ପିତୃପକ୍ଷ ଭୋଜନ ସେବା ସମାପ୍ତ: ସହଯୋଗ ଫାଉଣ୍ଡେସନର କାର୍ଯ୍ୟ ପାଇଁ ପ୍ରଶଂସା କଲେ ସହରବାସୀ

ବଲାଙ୍ଗୀର,୨୩,୯(ସୁନିଲ ମହାନ୍ତି): ବଲାଙ୍ଗୀର ସେପ୍ଟେମ୍ବର ୨୦୨୫ ବଲାଙ୍ଗୀର ଜିଲାର ପ୍ରମୁଖ ସାମାଜିକ ସଂଗଠନ ସହଯୋଗ ଫାଉଣ୍ଡେସନ ଦ୍ୱାରା ପିତୃପକ୍ଷ ଭୋଜନ ସେବାର କାର୍ଯ୍ୟକ୍ରମ ସମାପ୍ତ ହୋଇଛି । ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ମାସ ୭ରୁ ଆରମ୍ଭ ହୋଇଥିଲା । ପିତୃପକ୍ଷ ଭୋଜନ କାର୍ଯ୍ୟକ୍ରମ ୧୫ଦିନ ଧରି ଅବିରତ ଚାଲିଥିଲା। ପ୍ରତିଦିନ , ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ରୋଟି, ତରକାରି, ଫଳ ଓ ମିଠା ପ୍ରାୟ ୭୦୦ରୁ ଅଧିକ ଲୋକଙ୍କୁ ବଣ୍ଟନ କରାଯାଇଥିଲା। ହିନ୍ଦୁ ସଂସ୍କୃତିରେ ପିତୃପକ୍ଷକୁ ଅତ୍ୟନ୍ତ ପବିତ୍ର ବୋଲି ଧରାଯାଏ। ଏହି ଦିନଟି ପୂର୍ବଜଙ୍କ ପ୍ରତି କୃତଜ୍ଞତା ଓ ସ୍ମରଣର ସମୟ ବୋଲି କୁହାଯାଇଥାଏ। ଏହି ସମୟରେ ଦରିଦ୍ର ଓ ଜରୁରୀ ଲୋକଙ୍କୁ ଭୋଜନ କରାଇବାକୁ ଶ୍ରେଷ୍ଠ ପୁଣ୍ୟ କାମ ମନାଯାଏ। ସହଯୋଗ ଫାଉଣ୍ଡେସନ ଏହି ପାରମ୍ପରିକତାକୁ ପାଳନ କରି ୧୫ଦିନ ଧରି ନିରନ୍ତର ପିତୃପକ୍ଷ ଭୋଜନ ସେବା ପାଳନ କରିଥିଲା। ୩ ବର୍ଷ ଧରି ସହଯୋଗ ଫାଉଣ୍ଡେସନ ପ୍ରତି ରବିବାର ଜିଲା ମୁଖ୍ୟ ଚିକିତ୍ସାଳୟରେ ଦିନବେଳା ୪୦୦ ଓ ରାତିରେ ୭୦୦ରୁ ଅଧିକ ଲୋକଙ୍କୁ ଭୋଜନ ବଣ୍ଟନ କରୁଛି । ତା’ ସହିତ ଆମ୍ବୁଲାନ୍ସ ସେବା, ରକ୍ତଦାନ, ବସ୍ତ୍ରଦାନ, ପୁସ୍ତକ ଦାନ, ସ୍ବାସ୍ଥ୍ୟ ଶିବିର, ଯୋଗ, ଧ୍ୟାନ, ଗଛ ଲଗାଣ, ଅକ୍ସିଜେନ ସେବା ପରି ବିଭିନ୍ନ ସେବାକାର୍ଯ୍ୟ ମଧ୍ୟ କରୁଛନ୍ତି। ଏହି ପିତୃପକ୍ଷ ଭୋଜନ ସେବା ପବିତ୍ର ପାଇଁ କିଛି ବିଶିଷ୍ଟ ଅତିଥିମାନେ ଯୋଗ ଦେଇଥିଲେ l ସେମାନଙ୍କ ମଧ୍ୟରେ (DSW) ସୁଷମା ମହାପାତ୍ର , ବରିଷ୍ଠ ସାମ୍ବାଦିକ ଶ୍ରୀ ମନୋରଞ୍ଜନ ଯୋଷୀ , ଏ,ଡି,ଏମ ଶ୍ରୀ ପବିତ୍ର ବେହେରା , ଉପଜିଲାପାଳ ଶ୍ରୀ ଆଲୋକ କୁମାର ପଟେଲ , ଏସଡିପିଓ ଶ୍ରୀ ସରୋଜ କୁମାର ଉପାଧ୍ୟାୟ ଏବଂ ଡିଏସପି ଶ୍ରୀ କମଳ କୁମାର ପଣ୍ଡା ସହଯୋଗ ଫାଉଡେଶନ୍ର ଏହି କାର୍ଯ୍ୟକ୍ରମ ଯୋଗଦେଇ ପୂର୍ଣ୍ୟ ସେବା କାର୍‌ୟଯ ପାଇଁ ପ୍ରଶଂସା କରିଥିଲେ l


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ଯୁଦ୍ଧ ଅର୍ଗଳିରୁ ବାହାରିଆସିଲା ‘ନନ୍ଦାଦେବୀ’: ଚର୍ଚ୍ଚାରେ ଓଡ଼ିଆ ପୁଅ କ୍ୟାପ୍‌ଟେନ ଧୀରଜ ଅଗ୍ରୱାଲ

ବଲାଙ୍ଗୀର,୧୮ା୩(ବୀରେନ୍ଦ୍ର କୁମାର ଝାଙ୍କର):ମଧ୍ୟପ୍ରାଚ୍ୟରେ ଏବେ ଯୁଦ୍ଧର ଘନଘଟା। ଇରାନ୍‌-ଇସ୍ରାଏଲ-ଆମେରିକାର ଘମାଘୋଟ ଲଢ଼େଇ ା ଠିକ୍‌ ଏତିକିବେଳେ ଅତ୍ୟନ୍ତ ସମ୍ବେଦନଶୀଳ ମଧ୍ୟପ୍ରାଚ୍ୟର ହର୍ମୁଜ୍‌ ପ୍ରଣାଳୀ (ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌)ରେ…

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

ଗ୍ୟାସ ଓ ପେଟ୍ରୋଲ ପମ୍ପ ମାଲିକଙ୍କ ମନମାନୀ, ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର କରୁଥିବା ଅଭିଯୋଗ, ତୁରନ୍ତ…

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ବିଶ୍ୱ ଖାଉଟି ଦିବସ ଅବସରରେ ଭଞ୍ଜନଗରଠାରେ ଖାଉଟି ସୁରକ୍ଷା ଓ ଅଧିକାରକୁ ନେଇ ଗମ୍ଭୀର ପ୍ରଶ୍ନ ଉଠିଛି। ସୋମବାର କାରଗିଲ ଭବନଠାରେ ଉପଭୋକ୍ତା…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri