କାଳବୈଶାଖୀ ପ୍ରଭାବରେ କ୍ଷତିଗ୍ରସ୍ତଙ୍କୁ ସହାୟତା ପାଇଁ ଦାବି

ଖଣ୍ଡପଡା,୧୨ା୬(ସ୍ବ.ପ୍ର.): କାଳବୈଶାଖୀ ପ୍ରଭାବରେ ବର୍ଷା, ପବନ ଯୋଗୁ ଖଣ୍ଡପଡ଼ା ବ୍ଲ୍ଳକ ଅଧୀନ ୨୨ଟି ପଞ୍ଚାୟତରେ ଶନିବାର ଅପରାହ୍ନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରାସ୍ତା କଡ଼ରେ ଥିବା ବଡ଼ ବଡ଼ ଗଛ ଓ ଡ଼ାଳ ଭାଙ୍ଗି ପଡ଼ିବା ଯୋଗୁ ଶତାଧିକ ଟିଣ, ଆଜବେଷ୍ଟସ ଛପର ଘର ଭାଙ୍ଗି ନଷ୍ଟ ହେବା ସହ ଗଁା ଗଣ୍ଡାରେ କଚ୍ଚା ଘରଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିଲା। ଏହାଛଡ଼ା ବିଭିନ୍ନ ଶିକ୍ଷାନୁଷ୍ଠାନ ମଧ୍ୟ ନଷ୍ଟ ହୋଇଥିବା ଜଣାଯାଇଛି। ଅଭାବ ଅନଟନରେ ଥିବା କ୍ଷତିଗ୍ରସ୍ତ ପରିବାରର ମେରୁଦଣ୍ଡ ଦୋହଲି ଯାଇଛି। ବାସଗୃହ ଗୁଡ଼ିକ ସଜାଡ଼ବା ନିମନ୍ତେ ଅର୍ଥର ଅଭାବ ଯୋଗୁ ବାସଗୃହ ଶୂନ୍ୟ ପରିବାର ସମସ୍ୟା ମଧ୍ୟରେ ଗତି କରୁଛନ୍ତି। କେଉଁଠି ଗଛର ଡ଼ାଳ ଭାଙ୍ଗି ପଡ଼ିଛି ତ କେଉଁଠି ବିଦ୍ୟୁତ୍‌ ଖୁଣ୍ଟ ଓ ଗଛ ଉପୁଡ଼ି ପଡ଼ି ଘର ଉପରେ ପଡିଛି।
ସୂଚନାଯୋଗ୍ୟ ରାସ୍ତାର ଉଭୟପାର୍ଶ୍ୱରେ ଥିବା ବିଭିନ୍ନ ଗଛ ଓ ଡାଳ ଭାଙ୍ଗି ବିଦ୍ୟୁତ ଖୁଣ୍ଟ ଓ ତାରରେ ପଡ଼ି ଖଣ୍ଡପଡା ବିଦ୍ୟୁତ ସେକ୍ସନର ୨ଟି ୧୧ କେଭି ଖୁଣ୍ଟ ଓ ୫ଟି ଏଲଟି ଲାଇନ ଖୁଣ୍ଟ ଭାଙ୍ଗି ପଡ଼ିଥିବା ବେଳେ ୨୨ ସ୍ପାନ ବିଦ୍ୟୁତ୍‌ ତାର ଛିଣ୍ଡି ଅସ୍ତବ୍ୟସ୍ତ ହୋଇପଡ଼ିଥିବା କନିଷ୍ଠ ଯନ୍ତ୍ରୀ ବିନୋଦ କୁମାର ମହାରଣା ସୂଚନା ଦେଇଛନ୍ତି। ସେହିପରି କଣ୍ଟିଲୋ ବିଦ୍ୟୁତ ସେକ୍ସନ ଅଧୀନ ବିଭିନ୍ନ ସ୍ଥାନରେ ଥିବା ୧୧ କେଭି ଲାଇନର ୧୫ଟି ଖୁଣ୍ଟ ଓ ୧୬ଟି ଏଲଟି ଲାଇନର ଖୁଣ୍ଟ ଭାଙ୍ଗି ପଡ଼ିଥିବା ବେଳେ ପ୍ରାୟ ୩୨ ସ୍ପାନ ବିଦ୍ୟୁତ୍‌ ଲାଇନ ତାର ନଷ୍ଟ ହୋଇଯାଇଥିବା ବିଦ୍ୟୁତ ସେକ୍ସନ କନିଷ୍ଠ ଯନ୍ତ୍ରୀ ରମେଶ କୁମାର ସାହୁଙ୍କଠାରୁ ସୂଚନା ମିଳିଛି। ଏଭଳି ଅଭାବନୀୟ ପରିସ୍ଥିତି ମଧ୍ୟରେ କାଳବୈଶାଖୀ ପ୍ରଭାବରେ କ୍ଷତିଗ୍ରସ୍ତ ପରିବାରବର୍ଗଙ୍କୁ ତୁରନ୍ତ ଚିହ୍ନଟ କରି କ୍ଷତିପୂରଣ ବାବଦରେ ଆର୍ଥତ୍କ ସହାୟତା ରାଶି ଯୋଗାଇ ଦେବା ନିମନ୍ତେ ଖଣ୍ଡପଡ଼ା ତହସିଲ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି। ଶନିବାର ଓ ରବିବାର ଛୁଟି ଥିବାରୁ ପ୍ରଶାସନିକ ସ୍ତରରେ କ୍ଷୟକ୍ଷତିର ଆକଳାନ କରିବାରେ ବାଧକ ସୃଷ୍ଟି ହୋଇଛି। ତେବେ ରାଜସ୍ବ ନୀରିକ୍ଷକମାନେ ବିଭିନ୍ନ ଗ୍ରାମକୁ ଗସ୍ତ କରି କ୍ଷୟକ୍ଷତିର ଆକଳନ କରି ଜିଲା ପ୍ରଶାସନକୁ ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri