ଭଙ୍ଗା ଘରେ ଚାଲିଛି ପାଠପଢ଼ା

ବାହାନଗା,୪ା୭(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ସାହାସପୁରା ପଞ୍ଚାୟତରେ ଥିବା ନେତାଜୀ ହାଇସ୍କୁଲର ଛାତ୍ରୀଛାତ୍ର ବିପଦସଙ୍କୁଳ ଭଙ୍ଗାଘରେ ଓ ବାରଣ୍ଡାରେ ବସି ପାଠ ପଢୁଛନ୍ତି। ୧୯୯୪ରେ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ଦ୍ବାରା ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଏବେ ନାନା ଅବ୍ୟବସ୍ଥା ଦେଖାଦେଇଛି।
ଏହି ବିଦ୍ୟାଳୟରେ ପଢ଼ୁଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଛାତ୍ରୀଛାତ୍ରଙ୍କ ପାଇଁ ଜଣେ ଶିକ୍ଷୟତ୍ରୀ ନିଯୁକ୍ତି କରାଯାଇଛି। ଏହି ଶିକ୍ଷୟିତ୍ରୀଙ୍କ ସମେତ ବିଦ୍ୟାଳୟରେ ମୋଟ ୯ଜଣ ଶିକ୍ଷକ ଓ ୪ କର୍ମଚାରୀ ଅଛନ୍ତି। ୨୦୦୮-୦୯ରେ ଏହା ବ୍ଲକଗ୍ରାଣ୍ଟ ମାନ୍ୟତା ପାଇବା ସହ ଅଷ୍ଟମ,ନବମ ଓ ଦଶମ ଶ୍ରେଣୀ ଥିଲା। ୨୦୧୮-୧୯ରେ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ସର୍ବଶିକ୍ଷା ଅଭିଯାନରେ ସାମିଲ କରାଯାଇଥିଲା। ଏବେ ଏହି ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀରେ ମୋଟ ୯୫ ଛାତ୍ରୀଛାଚ୍ର ଅଧ୍ୟୟନ କରୁଛନ୍ତି। ସେମାନେ ଭଙ୍ଗା ଘରେ ପାଠ ପଢ଼ିବା ସହ ଶ୍ରେଣୀ ଗୃହ ଅଭାବରୁ ବାରଣ୍ଡାରେ ବସୁଛନ୍ତି। ବିଦ୍ୟାଳୟର ଗୋଟିଏ ଅଫିସ ଗୃହ, ଶିକ୍ଷକଙ୍କ ପାଇଁ କମନରୁମ୍‌ ସହ ଦୁଇଟି ଶ୍ରେଣୀ ପ୍ରକୋଷ୍ଠ ରହିଛି। ଯାହର କାନ୍ଥ, ଛପର ଭଙ୍ଗା ଅବସ୍ଥାରେ ଅଛି। ଯେ କୌଣସି ମୁହୂର୍ତ୍ତରେ ଏହା ଭାଙ୍ଗି ପଡ଼ିବାର ଆଶଙ୍କାକୁ ଏଡ଼ାଇ ଦେଇ ହେବନାହିଁ। ବିଦ୍ୟାଳୟଟି ୨୦୨୧ରେ ଏଡେଡ୍‌ ବିଦ୍ୟାଳୟରେ ପରିଣତ ହୋଇଥିବା ବେଳେ ଅଦ୍ୟାବଧି କୌଣସି ସରକାରୀ ଅନୁଦାନ ମିଳିନାହିଁ। ୨୦୧୬-୧୭ରେ ବିଧାୟକ ପର୍ଶୁରାମ ଧଡ଼ା ୫ଲକ୍ଷ ଟଙ୍କା ଘର ପାଇଁ ଅନୁଦାନ ଦେଇଥିବା ବେଳେ ୫ବର୍ଷ ହେବ ତାହା ସମ୍ପୂର୍ଣ୍ଣ ହୋଇ ନ ଥିବା ଦେଖାଯାଇଛି। ଯାହାକି କମ୍ପ୍ୟୁଟର ଗୃହ ଭାବେ ବ୍ୟବହାର କରାଯିବ ବୋଲି ବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି। ଏଠାରେ ଶୌଚାଳୟ ଓ ପାଣି ପ୍ରକଳ୍ପ ନ ଥିବାରୁ ଛାତ୍ରୀଛାତ୍ରଙ୍କୁ ହଇରାଣ ହେବାକୁ ପଡୁଛି। ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ ମିହିର ପ୍ରଧାନଙ୍କୁ ପଚାରିବାରୁ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି। ସେହିପରି ଜିଲା ଶିକ୍ଷାଧିକାରୀ ବିଷ୍ଣୁମୋହନ ସୂତାରଙ୍କୁ ପଚାରିବାରୁ ଏଡେଡ୍‌ ବିଦ୍ୟାଳୟ ହୋଇଥିବାରୁ ଆମ ପାଖରେ କିଛି ନାହିଁ। ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏହାର ସମାଧାନ କରାଯାଇ ପାରିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?