Posted inଜାତୀୟ

ସ୍ବର ଉଠାଉଥିବା ପିଲାଙ୍କ ଉପରେ କରାଯାଉଛି ଲାଠିଚାର୍ଜ: ଯୁବ-ବିରୋଧୀ ପ୍ରଧାନମନ୍ତ୍ରୀ କହି ବର୍ଷିିଲେ ରାହୁଲ

ନୂଆଦିଲ୍ଲୀ, ୨୦।୭: ଦିଲ୍ଲୀରେ ‘କକରୋଚ ଜନତା ପାର୍ଟି’ (CJP) ପକ୍ଷରୁ ଚାଲିଥିବା ବିରୋଧ ପ୍ରଦର୍ଶନ ମଧ୍ୟରେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତର ଇତିହାସର ‘ସବୁଠାରୁ ଯୁବ-ବିରୋଧୀ ପ୍ରଧାନମନ୍ତ୍ରୀ’ ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି ଯେ, ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପ୍ରଶ୍ନ ଉଠାଉଥିବା ପିଲାମାନଙ୍କ ଉପରେ ଲାଠି ଚଳାଯାଉଛି।

କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ଇତିହାସର ସବୁଠାରୁ ଯୁବ-ବିରୋଧୀ ପ୍ରଧାନମନ୍ତ୍ରୀ। ସେ ଏତେ ଯୁବ-ବିରୋଧୀ ଯେ, ଜଣେ ବିଫଳ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ମଧ୍ୟ ନେଇ ପାରୁନାହାନ୍ତି। ୧୫୨ଟି ପେପର ଲିକ୍‌ ହୋଇଛି, ୭.୫ କୋଟି ଛାତ୍ରୀଛାତ୍ର କ୍ଷତିଗ୍ରସ୍ତ ହୋଇଛନ୍ତି, କିନ୍ତୁ ଜଣେ ହେଲେ ଦୋଷୀକୁ ସଜା ମିଳିନାହିଁ। ସଜା କାହାକୁ ମିଳିଲା? ପରିଶ୍ରମୀ ଯୁବକମାନଙ୍କୁ। ଯେତେବେଳେ ଏହି ପିଲାମାନେ ଶିକ୍ଷା ବ୍ୟବସ୍ଥାକୁ ନେଇ ଯଥାର୍ଥ ପ୍ରଶ୍ନ ଉଠାଇଲେ, ସେତେବେଳେ ଉତ୍ତରରେ ମିଳିଲା ଲାଠି ଏବଂ ଅଟକ। ପେପର ଲିକ୍‌ କରୁଥିବା ଅପରାଧୀମାନେ ମୁକ୍ତରେ ବୁଲୁଛନ୍ତି, କିନ୍ତୁ ଯଥାର୍ଥ ପ୍ରସଙ୍ଗ ଉଠାଉଥିବା ଛାତ୍ରମାନଙ୍କୁ ଘୋଷାଡ଼ି ନିଆଯାଉଛି, ପିଟାଯାଉଛି। ଏହି ସରକାର କେବଳ ଯୁବକମାନଙ୍କୁ ବିଫଳ କରୁନାହାନ୍ତି, ବରଂ ସେମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି।”

ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ”ଭାଜପା ସରକାର ପିଲାମାନଙ୍କ ଉପରେ ଲାଠି ଚଳାଇବା ବଦଳରେ ନିଜର ନୀତି ଏବଂ ଅସଫଳତାଗୁଡ଼ିକର ସମୀକ୍ଷା କରିବା ଉଚିତ୍‌। ପ୍ରଥମେ NEET ପେପର ଲିକ୍‌ ହେଲା, ପରୀକ୍ଷା ରଦ୍ଦ ହେଲା ଏବଂ Re-NEETରେ ମଧ୍ୟ ଗଡ଼ବଡ଼ି ହୋଇଥିବାର ଖବର ଆସିଛି। କୁହାଯାଇଥିଲା ଯେ ପ୍ରଧାନମନ୍ତ୍ରୀ ନିଜେ ଏହା ଉପରେ ନଜର ରଖିବେ, ତଥାପି ଏସବୁ କାହିଁକି ଏବଂ କିପରି ହେଉଛି? ବାରମ୍ବାର ଏତେ ପେପର ଲିକ୍‌ କିପରି ହେଉଛି? ସଂସଦରେ ଏହି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହେବା ଉଚିତ୍‌ ଏବଂ ପ୍ରଧାନମନ୍ତ୍ରୀ ଦେଶର କୋଟି କୋଟି ଯୁବକଙ୍କ କଥା ଶୁଣିବା ଦରକାର, ସେମାନଙ୍କୁ ଉତ୍ତର ଦେବା ଉଚିତ୍‌।”

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ଚାକିରି ଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଛତ୍ରପୁର,୪।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଯୁବପିଢ଼ିଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଛତ୍ରପୁର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର

ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ…

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

ଏବେ କିଣିନିଅନ୍ତୁ ସୁନା, ବଢିବ ସୁନାଦର; ଏକ୍ସପର୍ଟ କହିଦେଲେ କେବେ…

ନୂଆଦିଲ୍ଲୀ,୪।୯: ପାର୍ୱଣ ଏବଂ ବିବାହ ଋତୁ ପାଇଁ ପ୍ରସ୍ତୁତି ଚଳାଇଥିବା ଲୋକଙ୍କ ନିମନ୍ତେ ସେପ୍ଟେମ୍ୱର ମାସଟି ବେଶ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ସମ୍ପ୍ରତି ସୁନା ଦରରେ କିଛିଟା…

ସ୍କୁଟି-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ଚାଲିଗଲା ଶିକ୍ଷକଙ୍କ ଜୀବନ

ମାଲକାନଗିରି,୪।୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ୍‌ ଅଞ୍ଚଳରେ ଏକ ସ୍କୁଟି ଓ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛିା। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri