ମହିମା ଧର୍ମାବଲମ୍ବୀଙ୍କ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର

ନୂଆପଡ଼ା ଅଫିସ,୧୦।୧୨: ଢେଙ୍କାନାଳ ଜିଲା ଜୋରନ୍ଦା ମହିମା ଗାଦୀ ପୀଠରେ ନିର୍ମାଣ ବତୀ ମନ୍ଦିର, ଧୁନି ମନ୍ଦିର ଓ ଭେକ ମନ୍ଦିରକୁ ସ୍ଥାନୀୟ ଜିଲା ପ୍ରଶାସନ ଜବରଦଖଲ ଉଚ୍ଛେଦ କରିବା ସହ ଏହି ମନ୍ଦିରକୁ ଜେସିବି ଲଗାଇ ଭାଙ୍ଗିଥିଲା। ଏହାକୁ ବିରୋଧ କରି ଶୁକ୍ରବାର ନୂଆପଡା ଜିଲାର ମହିମା ଧର୍ମାବଲମ୍ବୀ ଅନୁଗାମୀମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳ ହେମାକାନ୍ତ ସାଏଙ୍କ ଜରିଆରେ ୫ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ୧୮୨୬ରୁ ୧୮୩୦ ମଧ୍ୟରେ ମହିମା ସ୍ବାମୀଙ୍କ ପ୍ରଥମ ଶିଷ୍ୟ ସିଦ୍ଧ ସାଧୁ ବଡ କୃପାସିନ୍ଧୁ ବାବା ନିର୍ମାଣ କରି ସେଠାରେ ପୂଜା ଅର୍ଚ୍ଚନା କରିବା ସହ ଯୋଗ ଓ ଧ୍ୟାନ କରି ଆସୁଥିଲେ। ତାଙ୍କ ଦେହାନ୍ତ ପରେ ତାଙ୍କ ଶିଷ୍ୟମାନେ ସେବା ଓ ପୂଜା ନିର୍ବାହ କରି ଆସୁଥିଲେ। ଯୋରନ୍ଦାରେ ଥିବା ବକ୍କଳଧାରୀ ବାବା ସହିତ କୌପିନ ଧାରୀ ବାବା ମଧ୍ୟରେ ଦୀର୍ଘ ଦିନରୁ ବିବାଦ ଲାଗି ରହିଥିଲା। ଉଭୟ ଗୋଷ୍ଠୀ ମଧ୍ୟରେ ବିଭିନ୍ନ ବିଷୟ ନେଇ ମାମଲା କୋର୍ଟରେ ବିଚାରାଧୀନ ଥିବା ଢେଙ୍କାନାଳ ପ୍ରଶାସନ ଅବଗତ ଥିବା ସତ୍ତ୍ୱେ କୋର୍ଟ ଆଦେଶକୁ ଦ୍ୱାହିଦେଇ କୌପିଧାରୀ ବାବାଙ୍କୁ ପକ୍ଷ ରଖିବାକୁ ସୁଯୋଗ ନ ଦେଇ ତରବରିଆ ଭାବେ ଶତାଧିକ ପୁରୁଣା ମନ୍ଦିର, ବତୀ ମନ୍ଦିର, ଭେକ ମନ୍ଦିର ଓ ଉପାସନା ପୀଠକୁ ନଭେମ୍ବର ୨୨ରେ ବୋଲ୍ଡୋଜର ଲଗାଇ ଧୂଳିସାତ କରିଦେଇଛି। ପ୍ରଶାସନର ଏଭଳି ବେଆଇନ, ଅମାନବୀୟ ଓ ଏକପାଖିଆ ଆଚରଣ ମହିମା ଧର୍ମ ପିପାସୁ ହଜାର ହଜାର ସାଧୁ ଭକ୍ତଙ୍କୁ ଗଭୀର ଆଘାତ ଦେଇଛି। ଭବିଷ୍ୟତରେ ଗାଦି ମହିମା ଧାମରେ ଯେକୌଣସି ପ୍ରକାର ନିର୍ମାଣ ପାଇଁ ଉଭୟ ପକ୍ଷରେ ସହମତି ଭିତିରେ କରିବାକୁ ଉଭୟ ପକ୍ଷଙ୍କଠାରୁ ସ୍ବୀକୃତି ନିଆଯାଉ ବୋଲି ଗଗନ ବିହାରୀ ବାବା, ରାଜକୁମାର ବାବା, କ୍ଷେତ୍ର ମୋହନ ଭକ୍ତ, ଭୋଲେଶ୍ୱର ଭକ୍ତ, ଭକ୍ତବନ୍ଧୁ ଭକ୍ତ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାତୁଲୀ ୟୁଥ୍ କ୍ଲବ୍ କ୍ରିକେଟ ଟୁର୍ନାମେଣ୍ଟ: ସେମିଫାଇନାଲରେ ଅଙ୍ଗାରଗାଁର ଦମଦାର ବିଜୟ, ଫାଇନାଲରେ…

ଗଞ୍ଜାମ,୧୦।୭(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସନ୍ତୋଷପୁର ପଞ୍ଚାୟତ ଅଧୀନସ୍ଥ ସାତୁଲୀ ୟୁଥ୍ କ୍ଲବ୍ ଆନୁକୂଲ୍ୟରେ ଚାଲିଥିବା କ୍ରିକେଟ ଟୁର୍ନାମେଣ୍ଟର ଶୁକ୍ରବାର ଦିନ ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି।…

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ଏହି ଦିନ ମିଳିବ ସୁଭଦ୍ରା ୫ମ କିସ୍ତି, ନୂଆ ହିତାଧିକାରୀ ପାଇବେ ଏକକାଳୀନ…

ଭୁବନେଶ୍ୱର,୧୦ା୭(ସୁଚିସ୍ମିତା ସାହୁ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା…

ସମଣା ଘାଟରୁ ଉଠୁନି ଗୋଟେ ମୁଠା ବାଲି; ତଥାପି ପୋଲିସ,ପ୍ରଶାସନ, ମୁଖ୍ୟମନ୍ତ୍ରୀଙ୍କୁ ମିଛ ଟାର୍ଗେଟ: ପ୍ରତିବାଦରେ ଗର୍ଜିଲେ…

ହାଟଡିହୀ,୧୦।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନସ୍ଥ ସମଣା ବାଲିଘାଟକୁ ନେଇ ଚାଲିଥିବା ଇଚ୍ଛାକୃତ ଅପପ୍ରଚାର ଓ ଷଡ଼ଯନ୍ତ୍ର ବିରୋଧରେ ଗ୍ରାମବାସୀ ସ୍ୱର ଉତ୍ତୋଳନ କରିଛନ୍ତି।…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ: ଦ୍ୱିପ୍ରହରରେ ଗାଡ଼ି ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟ

ଛତ୍ରପୁର, ୧୦।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ ଦ୍ୱିପ୍ରହରରେ ଏକ ଦୁଃସାହସିକ ଲୁଟ୍ ଘଟଣା ଘଟିଛି। ଦୁର୍ବୃତ୍ତମାନେ…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri