କାଳବୈଶାଖୀ ପ୍ରଭାବରେ କ୍ଷତିଗ୍ରସ୍ତଙ୍କୁ ସହାୟତା ପାଇଁ ଦାବି

ଖଣ୍ଡପଡା,୧୨ା୬(ସ୍ବ.ପ୍ର.): କାଳବୈଶାଖୀ ପ୍ରଭାବରେ ବର୍ଷା, ପବନ ଯୋଗୁ ଖଣ୍ଡପଡ଼ା ବ୍ଲ୍ଳକ ଅଧୀନ ୨୨ଟି ପଞ୍ଚାୟତରେ ଶନିବାର ଅପରାହ୍ନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରାସ୍ତା କଡ଼ରେ ଥିବା ବଡ଼ ବଡ଼ ଗଛ ଓ ଡ଼ାଳ ଭାଙ୍ଗି ପଡ଼ିବା ଯୋଗୁ ଶତାଧିକ ଟିଣ, ଆଜବେଷ୍ଟସ ଛପର ଘର ଭାଙ୍ଗି ନଷ୍ଟ ହେବା ସହ ଗଁା ଗଣ୍ଡାରେ କଚ୍ଚା ଘରଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିଲା। ଏହାଛଡ଼ା ବିଭିନ୍ନ ଶିକ୍ଷାନୁଷ୍ଠାନ ମଧ୍ୟ ନଷ୍ଟ ହୋଇଥିବା ଜଣାଯାଇଛି। ଅଭାବ ଅନଟନରେ ଥିବା କ୍ଷତିଗ୍ରସ୍ତ ପରିବାରର ମେରୁଦଣ୍ଡ ଦୋହଲି ଯାଇଛି। ବାସଗୃହ ଗୁଡ଼ିକ ସଜାଡ଼ବା ନିମନ୍ତେ ଅର୍ଥର ଅଭାବ ଯୋଗୁ ବାସଗୃହ ଶୂନ୍ୟ ପରିବାର ସମସ୍ୟା ମଧ୍ୟରେ ଗତି କରୁଛନ୍ତି। କେଉଁଠି ଗଛର ଡ଼ାଳ ଭାଙ୍ଗି ପଡ଼ିଛି ତ କେଉଁଠି ବିଦ୍ୟୁତ୍‌ ଖୁଣ୍ଟ ଓ ଗଛ ଉପୁଡ଼ି ପଡ଼ି ଘର ଉପରେ ପଡିଛି।
ସୂଚନାଯୋଗ୍ୟ ରାସ୍ତାର ଉଭୟପାର୍ଶ୍ୱରେ ଥିବା ବିଭିନ୍ନ ଗଛ ଓ ଡାଳ ଭାଙ୍ଗି ବିଦ୍ୟୁତ ଖୁଣ୍ଟ ଓ ତାରରେ ପଡ଼ି ଖଣ୍ଡପଡା ବିଦ୍ୟୁତ ସେକ୍ସନର ୨ଟି ୧୧ କେଭି ଖୁଣ୍ଟ ଓ ୫ଟି ଏଲଟି ଲାଇନ ଖୁଣ୍ଟ ଭାଙ୍ଗି ପଡ଼ିଥିବା ବେଳେ ୨୨ ସ୍ପାନ ବିଦ୍ୟୁତ୍‌ ତାର ଛିଣ୍ଡି ଅସ୍ତବ୍ୟସ୍ତ ହୋଇପଡ଼ିଥିବା କନିଷ୍ଠ ଯନ୍ତ୍ରୀ ବିନୋଦ କୁମାର ମହାରଣା ସୂଚନା ଦେଇଛନ୍ତି। ସେହିପରି କଣ୍ଟିଲୋ ବିଦ୍ୟୁତ ସେକ୍ସନ ଅଧୀନ ବିଭିନ୍ନ ସ୍ଥାନରେ ଥିବା ୧୧ କେଭି ଲାଇନର ୧୫ଟି ଖୁଣ୍ଟ ଓ ୧୬ଟି ଏଲଟି ଲାଇନର ଖୁଣ୍ଟ ଭାଙ୍ଗି ପଡ଼ିଥିବା ବେଳେ ପ୍ରାୟ ୩୨ ସ୍ପାନ ବିଦ୍ୟୁତ୍‌ ଲାଇନ ତାର ନଷ୍ଟ ହୋଇଯାଇଥିବା ବିଦ୍ୟୁତ ସେକ୍ସନ କନିଷ୍ଠ ଯନ୍ତ୍ରୀ ରମେଶ କୁମାର ସାହୁଙ୍କଠାରୁ ସୂଚନା ମିଳିଛି। ଏଭଳି ଅଭାବନୀୟ ପରିସ୍ଥିତି ମଧ୍ୟରେ କାଳବୈଶାଖୀ ପ୍ରଭାବରେ କ୍ଷତିଗ୍ରସ୍ତ ପରିବାରବର୍ଗଙ୍କୁ ତୁରନ୍ତ ଚିହ୍ନଟ କରି କ୍ଷତିପୂରଣ ବାବଦରେ ଆର୍ଥତ୍କ ସହାୟତା ରାଶି ଯୋଗାଇ ଦେବା ନିମନ୍ତେ ଖଣ୍ଡପଡ଼ା ତହସିଲ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି। ଶନିବାର ଓ ରବିବାର ଛୁଟି ଥିବାରୁ ପ୍ରଶାସନିକ ସ୍ତରରେ କ୍ଷୟକ୍ଷତିର ଆକଳାନ କରିବାରେ ବାଧକ ସୃଷ୍ଟି ହୋଇଛି। ତେବେ ରାଜସ୍ବ ନୀରିକ୍ଷକମାନେ ବିଭିନ୍ନ ଗ୍ରାମକୁ ଗସ୍ତ କରି କ୍ଷୟକ୍ଷତିର ଆକଳନ କରି ଜିଲା ପ୍ରଶାସନକୁ ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri