁ ଖୋଲିଲା ା ଅନ୍‌ଲାଇନ ପାଠପଢ଼ାରେ ଯେଉଁ ରୁଚି ରହୁଥିଲା ବିଦ୍ୟାଳୟକୁ ଯାଇ ପାଠ ପଢିବା ଦ୍ୱାରା ପଢା ପ୍ରତି ଆହୁରି ଅଧିକ ଆଗ୍ରହ ବଢିଛି ା କ୍ଲାସ୍‌ ରୁମ୍‌ରେ ସହପାଠୀଙ୍କ ସହ ପାଠ ପଢିବା ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି କରେ। ବିଦ୍ୟାଳୟ ପାଠପଢା ଯୋଗୁ ଗୁଣାତ୍ମକ ଶିକ୍ଷା ବୃଦ୍ଧି ପାଇବ। ଅନ୍‌ଲାଇନ ପଢ଼ା ସମସ୍ତଙ୍କ ପାଇଁ ସମାନ ହୋଇ ନ ଥିଲା। କାହା ପାଖରେ ମୋବାଇଲ ନ ଥିଲା ତ ଆଉ କେଉଁଠି ନେଟ୍‌ୱର୍କ କାମ କରୁ ନ ଥିଲା ା ଏହାଦ୍ୱାରା ପଢାରେ ବହୁ ସମସ୍ୟା ଉପୁଜୁଥିଲା। ଏବେ ସେହି ସମସ୍ୟା ରହିବ ନାହିଁ ା
-ସୌମ୍ୟଶ୍ରୀ ପାତ୍ର, ୧୦ମ ଶ୍ରେଣୀ,
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ନବରଙ୍ଗପୁର

ପୂର୍ବ ସମସ୍ୟା ଦୂର ହୋଇଛି
ବିଦ୍ୟାଳୟ ଖୋଲିବା ପରେ ଖୁସି ଲାଗୁଛି ା କୋଭିଡ୍‌ କଟକଣା ଯୋଗୁ ଅନ୍‌ଲାଇନ ପାଠପଢ଼ା ହେଉଥିଲେ ମଧ୍ୟ ସମସ୍ତ ବିଷୟ ଜାଣିବା କଷ୍ଟ ହେଉଥିଲା। ଏବେ ବିଦ୍ୟାଳୟ ରେ ଶିକ୍ଷୟିତ୍ରୀ ଶିକ୍ଷକମାନେ ପାଠ ପଢାଇବା ଦ୍ୱାରା ସମସ୍ତ ବିଷୟର ପାଠ ବୁଝିବା ସହଜ ହେବ ା ପୂର୍ବ ସମସ୍ୟା ଦୂର ହୋଇଛି, ଆଶ୍ୱସ୍ତି ଲାଗୁଛି।
-ଏ. ଲାବଣ୍ୟା, ୟୁନିକ୍‌ ପବ୍ଲିକ ସ୍କୁଲ, ନବରଙ୍ଗପୁର

ଭବିଷ୍ୟତ କଥା ଭାବି ବହୁ ଦୁଃଖ ଲାଗୁଥିଲା
ନେଟ୍‌ୱର୍କ ସମସ୍ୟା ଯୋଗୁ ଅନ୍‌ଲାଇନ ପାଠପଢା ସମସ୍ୟା ହେଉଥିଲା। ଭବିଷ୍ୟତ କଥା ଭାବି ବହୁତ ଦୁଃଖ ଲାଗୁଥିଲା ା ଏବେ ବିଦ୍ୟାଳୟ ଖୋଲିଛି, ଏଣିକି ଶ୍ରେଣୀଗୃହରେ ବସି ପାଠ ପଢ଼ିବା ଦ୍ୱାରା ପୂର୍ବ ସମସ୍ୟା ରହିବ ନାହିଁ।
-ଅମିତା ଭତରା, ସରକାରୀ ଉଚ୍ଚବାଳିକା
ବିଦ୍ୟାଳୟ, ଡାବୁଗାଁ, ନବରଙ୍ଗପୁର


Enter your email to get our daily news in your inbox.

All Right Reserved By Dharitri.Com

ପାଠ୍ୟପୁସ୍ତକରେ ତ୍ରୁଟି: କଂଗ୍ରେସର ୧୨ ଘଣ୍ଟିଆ ନବରଙ୍ଗପୁର ଜିଲା ବନ୍ଦ ଡାକରା: ଜନଜୀବନ ପ୍ରଭାବିତ

ନବରଙ୍ଗପୁର, ୧।୭ (ସଦାଶିବ ପ୍ରହରାଜ): ଗଣଶିକ୍ଷା ବିଭାଗ ଅଧୀନ ପାଠ୍ୟପୁସ୍ତକରେ ରହିଥିବା ତ୍ରୁଟିକୁ ନେଇ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ନବରଙ୍ଗପୁର ଜିଲାବନ୍ଦ ଡାକରାର ବୁଧବାର…

ଆନ୍ଧ୍ର ପୋଲିସ ମାଡ଼ରେ ୨ ଓଡ଼ିଆ ଯୁବକ ଗୁରୁତର, ଗଞ୍ଜେଇ ଚାଲାଣକାରୀ କହି ଉଠାଇ ନେଇଥିବା ଅଭିଯୋଗ

ନନ୍ଦପୁର,୩୦।୬(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତ ସୁରୁମି ଗ୍ରାମର ୨ ଯୁବକଙ୍କୁ ଆନ୍ଧ୍ର ମୁଚିମପୁଟ ପୋଲିସ ଗଞ୍ଜେଇ ଚୋରା ଚାଲାଣ କରୁଥିବା…

ସୁନା ବ୍ୟବସାୟୀଙ୍କ ଘରୁ ଲୁଟ୍‌: ୫ ବର୍ଷ ପରେ ତାମିଲନାଡୁରୁ ଗିରଫ ହେଲେ ଦମ୍ପତି

ମାଲକାନଗିରି,୨୯ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସଦର ମହକୁମାର ଏକ ସୁନା ବ୍ୟବସାୟୀଙ୍କ ଘରୁ ଅଳଙ୍କାର ଚୋରି ମାମଲାରେ ତାମିଲନାଡୁର ଏକ ଦମ୍ପତି ଗିରଫ ହୋଇଛନ୍ତି।ଏନେଇ ମାଲକାନଗିରି ଏସ୍‌ପି ବିନୋଦ…

କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା: ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି, ଭକ୍ତଙ୍କ ପ୍ରବଳ ଭିଡ଼

କୋରାପୁଟ,୨୯ା୬(ଅମିତାଭ ବେହେରା): ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସୋମବାର କୋରାପୁଟସ୍ଥିତ ଶାବର ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି । ପୂର୍ବାହ୍ନ ୧୦ଟା ୩୦ ମିନିଟ…

କୋଳି ତୋଳିବାକୁ ଯାଇଥିଲେ ମା’-ଝିଅ, ହଠାତ୍‌ ବଦଳିଗଲା ପାଗ, ଘଟିଲା ବଡ଼ ଅଘଟଣ

ଉମରକୋଟ,୨୮ା୬(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ରାଇଘର ବ୍ଲକରୁ ଆସିଛି ଏକ ଦୁଃଖଦ ଖବର। କୋଳି ତୋଳିବାକୁ ଯାଇ ମା’-ଝିଅଙ୍କ ଜୀବନ ଚାଲିଯାଇଛି। ଏହି ଘଟଣା ପରେ ଗାଁରେ…

ଶିଶୁକନ୍ୟାର ମୁଣ୍ଡ ଉପରେ ଚଢ଼ିଗଲା ମିନିଟ୍ରକ୍‌

ନବରଙ୍ଗପୁର,୨୮ା୬(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଉମରକୋଟରୁ ଆସିଛି ଏକ ଅତ୍ୟନ୍ତ ଦୁଃଖଦ ଏବଂ ହୃଦୟ ବିଦାରକ ଖବର। ୪ ବର୍ଷର ଏକ ଶିଶୁକନ୍ୟାଙ୍କ ଉପରେ ଚଢ଼ିଗଲା ମିନିଟ୍ରକ୍‌।…

ମାଲକାନଗିରି ପୋଲିସକୁ ଆଉ ଏକ ବଡ଼ ସଫଳତା: ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି,୨୮ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପୋଲିସକୁ ପୁଣିଥରେ ଏକ ବଡ଼ ସଫଳତା ମିଳିଛି। ମାଓବାଦୀଙ୍କ ଡମ୍ପ୍‌ ଠାବ କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri