Posted inଜାତୀୟ

ନ୍ୟାୟପାଳିକା ଉପରେ ଦେଶବାସୀଙ୍କ ଭରସା

ନୂଆଦିଲ୍ଲୀ, ୧୮।୭: ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ର ଭାରତର ବିଚାର ବ୍ୟବସ୍ଥା ଉପରେ ଦେଶବାସୀଙ୍କ ଭରସା ରହିଛି। ସେମାନେ କୋର୍ଟରୁ ନ୍ୟାୟ ପାଇବା ନେଇ ଦୃଢ଼ ନିଶ୍ଚିତ ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌.ଭି. ରମାନା ଶନିବାର କହିଛନ୍ତି। ଯେତେବେଳେ ଦେଶରେ କିଛି ଭୁଲ୍‌ କାର୍ଯ୍ୟ ହୁଏ, ସେତେବେଳେ ସର୍ବବୃହତ୍‌ ଗଣତନ୍ତ୍ରର ଅଭିଭାବକ ଭାବେ ସୁପ୍ରିମକେର୍ଟ ଜନସାଧାରଣଙ୍କ ପାଖରେ ଛିଡ଼ାହେବ ବୋଲି ସେମାନଙ୍କର ବିଶ୍ୱାସ ରହିଥିବା ଜଷ୍ଟିସ ରମାନା କହିଛନ୍ତି। ଭାରତ-ସିଙ୍ଗାପୁର ମଧ୍ୟସ୍ଥତା ସମିଟ୍‌ରେ ଉଦ୍‌ବୋଧନ ଦେଇ ସିଜେଆଇ କହିଥିଲେ, ଭାରତ ବହୁ ଧର୍ମ, ଭାଷା, ସଂସ୍କୃତିର ଦେଶ ଯେଉଁଠି ବିବିଧତା ମଧ୍ୟରେ ଏକତା ରହିଛି। ଭାରତରେ ଆଇନର ଶାସନ ଚାଲେ ଏବଂ ନ୍ୟାୟପାଳିକା ଉପରେ ସମସ୍ତଙ୍କର ପୂରା ଭରସା ରହିଥିବା ସିଜେଆଇ କହିଥିଲେ।
ଦେଶର ବିଭିନ୍ନ ଅଦାଲତରେ ୪.୫ କୋଟି ମାମଲା ବିଚାର ଅପେକ୍ଷାରେ ରହିଥିବା ଖବର ଅତିରଞ୍ଜିତ। ତେବେ ବିଚାର ପ୍ରକ୍ରିୟାରେ ବିଳମ୍ବର ଅନ୍ୟତମ କାରଣ ବିଳାସପୂର୍ଣ୍ଣ ମାମଲା ବୋଲି ଜଷ୍ଟିସ୍‌ ରମାନା କହିଥିଲେ। ରାଜନୈତିକ, ଅର୍ଥନୈତିକ, ସାମାଜିକ, ସାଂସ୍କୃତିକ ଏବଂ ଧର୍ମୀୟ ଆଦି ବିଭିନ୍ନ କାରଣରୁ ସମାଜରେ ବିବାଦ ଦେଖାଦେଇଥାଏ, ଯାହାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ତେବେ ବିବାଦର ସମାଧାନ ପାଇଁ ଏକ ବ୍ୟବସ୍ଥାର ବିକାଶ କରାଯିବା ଆବଶ୍ୟକ। ସଅଳ ମଧ୍ୟସ୍ଥତା ଉଦ୍ୟମ ବିବାଦ ସମାଧାନର ଏକ ଭଲ ମାଧ୍ୟମ ବୋଲି ମହାଭାରତର ଉଦାହରଣ ଦେଇ ସିଜେଆଇ କହିଥିଲେ। ବ୍ରିଟିଶ ଶାସନ ପୂର୍ବରୁ ଭାରତୀୟ ଲୋକାଚାରରେ ମଧ୍ୟସ୍ଥତା ଗଭୀର ଭାବରେ ଜଡ଼ିତ ତଥା ବହୁ ପ୍ରଚଳିତ ଥିଲା। ବିବାଦ ସମାଧାନ ଦିଗରେ ବିଭିନ୍ନ ପ୍ରକାର ମଧ୍ୟସ୍ଥତା ଚଳି ଆସୁଥିଲା। ଅଧିକାଂଶ ଏସୀୟ ଦେଶରେ ଏଭଳି ଆପୋସ ସମାଧାନ ପରମ୍ପରା ଦୀର୍ଘଦିନ ଧରି ଚାଲିଥିବା ସିଜେଆଇ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri