Posted inଜାତୀୟ

ନାଗରିକ ସ୍ବତନ୍ତ୍ରତା: ଭାରତର ରେଟିଂ କମିଲା

ନୂଆଦିଲ୍ଲୀ,୪।୩: ଭାରତରେ ନାଗରିକଙ୍କ ସ୍ବତନ୍ତ୍ରତା ଗତ ବର୍ଷ ତୁଳନାରେ ଚଳିତ ବର୍ଷ କମିଛି। ଆମେରିକା ସଂସ୍ଥା ଫ୍ରିଡ଼ମ୍‌ ହାଉସ୍‌ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ଗତବର୍ଷ ଭାରତ ଶ୍ରେଷ୍ଠ ନାଗରିକ ସ୍ବତନ୍ତ୍ରତା ପ୍ରଦାନକାରୀ ଦେଶ ମଧ୍ୟରେ ମୋଟ ୧୦୦ରୁ ଗତ ବର୍ଷ ୭୧ ନମ୍ବର ପାଇଥିଲା। ତେବେ ଚଳିତ ବର୍ଷ ଏହା ୬୭ ରହିଛି। ୧୦୦ ନମ୍ବର ମଧ୍ୟରେ ନାଗରିକ ସ୍ବତନ୍ତ୍ରତା ପାଇଁ ୬୦ ନମ୍ବର ଥିବାବେଳେ ରାଜନୈତିକ ଅଧିକାରୀ ପାଇଁ ୪୦ ସ୍କୋର୍‌ ରହିଛି। ସେଥିମଧ୍ୟରୁ ନାଗରିକ ସ୍ବତନ୍ତ୍ରତା କ୍ଷେତ୍ରରେ ଗତବର୍ଷ ଭାରତ ମୋଟ ୬୦ ନମ୍ବରରୁ ୩୭ ନମ୍ବର ପାଇଥିବାବେଳେ ଚଳିତବର୍ଷ ୩୩ ନମ୍ବର ହାସଲ କରିଛି। ନାଗରିକ ସ୍ବତନ୍ତ୍ରତା କ୍ଷେତ୍ରରେ ଦେଶ ୪ ନମ୍ବର ପଛୁଆ ରହିଛି। ସେହିପରି ରାଜନୈତିକ ଅଧିକାରୀଙ୍କ ସ୍କୋର୍‌ ଗତବର୍ଷ ଏବଂ ଚଳିତବର୍ଷ ୪୦ରୁ ୩୪ ରହିଛି। ମୋଟ ୨୧୧ ଦେଶ ମଧ୍ୟରେ ଭାରତର ରେଟିଂ ୮୩ରୁ ୮୮କୁ ଖସି ଆସିଛି। ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ବିଜୟ ହାସଲ କରିବା ପରେ ଦେଶରେ ନାଗରିକ ସ୍ବତନ୍ତ୍ରତା ରେଟିଂ କମୁଥିବା ଏଥିରେ ଦର୍ଶାଯାଇଛି। ସେହିପରି ୨୦୨୦ରେ କରୋନା ମହାମାରୀ ଯୋଗୁ ନାଗରିକ ମୌଳିକ ଅଧିକାରରୁ ବଞ୍ଚିତ ହୋଇଥିବା ଏଥିରେ ଦର୍ଶାଯାଇଛି। ୨୦୧୪ରେ କ୍ଷମତା ପରିବର୍ତ୍ତନ ପରେ ଦେଶରେ ନାଗରିକ ସ୍ବତନ୍ତ୍ରତା କମିବାରେ ଲାଗିଥିବା ଫ୍ରିଡ଼ମ୍‌ ହାଉସ୍‌ ରିପୋର୍ଟରେ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଫିନଲାଣ୍ଡ, ନରଓ୍ବେ ଏବଂ ସୁଇଡେନ୍‌ ୧୦୦ରୁ ୧୦୦ ରଖି ଶୀର୍ଷରେ ରହିଛନ୍ତି। ଅପରପକ୍ଷରେ ତିବ୍ବତ ଏବଂ ସିରିଆକୁ ୧୦୦ରୁ ମାତ୍ର ୧ ନମ୍ବର ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

‘କାଜି କ୍ୟାମ୍ପ ଉପରେ କ୍ଷେପଣାସ୍ତ୍ର ପକାଅ’: ଭୋପାଳ ଭାଜପା ବିଧାୟକଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ହଇଚଇ

ଭୋପାଳ,୮।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ରାମେଶ୍ୱର ଶର୍ମାଙ୍କ ଏକ ବୟାନ ରାଜନୈତିକ ବିବାଦ ସୃଷ୍ଟି କରିଛି। ହୁଜୁର ବିଧାନସଭା ନିର୍ବାଚନମଣ୍ଡଳୀର…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

ରାଜଧାନୀରେ ମହିଳାଙ୍କୁ ବଳାତ୍କାର

ଭୁବନେଶ୍ୱର,୮।୯: ରାଜଧାନୀ ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଘରେ ପଶି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।…

Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’

ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…

ନିଲମ୍ବିତ ହେଲେ ପୂର୍ବତନ ବିଧାୟକଙ୍କ ସ୍ବାମୀ, ଜାଣନ୍ତୁ କାରଣ…

ଭୁବନେଶ୍ୱର,୮।୯: ପୂର୍ବତନ ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ବାମୀ ଦୁର୍ଗା ଛୁରିଆଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ରାଜନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଅଭିଯୋଗରେ ଓଡ଼ିଶା ସହକାରୀ ସମିତି ରେଜିଷ୍ଟ୍ରାରଙ୍କ…

ସମ୍ବଲପୁରରେ ଅବକାରୀ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା, ଏକ କୋଟିର ଗଞ୍ଜେଇ ଜବତ

​ସମ୍ବଲପୁର,୮।୯(ପ୍ରମୋଦ ବହିଦାର): ସମ୍ବଲପୁର ସ୍ଥିତ ଉତ୍ତରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ଏକ ବଡ଼ ଧରଣର ସଫଳତା ମିଳିଛି । ସମ୍ବଲପୁର ଶାସନ ସ୍ଥିତ ଟୋଲଗେଟ୍ ନିକଟରେ ଚଢ଼ାଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri