ବଲାଙ୍ଗୀର,୨୩,୯(ସୁନିଲ ମହାନ୍ତି): ବଲାଙ୍ଗୀର ସେପ୍ଟେମ୍ବର ୨୦୨୫ ବଲାଙ୍ଗୀର ଜିଲାର ପ୍ରମୁଖ ସାମାଜିକ ସଂଗଠନ ସହଯୋଗ ଫାଉଣ୍ଡେସନ ଦ୍ୱାରା ପିତୃପକ୍ଷ ଭୋଜନ ସେବାର କାର୍ଯ୍ୟକ୍ରମ ସମାପ୍ତ ହୋଇଛି । ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ମାସ ୭ରୁ ଆରମ୍ଭ ହୋଇଥିଲା । ପିତୃପକ୍ଷ ଭୋଜନ କାର୍ଯ୍ୟକ୍ରମ ୧୫ଦିନ ଧରି ଅବିରତ ଚାଲିଥିଲା। ପ୍ରତିଦିନ , ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ରୋଟି, ତରକାରି, ଫଳ ଓ ମିଠା ପ୍ରାୟ ୭୦୦ରୁ ଅଧିକ ଲୋକଙ୍କୁ ବଣ୍ଟନ କରାଯାଇଥିଲା। ହିନ୍ଦୁ ସଂସ୍କୃତିରେ ପିତୃପକ୍ଷକୁ ଅତ୍ୟନ୍ତ ପବିତ୍ର ବୋଲି ଧରାଯାଏ। ଏହି ଦିନଟି ପୂର୍ବଜଙ୍କ ପ୍ରତି କୃତଜ୍ଞତା ଓ ସ୍ମରଣର ସମୟ ବୋଲି କୁହାଯାଇଥାଏ। ଏହି ସମୟରେ ଦରିଦ୍ର ଓ ଜରୁରୀ ଲୋକଙ୍କୁ ଭୋଜନ କରାଇବାକୁ ଶ୍ରେଷ୍ଠ ପୁଣ୍ୟ କାମ ମନାଯାଏ। ସହଯୋଗ ଫାଉଣ୍ଡେସନ ଏହି ପାରମ୍ପରିକତାକୁ ପାଳନ କରି ୧୫ଦିନ ଧରି ନିରନ୍ତର ପିତୃପକ୍ଷ ଭୋଜନ ସେବା ପାଳନ କରିଥିଲା। ୩ ବର୍ଷ ଧରି ସହଯୋଗ ଫାଉଣ୍ଡେସନ ପ୍ରତି ରବିବାର ଜିଲା ମୁଖ୍ୟ ଚିକିତ୍ସାଳୟରେ ଦିନବେଳା ୪୦୦ ଓ ରାତିରେ ୭୦୦ରୁ ଅଧିକ ଲୋକଙ୍କୁ ଭୋଜନ ବଣ୍ଟନ କରୁଛି । ତା’ ସହିତ ଆମ୍ବୁଲାନ୍ସ ସେବା, ରକ୍ତଦାନ, ବସ୍ତ୍ରଦାନ, ପୁସ୍ତକ ଦାନ, ସ୍ବାସ୍ଥ୍ୟ ଶିବିର, ଯୋଗ, ଧ୍ୟାନ, ଗଛ ଲଗାଣ, ଅକ୍ସିଜେନ ସେବା ପରି ବିଭିନ୍ନ ସେବାକାର୍ଯ୍ୟ ମଧ୍ୟ କରୁଛନ୍ତି। ଏହି ପିତୃପକ୍ଷ ଭୋଜନ ସେବା ପବିତ୍ର ପାଇଁ କିଛି ବିଶିଷ୍ଟ ଅତିଥିମାନେ ଯୋଗ ଦେଇଥିଲେ l ସେମାନଙ୍କ ମଧ୍ୟରେ (DSW) ସୁଷମା ମହାପାତ୍ର , ବରିଷ୍ଠ ସାମ୍ବାଦିକ ଶ୍ରୀ ମନୋରଞ୍ଜନ ଯୋଷୀ , ଏ,ଡି,ଏମ ଶ୍ରୀ ପବିତ୍ର ବେହେରା , ଉପଜିଲାପାଳ ଶ୍ରୀ ଆଲୋକ କୁମାର ପଟେଲ , ଏସଡିପିଓ ଶ୍ରୀ ସରୋଜ କୁମାର ଉପାଧ୍ୟାୟ ଏବଂ ଡିଏସପି ଶ୍ରୀ କମଳ କୁମାର ପଣ୍ଡା ସହଯୋଗ ଫାଉଡେଶନ୍ର ଏହି କାର୍ଯ୍ୟକ୍ରମ ଯୋଗଦେଇ ପୂର୍ଣ୍ୟ ସେବା କାର୍ୟଯ ପାଇଁ ପ୍ରଶଂସା କରିଥିଲେ l


