୧୦ମ ଶ୍ରେଣୀ ଛାତ୍ରୀ ପ୍ରସବ କରିବା ଘଟଣା: ଅଭିଯୁକ୍ତ ଅଟକ

ବରୀ,୨୭।୨(ମହେନ୍ଦ୍ର କୁମାର ସ୍ବାଇଁ): ଯାଜପୁର ଜିଲା ବରୀ ଶିକ୍ଷା ମଣ୍ଡଳ ଅଧିନସ୍ଥ ସରକାରୀ ପଞ୍ଚାୟତ ହାଇସ୍କୁଲ ରାମପୁରର ଜନୈକ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ପ୍ରସବ କରିଛନ୍ତି। ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖି ବରୀ ପୋଲିସ ପଚରାଉଚରା ଚଳାଇଛି।
ସୂଚନା ମୁତାବକ, ଛାତ୍ରୀଜଣଙ୍କ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଉଥିଲେ। ସେ ଦୁଇଟି ବିଷୟରେ ପରୀକ୍ଷା ଦେବା ପରେ ବୁଧବାର ବିଳମ୍ବିତ ରାତିରେ ନିଜ ପେଟରେ ଯନ୍ତ୍ରଣା ହେଉଛି ବୋଲି ନିଜ ପରିବାର ଲୋକଙ୍କୁ କହିଥିଲେ। ଏଣୁ ତାଙ୍କୁ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ମାତ୍ର ଦାୟିତ୍ୱରେ ଥିବା ଡ଼ାକ୍ତର ସେ ଗର୍ଭବତୀ ଥିବା ଏବଂ ଏହା ପ୍ରସବ ଜନିତ ଯନ୍ତ୍ରଣା ବୋଲି ଅନୁଭବ କରି ପ୍ରସବ କରାଇଥିଲେ। ସମ୍ପୃକ୍ତ ଛାତ୍ରୀଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି। ଖବର ପାଇ ବରୀ ପୋଲିସ ଓ ଉଚ୍ଚ ପଦସ୍ଥ ଅଧିକାରୀମାନେ ସ୍ଥାନୀୟ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ସମ୍ପୃକ୍ତ ଛାତ୍ରୀଜଣଙ୍କ ବିଦ୍ୟାଳୟକୁ ଯିବା ସମୟରେ ବିଦ୍ୟାଳୟର କର୍ତ୍ତୃପକ୍ଷ କିମ୍ବା ସେହି ଗ୍ରାମର ଦାୟିତ୍ୱରେ ଥିବା ସ୍ବାସ୍ଥ୍ୟକର୍ମୀ କିଭଳି ଭାବରେ ଏଭଳି ଘଟଣା ଉପରେ ଅବଗତ ହୋଇ ପାରିଲେ ନାହିଁ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ, ଦୁଇ ଦିନ ତଳେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଅନୁସୂଚିତ ଜାତି ଓ ଜନଜାତି ଆବାସିକ ବିଦ୍ୟାଳୟ ପରିସରରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଏକ ଶିଶୁକୁ ଜନ୍ମ ଦେଇଥିବା ଜଣାପଡ଼ିଥିଲା। ଦଶମ ଶ୍ରେଣୀର ଛାତ୍ରୀ ଜଣକ ସୋମବାର ସକାଳେ ପରୀକ୍ଷା ଦେଇ ସ୍କୁଲ ହଷ୍ଟେଲକୁ ଫେରିଥିଲେ। ତେବେ ସା ସମୟରେ ସ୍କୁଲ ହଷ୍ଟେଲରୁ ଝିଅଙ୍କ ବାପାଙ୍କୁ ଝିଅ ହଷ୍ଟେଲରେ ନ ଥିବା ନେଇ ଫୋନ ଯାଇଥିଲା। ସ୍କୁଲରେ ଝିଅଙ୍କ ମା-ବାପା ପହଞ୍ଚିବା ପରେ ହଷ୍ଟେଲରେ ଛାତ୍ରୀ ଜଣକ ଏକ ଶିଶୁ ଜନ୍ମ ଦେଇଥିବା ଜାଣିବାକୁ ପାଇଥିଲେ। ତେବେ ସ୍କୁଲ ଚାରି କାନ୍ଥ ଭିତରେ ଏତେ ବଡ଼ ଘଟଣା କିପରି ଘଟିଲା ତାକୁ ନେଇ ମା’ବାପା ଚିନ୍ତା ପ୍ରକଟ କରିବା ସହ ଏଥିପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଥିଲେ। ଚିତ୍ରକୋଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ହସ୍ପିଟାଲକୁ ଆଣି ଅଧିକ ଚିକିତ୍ସା ଯୋଗାଇ ତଦନ୍ତ ଆରମ୍ଭ କରିଥିଲେ। ଏହି ଘଟଣାରେ ମାଟ୍ରନ ସୁଚିତ୍ରା ଚର୍ଚ୍ଚି ବହିଷ୍କୃତ ହୋଇଥିବା ବେଳେ ଏଏନ୍‌ଏମ୍‌ କବିତା କୁମାରୀ ପାତ୍ର ନିଲମ୍ବିତ ହୋଇଥିଲେ। ଏହାଛଡ଼ା ସମ୍ପୃକ୍ତ ଜଣେ ଯୁବକଙ୍କୁ ଚିତ୍ରକୋଣ୍ଡା ପୋଲିସ ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିଲା।

Enter your email to get our daily news in your inbox.

All Right Reserved By Dharitri.Com

OJEE ପାଇଁ ଆରମ୍ଭ ହେଲା ଆବେଦନ: ମେ’ ୪ରୁ ପରୀକ୍ଷା, ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୨୮ା୧(ସୁଚିସ୍ମିତା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)- ୨୦୨୬ ପାଇଁ ବୁଧବାରଠାରୁ ଆବେଦନ ଆରମ୍ଭ ହୋଇଛି। ମାର୍ଚ୍ଚ ୨୨ ଆବେଦନର ଶେଷ ତାରିଖ ରହିଛି। ଏପ୍ରିଲରେ…

ମୟୂରଭଞ୍ଜରେ ହେବ ପାଇଲଟ୍ ପ୍ରଶିକ୍ଷଣ, ବ୍ରହ୍ମପୁରରେ ଡ୍ରୋନ୍ ସେଣ୍ଟର

ଭୁବନେଶ୍ୱର,୨୮ା୧: ହାଇଦ୍ରାବାଦରେ ଚାଲିଥିବା ଏସିଆର ସବୁଠାରୁ ବଡ଼ ବେସାମରିକ ବିମାନ ଚଳାଚଳ ପ୍ରଦର୍ଶନୀ ‘ୱିଙ୍ଗସ ଇଣ୍ଡିଆ ୨୦୨୬’ ଅବସରରେ ଓଡ଼ିଶା ସରକାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (MoU)…

ବାବା ଖଣ୍ଡୁଆଳଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ: ଯୋଗଦେଲେ ଲାଞ୍ଜିଗଡ ବିଧାୟକଙ୍କ ସହ…

ଥୁଆମୂଳ ରାମପୁର, ୨୮।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳ ଆମ୍ବପଦର ଗ୍ରାମପଞ୍ଚାୟତ ସ୍ଥିତ ଚୁଲବାଡି ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ…

ଦୁଷ୍କର୍ମ ମାମଲାରେ ଫେରାର୍ ଅଭିଯୁକ୍ତଙ୍କ ଆତ୍ମସମର୍ପଣ, ଅଙ୍ଗନବାଡି କର୍ମୀଙ୍କୁ….

ପାରଳାଖେମୁଣ୍ଡି,୨୮ା୧(ଗିରିଧାରୀ ପରିଛା) :ଗଜପତି ଜିଲା ଗୋଷାଣି ବ୍ଲକର ମଧୁସୁଦନପୁର ପଞ୍ଚାୟତର ସମିତି ସଭ୍ଯ ଆର. ବାସୁଦେବ ରାଓ ଜିଲା ନ୍ଯାୟାଳୟରେ ମଙ୍ଗଳବାର ଆତ୍ମସମର୍ପଣ କରିଛନ୍ତି । ଏନେଇ…

ଅଫିସକୁ ଚାଲି ଚାଲି ଆସିଲେ ସିଡିଓ, ବନ୍ଦ ଡାକରା ଯୋଗୁ…

କୋରାପୁଟ,୨୮।୧(ଅମିତାଭ ବେହେରା ): କୋରାପୁଟରେ ବନ୍ଦ ଡାକରାର ପଡ଼ିଛି ପ୍ରଭାବ। ଏଥିଯୋଗୁ ଗାଡି ମୋଟର ବନ୍ଦ ରହିଥିଲା। ଫଳରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ(ସିଡିଓ) ବେଣୁଧର ଶବର…

ବିଏମ୍‌ସିର ଚେତାବନୀ, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ…

ଭୁବନେଶ୍ୱର,୨୮ା୧: ଗୁଟ୍‌ଖାକୁ ନେଇ ପ୍ରଶାସନର ବଡ଼ ନିଷ୍ପତ୍ତି । ଜୋରଦାର ହେବ ଗୁଟ୍‌ଖା ଏନଫୋର୍ସମେଣ୍ଟ ଡ୍ରାଇଭ୍‌ । ଭେଣ୍ଡିଂ ଜୋନ୍, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ ଆକ୍ସନ…

ରାୟଗଡ଼ାରେ ବନ୍ଦ ପ୍ରଭାବ ଶୂନ: ନେତାଙ୍କ ଦେଖା ମିଳିଲାନି, ଖୋଲା ରହିଲା…

ରାୟଗଡା,୨୮।୧(ଆଶିଷ ରଞ୍ଜନ ପଣ୍ଡା)- ନବ ନିର୍ମାଣ କୃଷକ ସଂଗଠନ ଦ୍ବାରା ଡକାଯାଇଥିବା ଓଡିଶା ବନ୍ଦ ଡାକରା ରାୟଗଡା ଜିଲାରେ  ପ୍ରଭାବହୀନ ହୋଇଥିବା ଦେଖିବାକୁ ମିଳିଛି । ରାୟଗଡା…

ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗ ରହୁ, ସରକାରଙ୍କୁ OHRCଙ୍କ ସୁପାରିସ୍‌

ଭୁବନେଶ୍ୱର,୨୮ା୧: ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗୀଙ୍କ ବିକଳ୍ପ ରଖିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କଲେ OHRC(ଓଡ଼ିଶା ମାନବ ଅଧିକାର ଆୟୋଗ) । ତୃତୀୟ ଲିଙ୍ଗ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri