Posted inଖେଳ

କୋଭିଡ୍‌ ନିୟମ ଭାଙ୍ଗି ଚେପକ ଗ୍ରାଉଣ୍ଡରେ ପଶିଗଲେ ଛାତ୍ର, ଆଉ ତାପରେ

ଚେନ୍ନାଇ, ୧୫।୨ : ସ୍ଥାନୀୟ ଚେପକ ଗ୍ରାଉଣ୍ଡରେ ଚାଲିଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ବେଳେ ସ୍ଥାନୀୟ ସ୍କୁଲର ଜଣେ ଦଶମ ଶ୍ରେଣୀର ଛାତ୍ର କୋଭିଡ୍‌ ପ୍ରୋଟୋକଲ ଭଙ୍ଗ କରିଛନ୍ତି। ଟେଷ୍ଟ ମ୍ୟାଚର ତୃତୀୟ ଦିନ ଅର୍ଥାତ ସୋମବାର ମଧ୍ୟାହ୍ନ ଭୋଜନ ବିରତି ବେଳେ ଏହି ଘଟଣା ଘଟିଛି। ଦୁଇ ଦଳର ଖେଳାଳିମାନେ ପ୍ୟାଭେଲିଅନ ଫେରିଯିବା ପରେ ଇଂଲଣ୍ଡ ଦଳର ରିଜର୍ଭ ଖେଳାଳିମାନେ ପଡ଼ିଆରେ ଅଭ୍ୟାସ କରିଥିଲେ। ଏହି ସମୟରେ ଉକ୍ତ ଛାତ୍ର ଜଣଙ୍କ ୧୨ ମିଟର ଉଚ୍ଚତା ବିଶିଷ୍ଟ ସୁରକ୍ଷା ବଳୟ ଡେଇଁ ପ୍ରବେଶ କରିଥିଲେ ଗ୍ରାଉଣ୍ଡ ଭିତରେ। କୌଣସି ପୋଲିସକର୍ମୀ ନ ଥିବାରୁ ଛାତ୍ରଙ୍କୁ ରୋକିବାକୁ କେହି ନ ଥିଲେ।

କୁନି ପ୍ରଶଂସକ ଇଂଲଣ୍ଡ ଖେଳାଳିଙ୍କ ସହ ହାତ ମିଳାଇବାକୁ ଚାହୁଁଥିଲେ। କିନ୍ତୁ ଖେଳାଳିମାନେ ମନା କରିବାରୁ ଟିମ୍‌ ଇଣ୍ଡିଆ ଜର୍ସି ପିନ୍ଧିଥିବା ଛାତ୍ର ଜଣଙ୍କ ସୁରକ୍ଷା ବଳୟ ଡେଇଁ ଗ୍ୟାଲେରିକୁ ଫେରି ଯାଇଥିଲେ। ଏହାପରେ ଉକ୍ତ ଛାତ୍ରଙ୍କୁ ଚେତାବନୀ ଦେବା ସହ ଷ୍ଟାଡିୟମରୁ ବାହାର କରି ଦେଇଥିଲେ ପୋଲିସ ଓ ଗ୍ରାଉଣ୍ଡ ଅଫିସିଆଲ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ଏହି କ୍ରିକେଟର୍‌

କିଙ୍ଗଷ୍ଟନ,୨୪।୮:ପାକିସ୍ତାନ କ୍ରିକେଟ ଦଳର ଏବେ ନୂଆ ସଙ୍କଟମୋଚକ ହେଉଛନ୍ତି ଫୱାଦ ଆଲାମ। ଦଳର ଆବଶ୍ୟକତା ସମୟରେ ସେ ଚମତ୍କାର ଖେଲ ପ୍ରଦର୍ଶନ କରୁଛନ୍ତି॥ ୱେଷ୍ଟଇଣ୍ଡିଜ ବିପକ୍ଷରେ...

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ: ଓ୍ବାର୍ନରଙ୍କ ସହ ବନର୍‌ସ ଓପନ କରିବେ

ମେଲବୋର୍ନ: ଭାରତୀୟ କ୍ରିକେଟ ଦଳ ଗୁରୁବାର ଅଷ୍ଟ୍ରେଲିଆରେ ପହଞ୍ଚିଛି। କ୍ୱାରାଣ୍ଟାଇନ୍‌ ଅବଧି ଶେଷ ହେବାପରେ ଟିମ୍‌ ଇଣ୍ଡିଆ ସେଠାରେ ଚଳିତମାସ ୨୭ରୁ ଦିନିକିଆ ସିରିଜ ଖେଳିବ।...

ସଚିନ୍‌ଙ୍କ ପରେ ଏହି କ୍ରିକେଟର ହେଲେ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୨୮।୩: ଭାରତର ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପରେ ଆଉ ଜଣେ କ୍ରିକେଟରେ କରୋନା ସଂକ୍ରମିତ ହୋଇଛନ୍ତି। ସେ ହେଲେ ପୂର୍ବ ଅଲ୍‌ରାଉଣ୍ଡର ୟୁସୁଫ ପଠାନ।...

ପ୍ରଥମ ମହିଳା ସିଇଓ ପାଇଁ କ୍ରିକେଟ୍‌ ଅଷ୍ଟ୍ରେଲିଆ ପ୍ରସ୍ତୁତ:ପେରୀ

ମେଲବୋର୍ନ, ୧୯।୬ (ପି.ଟି.)- କ୍ରିକେଟ୍‌ ଅଷ୍ଟ୍ରେଲିଆ (ସିଏ) ପ୍ରଥମଥର ଲାଗି ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପଦରେ ଜଣେ ମହିଳାଙ୍କୁ ନିଯୁକ୍ତ କରିବାକୁ ପ୍ରସ୍ତୁତ...

ଧୋନୀ, ରାଇନାଙ୍କୁ ସ୍ବତନ୍ତ୍ର ଗୀତ ଉତ୍ସର୍ଗ କଲେ ରହମାନ

ଚେନ୍ନାଇ,୧୭।୪: ଓସ୍କାର ବିଜେତା ସଙ୍ଗୀତକାର ଏ.ଆର. ରହମାନ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ୨୦୦୧ର ଫିଲ୍ମ ‘ଲଗାନ’ର ଲୋକପ୍ରିୟ ଗୀତ ‘ଚଲେ...

ବାପାଙ୍କଠାରୁ ଆଗକୁ ଯିବାକୁ ଲକ୍ଷ୍ୟ ରଖିଛି: ଲଥାମ

ଚେଷ୍ଟର-ଲି-ଷ୍ଟ୍ରିଟ୍‌, ୫।୭ (ପି.ଟି.)- ନ୍ୟୁଜିଲାଣ୍ଡ ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ ଟମ୍‌ ଲଥାମ କହିଛନ୍ତି ୧୯୯୨ ବିଶ୍ୱକପ୍‌ରେ ତାଙ୍କ ବାପା ରଡ୍‌ ଲଥାମ ଯାହା ହାସଲ କରିଥିଲେ ଚଳିତ...

ଭାରତ- ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ: ଫୋକସ୍‌ରେ ପାଣ୍ଡ୍ୟା

ଧର୍ମଶାଳା,୧୨।୩ (ପି.ଟି.)- ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି। ସ୍ଥାନୀୟ ହିମାଚଳ...

୨୪୩୩ ଟେଷ୍ଟ ମ୍ୟାଚ୍‌ ପରେ ପ୍ରଥମଥର ପାଇଁ କ୍ରିକେଟ୍‌ ପଡିଆରେ ଘଟିଲା ଏମିତି

ଓଭାଲ୍‌,୭।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚରେ ଭାରତ ଇଂଲଣ୍ଡକୁ ୧୫୭ ରନରେ ପରାସ୍ତ କରିଛି। ମ୍ୟାଚ...

Advertisement
Archives

Model This Week