ଟ୍ୟୁଶନରୁ ଫେରିବାବେଳେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର: ୪ ବର୍ଷ ପରେ ରାୟ

ବ୍ରହ୍ମପୁର,୮ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ ପୋକ୍‌ସୋ ଜଜ୍‌ ଗଣେଶ୍ୱର ପତି ଶନିବାର ଜଣେ ନାବାଳିକା ଛତ୍ରୀ ଅପହରଣ ଓ ବଳାତ୍କାର ମାମଲାର ଦୋଷୀଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି । ସେ ହେଲେ କବିସୂର୍ଯ୍ୟନଗର ଅଞ୍ଚଳର ବିଭୀଷଣ ଗୌଡ(୫୪)। ଜେଲ ସହ ତାଙ୍କୁ ୯୫ ହଜାର ଟଙ୍କା ଜରିମାନା କରିଛନ୍ତି। ଏହା ଅନାଦାୟ ଅଧିକ ୭ ମାସ ସଶ୍ରମ ଜେଲ ଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି । ସେହିପରି ପୀଡିତା ନାବାଳିକାଙ୍କୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବାକୁ ଜିଲା ଆଇନ ସେବା ପ୍ରାଧିକରଣ ସଚିବଙ୍କୁ ଜଜ୍‌ ନିର୍ଦ୍ଦେଶ ଦେଇଛନ୍ତି।

୨୦୨୦ ସେପ୍ଟେମ୍ବର ୨୪ ତାରିଖରେ ୭ମ ଶ୍ରେଣୀର ନାବାଳିକା ଛାତ୍ରୀ ଜଣକ ଟ୍ୟୁଶନ ଯାଉଥିବା ବେଳେ ବିଭୀଷଣ ତାଙ୍କୁ ଅପହରଣ କରି ଗ୍ରାମର ଏକ ଅଙ୍ଗନଓ୍ବାଡି କେନ୍ଦ୍ର ନିକଟ ବୁଦା ମୂଳକୁ ନେଇ ବଳାତ୍କାର କରିଥିଲେ। କାହାକୁ କହିଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଘଟଣାର ୨ଦିନ ପରେ ପୁଣି ୨୬ ତାରିଖରେ ବିଭୀଷଣ ପୁଣି ତାଙ୍କୁ ରାସ୍ତାରୁ ଉଠାଇ ନେଇ ସେହି ସ୍ଥାନରେ ବଳାତ୍କାର କରିଥିଲେ। ନାବଳିକା ଜଣକ କାନ୍ଦି କାନ୍ଦି ଘରକୁ ଫେରିଥିଲେ। ପରିବାର ଲୋକେ ତାଙ୍କୁ ପଚରାଉଚରା କରିବାରୁ ସବୁ କଥା ଜଣାପଡିଥିଲା। ଏ ନେଇ କବିସୂର୍ଯ୍ୟନଗର ଥାନାରେ ଅଭିଯୋଗ ପରେ ପୋଲିସ ନଂ. ୨୬୯/୨୦ରେ ଏକ ମାମଲା ରୁଜୁ କରିଥିଲା। ଅଭିଯୁକ୍ତ ବିଭୀଷଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା। ୧୧ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ପ୍ରମାଣ ମିଳିଥିବାରୁ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ମୋହନ ସିଙ୍ଗାରୀ ମକଦ୍ଦମା ପରିଚାଳନା କରୁଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଜିତ ଦୀପକେଙ୍କୁ ଭାଜପାରୁ ମିଳୁଛି ଧମକ, ଦଳରେ ଯୋଗ ନଦେଲେ….

ନୂଆଦିଲ୍ଲୀ,୩୧।୭: ସିଜେପି ନେତା ଅଭିଜିତ୍‌ ଦୀପକେ ଭାଜପା ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଭାଜପାରେ ଯୋଗଦେବା ପାଇଁ…

ପୁଣି ବିଳମ୍ବିତ ରାତିରେ Video ଜାରି କଲେ ମୋଦି, ପେପର୍‌ ଲିକ୍‌ ମାଫିଆ…

ନୂଆଦିଲ୍ଲୀ,୩୧।୭: ସଂସଦରେ ‘ପେପର ଲିକ୍‌ ନିରୋଧୀ ବିଲ୍‌’ ବା ସାଧାରଣ ପରୀକ୍ଷା(ଅସାଧୁ ଉପାୟ ପ୍ରତିରୋଧ)ସଂଶୋଧନ ବିଲ୍‌ ୨୦୨୬ ପାରିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ…

ଟ୍ରମ୍ପଙ୍କ ନୂଆ ପ୍ଲାନ୍! ଆମେରିକାରେ ପଢ଼ି ଚାକିରି କଲେ ଦେବାକୁ ହେବ ଏତେ କୋଟି ଟଙ୍କା

ଓ୍ବାଶିଂଟନ,୩୧ା୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାର ଏକ ନୂଆ ପ୍ରସ୍ତାବ ଉପରେ ବିଚାର କରୁଛନ୍ତି। ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ, ଆମେରିକାର ବିଶ୍ୱବିଦ୍ୟାଳୟରୁ ପାଠପଢ଼ା ଶେଷ…

ଫେରୁଥିଲେ ବ୍ୟବସାୟୀ, ବାଟରେ ଛକିଥିଲା ଯମ: ଘଟିଗଲା ଏମିତି କିଛି…

ଭଞ୍ଜନଗର,୩୧।୭(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ବେଲଗୁଣ୍ଠ ଥାନା ଅନ୍ତର୍ଗତ ନୂଆଗାଁ ବ୍ରିଜ ନିକଟରେ ଡିମିରି ପଲ୍ଲୀ ଛକରେ ଥିବା ବ୍ରିଜ ତଳକୁ ଶୁକ୍ରବାର ସକାଳୁ ଏକ କାର ଓଲଟି…

ପ୍ରକୃତି ରଚିଲା ପ୍ରଳୟ: ଝଡ଼ ଚାଲିଗଲା, ଦୁଃଖ ରହିଗଲା

ବରଗଡ଼,୩୧।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଲୋକେ କେବଳ ବର୍ଷା ବିପତ୍ାତ୍‌ର ସମ୍ମୁଖୀନ ହୋଇଥିଲେ, ତାହା ନୁହେଁ। ମଙ୍ଗଳବାର ସନ୍ଧ୍ୟାରେ ହୋଇଥିବା ଝଡ଼ ତୋଫାନ ଯୋଗୁ ଜିଲାର ବରଗଡ଼ ବ୍ଲକ…

ବନ୍ୟାରେ ୨୪ ଘଣ୍ଟା ଧରି ତାଳ ଗଛରେ ଆଶ୍ରୟ ନେଇଥିଲେ ଚାଷୀ, ତା’ପରେ ଘଟିଲା…

ଧାମନଗର,୩୧ା୭(ସନ୍ତୋଷ କୁମାର ମହାପାତ୍ର):ବିଲକୁ ଯାଇ ବନ୍ୟାରେ ଘରକୁ ଫେରିପାରିଲେନି। ଭୟଙ୍କର ବନ୍ୟାରେ ନିଜ ଜୀବନ ବଞ୍ଚାଇବାକୁ ଯାଇ ୨୪ ଘଣ୍ଟା ଏକ ତାଳଗଛରେ ଆଶ୍ରୟ ନେଇଥିଲେ ଜଣେ…

ଭୋଜଶାଳା ମାମଲା: ଦରଘା ଜମିରେ ନମାଜ ପାଠ ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ, ୩୧।୭: ମଧ୍ୟପ୍ରଦେଶର ଧାର ଜିଲାରେ ଅବସ୍ଥିତ ବିବାଦୀୟ ଭୋଜଶାଳା ପରିସର ସଂଲଗ୍ନ ଦରଘା ପରିସରରେ ମୁସଲମାନ ସମ୍ପ୍ରଦାୟକୁ ଶୁକ୍ରବାର ନାମାଜ ପାଠ କରିବାକୁ ସୁପ୍ରିମକୋର୍ଟ ଅନୁମତି…

୧୫୦ ବର୍ଷ ପରେ ଲାଇବ୍ରେରିକୁ ଫେରିଲା ବହି: ଜରିମାନା କାଟିଲେ ହେବ ୧୬ ଲକ୍ଷ ଟଙ୍କା, ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଲବୋର୍ନ, ୩୧ା୭ (ଏ.ପି.):ଲାଇବ୍ରେରିରୁ ନେଇଥିବା ବହି ଫେରାଇବାରେ ସପ୍ତାହେ କିମ୍ବା ମାସେ ବିଳମ୍ବ ହେବା ସାଧାରଣ କଥା। ମାତ୍ର ଅଷ୍ଟ୍ରେଲିଆର ଏକ ସାର୍ବଜନୀନ ଲାଇବ୍ରେରିରେ ଏମିତି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri