Posted inଜାତୀୟ

ସ୍ବର ଉଠାଉଥିବା ପିଲାଙ୍କ ଉପରେ କରାଯାଉଛି ଲାଠିଚାର୍ଜ: ଯୁବ-ବିରୋଧୀ ପ୍ରଧାନମନ୍ତ୍ରୀ କହି ବର୍ଷିିଲେ ରାହୁଲ

ନୂଆଦିଲ୍ଲୀ, ୨୦।୭: ଦିଲ୍ଲୀରେ ‘କକରୋଚ ଜନତା ପାର୍ଟି’ (CJP) ପକ୍ଷରୁ ଚାଲିଥିବା ବିରୋଧ ପ୍ରଦର୍ଶନ ମଧ୍ୟରେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତର ଇତିହାସର ‘ସବୁଠାରୁ ଯୁବ-ବିରୋଧୀ ପ୍ରଧାନମନ୍ତ୍ରୀ’ ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି ଯେ, ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପ୍ରଶ୍ନ ଉଠାଉଥିବା ପିଲାମାନଙ୍କ ଉପରେ ଲାଠି ଚଳାଯାଉଛି।

କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ଇତିହାସର ସବୁଠାରୁ ଯୁବ-ବିରୋଧୀ ପ୍ରଧାନମନ୍ତ୍ରୀ। ସେ ଏତେ ଯୁବ-ବିରୋଧୀ ଯେ, ଜଣେ ବିଫଳ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ମଧ୍ୟ ନେଇ ପାରୁନାହାନ୍ତି। ୧୫୨ଟି ପେପର ଲିକ୍‌ ହୋଇଛି, ୭.୫ କୋଟି ଛାତ୍ରୀଛାତ୍ର କ୍ଷତିଗ୍ରସ୍ତ ହୋଇଛନ୍ତି, କିନ୍ତୁ ଜଣେ ହେଲେ ଦୋଷୀକୁ ସଜା ମିଳିନାହିଁ। ସଜା କାହାକୁ ମିଳିଲା? ପରିଶ୍ରମୀ ଯୁବକମାନଙ୍କୁ। ଯେତେବେଳେ ଏହି ପିଲାମାନେ ଶିକ୍ଷା ବ୍ୟବସ୍ଥାକୁ ନେଇ ଯଥାର୍ଥ ପ୍ରଶ୍ନ ଉଠାଇଲେ, ସେତେବେଳେ ଉତ୍ତରରେ ମିଳିଲା ଲାଠି ଏବଂ ଅଟକ। ପେପର ଲିକ୍‌ କରୁଥିବା ଅପରାଧୀମାନେ ମୁକ୍ତରେ ବୁଲୁଛନ୍ତି, କିନ୍ତୁ ଯଥାର୍ଥ ପ୍ରସଙ୍ଗ ଉଠାଉଥିବା ଛାତ୍ରମାନଙ୍କୁ ଘୋଷାଡ଼ି ନିଆଯାଉଛି, ପିଟାଯାଉଛି। ଏହି ସରକାର କେବଳ ଯୁବକମାନଙ୍କୁ ବିଫଳ କରୁନାହାନ୍ତି, ବରଂ ସେମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି।”

ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ”ଭାଜପା ସରକାର ପିଲାମାନଙ୍କ ଉପରେ ଲାଠି ଚଳାଇବା ବଦଳରେ ନିଜର ନୀତି ଏବଂ ଅସଫଳତାଗୁଡ଼ିକର ସମୀକ୍ଷା କରିବା ଉଚିତ୍‌। ପ୍ରଥମେ NEET ପେପର ଲିକ୍‌ ହେଲା, ପରୀକ୍ଷା ରଦ୍ଦ ହେଲା ଏବଂ Re-NEETରେ ମଧ୍ୟ ଗଡ଼ବଡ଼ି ହୋଇଥିବାର ଖବର ଆସିଛି। କୁହାଯାଇଥିଲା ଯେ ପ୍ରଧାନମନ୍ତ୍ରୀ ନିଜେ ଏହା ଉପରେ ନଜର ରଖିବେ, ତଥାପି ଏସବୁ କାହିଁକି ଏବଂ କିପରି ହେଉଛି? ବାରମ୍ବାର ଏତେ ପେପର ଲିକ୍‌ କିପରି ହେଉଛି? ସଂସଦରେ ଏହି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହେବା ଉଚିତ୍‌ ଏବଂ ପ୍ରଧାନମନ୍ତ୍ରୀ ଦେଶର କୋଟି କୋଟି ଯୁବକଙ୍କ କଥା ଶୁଣିବା ଦରକାର, ସେମାନଙ୍କୁ ଉତ୍ତର ଦେବା ଉଚିତ୍‌।”

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହସିନା ସରକାରଙ୍କୁ ଗାଦିଚ୍ୟୁତ କରିବାର ଯୋଜନା ଆଗୁଆ ପ୍ରସ୍ତୁତ କରାଯାଇଥିଲା: ୟୁନୁସଙ୍କ ପୂର୍ବତନ ସଚିବ ଦେଲେ ଚମକାଇବା ଭଳି ତଥ୍ୟ

ଢାକା,୨୯।୧୦: ବାଂଲାଦେଶରେ ଛାତ୍ରମାନଙ୍କ ହିଂସାତ୍ମକ ବିକ୍ଷୋଭ ପରେ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଢାକା ଛାଡ଼ିବା ପୂର୍ବରୁ, ଦେଶର ଦାୟିତ୍ୱ ମହମ୍ମଦ ୟୁନୁସଙ୍କୁ ହସ୍ତାନ୍ତର କରାଯାଇଥିଲା।…

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ଫସଲ କ୍ଷତି ଆଶଙ୍କାରେ ଚାଷୀ

ରିଷିଡା,୨୯ା୧୦(ସୁଶାନ୍ତ ମଲ୍ଲିକ)- ବାତ୍ୟା ଅର୍ଣ୍ଣବ ପ୍ରଭାବରେ କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକର ରିଷିଡା ସମେତ ତେରେସିଂହା, ଗଜବାହାଲ, ପୌରକେଲା, ରେଗେଡ଼ା, ରାଜପୁର, ସରଗୁଲମାଲପଡା, ଯୋରାଡ୍ରବରା, ସାପଲହରା, ରିଞ୍ଜା…

‘ଟେଷ୍ଟ କ୍ରିକେଟରେ ଏବେ ବି ବହୁତ କିଛି ପ୍ରମାଣ କରିବାର ଅଛି’ ଯଶପ୍ରୀତ ବୁମରାଙ୍କ ସମ୍ପର୍କରେ ଏମିତି କହିଲେ ପାକିସ୍ତାନ କ୍ରିକେଟର

ନୂଆଦିଲ୍ଲୀ,୨୯।୧୦: ଯେତେବେଳେ ଜସପ୍ରୀତ ବୁମରାଙ୍କ ହାତରେ ବଲ ଥାଏ, ସେତେବେଳେ ଶ୍ରେଷ୍ଠ ବ୍ୟାଟରମାନଙ୍କ ପାଇଁ ମଧ୍ୟ ରନ ସଂଗ୍ରହ କରିବା କଷ୍ଟକର ହୋଇପଡ଼େ। ନିଜର ଦମଦାର ବୋଲିଂ…

ବାତ୍ୟାରେ ଉଜୁଡିଗଲା ମକା ଫସଲ

ବରଗଡ଼,୨୯।୧୦(ପ୍ରେମାନନ୍ଦ ଖମାରୀ): ବାତ୍ୟା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ବଢ଼ାଇ ଦେଇଛି। ବାତ୍ୟା ପ୍ରଭାବରେ ଧାନ ସମେତ ଅଣଧାନ ଫସଲ ମଧ୍ୟ ବ୍ୟାପକ ଭାବେ ପ୍ରଭାବିତ ହୋଇଛି।…

ଋଷିକୁଲ୍ୟାର କରାଳ ରୂପ: ବାହ୍ୟଜଗତରୁ ବିଚ୍ଛିନ୍ନ ପୁରୁଷୋତ୍ତମପୁର, ବୁଡ଼ିଲା ସରକାରୀ କାର୍ଯ୍ୟାଳୟ-ବଜାରଘାଟ, ରିଲିଫ୍ ଅପେକ୍ଷାରେ…

ପୁରୁଷୋତ୍ତମପୁର, ଅକ୍ଟୋବର ୨୯ (ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକରେ ବନ୍ୟା ଏକ ଭୟବହ ରୂପ ନେଇଛି। ତିନି ଦିନର ଲଗାଣ…

ଅଧିନାୟକ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏହି ଦଳରେ ଯୋଗ ଦେବାକୁ ପଡ଼ିବ; ଅଶ୍ୱିନ ଦେଲେ ବଡ଼ ବୟାନ, ହେଲାଣି ବଡ଼ ଆଲୋଚନା

ନୂଆଦିଲ୍ଲୀ,୨୯।୧୦: ହାର୍ଦ୍ଦିକ ପାଣ୍ଡ୍ୟା କ’ଣ ମୁମ୍ବାଇ ଇଣ୍ଡିଆନ୍ସ ସହିତ ନିଜର ଯାତ୍ରା ଜାରି ରଖିବେ, ନା ତାଙ୍କୁ ଏକ ନୂତନ ଦଳର ଜର୍ସିରେ ଦେଖିବାକୁ ମିଳିବ? ଆଗାମୀ…

ଶୁଭଲକ୍ଷ୍ମୀଙ୍କ ବହୁମୁଖୀ ପ୍ରତିଭା: ୮ ବର୍ଷ ବୟସରେ ନୃତ୍ୟ-ମଡେଲିଂରେ ସାଉଁଟୁଛନ୍ତି ସଫଳତା

ଅମରପାଲି,୨୯ା୧୦(ପୀତାମ୍ବର ସାହୁ): କଅଁଳ ବୟସରୁ ନୃତ୍ୟ ପ୍ରତି ଆଗ୍ରହ ରଖି ଚର୍ଚ୍ଚାକୁ ଆସିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳର ୮ ବର୍ଷୀୟା ଶୁଭଲକ୍ଷ୍ମୀ ହୋତା। ସମ୍ବଲପୁରର ଏକ…

ଡମି, ଏକ ଇଟାଲୀୟ ପାସପୋର୍ଟ, ଘରୋଇ ଜେଟ…, ଫିଲ୍ମ ଷ୍ଟାଇଲରେ ବ୍ରାଜିଲରୁ ଆମେରିକା ପଳାଇ ଗଲେ ବୋଲସୋନାରୋ

ବ୍ରାସିଲିଆ,୨୯।୧୦: ସାମ୍ପ୍ରତିକ ବ୍ରାଜିଲ ରାଷ୍ଟ୍ରପତି ନିର୍ବାଚନରେ ପରାଜିତ ହେବା ପରେ, ପ୍ରାର୍ଥୀ ଫ୍ଲାଭିଓ ବୋଲସୋନାରୋଙ୍କୁ ଆଉ ସର୍ବସାଧାରଣରେ ଦେଖିବାକୁ ମିଳିନାହିଁ। ଲୋକଲୋଚନରୁ ଦୂରେଇ ରହି ସେ ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?